ସୁସ୍ଥ ଲୋକକୁ ସଜାଇଦେଲେ ରୋଗୀ

ଢେଙ୍କାନାଳ, ୧୫।୭(ରତନ ନାୟାର): ‘ମୁଁ ଆଜ୍ଞା ସୁସ୍ଥ ଲୋକ । ପ୍ରତିଦିନ ପରିଶ୍ରମ କରେ। ବାହାବା ନେବା ପାଇଁ ‘୫-ଟି’ ସଚିବଙ୍କ ଆଗରେ ମିଛରେ ରୋଗୀ ସଜେଇ ଦେଲେ। ଏହି ଘଟଣାରେ ଯେଉଁମାନେ ଦୋଷୀ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।’ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ)ରେ କୌଣସି ଲାଭ ନେଇ ନ ଥିବା ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ରୋଗୀ ବୋଲି ଦର୍ଶାଇବା ଘଟଣା ଢେଙ୍କାନାଳ ଜିଲା ସ୍ବାସ୍ଥ୍ୟ ବିଭାଗ ଅଡୁଆ ବଢ଼ାଇଥିବାବେଳେ ଅଭିଯୋଗକାରୀଙ୍କ ଏଭଳି ବୟାନ ବିଭାଗୀୟ ଅପାରଗତାକୁ ପଦାରେ ପକାଇଛି। ଏହା ଭାତ ହାଣ୍ଡିରୁ ଗୋଟିଏ। ତଦନ୍ତ କରାଗଲେ ବିଏସ୍‌କଓ୍ବୋଇ ଯୋଜନାରେ ହୋଇଥିବା ଏଭଳି ଅନେକ ଦୁର୍ନୀତି ଧରାପଡ଼ିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଗତ ୧୨ ତାରିଖରେ ‘୫-ଟି’ ସଚିବଙ୍କ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ସମୟରେ ବିଏସ୍‌କଓ୍ବୋଇ ହେଲ୍‌ପ ଡେସ୍କରେ ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ କେରଜୋଳି ପଞ୍ଚାୟତ ଝାଞ୍ଜିରବେରେଣା ଗ୍ରାମର ଅଙ୍କୁର ସିଂଙ୍କ ନାମକୁ ହିତାଧିକାରୀ ଭାବେ ଦର୍ଶାଯାଇଥିଲା। ଏହାକୁ ଦେଖିବା ପରେ ଅଙ୍କୁର ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଘଟଣାରେ ନ୍ୟାୟ ପ୍ରଦାନ କରିବା ପାଇଁ ସେ ଶୁକ୍ରବାର ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଅତିରିକ୍ତ ଜିଲାପାଳ (ରାଜସ୍ବ) ଉଦୟ କୁମାର ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି।
ଅଙ୍କୁରଙ୍କ ଅଭିଯୋଗରୁ ଜଣାପଡ଼ିଛି, ଗତ ୮ ତାରିଖରେ ତାଙ୍କ ସ୍ତ୍ରୀ ସୁଲୋଚନାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ତାଙ୍କୁ ଢେଙ୍କାନାଳ ସହରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ସେ ଭର୍ତ୍ତି କରିଥିଲେ। ସେଠାରେ ସ୍ତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ନବଜାତକ ଜଣ୍ଡିସ୍‌ରେ ଆକ୍ରାନ୍ତ ଥିବାରୁ ମା’ ଏବଂ ଛୁଆକୁ ୧୦ ତାରିଖରେ ଜିଲା ଚିକିତ୍ସାଳୟରେ ଆଡ୍‌ମିଟ୍‌ କରାଇଥିଲେ। ୧୨ ତାରିଖରେ ‘୫-ଟି’ ସଚିବ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ଉକ୍ତଦିନ ବିଏସ୍‌କଓ୍ବୋଇ ହେଲ୍‌ପ ଡେସ୍କରେ ଅଙ୍କୁରଙ୍କ ନାମ ଉଲ୍ଲେଖଥିବା ତାଙ୍କ ନଜରକୁ ଆସିଥିଲା। ତାଙ୍କ ହର୍ନିଆ ଅପରେଶନ ହୋଇଥିବା ଯୋଜନା କାର୍ଡରେ ଦର୍ଶାଯାଇଥିଲା। କେବଳ ଏତିକି ନୁହେଁ, ସେଥିରେ ତାଙ୍କ ସ୍ତ୍ରୀଙ୍କ ଫଟୋ ମଧ୍ୟ ରହିଥିଲା। ହେଲେ ପ୍ରକୃତରେ ସୁଲୋଚନା କିମ୍ବା ଅଙ୍କୁରଙ୍କ କୌଣସି ଅପରେଶନ ହୋଇ ନ ଥିଲା। ଜିଲା ସ୍ବାସ୍ଥ୍ୟ ବିଭାଗ ନିଜର ବାହାବା ନେବା ପାଇଁ ଏଭଳି ମିଥ୍ୟା ତଥ୍ୟ ଉଲ୍ଲେଖ କରିଥିଲା। ଅଙ୍କୁର ଜାଣି ନ ଥିବା ଘରୋଇ ନର୍ସିଂହୋମର ନାମ ଲେଖି ତାଙ୍କୁ ଲୋକହସା କରାଯାଇଥିଲା। ବିଏସ୍‌କଓ୍ବୋଇ ରାଜ୍ୟ ସରକାରଙ୍କ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଏହାକୁ ଜିଲା ସ୍ବାସ୍ଥ୍ୟ ବିଭାଗ ଦୁରୁପଯୋଗ କରୁଛି। ଯେଉଁମାନେ ଏଭଳି କାର୍ଯ୍ୟରେ ସମ୍ପୃକ୍ତ, ସେମାନଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଙ୍କୁର ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡା. ଅଶୋକ କୁମାର ଦାଶ କୁହନ୍ତି, ବିଏସ୍‌କଓ୍ବୋଇ ବୁଝାବୁଝି କରିଥିବା ୨ ସ୍ବାସ୍ଥ୍ୟମିତ୍ର ଭୁଲ୍‌ ସୂଚନା ଦେଇଥିବା ଜଣାପଡ଼ିଛି। ପ୍ରିଣ୍ଟର୍ସ ମଧ୍ୟ ଭୁଲ୍‌ କରିଛନ୍ତି। ଉଭୟ ସ୍ବାସ୍ଥ୍ୟମିତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଅତିରିକ୍ତ ଚିକିତ୍ସାଧିକାରୀ (ମେଡିକାଲ)ଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ରିପୋର୍ଟ ମିଳିବା ପରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସଚିବଙ୍କୁ ମଧ୍ୟ ଏ ସଂକ୍ରାନ୍ତରେ ଅବଗତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri