Odisha Elections 2024

ଶିକ୍ଷକ ଅଭାବ: ପ୍ରାଥମିକ ଶିକ୍ଷା ରସାତଳଗାମୀ

ଯାଜପୁର,୨୩ା୭(ହର୍ଷବର୍ଦ୍ଧନ ବେହେରା)ଛାତ୍ରୀଛାତ୍ରଙ୍କ ଗୁଣାତ୍ମକ ବିକାଶ, ଶିକ୍ଷାନୁଷ୍ଠାନର ଉନ୍ନତି ଏବଂ ସର୍ବୋପରି ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଛି। ହେଲେ ଯାଜପୁର ଜିଲାରେ ଶିକ୍ଷକଙ୍କ ଅଭାବ ସମସ୍ୟାର ସମାଧାନ ହୋଇପାରୁନାହିଁ। ଜିଲାର ସମୁଦାୟ ୧୪୦ଟି ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ପ୍ରାଥମିକ(ୟୁପି) ୬୦୯ ସ୍କିମ ଏବଂ ୯୧୬ ସ୍କିମ ବିଦ୍ୟାଳୟରେ ୧ା୬ା୨୦୨୩ ସୁଦ୍ଧା ୩୯ ଜଣ ପ୍ରଧାନ ଶିକ୍ଷକ(ଏଚ୍‌ଏମ୍‌) ଏବଂ ୩୪ ଜଣ ସହକାରୀ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଏହା ଜିଲାର ଉଚ୍ଚ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ରସାତଳଗାମୀ କରିଛି ବୋଲି ମତପ୍ରକାଶ ପାଇଛି।
ଜିଲାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ଲାଗି ରହିଛି। ପାଠ୍ୟପୁସ୍ତକ ପ୍ରଦାନରେ ବିଳମ୍ବ, ବିଭିନ୍ନ ଦାବି ନେଇ ଶିକ୍ଷକଙ୍କ ଆନ୍ଦୋଳନ, ଜନଗଣନା, ଭୋଟର ତାଲିକା ଆଦି କାର୍ଯ୍ୟରେ ଶିକ୍ଷକଙ୍କୁ ନିୟୋଜନ ଆଦି ଯୋଗୁ ଶିକ୍ଷାଦାନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶିକ୍ଷା ଅଧିକାର ଆଇନରେ ସମସ୍ତଙ୍କ ପାଇଁ ଶିକ୍ଷା ବାଧ୍ୟତାମୂଳକ ରହିଛି। ସରକାରୀସ୍ତରରେ ନୀତି ନିର୍ଦ୍ଧାରଣରେ ତ୍ରୁଟି ଯୋଗୁ ସେସବୁ ଆଇନ ଦିଗହରା ହୋଇ ପଡ଼ିଛି। କେଉଁଠି ୭ଟି ଶ୍ରେଣୀ ପାଇଁ ଜଣେ ଶିକ୍ଷକ ତ, କେଉଁଠି ୫ଟି ଶ୍ରେଣୀ ପାଇଁ ଜଣେ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ଏହିସବୁ ସ୍କୁଲର ଶିକ୍ଷକ ଯଦି କେବେ ଛୁଟିରେ ରୁହନ୍ତି ତେବେ ସେହି ସ୍କୁଲରେ ସେଦିନ ତାଲା ପଡୁଛି। ଜିଲାରେ ଶତାଧିକ ସ୍କୁଲର ନିଜସ୍ବ ସୁଦୃଢ଼ ଘର ସମେତ ଆବଶ୍ୟକ ଶ୍ରେଣୀ ଗୃହର ଅଭାବ ରହିଛି।
ସର୍ବଶିକ୍ଷା ଅଭିଯାନରୁ ମିଳିଥିବା ସୂଚନା ଅନୁସାରେ ଜିଲାରେ ୫୫ଟି ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ(୬୦୯ ସ୍କିମ) ରହିଛି। ଏଥିରେ ୫୫ ପ୍ରଧାନ ଶିକ୍ଷକ ଓ ୫୫ ସହକାରୀ ଶିକ୍ଷକ ନିଯୁକ୍ତ ହେବା କଥା। କିନ୍ତୁ ସେଥିରୁ ୨୧ ଜଣ ପ୍ରଧାନଶିକ୍ଷକ ଏବଂ ୨୨ ସହକାରୀ ଶିକ୍ଷକ ପଦବୀ ଖାଲି ପଡିଛି। ସେଥିରୁ ଧର୍ମଶାଳା ବ୍ଲକରେ ସର୍ବାଧିକ ୧୫ ଶିକ୍ଷକ ପଦବୀ ପୂରଣ ହୋଇପାରିନାହିଁ। ସେହିପରି ଜିଲାରେ ୮୫ଟି ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (୯୧୬ ସ୍କିମ) ରହିଛି। ଏଥିରେ ୮୫ ଜଣ ଲେଖାଏ ମୋଟ ୧୭୦ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ନିଯୁକ୍ତି ମିଳିବା କଥା। କିନ୍ତୁ ଏଥିରେ ୧୮ ପ୍ରଧାନ ଶିକ୍ଷକ ଓ ୧୨ ସହକାରୀ ଶିକ୍ଷକ ପଦବୀ ଖାଲି ପଡିଛି। ଏଥିରେ ବିଞ୍ଝାରପୁର ବ୍ଲକର ସମସ୍ତ ୭ଟି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନାହାନ୍ତି। ଉପରୋକ୍ତ ପଦବୀଗୁଡ଼ିକୁ ପୂରଣ କରିବାକୁ ଯାଜପୁର ଜିଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ହେଁ କିଛି ସୁଫଳ ମିଳୁ ନ ଥିବା ସୂଚନା ମିଳିଛି। ଏପରିଭାବେ ଉପରୋକ୍ତ ବର୍ଗର ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ପଦବୀ ପୂରଣ କରା ନ ଯାଇ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ନଷ୍ଟ କରାଯାଉଛି ବୋଲି ମତପ୍ରକାଶ ପାଇଛି।
ଅନ୍ୟପକ୍ଷରେ ଶିକ୍ଷକ ବଦଳିରେ ମନମୁଖି କାର୍ଯ୍ୟ ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଛି। ଏଠାରେ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ବଦଳିକୁ ନେଇ ଏକ ପ୍ରକାର ବ୍ୟବସାୟ ଚାଲିଛି ବୋଲି ଚର୍ଚ୍ଚା ହେଉଛି। ସରକାରଙ୍କ ପ୍ରଦତ୍ତ ଗାଇଡ୍‌ଲାଇନ୍‌କୁ ନ ମାନି କେତେଜଣ ନେତାଙ୍କ ନିର୍ଦ୍ଦେଶରେ ବଦଳି କରାଯାଉଥିବା ଅଭିଯୋଗ ହେଉଛି। ନିର୍ବାଚିତ ଲୋକପ୍ରତିନିଧି ବଦଳି କମିଟିରେ ସଭ୍ୟ ଥିବାରୁ ସେମାନଙ୍କ ପତିଆରାରେ ବଦଳି ପାଲା ଚାଲିଛି ବୋଲି ଅଭିଯୋଗ ହେଉଛି। ଏହି କାରଣରୁ ଅଧିକାଂଶ ସ୍କୁଲରେ ଶିକ୍ଷକ ଅଭାବ ପରିଲକ୍ଷିତ ହେଉଥିବା ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ବାଇଁଙ୍କୁ ପଚାରିବାରେ ସେ କହିଛନ୍ତି, ୬୦୯ ବର୍ଗ ୟୁପି ସ୍କୁଲଗୁଡ଼ିକରେ ଶିକ୍ଷକମାନଙ୍କୁ ପଦୋନ୍ନତି ଦେଇ ପ୍ରଧାନଶିକ୍ଷକ ପଦବୀ ପୂରଣ କରାଯାଇଛି। ୯୧୬ ସ୍କିମ ବିଦ୍ୟାଳୟ ସମ୍ପର୍କରେ ନିୟମ ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ଶୁର ବଳାତ୍କାର କରିବା ପରେ ଚରମ ନିଷ୍ପତ୍ତି ନେଲେ ମହିଳା

ଭବାନୀପାଟଣା,୨୨ା୫(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ବିବାହିତା ମହିଳାଙ୍କୁ ନିଜ ସମ୍ପର୍କୀୟ ଦେଢ଼ଶୁର ବଳାତ୍କାର କରିଥିବା ନେଇ ଥାନାରେ...

ଜୁନାଗଡ଼ରେ ପ୍ରାଚୀନ ନଗର ସଭ୍ୟତାର ସନ୍ଧାନ

ଭବାନୀପାଟଣା,୨୨ା୫(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ପ୍ରାଚୀନ ନଗର ସଭ୍ୟତା ଧ୍ୱଂସାବଶେଷର ସନ୍ଧାନ ମିଳିଛି। ଅନ୍ତର୍ଜାତୀୟ ପତ୍ରିକା ‘ହେରିଟେଜ୍‌’ରେ ଏ ସମ୍ପର୍କିତ ରିପୋର୍ଟ ପ୍ରକାଶ...

ମୁଖ୍ୟମନ୍ତ୍ରୀଙ୍କ ବ୍ଲାଙ୍କ୍‌ ଚେକ୍‌ କଟକର ବିକାଶ ପାଇଁ ବିନିଯୋଗ କରିବି

୨୦ ବର୍ଷରୁ ଅଧିକ ହେବ ରାଜନୀତି, କଟକର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ସହ ଜଡିତ ରହିଛନ୍ତି ପ୍ରକାଶ ବେହେରା। ପୂର୍ବରୁ ସେ ସାଲେପୁରର...

ଦୁର୍ଘଟଣାରେ ଇସ୍ରୋ ଛାତ୍ରଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସୋର, ୨୨ା୫(ଜନ୍ମେଜୟ ମିଶ୍ର):ଇସ୍ରୋରେ ପାଠ ପଢୁଥିବା ସୋର ପୌରାଞ୍ଚଳ ୧ ନମ୍ବର ୱାର୍ଡ ବାରପଡା ଗ୍ରାମର ଶ୍ରବଣ କୁମାର ଦାସ(୨୧)ଙ୍କ ସୋମବାର କାର୍‌ ଦୁର୍ଘଟଣାରେ ମୃତ୍ୟୁ...

୨୪ ଘଣ୍ଟାରେ ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ

ପୁରୀ,୨୨ା୫(ଅଜିତ୍‌ କୁମାର ମହାନ୍ତି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋମବାର ପୁରୀରେ ରୋଡ୍‌ ଶୋ’ ପରେ ଭାଜପାର ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକ ସଭା ଆସନରେ...

ଖୋର୍ଦ୍ଧା ଜିଲାରେ ନିର୍ବାଚନ ପ୍ରସ୍ତୁତି: ଭୁବନେଶ୍ୱର ମଧ୍ୟରେ ବୁଥ୍‌ ପରିଚାଳନା କରିବେ ମହିଳା

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨୧।୫ : ରାଜ୍ୟରେ ୩ୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ ।...

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri