Odisha Elections 2024

ଘରୋଇ ଚିକିତ୍ସାକୁ ପ୍ରୋତ୍ସାହନ

ଯାଜପୁର,୧୪ା୭(ହର୍ଷବର୍ଦ୍ଧନ ବେହେରା): କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ତଥା ଯାଜପୁର ଜିଲାର ଅନ୍ୟତମ ପ୍ରମୁଖ ସହର ଯାଜପୁରରୋଡକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଉଛି। ଏହି ସହରର ଜନସଂଖ୍ୟା ବେସରକାରୀ ଭାବେ ପ୍ରାୟ ଦେଢଲକ୍ଷ ପାଖାପାଖି ହେଲାଣି। ହେଲେ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚସି)ରେ ସ୍ବାସ୍ଥ୍ୟସେବା ସୀମିତ ରହିଛି। ଅର୍ଥୋପେଡିକ ବିଭାଗ, ବିଶେଷଜ୍ଞ ଡାକ୍ତର, ଲାବୋରୋଟୋରୀ ଟେକ୍ନିସିଆନ, ଫାର୍ମାସିଷ୍ଟ ସହ ଆବଶ୍ୟକ ଯନ୍ତ୍ରପାତି ଓ ଭିତ୍ତିଭୂମିର ଅଭାବ ସହ ଏଠାରେ ରାଜ୍ୟ ସରକାରଙ୍କ ଉଦାସୀନତା ସହରବାସୀଙ୍କୁ ଅତିଷ୍ଠ କରିଛି। ଏପରି କି ଯାଜପୁରରୋଡ ସହରବାସୀଙ୍କ ପାଇଁ ସ୍ବାସ୍ଥ୍ୟସେବା ରାଜନୈତିକ ଅବହେଳାର ଶିକାର ହେଉଥିବା ଚର୍ଚ୍ଚା ହେଉଛି। ଏହି କାରଣରୁ ପୂର୍ବ ପ୍ରତିଶ୍ରୁତି ଉପଖଣ୍ଡସ୍ତରୀୟ ଡାକ୍ତରଖାନା, ସୁପର ସ୍ପେଶିଆଲିଟି ହସ୍ପିଟାଲ, ୧୦୦ ଶର୍ଯ୍ୟା ବିଶିଷ୍ଟ ଡାକ୍ତରଖାନା ଆଦି ଧୂଆଁବାଣ ହୋଇଛି ବୋଲି ମତପ୍ରକାଶ ପାଇଛି।
ଅନ୍ୟପକ୍ଷେ ଏହାର ସୁଯୋଗରେ କଟକ, ଭୁବନେଶ୍ୱର, ଯାଜପୁର ଓ ଯାଜପୁରରୋଡ ସିଏଚ୍‌ସିରେ କାର୍ଯ୍ୟରତ କେତେଜଣ ସରକାରୀ ଡାକ୍ତରଙ୍କ ବ୍ୟବସାୟିକ ପେଣ୍ଠସ୍ଥଳୀ ପାଲଟିଛି ବ୍ୟାସନଗର ସହର। ସହରରେ ଥିବା ୩୦ରୁ ଊର୍ଦ୍ଧ୍ୱ ମେଡିସିନ ଷ୍ଟୋର ସମେତ ନିଜ ଘରେ ଡାକ୍ତରମାନେ ସ୍ବାସ୍ଥ୍ୟସେବାକୁ ବ୍ୟବସାୟୀକରଣ କରିଛନ୍ତି। ଅବସରପ୍ରାପ୍ତ ଡାକ୍ତରମାନଙ୍କ ପାଇଁ ଏହା ସ୍ବାଗତଯୋଗ୍ୟ ହୋଇଥିବାବେଳେ ଏଥିଯୋଗୁ ସରକାରୀ ଚାକିରୀରେ ଥିବା ଡାକ୍ତରମାନେ ଅଧିକାଂଶ ସମୟରେ ତାଙ୍କ କର୍ତ୍ତବ୍ୟରେ ଅବହେଳା କରୁଥିବାରୁ ସାଧାରଣ ରୋଗୀ ହଇରାଣ ହେଉଥିବା ନଜିର ରହିଛି। ବିଶେଷକରି ଯାଜପୁର ରୋଡ ସିଏଚ୍‌ସିରେ କାର୍ଯ୍ୟରତ ପ୍ରସୂତି ଓ ସ୍ତ୍ରୀ ରୋଗ ଏବଂ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରୋଗୀମାନଙ୍କୁ କ୍ଲିନିକ ଓ ଘରକୁ ଯିବାକୁ ପ୍ରବର୍ତ୍ତାଉଥିବା ଅଭିଯୋଗ ହେଉଛି। ଏଥିଯୋଗୁ ଆର୍ଥିକ ସ୍ବଚ୍ଛଳବର୍ଗର ଲୋକମାନେ ୩୦୦ ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଫି ଦେଇ ସ୍ବାସ୍ଥ୍ୟସେବା ପାଉଥିବାବେଳେ ଗରିବ ନୀରିହ ଲୋକ ଏଥିରେ ହଇରାଣ ହେଉଥିବା ମତପ୍ରକାଶ ପାଇଛି।
କଳିଙ୍ଗନଗର ଅଞ୍ଚଳ ସମେତ ବ୍ୟାସନଗର ଓ ଏହାର ଆଖପାଖ ଅଞ୍ଚଳବାସୀଙ୍କ ରୋଗଦୁଃଖ ଚିର ସହଚର ହୋଇଛି। କିଡ୍‌ନୀ, ଯକ୍ଷ୍ମା, ଜ୍ୱର, ଝାଡାବାନ୍ତି, ହଇଜା, ଦୁର୍ଘଟଣା ଜନିତ ଆହତ ଓ ଅନ୍ୟାନ୍ୟ ପେଟ ରୋଗ ଏ ଅଞ୍ଚଳ ପାଇଁ ସାଧାରଣ କଥା। କିନ୍ତୁ ଯାଜପୁର ରୋଡରେ ୩୦ଶଯ୍ୟା ବିଶିଷ୍ଟ ଏକମାତ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚସି)ରହିଛି। ଲୋକସଂଖ୍ୟା ତୁଳନାରେ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟସେବା ସମୁଦ୍ରକୁ ଶଙ୍ଖେ ବୋଲି କୁହାଯାଉଛି। ଏଠାରେ ନିୟମିତ ମେଡିସିନ, ଅର୍ଥୋପେଡିକ, ସର୍ଜରୀ ବିଶେଷଜ୍ଞ ଡାକ୍ତର ନାହାନ୍ତି। ଦନ୍ତ ବିଶେଷଜ୍ଞ ଅଛନ୍ତି କିନ୍ତୁ ଆବଶ୍ୟକ ସରଞ୍ଜାମ ନ ଥିବାରୁ ତାହା ନ ଥିଲା ଭଳି ହୋଇଛି। ତେବେ ପ୍ରସୂତି ଏବଂ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଥିଲେ ହେଁ ସେମାନେ ଘରୋଇ ଚିକିତ୍ସାକୁ ଅଧିକ ପ୍ରୋତ୍ସାହିତ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଯାହା ପାଖରେ ଟଙ୍କା ଅଛି ସେମାନେ ସହରରେ ଥିବା ମେଡିସିନ ଦୋକାନ କିମ୍ବା କ୍ଲିନିକ୍‌ରେ ଚିକିତ୍ସିତ ହେଉଛନ୍ତି। ଯାହା ପାଖରେ ଅର୍ଥ ନାହିଁ ନିଜ ଭାଗ୍ୟକୁ ଆଦରି ସରକାରୀ ଡାକ୍ତରଖାନାରେ ପଡି ରୁହନ୍ତି। ଏହିକ୍ରମରେ ବ୍ୟାସନଗର ସହରର ବ୍ୟାଙ୍କଷ୍ଟ୍ରିଟ, କଲେଜ ରୋଡ, ଦଲା ରାସ୍ତାର ବିଭିନ୍ନ ମେଡିସିନ ଦୋକାନ ଓ କ୍ଲନିକରେ ଭୁବନେଶ୍ୱର ଆମ୍ରି ହସ୍ପିଟାଲର ହୃଦ୍‌ରୋଗ ବିଶେଷଜ୍ଞ, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଚର୍ମରୋଗ ବିଶେଷଜ୍ଞ, ଭୁବନେଶ୍ୱରର ସ୍ନାୟୁରୋଗ ବିଶେଷଜ୍ଞ, ଭୁବନେଶ୍ୱର ବୈଦ୍ୟନାଥ ମେମୋରିଆଲ ହସ୍ପିଟାଲର ନାସା, କର୍ଣ୍ଣ ଓ ଗଳା ରୋଗ ବିଶେଷଜ୍ଞ, କଟକ ସନ୍‌ ହସ୍ପିଟାଲର ଅସ୍ଥିଶଲ୍ୟ ବିଶେଷଜ୍ଞ, ଭୁବନେଶ୍ୱର ଆପୋଲୋ ହସ୍ପିଟାଲର ମଧୁମେହ ରୋଗ ବିଶେଷଜ୍ଞ, ଭୁବନେଶ୍ୱର ଆଇଏମ୍‌ସ ଓ ସମ୍‌ ହସ୍ପିଟାଲର ସ୍ତ୍ରୀ, ପ୍ରସୂତି ଓ ବନ୍ଧ୍ୟାତ୍ୱ ବିଶେଷଜ୍ଞ, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଥାଇରଏଡ ଓ ମଧୁମେହ ରୋଗ ବିଶେଷଜ୍ଞ, ସଙ୍କୁଳ ସିଏଚସିର ଶିଶୁ ରୋଗ ବିଶେଷଜ୍ଞ, ଭୁବନେଶ୍ୱର ସମ୍‌ ହସ୍ପିଟାଲର ମାନସିକ ରୋଗ, ଟାଟା ମେଡିକା ହସ୍ପିଟାଲର ପେଟରୋଗ ଓ ଛାତି ରୋଗ ପ୍ରମୁଖ ବିଶେଷଜ୍ଞମାନେ ବିଭିନ୍ନ ସମୟରେ ଡେରା ପକାଇ ଚିକିତ୍ସା ପରାମର୍ଶ ଦେଉଛନ୍ତି। ସରକାରୀସ୍ତରରେ ଚାକିରୀ କରି ପୁଣି ବେସରକାରୀ ଭାବେ ରୋଗୀସେବା କରୁଥିବାରୁ ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀମାନେ ନାହିଁ ନ ଥିବାର ସମସ୍ୟା ଭୋଗୁଥିବା ଅଭିଯୋଗ ହେଉଛି।
ଏ ସଂକ୍ରାନ୍ତରେ ଯାଜପୁର ରୋଡ ସିଏଚ୍‌ସିର ଅଧୀକ୍ଷଣ ଡା. ସନ୍ତୋଷ କୁମାର ପୃଷ୍ଟିଙ୍କୁ ପଚାରିବାରୁ ସେ କହିଛନ୍ତି, ନିୟୋଜିତ ଡାକ୍ତରମାନେ ତାଙ୍କ କର୍ତ୍ତବ୍ୟରେ କୌଣସି ଅବହେଳା କରୁନାହାନ୍ତି। ଏଥିରେ ଯଦି କୌଣସି ବ୍ୟତିକ୍ରମ ଘଟେ ତେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣା ପରେ ହେଲପରଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ପଳାସପଙ୍ଗା ଓଭରବ୍ରିଜ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣା...

ଗାଁ ଗାଁ ବୁଲି ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହୀ ବ୍ଲକର ଢେଙ୍କା, ଓରାଳି ଏବଂ ସମଣା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଜେଡି ବିଧାୟକ...

‘୧୮ ମାସରେ ଚିଟ୍‌ଫଣ୍ଡ ଦୋଷୀଙ୍କୁ ଜେଲ୍‌ରେ ପୂରାଇବୁ’

ସମ୍ବଲପୁର,୨୧।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମ୍ବଲପୁର ସଭାରେ ଆସୁ ଆସୁ ବର୍ଷିଛନ୍ତି। ଶାହା କହିଛନ୍ତି, ଭାଜପା ସରକାର ଆସିଲେ ମେଡିକାଲ ସାଇନ୍ସ ଓଡ଼ିଆରେ...

ଓଡ଼ିଶାକୁ ଶାସନ କିଏ କରିବ, କହିଦେଲେ ଅମିତ ଶାହା

ସମ୍ବଲପୁର,୨୧।୫: ସମ୍ବଲପୁର ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିରାଟ ଜନସଭାକୁ ସମ୍ବୋଧିତ କରୁଛନ୍ତି। ଏହି ସମୟରେ ଶାହା ବିଜେଡି ଉପରେ...

ଶତାଧିକ କଂଗ୍ରେସ, ଭାଜପା କର୍ମୀ ବିଜେଡିରେ ସାମିଲ

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର କାଠକଟା ପଞ୍ଚାୟତର ଶତାଧିକ କଂଗ୍ରେସ ଏବଂ ଭାଜପା କର୍ମୀ ସୁବ୍ରତ ସାମଲଙ୍କ ତତ୍ୱାବଧାନରେ ବିଜେଡିରେ ସାମିଲ ହୋଇଛନ୍ତି...

ନିର୍ବାଚନ ପାଇଁ ଜମି, ଛେଳି ବିକିଲେ ବିଧାୟକ ପ୍ରାର୍ଥୀ

କେନ୍ଦୁଝର, ୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ରର ବିକାଶ ପାଇଁ ଏଥର ପ୍ରାର୍ଥୀ ହୋଇଛନ୍ତି ଦିବ୍ୟାଙ୍ଗ ଦତ ମୁଣ୍ଡା (୫୩)। ତେବେ...

ଇଲେକ୍ସନ ଡ୍ୟୁଟି ସାରି ଫେରୁଥିବା ପୋଲିସ କର୍ମଚାରୀ ଗାଡି ଦୁର୍ଘଟଣାଗ୍ରସ୍ତ

ଛତ୍ରପୁର,୨୧।୫ (ଦିଲ୍ଲୀପ ସାମଲ): ଇଲେକ୍ସନ ଡ୍ୟୁଟି ସାରି ଭଞ୍ଜନଗରରୁ ଏକ ବସ ପୋଲିସ କର୍ମଚାରୀଙ୍କୁ ଧରି ଛତ୍ରପୁର ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଛତ୍ରପୁର ଡିଆରଡିଏ ଛକ...

ବାରିଗାଁରେ ପିଇବା ପାଣି ପାଇଁ ହାହାକାର

କେନ୍ଦୁଝର,୨୧।୫(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଠବାରୀ ପଞ୍ଚାୟତ ବାରିଗାଁରେ ପିଇବା ପାଣି ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଗାଁରେ ବସୁଧା ଯୋଜନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri