Odisha Elections 2024

ବୈତରଣୀ ନଦୀବନ୍ଧ ମରଣଯନ୍ତା

ପାଣିକୋଇଲି,୨୮ା୭(ବିକାଶ ମଲ୍ଲିକ): ବୈତରଣୀ ନଦୀବନ୍ଧ କେବଳ ନଦୀର ସୁରକ୍ଷା ପାଇଁ ନୁହେଁ ବରଂ ଜନସାଧାଣରଙ୍କ ଯାତାୟାତର ମୁଖ୍ୟରାସ୍ତା। କୋରେଇ ବ୍ଲକ ଅନ୍ତର୍ଗତ ମୂଳାପାଳ ଗ୍ରାମଠାରୁ ବୈତରଣୀ ବ୍ରିଜ ପର୍ଯ୍ୟନ୍ତ ଏହି ନଦୀ ବନ୍ଧ ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତାରେ ମୂଳାପାଳ ପଞ୍ଚାୟତବାସୀ ବ୍ୟାଙ୍କ୍‌, ସ୍କୁଲ୍‌, କଲେଜ ଓ ଲିଙ୍ଗେଶ୍ୱର ଶିଶୁମନ୍ଦିରଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟାଳୟକୁ ପ୍ରତ୍ୟହ ଯାତାୟାତ କରନ୍ତି। ହେଲେ ରାସ୍ତା ଏବେ ଯାତାୟାତ ଉପଯୋଗୀ ହୋଇ ରହିନାହିଁ। ଫଳରେ ନାହିଁ ନ ଥିବା ଅସବୁିଧା ଭୋଗ କରୁଛନ୍ତି ପଞ୍ଚାୟତବାସୀ।
କେତେଜଣ ଲୋକ ତଳ ଗ୍ରାମ ରାସ୍ତାରେ ଯାତାୟାତ କରୁଛନ୍ତି ତ ପୁଣି ଆଉ କେହି ପଞ୍ଚାୟତ କାର୍ଯ୍ୟାଳୟକୁ ଷଠିପୁର ଦେଇ ୫ କିଲୋମିଟର ବୁଲି ଆସିବାକୁ ପଡୁଛି। ହେଲେ ଠିକାସଂସ୍ଥା କାମ ଅଧାରୁ ଛାଡି ଛୁ ମାରିଛି। ୧୬ ନମ୍ବର ଜାତୀୟ ରାଜପଥର ବୈତରଣୀ ବ୍ରିଜଠାରୁ ରୁଢିଆ ପର୍ଯ୍ୟନ୍ତ ନଦୀବନ୍ଧକୁ ସୁଦୃଢ଼ ଓ ଚଉଡ଼ା କରିବା ପାଇଁ ପ୍ରକଳ୍ପ ଅନୁମୋଦନ ହୋଇଥିଲା। ଏହି ବନ୍ଧ ସୁଦୃଢ଼ ହେଲେ କେବଳ ପଞ୍ଚାୟତବାସୀ ଉପକୃତ ହେବେ ତାହା ନୁହେଁ, ଜାତୀୟ ରାଜପଥରୁ ଯାଜପୁର ଟାଉନକୁ ଯିବା ପାଇଁ ୫ କିଲୋମିଟର ରାସ୍ତା କମିଯିବ। ଖରାଦିନେ ଠିକାସଂସ୍ଥା ଓସିସି ପକ୍ଷରୁ ଏହି ବନ୍ଧରେ ମାଟି ପକାଯାଇ ଚଉଡ଼ା ଓ ଉଚ୍ଚା କରାଯାଇଥିଲା। ବର୍ଷାଦିନ ପୂର୍ବରୁ କାମ ସରିବା କଥା। କିନ୍ତୁ ଠିକାସଂସ୍ଥା କାମ ଛାଡ଼ି ପଳାଇଛି। ଫଳରେ ଉକ୍ତ ରାସ୍ତାରେ ଏବେ ଯାତାୟାତ ସମ୍ଭବ ହେଉନାହିଁ। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଏହି ରାସ୍ତା ମରାମତି ପାଇଁ ଦାବି ହୋଇଛି। ଏ ନେଇ ଜଳସମ୍ପଦ ବିଭାଗ ଯନ୍ତ୍ରୀ ନାରାୟଣ ନାୟକଙ୍କୁ ପଚାରିବାରୁ ସେ ଲୋକଙ୍କ ଦୁରବସ୍ଥା ସମ୍ପର୍କରେ ସ୍ବୀକାର କରିବା ସହ ଠିକାସଂସ୍ଥାକୁ ତାଗିଦ କରାଯାଇଛି। ଏଥିସହିତ ଦିନେ ଦୁଇ ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗ ହୋଇ ବ୍ରାହ୍ମଣୀ ଗାଁ ବାହାରିଥିଲେ, ଦୁର୍ଘଟଣାରେ ଚାଲିଗଲା ଜଣଙ୍କର ଜୀବନ; ଅନ୍ୟ ଜଣେ…

ବ୍ରାହ୍ମଣୀଗାଁ,୧୭।୫( ମନୋରଞ୍ଜନ ରଣା ): ଗଜପତି – କନ୍ଧମାଳ ଜିଲା ସୀମାନ୍ତ ତିଆରି ଗାଁ ନିକଟରେ ଶୁକ୍ରବାର ଏକ ବାଇକ ଦୁର୍ଘଟଣା ଘଟିଛି l ଏହି...

ଖଲ୍ଲିକୋଟ ରାଜନୈତିକ ହିଂସା: ବଡ଼ ବୟାନ ଦେଲେ ମୃତ ଦିଲ୍ଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୧୭।୫: ଖଲ୍ଲିକୋଟ ନିର୍ବାଚନୀ ହିଂସା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଦିଲ୍ଲୀପଙ୍କ ସ୍ତ୍ରୀ। ସେ କହିଛନ୍ତି, ମୋ ସ୍ବାମୀ ଦଳ ପରିବର୍ତ୍ତନ କରିବାରୁ ତାଙ୍କୁ ହତ୍ୟା...

ଭାଜପାରେ ମିଶିବାର ୧୫ ମିନିଟ୍‌ ନ ହେଉଣୁ ବିଜେଡିକୁ ଫେରିଲେ ନେତା-କର୍ମୀ; କହିଲେ ‘ଭୁଲ୍‌ ବୁଝି ପାରି…’

କେନ୍ଦୁଝର,୧୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ଜିଲା କାର୍ଯ୍ୟଳୟଠାରେ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ଫଗନ ସିଂ କୁଲସ୍ତେ ଏବଂ ରାଜସ୍ଥାନରୁ ରାଜ୍ୟସଭା ଏମ୍‌ପି...

୩ନଂ ଜୋନରେ ବିଜେଡିର ପ୍ରଚାର

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ତରଫରୁ ଶୁକ୍ରବାର ୩ନଂ ଜୋନରେ ନିର୍ବାଚନୀ ପ୍ରଚାର ହୋଇଛି। କର୍ମୀ ଏବଂ ସମର୍ଥକ ବେଲବାହାଳି...

ବ୍ରହ୍ମପୁର ରାଜନୀତିରେ ବଡ଼ ହଲଚଲ, ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ

ବ୍ରହ୍ମପୁର,୧୭।୫: ବ୍ରହ୍ମପୁର ରାଜନୀତିରେ ଚହଳ। ଗିରଫ ହେଲେ କଂଗ୍ରେସର ଏମପି ପ୍ରାର୍ଥୀ। ଦିଗପହଣ୍ଡି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁଜିତ କୁମାରଙ୍କୁ ଗିରଫ କରିଛି ପୋଲିସ।...

ଖଲ୍ଲିକୋଟ ନିର୍ବାଚନୀ ହିଂସା: କଡ଼ା ନିର୍ଦ୍ଦେଶ ଦେଲେ ଡିଜିପି ଅରୁଣ ଷଡ଼ଙ୍ଗୀ

କଟକ,୧୭।୫(ଅସମାପିକା ସାହୁ): ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT)ଖଲ୍ଲିକୋଟ ହତ୍ୟା ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ବୋଲି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି।...

କଂଗ୍ରେସର ପ୍ରଚାର ଜୋରଦାର , ଭୋଟରଙ୍କ ମନମୋହୁଛନ୍ତି ଚିତ୍ରସେନ

ପୁରୁଷୋତ୍ତମପୁର,୧୭।୫ (ସିମାଞ୍ଚଳ ମିଶ୍ର): ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ,ବିଜେଡି ଓ ଭାଜପା ମଧ୍ୟରେ ତ୍ରୀମୁଖି ଲଢେଇ ହେଉଥିବାବେଳେ ପ୍ରଚାରରେ କଂଗ୍ରେସ ପ୍ରାର୍ଥୀ ଚିତ୍ରସେନ ବେହେରା (ଉଜଳ)...

ଭତ୍ତା କହି ସରପଞ୍ଚଙ୍କ ସ୍ବାମୀ ଭୋଟ ପାଇଁ ବାଣ୍ଟୁଛନ୍ତି ଟଙ୍କା

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଙ୍ଗା ପଞ୍ଚାୟତରେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ହୋଇଛି। ପଞ୍ଚାୟତର ସରପଞ୍ଚ ହେମଲତା ଜେନାଙ୍କ ସ୍ବାମୀ ପୀତବାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri