Odisha Elections 2024

ରାମ୍‌କୋର ଭୂତଳ ଜଳ ଚୋରି

ଯାଜପୁର,୧୭ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁରଠାରେ ପ୍ରତିଷ୍ଠିତ ରାମ୍‌କୋ ସିମେଣ୍ଟ କାରଖାନା ପ୍ରାୟ ୮ଟି ବୋରୱେଲ ମାଧ୍ୟମରେ ମନଇଚ୍ଛା ଭୂତଳ ଜଳ ଚୋରି କରୁଥିବା ଅଭିଯୋଗ ହେଉଛି। ଏଥିଯୋଗୁ ଆଖପାଖ ୭ଟି ଗ୍ରାମର ନଳକୂପରୁ ପାଣି ବାହାରୁ ନାହିଁ ଏବଂ କୂଅପୋଖରୀ ଶୁଖି ଯାଉଥିବା ସ୍ଥାନୀୟ ଅଞ୍ଚଳର ଶ୍ରୀଧର କୁମାର ରାଉତ, ଜୟଦେବ ନାୟକ, ହେମନ୍ତ କୁମାର ପାଢ଼ୀ ପ୍ରମୁଖ କହିଛନ୍ତି।
ରାଜ୍ୟ ଜଳ ସମ୍ପଦ ବିଭାଗ ଚିଫ୍‌ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟରୁ ୨୦୧୮ ଅଗଷ୍ଟରେ ରାମ୍‌କୋ ସିମେଣ୍ଟ କାରଖାନାର ନିର୍ମାଣ ଏବଂ ପାନୀୟ ଜଳ ଉଦ୍ଦେଶ୍ୟରେ ଦୈନିକ ୧୦୦ କିଲୋଲିଟର ଭୂତଳ ଜଳ ବ୍ୟବହାର କରିବାକୁ ଅନୁମତି ମିଳିଥିଲା। ଉକ୍ତ ଅନୁମତି ପତ୍ରରେ ୧୭ରୁ ଊର୍ଦ୍ଧ୍ୱ ସର୍ତ୍ତ ରହିଥିଲା। ବିଶେଷକରି କାରଖାନାରେ ଉତ୍ପାଦନ ଆରମ୍ଭ ହେବା ପରେ ଭୂପୃଷ୍ଠରେ ବୋହିଯାଉଥିବା ପାଣି ବ୍ୟବହାର କରିବା ଏବଂ ପରବର୍ତ୍ତୀ ସମୟରେ ଭୂତଳ ଜଳ ବ୍ୟବହାରକୁ ବନ୍ଦ କରିବାକୁ ପଡ଼ିବ ବୋଲି ସର୍ତ୍ତ ରହିଥିଲା। ଗତ ପ୍ରାୟ ୩ ବର୍ଷ ହେଲା ରାମ୍‌କୋ ଉତ୍ପାଦନ ଆରମ୍ଭ କରିସାରିଛି। କିନ୍ତୁ ଭୂତଳ ଜଳ ବ୍ୟବହାରକୁ ନେଇ ଜଳ ସମ୍ପଦ ବିଭାଗର କୌଣସି ନୀତିନିୟମକୁ କମ୍ପାନୀ ମାନୁ ନ ଥିବା ଅଭିଯୋଗ ହେଉଛି। ଇପିକଲ ପକ୍ଷରୁ ଯୋଗାଇ ଦିଆଯାଇଥିବା ୧୦୦ ଏକର ଜମିରେ ରାମ୍‌କୋ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ ପ୍ରତିଷ୍ଠା କରିଥିବାବେଳେ ଏଥିପାଇଁ ଜନଶୁଣାଣି ହୋଇନାହିଁ। ଏହାଛଡ଼ା ଏହି ୧୦୦ ଏକର ପରିସର ବାହାରେ ରାମ୍‌କୋ ପାଣି ପାଇଁ ଏକ ପୋଖରୀ ଖନନ କରିଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡିଛି। ଏହି ପୋଖରୀ ପାଣିରେ ଖରାଦିନେ ୧୫ ଦିନ ବି କାରଖାନା ଚଳାଇବା ସମ୍ଭବ ନୁହେଁ। ତେଣୁ ବିକଳ୍ପ ଭାବେ ରାମ୍‌କୋ ଏକାଧିକ ବୋରୱେଲ ଖୋଳି ପାଣି ଉତ୍ତୋଳନ କରୁଥିବାରୁ ଯୋଗଡ଼ା, ରଘୁନାଥପୁର, ମୁରାରିପୁର, ଖୁଣ୍ଟା, ଗୁଆରଙ୍ଗ, ଥାନୁଆଲ, ଶ୍ରୀବନ୍ତପୁର ପ୍ରଭୃତି ଗ୍ରାମର ନୂଳକୂପରୁ ପାଣି ବାହାରୁ ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ବେଆଇନ ଭୂତଳ ଜଳ ଉତ୍ତୋଳନ ଉପରେ ନିୟନ୍ତ୍ରଣ କରିବାକୁ ଗଠିତ ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ (ସିଜିଡବ୍ଲ୍ୟୁବି) ଓ ଡିଷ୍ଟ୍ରିକ୍ଟ ଲେଭଲ ଇଭାଲ୍ୟୁଶନ କମିଟି(ଡିଏଲ୍‌ଇସି) ଏବଂ ଭୁବନେଶ୍ୱର ଭୂତଳ ଜଳ ବିକାଶ ନିର୍ଦ୍ଦେଶକ ରାମ୍‌କୋର ଏହି ବେଆଇନ କାର୍ଯ୍ୟ ପ୍ରତି ଖାଲି ଆଖି ବନ୍ଦ କରିନାହାନ୍ତି ବରଂ ସହଯୋଗୀ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଭୂତଳ ଜଳ ହ୍ରାସ ନେଇ ଅଞ୍ଚଳବାସୀ ଯେତେ ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ଜଳ ସମ୍ପଦ ବିଭାଗର ଇଞ୍ଜିନିୟର-ଇନ୍‌-ଚିଫ୍‌ କାର୍ଯ୍ୟାଳୟର ଚିଫ୍‌ ଇଞ୍ଜିନିୟର ଦେବୀଦତ୍ତ ଆର୍‌. ଆର୍‌. ପଟ୍ଟନାୟକ ୧୩ା୭ା୨୦୨୩ରେ ତାଙ୍କ ମାସିକ ଅଗ୍ରଗତି ରିପୋର୍ଟରେ ବେଆଇନ ଭୂତଳ ଜଳ ଉତ୍ତୋଳନ ନିୟନ୍ତ୍ରଣ ଉପରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଦର୍ଶାଇଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ସଂକ୍ରାନ୍ତରେ ରାମ୍‌କୋର ଜେନେରାଲ ମ୍ୟାନେଜର ଅଜିତ କୁମାର ପଲଙ୍କୁ ପଚାରିବାରୁ ସେ କହିଛନ୍ତି, ଉତ୍ପାଦନ ପାଇଁ ପୋଖରୀ ପାଣି ବ୍ୟବହାର କରାଯାଉଛି। ବୋରୱେଲରୁ ପାଣି ଆଉ ଉତ୍ତୋଳନ କରାଯାଉନାହିଁ। ବୋରୱେଲ ପାଣି ବ୍ୟବହାର ଅଭିଯୋଗର କୌଣସି ସତ୍ୟତା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଗାଁ ବୁଲି ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହୀ ବ୍ଲକର ଢେଙ୍କା, ଓରାଳି ଏବଂ ସମଣା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଜେଡି ବିଧାୟକ...

‘୧୮ ମାସରେ ଚିଟ୍‌ଫଣ୍ଡ ଦୋଷୀଙ୍କୁ ଜେଲ୍‌ରେ ପୂରାଇବୁ’

ସମ୍ବଲପୁର,୨୧।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମ୍ବଲପୁର ସଭାରେ ଆସୁ ଆସୁ ବର୍ଷିଛନ୍ତି। ଶାହା କହିଛନ୍ତି, ଭାଜପା ସରକାର ଆସିଲେ ମେଡିକାଲ ସାଇନ୍ସ ଓଡ଼ିଆରେ...

ଓଡ଼ିଶାକୁ ଶାସନ କିଏ କରିବ, କହିଦେଲେ ଅମିତ ଶାହା

ସମ୍ବଲପୁର,୨୧।୫: ସମ୍ବଲପୁର ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିରାଟ ଜନସଭାକୁ ସମ୍ବୋଧିତ କରୁଛନ୍ତି। ଏହି ସମୟରେ ଶାହା ବିଜେଡି ଉପରେ...

ଶତାଧିକ କଂଗ୍ରେସ, ଭାଜପା କର୍ମୀ ବିଜେଡିରେ ସାମିଲ

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର କାଠକଟା ପଞ୍ଚାୟତର ଶତାଧିକ କଂଗ୍ରେସ ଏବଂ ଭାଜପା କର୍ମୀ ସୁବ୍ରତ ସାମଲଙ୍କ ତତ୍ୱାବଧାନରେ ବିଜେଡିରେ ସାମିଲ ହୋଇଛନ୍ତି...

ନିର୍ବାଚନ ପାଇଁ ଜମି, ଛେଳି ବିକିଲେ ବିଧାୟକ ପ୍ରାର୍ଥୀ

କେନ୍ଦୁଝର, ୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ରର ବିକାଶ ପାଇଁ ଏଥର ପ୍ରାର୍ଥୀ ହୋଇଛନ୍ତି ଦିବ୍ୟାଙ୍ଗ ଦତ ମୁଣ୍ଡା (୫୩)। ତେବେ...

ଇଲେକ୍ସନ ଡ୍ୟୁଟି ସାରି ଫେରୁଥିବା ପୋଲିସ କର୍ମଚାରୀ ଗାଡି ଦୁର୍ଘଟଣାଗ୍ରସ୍ତ

ଛତ୍ରପୁର,୨୧।୫ (ଦିଲ୍ଲୀପ ସାମଲ): ଇଲେକ୍ସନ ଡ୍ୟୁଟି ସାରି ଭଞ୍ଜନଗରରୁ ଏକ ବସ ପୋଲିସ କର୍ମଚାରୀଙ୍କୁ ଧରି ଛତ୍ରପୁର ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଛତ୍ରପୁର ଡିଆରଡିଏ ଛକ...

ବାରିଗାଁରେ ପିଇବା ପାଣି ପାଇଁ ହାହାକାର

କେନ୍ଦୁଝର,୨୧।୫(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଠବାରୀ ପଞ୍ଚାୟତ ବାରିଗାଁରେ ପିଇବା ପାଣି ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଗାଁରେ ବସୁଧା ଯୋଜନାରେ...

ଅରଡ଼େଇ ଜଳ ପ୍ରବାହ ରୋକିବାକୁ ଚକ୍ରାନ୍ତ

କେନ୍ଦୁଝର,୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝରର ବାରାହାରାଶି ପର୍ବତରୁ ବାହାରିଥିବା ଚିରଶ୍ରୋତା ନଦୀ ଅରଡ଼େଇର ଜଳସ୍ତର ହ୍ରାସ ପାଉଛି। ପୂର୍ବରୁ ସହରର ମଇଳା ଆବର୍ଜନା ଯୁକ୍ତ ପାଣିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri