ଅନ୍‌ଲାଇନ୍‌ ଖଜଣା ଆଦାୟରେ ସମସ୍ୟା

କଟକ,୩୧।୭ (କାର୍ତ୍ତିକ ସାହୁ):ଜମି ଖଜଣା ଦେବାକୁ ନେଇ ଅଡୁଆରେ ପଡୁଛନ୍ତି ଯୁଗ୍ମଖାତାଧାରୀ। ଅନ୍‌ଲାଇନ୍‌ ଖଜଣା ଦେୟ ବ୍ୟବସ୍ଥାକୁ ନେଇ ଉପୁଜିଛି ସମସ୍ୟା। ଯୁଗ୍ମଖାତାର ଅଂଶୀଦାରମାନେ ନିଜ ଭାଗ ଜମିର ଖଜଣା ଦେଇପାରୁନାହାନ୍ତି। ପୂର୍ବରୁ ଗୋଟିଏ ଖାତାରେ ଅଂଶୀଦାର ଭାବେ ରହିଥିବା ଲୋକମାନେ ରାଜସ୍ବ ନିରୀକ୍ଷକ(ଆର୍‌ଆଇ)ଙ୍କୁ ଖଜଣା ଦେଇ ରସିଦ୍‌ କାଟୁଥିଲେ। ହେଲେ ଏବେ ମାନୁଆଲ ରସିଦ କଟା ବନ୍ଦ ହୋଇଯାଇଥିବାରୁ ଅସୁବିଧା ଦେଖାଦେଇଛି। ଏହାଦ୍ୱାରା ମଧ୍ୟ ରାଜ୍ୟ ସରକାରଙ୍କର ବିପୁଳ ପରିମାଣର ରାଜସ୍ବ ହାନି ହେଉଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଲାଇ ଗ୍ରାମର ବାସିନ୍ଦା ତଥା ହାଇକୋର୍ଟର ଆଇନ୍‌ଜୀବୀ ଅମ୍ବୁଜ ବନ୍ଧୁ ପରିଡ଼ା ଏନେଇ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଏଥିସହ ଖଜଣା ଆଦାୟ ପାଇଁ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ ବ୍ୟବସ୍ଥା କରିବାକୁ ଆବେଦନ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ତହସିଲର କଲାଇ ମୌଜା ଅନ୍ତର୍ଗତ ୩୮ ନମ୍ବର ଖାତାର ଜମି ଶ୍ରୀ କପିଳେଶ୍ୱର ମହାଦେବ ବିଜେଙ୍କ ନାମରେ ରହିଥିବାବେଳେ ସେଥିରେ ଏକାଧିକ ଟ୍ରଷ୍ଟି ମାର୍ଫତଦାର ଭାବେ ରହିଛନ୍ତି। ଉକ୍ତ ୩୮ ନମ୍ବର ଖାତାର ମନ୍ତବ୍ୟ ସ୍ତମ୍ଭରେ ପ୍ଲଟ୍‌ ନଂ. ୪୨୬, ଜମି ପରିମାଣ ଏ.୦.୪୩ ଡିସିମିଲ ସ୍ବର୍ଗତ ସାଧୁ ଚରଣ ପରିଡ଼ାଙ୍କ ପୁତ୍ର ଉଦୟନାଥ ପରିଡ଼ା, ରମାନାଥ ପରିଡ଼ା ଓ ଗଣନାଥ ପରିଡ଼ାଙ୍କ ଦଖଲରେ ରହିଛି। ସେହିପରି ସମାନ ଖାତାର ପ୍ଲଟ୍‌ ନଂ. ୪୨୭, ଜମି ପରିମାଣ ଏ୦.୩୩ ଡିସିମିଲ ଆବେଦନକାରୀଙ୍କ ପୂର୍ବଜ ନିତ୍ୟାନନ୍ଦ ପରିଡ଼ାଙ୍କ ଦଖଲରେ, ପ୍ଲଟ୍‌ ନଂ. ୪୨୮, ଜମି ପରିମାଣ ଏ୦.୩୪ ଡିସିମିଲ ନାରାୟଣ ପରିଡ଼ା, ଲକ୍ଷ୍ମୀକାନ୍ତ ପରିଡ଼ା, ସୀତା ପରିଡ଼ା, ନଟବର ପରିଡ଼ା ଓ ବିଶ୍ୱନାଥ ପରିଡ଼ାଙ୍କ ଦଖଲରେ ଏବଂ ପ୍ଲଟ୍‌ ନଂ. ୪୨୯, ଜମି ପରିମାଣ ଏ୦.୩୧ ଓ ପ୍ଲଟ୍‌ ନଂ.୪୩୧, ଜମି ପରିମାଣ ଏ୦.୪୧ ଡିସିମିଲ ମାଳତୀ ପରିଡ଼ା, ନରେନ୍ଦ୍ର ପରିଡ଼ା ଓ ବିନୋଦ ପରିଡ଼ାଙ୍କ ଦଖଲରେ ରହିଛି। ଏ ସମସ୍ତ ଜମିର ଖାତା ନମ୍ବର ଗୋଟିଏ ହୋଇଥିବାବେଳେ ବିଭିନ୍ନ ବ୍ୟକ୍ତିଙ୍କ ଦ୍ୱାରା ଭିନ୍ନ ଭିନ୍ନ ପ୍ଲଟ୍‌ ଭୋଗଦଖଲ ହେଉଛି। ହେଲେ ବର୍ତ୍ତମାନ ଅନ୍‌ଲାଇନ ଖଜଣା ଆଦାୟ ବ୍ୟବସ୍ଥାରେ ଜଣେ ବ୍ୟକ୍ତିଙ୍କଠାରୁ ପୂରା ଖାତାର ଖଜଣା ଆଦାୟ କରାଯାଉଛି। ଯାହାକି ସମ୍ପୃକ୍ତ ବ୍ୟକ୍ତି ପୂରା ଖାତାରେ ଥିବା ସମସ୍ତ ପ୍ଲଟ୍‌ର ଭୋଗଦଖଲକାରୀ ନୁହନ୍ତି। ଅନ୍‌ଲାଇନ୍‌ ବ୍ୟବସ୍ଥା ପ୍ରଚଳନ ହେବା ପୂର୍ବରୁ ଉପରୋକ୍ତ ଭୋଗଦଖଲକାରୀମାନେ ପୃଥକ ଭାବେ ଖଜଣା ପଇଠ କରି ରସିଦ୍‌ କାଟୁଥିଲେ। ହେଲେ ଏବେ ତାହା ସମ୍ଭବ ହେଉନାହିଁ। ସେହି ଖାତା ଅନ୍ତର୍ଗତ କୌଣସି ନିର୍ଦ୍ଦିଷ୍ଟ ପ୍ଲଟ୍‌ର ଭୋଗଦଖଲକାରୀ ନିଜ ଖଜଣା ପୃଥକ ଭାବେ ଦେବାକୁ ଚାହିଁଲେ ଦେଇପାରୁନାହାନ୍ତି। ଆଂଶିକ ଖଜଣା ଦେବା ନିମନ୍ତେ ଅନ୍‌ଲାଇନ୍‌ରେ କୌଣସି ବ୍ୟବସ୍ଥା ନାହିଁ। ପୁରା ଖାତାର ଖଜଣା ଦେବାକୁ ପଡୁଥିବାରୁ ପ୍ରତ୍ୟେକ ଅଂଶୀଦାର ଭୋଗଦଖଲକାରୀ ଏଥିପାଇଁ ଅମଙ୍ଗ ହେଉଛନ୍ତି। ଆଂଶିକ ଦେୟ ଦାଖଲ ନିମନ୍ତେ ସାତଭଉଣୀ ଆର୍‌ଆଇ ଓ ଭଦ୍ରକ ତହସିଲଦାରଙ୍କୁ ଆବେଦନକାରୀ ଅନୁରୋଧ କରିଥିଲେ ମଧ୍ୟ ସେ ଏ ଦିଗରେ ନିଜର ଅକ୍ଷମତା ପ୍ରକାଶ କରିଛନ୍ତି। ଏଭଳି ତ୍ରୁଟିଯୁକ୍ତ ବ୍ୟବସ୍ଥା ଦ୍ୱାରା ଖଜଣା ଆଦାୟ ହୋଇ ନ ପାରି ରାଜ୍ୟ ସରକାରଙ୍କର ବହୁ ପରିମାଣର ରାଜସ୍ବ ହାନି ହେଉଛି। ତେଣୁ ସରକାର ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଆବେଦନକାରୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri