୫ ବର୍ଷରେ ୪,୨୫୮ ହେକ୍ଟର ଚାଷଜମି ହ୍ରାସ

କେନ୍ଦ୍ରାପଡ଼ା, ୮।୮(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୨୦୧୮ରୁ ୨୦୨୩ ମଧ୍ୟରେ ପ୍ରାୟ ଶତାଧିକ ହେକ୍ଟର ଅମଳକ୍ଷମ ଉର୍ବର ଚାଷଜମି କିସମ ପରିବର୍ତ୍ତନ ହୋଇ ଘରବାଡ଼ି ହୋଇଛି। ଏଥିପାଇଁ ଚାଷଜମି ହ୍ରାସ ପାଇଚାଲିଛି। ଯଦି ଏଭଳି ଧାରାରେ ଚାଷଜମି ସଂଖ୍ୟା ହ୍ରାସ ପାଏ ତେବେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ଚାଷଜମି ୨ ଦଶନ୍ଧି ମଧ୍ୟରେ ଶେଷ ହୋଇଯିବ ବୋଲି ଆକଳନ କରାଯାଉଛି। ଫଳରେ ଚାଷୀ ଜୀବିକା ହରାଇବା ସମ୍ଭାବନା ସୃଷ୍ଟି ହେବ।
କର୍ମୀ ଜ୍ୟୋତିପ୍ରକାଶ ପ୍ରଧାନ କୁହନ୍ତି, କୃଷି ବିଭାଗ ରିପୋର୍ଟ ଅନୁଯାୟୀ, ୨୦୧୭-୧୮ରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୧୫,୬୫୦ ହେକ୍ଟର ଜମିରେ ଚାଷ ହେଉଥିଲା। ୨୦୨୨-୨୩ରେ କୃଷି ବିଭାଗ ରିପୋର୍ଟରେ ୧୧, ୩୯୨ ହେକ୍ଟର ଜମିରେ ଚାଷ ହେଉଛି। ଅର୍ଥାତ୍‌ ୫ ବର୍ଷ ମଧ୍ୟରେ ପାଖାପାଖି ୪,୨୫୮ ହେକ୍ଟର ଚାଷ ଜମି ହ୍ରାସ ପାଇଛି। ଅର୍ଥାତ୍‌ ବର୍ଷକୁ ପାଖାପାଖି ୮୦୦ ହେକ୍ଟରରୁ ଊର୍ଦ୍ଧ୍ୱ ଚାଷଜମି କମୁଛି। ଯଦି ଏହି ଧାରାରେ ଜମି ହ୍ରାସ ପାଇ ଚାଲେ ତା’ହେଲେ ୫୦ରୁ୬୦ ବର୍ଷ ଭିତରେ ଚାଷ ଜମି ସମ୍ପୂର୍ଣ୍ଣ ଲୋପପାଇଯିବ। ଅପରପକ୍ଷରେ, ପ୍ରତି ଦଶନ୍ଧିରେ ବର୍ଦ୍ଧିତ ଜନସଂଖ୍ୟା ଓ ଘର ପାଇଁ ଆବଶ୍ୟକ ଜମିକୁ ଅନୁଶୀଳନ କଲେ ଆଗାମୀ ୨୦ରୁ୩୦ ବର୍ଷ ମଧ୍ୟରେ ଏହି ସ୍ଥିତି ଆସି ପହଞ୍ଚତ୍ୟିବାର ସମ୍ଭାବନା ରହିଛି। ବୁଦ୍ଧିଜୀବୀ ପ୍ରବୀର ନାୟକ କହିଛନ୍ତି, ଚାଷଜମି ଯେଉଁଭଳି ଭାବେ ହ୍ରାସ ପାଉଛି ସେଥିରେ ପ୍ରଥମ ଚରଣରେ ନାମମାତ୍ର ଓ କ୍ଷୁଦ୍ରଚାଷୀଙ୍କ ଜମି ରହିଛି। ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଓ ଏହାର ଆଖପାଖରେ ଥିବା ଜମି ଦର ଆକାଶଛୁଅଁା ହୋଇଛି। ବିଶେଷକରି ପୌରାଞ୍ଚଳର ପୋଖରିଆପଡ଼ା, ବେଲତଳ, ପଟ୍ଟାମୁଣ୍ଡାଇ-ତାତନା ରାସ୍ତା, କଟକ-ଚାନ୍ଦବାଲି ରାସ୍ତାର ୧୪ ନଂ. କେନାଲଠାରୁ ପଟ୍ଟାମୁଣ୍ଡାଇ ବାଇପାସ୍‌ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ଚାଷଜମିର କିସମ ପରିବର୍ତ୍ତନ ହୋଇ ଘର ସବୁ ଗଢ଼ି ଉଠୁଛି। ଏହାଦ୍ୱାରା ଚାଷଜମି ହ୍ରାସ ପାଉଛି। ଆଇନଜୀବୀ ଭବାନୀ ପଣ୍ଡା କହିଛନ୍ତି, ୩ ଦଶନ୍ଧି ମଧ୍ୟରେ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରୁ ବାହାରିଥିବା ପୋଖରିଆପଡା ମାଇନର କେନାଲର ଚିହ୍ନବର୍ଣ୍ଣ ଆଉ ନାହିଁ। ଫଳରେ ଉକ୍ତ କେନାଲକୁ ଜଳ ସମ୍ପଦ ବିଭାଗ ମୃତ ଘୋଷଣାକଲା ପରେ ଏହାକୁ ଅନ୍ୟ ବିଭାଗକୁ ହସ୍ତାନ୍ତର କରି ଦିଆଯାଇଛି। ମାତ୍ର ବିଭାଗର ଅଗୋଚରରେ ଏହାର ଉଭୟ ପାର୍ଶ୍ୱରେ ଥିବା ଚାଷଜମି ସବୁ ଘରବାଡ଼ି କିସମରେ ପରିଣତ ହୋଇ କୋଠା ନିର୍ମାଣ ହୋଇ ସହରରେ ପରିଣତ ହୋଇଛି। ପୌରାଞ୍ଚଳରେ ପୋଖରିଆପଡ଼ା କେନାଲ ପାଖ ଜମି ସବୁ ଉପରେ କୋଠା ହୋଇଥିବା ବେଳେ ପଟ୍ଟାମୁଣ୍ଡାଇରୁ ତାତନା ରାସ୍ତାର ଦୁଇପାର୍ଶ୍ୱର ଜମି ସବୁ କୋଠା ହୋଇସାରିଛି। ପୁନଶ୍ଚ ପଟ୍ଟାମୁଣ୍ଡାଇ ଜଳ ସମ୍ପଦ ଅଫିସଠାରୁ ପହରାଜପୁର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ କୋଠା ହୋଇଯାଇଛି। ପଟ୍ଟାମୁଣ୍ଡାଇ ବଜାର ସଂଲଗ୍ନ ବେଲତଳ, ଦକ୍ଷିଣଦିଆ, ପୋଖରିଆପଡ଼ା, ଗୋବରୀ ନଦୀର ଦୁଇପାର୍ଶ୍ୱ ଜମିକୁ ଚଞ୍ଚକତାରେ ଘରଦ୍ୱାର କରି ଚାଲିଛନ୍ତି। ଏପରି ସ୍ଥିତିରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଷଜମି କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଶିକ୍ଷାବିତ୍‌ ପ୍ରଫୁଲ୍ଲ ଦାଶ କହିଛନ୍ତି, ଏମ୍‌ଏନ୍‌ ହାଇସ୍କୁଲଠାରୁ ବକ୍ତାରପୁର ଦେଇ କଖାରୁଣୀ ପୋଲଠାରୁ ମଦନପୁର କଲେଜ ପର୍ଯ୍ୟନ୍ତ ୨ ପାର୍ଶ୍ୱ ଜମିରେ କୋଠା ଗଢ଼ି ଉଠୁଛି। ଗ୍ରାମାଞ୍ଚଳରେ ମଧ୍ୟ ଏହି ଧାରାରେ ଜମିର କିସମ ପରିବର୍ତ୍ତନ ହୋଇ କୋଠାବାଡ଼ି ଗଢ଼ା ହୋଇଚାଲିଛ। ରାସ୍ତାକଡ଼ରେ ଥିବା ଏକ ଗୁଣ୍ଠ ଜମିର ଦାମ୍‌ ୧୫ ଲକ୍ଷରୁ ୩୦ ଲକ୍ଷ ମୂଲ୍ୟରେ ପହଞ୍ଚତ୍ଛି। ଏହି ଅଞ୍ଚଳରେ ଜଣେ ସାଧାରଣ ଚାକିରିଆ ଓ ନିମ୍ନ ମଧ୍ୟବିତ ପରିବାର ନିମନ୍ତେ ଘର ଖଣ୍ଡିଏ ପାଇଁ ଜମି କିଣିବା ପ୍ରାୟତଃ ସାତସପନ। ପଟ୍ଟାମୁଣ୍ଡାଇଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ପ୍ରାୟ ୨୦ କି.ମି. ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡ଼ିଛି। ଏଥିସହ ପାଣି ଅଭାବ ଯୋଗୁ ହଜାର ହଜାର ଏକର ଉର୍ବର ଚାଷଜମି ପଡ଼ିଆ ପଡୁଛି। ଫଳରେ ଜମି ମାଲିକମାନେ ଜମିକୁ ପଡିଆ ରଖିବା ସହ ଘରବାଡି କରି ଦେଉଛନ୍ତି। ସେହିପରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ରାସ୍ତାଗୁଡିକର ୨ ପାର୍ଶ୍ୱରେ ଥିବା ନୟନଯୋରୀ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଫଳରେ ଉଭୟ ପାର୍ଶ୍ୱ ଜମିକୁ ଜଳସେଚନ ହୋଇପାରୁ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ଚାଷ ପ୍ରତି ବିମୁଖ ଭାବ ସୃଷ୍ଟି ହେବାରୁ ଜମି ପଡ଼ିଆ ରହୁଛି। ଏ ଦିଗରେ ରାଜ୍ୟ ସରକାର ଓ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ତହସିଲଦାର ଦିଲୀପ ସେଠୀଙ୍କୁ ପଚାରିବାରେ ଚାଷଜମିରୁ ଘରବାଡ଼ି ନ କରାଇବାକୁ ସେପରି କିଛି ସରକାରୀ ନିୟମ ଆସିନାହଁି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri