ଶରଣକୁଳର ନିଆରା ମୁଣ୍ଡ ରାମଲୀଳା

ନୟାଗଡ଼ ଅଫିସ,୧୭।୫(ରଞ୍ଜନ କୁମାର ପ୍ରଧାନ)-ରାଜ୍ୟ ତଥା ଜିଲାର ବିଭିନ୍ନ ସ୍ଥାନରେ ରାମଲୀଳା ଯାତ୍ରା ଭିନ୍ନ ଭିନ୍ନ ସମୟରେ ଅନୁଷ୍ଠିତ ହୁଏ। ହେଲେ ନୟାଗଡ଼ ଜିଲା ଶରଣକୁଳ ଗୁଡ଼ିଆସାହିରେ ଅନୁଷ୍ଠିତ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ମୁଣ୍ଡ ରାମଲୀଳା ଯାତ୍ରା ନିଆରା। ହନୁମାନ, ରାମ, ଲକ୍ଷ୍ମଣ, ସୀତା, ବାଳୀ, ସୁଗ୍ରୀବ ଆଦି ଭୂମିକାରେ ଅଭିନୟ କରୁଥିବା କଳାକାରମାନେ କାଠରେ ତିଆରି ମୁଣ୍ଡ(ମୁଖା) ପିନ୍ଧି ଅଭିନୟ କରିଥାନ୍ତି। ଯାହା ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜେ। କାଠମୁଣ୍ଡ ପିନ୍ଧି କଳାକାରମାନଙ୍କ ଅଭିନୟ ଏତେ ହୃଦୟସ୍ପର୍ଶୀ ହୋଇଥାଏ ଯେ ଦର୍ଶକମାନେ ଯାତ୍ରା ଶେଷ ନ ହେବା ଯାଏ ସେ ସ୍ଥାନରୁ ଉଠି ଯାଇପାରନ୍ତି ନାହିଁ। ପ୍ରତିବର୍ଷ ଅକ୍ଷୟତୃତୀୟା ଠାରୁ ଏହି ଯାତ୍ରା ଆରମ୍ଭ ହୋଇ ୧୦ ଦିନ ଧରି ଚାଲିଥାଏ। କେବେ କେବେ ୧୨ ଦିନ ମଧ୍ୟ ହୋଇଥାଏ। ଚଳିତ ବର୍ଷ ଏହା ଅକ୍ଷୟତୃତୀୟାରେ ଆରମ୍ଭ ହୋଇଥିବା ବେଳେ ଶନିବାର ପୂର୍ଣ୍ଣିମା ଦିନ ଯାତ୍ରା ଶେଷ ହେବ। ପ୍ରତି ରାତ୍ରରେ ହେଉଥିବା ଏହି ଯାତ୍ରାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳଠାରୁ ଆରମ୍ଭ କରି ଦୂରଦୂରାନ୍ତରୁ ଦର୍ଶକ ଆସିଥାନ୍ତି।
ଅନୁସାରେ, ୩୦୦ ବର୍ଷ ପୂର୍ବେ ଶ୍ରୀ ଶ୍ରୀ ରଘୁନାଥଜୀଉ କାଷ୍ଠ ପ୍ରତିମାରେ ଅସୁରଢ଼ିପା ଗ୍ରାମର ଭରତ ମଣ୍ଡଳଙ୍କ ଘରେ ପୂଜା ପାଉଥିଲେ। ତାଙ୍କ ଘର ପୋଡ଼ିଯିବାରୁ ଠାକୁରଙ୍କୁ ଗ୍ରାମରେ ଥିବା କୁଡ଼ିଆ କୋଠ ଘରେ ସ୍ଥାନାନ୍ତରିତ କରାଗଲା। ସେଠାରେ ଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଉଥିଲା। କିଛିଦିନ ପରେ ପାଲୋରା ଚିକିଟି (ବର୍ତ୍ତମାନ ଗଞ୍ଜାମ ଜିଲାର ଚିକିଟି ଗ୍ରାମ) ଗ୍ରାମର ରାମଲୀଳା ଦଳ ଅସୁରଢ଼ିପା ଗ୍ରାମରେ ରାମାୟଣ ପରିବେଷଣ କରିବାକୁ ଆସିଥିଲେ । କଳାକାରମାନେ କାର୍ଯ୍ୟକ୍ରମ ପରିବେଷଣ କରିବା ପୂର୍ବରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଫଳରେ ସେମାନେ ଆଣିଥିବା ସମସ୍ତ କାଠମୁଣ୍ଡ ଓ ପୋଷାକପତ୍ରକୁ ଛାଡ଼ି ନିଜ ଗ୍ରାମକୁ ପଳାଇ ଯାଇଥିଲେ। ପରେ ଅସୁରଢ଼ିପା ଗ୍ରାମର ପଣ୍ଡିତମାନଙ୍କ ସହିତ ଆଲୋଚନା କରାଯାଇ ଉକ୍ତ କାଠମୁଣ୍ଡ ଓ ପୋଷାକପତ୍ରକୁ ଶରଣକୁଳ ଗୁଡ଼ିଆସାହିକୁ ଅଣାଯାଇଥିଲା । ଗୁଡ଼ିଆସାହିଠାରେ ପ୍ରଭୁଙ୍କ ପାଇଁ ମନ୍ଦିର କରାଯାଇ ସେଠାରେ ପ୍ରଭୁଙ୍କ ସହିତ ହନୁମାନଙ୍କ କାଠ ମୁଣ୍ଡ ପୂଜାର୍ଚ୍ଚନା କରାଗଲା। ଏହା ପରଠାରୁ ପ୍ରତି ବର୍ଷ ଅକ୍ଷୟତୃତୀୟାରେ ଗୁଡ଼ିଆସାହିରେ ମୁଣ୍ଡ ରାମଳୀଳା ଅନୁଷ୍ଠିତ ହୋଇ ଆସୁଛି। ଏପରିକି ଯେଉଁବର୍ଷ ଗୁଡ଼ିଆସାହିରେ ରାମଲୀଳା କରା ନ ଯାଏ ତେବେ ଗ୍ରାମରେ ନିଆଁ ଲାଗି ଯାଇଥାଏ ବୋଲି ଗ୍ରାମବାସୀଙ୍କ ବିଶ୍ୱାସ ରହିଛି। ସେହିଭଳି କୁହାଯାଏ ଠାକୁରଙ୍କ ଜମିକୁ ଜଣେ ହଡ଼ପ କରିବାକୁ ବସିଥିବାରୁ ତାଙ୍କ ଉପରେ ଚଡ଼କ ପଡ଼ିଥିଲା। ଭିକାରୀପଡ଼ା, ସୁଆରସାହି, ନରେନ୍ଦ୍ରପୁର, ହରିହରପୁର ଗ୍ରାମର କଳାକାର, ଗାୟକ ଓ ବାୟକମାନେ ବିନା ପାରିଶ୍ରମିକରେ ଏହି ଯାତ୍ରାରେ ଅଭିନୟ କରିଥାନ୍ତି। ଠାକୁରଙ୍କ ରାମଲୀଳା ପାଇଁ ୪୦ ଜଣ କଳାକାର ନିଜର କଳା ପ୍ରଦର୍ଶନ କରିଥାନ୍ତି। ଏହି ଯାତ୍ରାରେ ଶ୍ରୀ ବିକ୍ରମ ନରେନ୍ଦ୍ରଙ୍କର ବିଭିନ୍ନ ରାଗ ଛନ୍ଦ ପରିବେଷଣ କରାଯାଏ, ଯାହାକି ଦର୍ଶକଙ୍କୁ ମନମୁଗ୍ଧ କରିଥାଏ। ରାମଙ୍କ ବନବାସଠାରୁ ଆରମ୍ଭ କରି ଠାକୁରଙ୍କ ରାଜାଭିଷେକ ପର୍ଯ୍ୟନ୍ତ କାହାଣୀ ପରିବେଷିତ ହୁଏ। ପରିଚାଳନା କମିଟିର ସଭାପତି ସନ୍ତୋଷ କୁମାର ସାହୁ, ସମ୍ପାଦକ ଏବଂ ନାଟ୍ୟଗୁରୁ ରବି ମହାପାତ୍ର, କୋଷାଧ୍ୟକ୍ଷ ମଇନା ନାୟକ, ନାଟ୍ୟ ଅଧିକାରୀ ବାବୁଲା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥାନ୍ତି। ହନୁମାନଙ୍କ ଭୂମିକାରେ କଳାକାର ନୀଳମଣି ଦାସ, ରାମ ବାଇନ ପୁଷ୍ପପାଳକ, ଲକ୍ଷ୍ମଣ ରାଜେଶ କୁମାର ମହାପାତ୍ର, ସୀତା ଭୂମିକାରେ ସିଲୁ ମହାପାତ୍ରଙ୍କ ଅଭିନୟ ଖୁବ୍‌ ଚମତ୍କାର ହୋଇଥାଏ। ଅନ୍ୟମାନଙ୍କ ମଧ୍ୟରେ ବାଳି ସୁଗ୍ରୀବ ଆଦି ୪୦ ଜଣ କଳାକାର ସେମାନଙ୍କ କଳା ନୈପୁଣ୍ୟତା ପ୍ରଦର୍ଶନ କରିଥାନ୍ତି। ରାମ, ଲକ୍ଷ୍ମଣ, ସୀତା, ହନୁମାନ ଭୂମିକାରେ ଅଭିନୟ କରୁଥିବା କଳାକାରମାନେ ଯାତ୍ରା ଆରମ୍ଭରୁ ଶେଷ ଦିନ ପର୍ଯ୍ୟନ୍ତ ନିଷ୍ଠାରେ ରୁହନ୍ତି। ଘରକୁ ନ ଯାଇ ମନ୍ଦିରରେ ରହି ପ୍ରସାଦ ସେବନ କରନ୍ତି। ନାଟ୍ୟ ସାଜସଜ୍ଜା ମଇନା ସାହୁ କରୁଥିବା ବେଳେ ଏଥିରେ ରିଣ୍ଟୁ, ବାବୁନି ଆଦି ମୁଖ୍ୟ ସହଯୋଗୀ ରହିଛନ୍ତି। ଦିନକୁ ଦିନ ହଜି ଯାଉଥିବା ପୁରାତନ ସଂସ୍କୃତିକୁ ଜାବୁଡ଼ି ରଖିବାରେ କମିଟିର ଏହି ପଦକ୍ଷେପ ସ୍ବାଗତଯୋଗ୍ୟ । ଅନ୍ୟପକ୍ଷେ ସମସ୍ତଙ୍କ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମ ହେଉଥିବା ବେଳେ ଏଥିପାଇଁ ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳୁ ନ ଥିବା କମିଟିର ସଦସ୍ୟମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri