ବର୍ଷାରେ କଟକ ଜଳାର୍ଣ୍ଣବ

କଟକ,୧୬।୭(ସୁପ୍ରିୟା ପ୍ରିୟଦର୍ଶିନୀ)ଲଘୁଚାପଜନିତ ଲଗାଣ ବର୍ଷାରେ କଟକ ସହରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି। ଅନେକ ଗଳି ରାସ୍ତାରେ ବର୍ଷାପାଣି ଲହଡ଼ି ଭାଙ୍ଗୁଛି। ସେହିପରି ଆଉ କେତେକ ଅଞ୍ଚଳର ଲୋକଙ୍କ ଘରେ ପାଣି ପଶିଯାଇଛି। ଏଥିପାଇଁ ସେମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବର୍ଷାଜଳ ନିଷ୍କାସନ ପାଇଁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଉ ନ ଥିବାରୁ ପ୍ରତିବର୍ଷ ସହରବାସୀ ଜଳବନ୍ଦୀ ଅବସ୍ଥାରେ ରହୁଛନ୍ତି। ଏହାକୁ ନେଇ ଅସନ୍ତୋଷ ଜୋର୍‌ ଧରିଛି। ତୁରନ୍ତ ଏହାର ସ୍ଥାୟୀ ସମାଧାନ ପାଇଁ ସହରବାସୀ ଦାବି କରିଛନ୍ତି।
ବର୍ଷା ପୂର୍ବରୁ ସହରରେ ପଙ୍କୋଦ୍ଧାର କାର୍ଯ୍ୟ ସରିନାହିଁ। ଏପରି କି ଡ୍ରେନ୍‌ଗୁଡିକ ବିପର୍ଯ୍ୟସ୍ତ ଅବସ୍ଥାରେ ଥିବାରୁ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ଜଳବନ୍ଦୀ ସ୍ଥିତି ଉପୁଜିଛି। ବିଶେଷକରି ବାଦାମବାଡି, ମେହେନ୍ଦିପିର, ଦିଓ୍ବାନ ବଜାର, ଖଟବିନ୍‌ ସାହି, ମହମ୍ମଦିଆ ବଜାର ଅଞ୍ଚଳର ରାସ୍ତାରେ ବର୍ଷାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ସେହିପରି ମେରିଆ ବଜାର, ନୂଆ ରାଉସାପାଟଣା, ସୂତାହାଟ, ରୋଭର ଷ୍ଟ୍ରିଟ୍‌, ପଟ୍ଟାପୋଲ ଅଞ୍ଚଳରେ ଲୋକମାନେ ଘରେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି ସିଏମ୍‌ସି ପକ୍ଷରୁ ଜୋରସୋରରେ ପ୍ରଚାର କରାଯାଉଛି। ବର୍ଷାକୁ ନଜରରେ ରଖି ସିଏମ୍‌ସି କାର୍ଯ୍ୟ ଆରମ୍ଭ କରିଛି। ଚଳିତବର୍ଷ ବର୍ଷାଦିନେ ସହର ଜଳମୟ ହେବନି ବୋଲି ମେୟର କହିଥିବାବେଳେ ଶନିବାର ସ୍ଥିତି ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଗ୍‌ ବସ୍‌ ଜିତିଲେ ଗୌରବ: ଜାଣନ୍ତୁ ତାଙ୍କ ବିଷୟରେ ରୋଚକ କଥା

କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌ ୧୯ରେ ବାଜିମାରି ନେଇଛନ୍ତି ଗୌରବ ଖାନ୍ନା। ଏଥିସହ ସାଢ଼େ ୩ ମାସ ଧରି ଚାଲିଥିବା...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକର ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

ହ୍ୟୁମାଙ୍କ ମୃତ୍ୟୁ ମାମଲାରେ ଆସିଲା ବଡ଼ ଟୁଇଷ୍ଟ: ଅର୍ପିତାଙ୍କୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ସ୍ତ୍ରୀ ଶ୍ରୀୟା

ବଲାଙ୍ଗୀର,୮।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟିଟିଲାଗଡ଼ରେ ରବିବାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାଇଁ ଥିଲା ଶ୍ରଦ୍ଧାଞ୍ଜଳି ସଭା। ଏହି ସଭାରେ ଅଭିନେତା ଅନୁଭବ ମହାନ୍ତି, ଅସିମା...

ନେତାନ୍ୟାହୁଙ୍କ ବଡ଼ ବୟାନ, କହିଲେ ରାଜନୀତି ଛାଡ଼ିବି ନାହିଁ

ଜେରୁଜେଲମ,୮।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ସେ ଏହି ମାସ ଶେଷରେ ଗାଜା ଶାନ୍ତି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଉପରେ ଆମେରିକା ରାଷ୍ଟ୍ରପତି...

ଟି-୨୦ରେ ୧୬ ଛକା ମାରି କ୍ରିକେଟ୍‌ ଜଗତରେ ଚହଳ ପକାଇଲେ ଏହି କ୍ରିକେଟର୍‌ ମାତ୍ର ୬୩ ବଲ୍‌ରେ କଲେ…

ନୂଆଦିଲ୍ଲୀ,୮।୧୨: ଟି-୨୦ ଅନ୍ତର୍ଜାତୀୟ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟ, ୨୦୦ରୁ ଅଧିକ ରନର ଟାର୍ଗେଟକୁ ବିଜୟୀ ଲକ୍ଷ୍ୟ ଭାବରେ ବିବେଚନା କରାଯାଏ। କିନ୍ତୁ ଗୋଟିଏ ମ୍ୟାଚରେ...

ପିକ୍‌ନିକ୍‌ ସ୍ପଟ୍‌ ଶାନ୍ତିବନ: ମନ ଭିତରେ ଆପେ ଆପେ ସୃଷ୍ଟି ହୋଇଯାଏ ଆଧ୍ୟାତ୍ମିକ ଭାବନା

କର୍ଲାମୁଣ୍ଡା,୮ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଓ ମ. ରାମପୁର ବ୍ଲକ୍‌ ମସ୍କାଦାଣ୍ଡି ଗ୍ରାମ ସୀମାରେ ରହିଛି ଶାନ୍ତିବନ ଗ୍ରାମ୍ୟ ଜଙ୍ଗଲ।...

ଇଣ୍ଡିଗୋ ସଙ୍କଟ: ତତକାଳ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ କହିଲେ…

ନୂଆଦିଲ୍ଲୀ,୮।୧୨: କ୍ରମାଗତ ସପ୍ତମ ଦିନ ପାଇଁ ବହୁ ସଂଖ୍ୟାରେ ଇଣ୍ଡିଗୋ ବିମାନ ବାତିଲ କରାଯାଉଛି। ଏହି ମାମଲାରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ...

ଟେଷ୍ଟ-ଟି୨୦ କ୍ରିକେଟରୁ ଅବସର ପ୍ରତ୍ୟାହାର କରି ସମସ୍ତଙ୍କୁ ଚମକାଇଦେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଢାକା,୮।୧୨: ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ସାକିବ ଅଲ ହାସନ ଟେଷ୍ଟ ଏବଂ ଟି-୨୦ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ସେ କହିଛନ୍ତି,ସେ ବର୍ତ୍ତମାନ ତିନୋଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri