ପଶ୍ଚିମବଙ୍ଗକୁ ପିଡିଏସ୍‌ ଚାଉଳ ଚାଲାଣ

ରୂପସା (ବାଞ୍ଛାନିଧି ଦେ)/ବସ୍ତା (ହରିଶଙ୍କର ପାଢୀ), ୯।୮: ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ୬୦ ନମ୍ବର ଜାତୀୟ ରାଜପଥର ଥାନା ନିକଟରେ ପୋଲିସ ଚଢାଉ କରି ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଯାଉଥିବା ଏକ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌କୁ ଜବତ କରିଛି। ଟ୍ରକ୍‌ ସହ ସେଥିରେ ଥିବା ୧୭.୮ ଟନ୍‌ ଅର୍ଥାତ୍‌ ୧୭୮ କୁଇଣ୍ଟାଲ ପିଡ଼ିଏସ୍‌ ଚାଉଳ ଜବତ କରାଯାଇଛି। ଟ୍ରକ ଡ୍ରାଇଭର ଭଦ୍ରକ ଜିଲା ଧାମରା ଅଞ୍ଚଳର କିଶୋର ଗିରିଙ୍କୁ ଗିରଫ କରାଯାଇଛି। ଏ ସଂକ୍ରାନ୍ତରେ ଏକ ମାମଲା (ନଂ. ୭୯/୨୩) ରୁଜୁ ହୋଇ ତଦନ୍ତ ଜାରି ରହିଛି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଟ୍ରକ୍‌ ମାଲିକ ଫେରାର ହୋଇଯାଇଥିବା ପୋଲିସ କହିଛି।
ସୋମବାର ସନ୍ଧ୍ୟାରେ ଟ୍ରକ୍‌ (ନଂ. ଓଆର୍‌୦୧କେ-୩୭୩୫)ରେ ପଶ୍ଚିମବଙ୍ଗକୁ ଉକ୍ତ ପିଡ଼ିଏସ୍‌ ଚାଉଳ ଚୋରାଚାଲାଣ ହେଉଥିଲା। ଘଟଣା ସମ୍ପର୍କରେ ବାଲେଶ୍ୱର ଏସ୍‌ପି ସାଗରିକା ନାଥ ସୂଚନା ପାଇଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ରୂପସା ଥାନା ପୋଲିସ ରାଜପଥ ନିକଟରେ ଜଗି ରହିଥିଲେ। ଏହି ପିଡିଏସ୍‌ ଚାଉଳ ବାଲେଶ୍ୱରର ରେମୁଣା ରାଇସ ରିସିଭିଂ ସେଣ୍ଟରରୁ ଲୋଡ଼ିଂ ହୋଇ ଖନ୍ତାପଡ଼ା ଥାନା କୁଳିଗାଁ ପଞ୍ଚାୟତରେ ଥିବା ରିଟେଲରଙ୍କ ନିକଟକୁ ଯିବାର ଥିଲା। ମାତ୍ର ଟ୍ରକ୍‌ ମାଲିକ ଓ ଡ୍ରାଇଭରଙ୍କ ସଲାସୁତୁରାରେ ଉକ୍ତ ଚାଉଳ ଟ୍ରକ ସେଠାକୁ ଯିବା ପରିବର୍ତ୍ତେ ପଶ୍ଚିମବଙ୍ଗକୁ ଚୋରାଚାଲାଣ କରାଯାଉଥିଲା। ଖବର ପାଇ ରୂପସା ଆଇଆଇସି ପ୍ରଫୁଲ୍ଲ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ରାଜପଥରେ ଚଢ଼ାଉ କରି ଉକ୍ତ ଟ୍ରକ ସମେତ ପିଡ଼ିଏସ ଚାଉଳକୁ ଜବତ କରିବାରେ ସମର୍ଥ ହୋଇଥିଲେ। ଟ୍ରକ୍‌ ମାଲିକ ରାଜେଶ ଚାନ୍ଦଙ୍କ ଘର ବସ୍ତା ଥାନା ପୁନସିତା ଗ୍ରାମରେ ବୋଲି ପୋଲିସ କହିଛି। ଏହି ଚାଉଳ ଚାଲାଣ ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ମଲ୍ଲିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri