ସମ୍ବଲପୁର,୧୦ା୭(ଶୁଭାଶିଷ ପାଢୀ) : ରାଜ୍ୟ ସରକାର ବିଧବା, ଦିବ୍ୟାଙ୍ଗ, ବୃଦ୍ଧାବୃଦ୍ଧଙ୍କ ପଇଁ ଭତ୍ତା ବ୍ୟବସ୍ଥା କରିଛନ୍ତି। ଏବେ ଭତ୍ତା ଟଙ୍କା ଜମାଖାତାରେ ଦେବା ବ୍ୟବସ୍ଥା ଲାଗୁ ହେବା ପରେ ହିତାଧିକାରୀଙ୍କ ଦୁଃଖ ବଢିଯାଇଛି। ମାସ ମାସ ଧରି ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି। ସମ୍ବଲପୁର ମହାନଗର ନିଗମ ୩୯ନଂ. ୱାର୍ଡ ଗୁଲୁଣ୍ଡା ଗ୍ରାମର ସୁରେଖା ଦେହୁରି ମାତ୍ର ୫ଶହ ଟଙ୍କା ବିଧବା ଭତ୍ତା ପାଇଁ ଅଫିସରୁ ଅଫିସ ବୁଲୁଛନ୍ତି। ସୁରେଖାଙ୍କୁ ଭେଟି ଗ୍ରାମର ପ୍ରିୟରଞ୍ଜନ ସାହୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଏହାକୁ ନେଇ ସିଏମ୍ଓ, ଜିଲାପାଳ ସମ୍ବଲପୁରଙ୍କୁ ସାମାଜିକ ଗଣମାଧ୍ୟମ ଟୁଇଟର ମାଧ୍ୟମରେ ଅଭିଯୋଗ କରିଥିଲେ। ଜିଲାପାଳ ଅନନ୍ୟା ଦାସ ଅଭିଯୋଗ ଉପରେ ଉତ୍ତର ଦେଇ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।
ସୁରେଖାଙ୍କ ଅଭିଯୋଗ କ୍ରମେ ସେ ୭ମାସ ହେଲା ଭତ୍ତା ପାଇନାହାନ୍ତି। ୨୦୨୦ରେ ସେ ବ୍ୟାଙ୍କରେ ଜମାଖାତା ଖୋଲିଛନ୍ତି। କିଛିମାସ ଠିକ୍ରେ ଭତ୍ତା ଟଙ୍କା ଆସିଥିଲେ ବି ପରେ ଆଉ ଆସୁନାହିଁ। ଏହାକୁ ନେଇ ସେ ଏସ୍ଏମ୍ସି ଅଫିସ ଯାଇଥିଲେ। ସେଠାରେ ବ୍ୟାଙ୍କଖାତାରେ ଟଙ୍କା ଦିଆଯାଉଥିବା କହିଥିଲେ। ବ୍ୟାଙ୍କକୁ ଆସି ପଚାରିବା ପରେ ସେମାନେ ମଧ୍ୟ ଟଙ୍କା ଜମାହୋଇ ନ ଥିବା କହିଥିଲେ। ଏଭଳି ଭାବେ ବିଭିନ୍ନ ଅଫିସ ଦୌଡି ୬ରୁ ୭ ଶହ ଟଙ୍କା ଖର୍ଚ୍ଚ ହୋଇସାରିଛି। ୨୦୨୨ବର୍ଷର ୪ମାସ ଓ ୨୦୨୩ ବର୍ଷର ୩ମାସରେ ଭତ୍ତା ଟଙ୍କା ଦିଆଯାଇ ନାହିଁ ା ଏପଟେ ବାର୍ଦ୍ଧକ୍ୟ ଜନିତ ରୋଗ ସାଙ୍ଗକୁ ଗୋଡ ମଧ୍ୟ କାମ କରୁ ନାହିଁ। ତେଣୁ ଭତ୍ତା ଟଙ୍କା ପ୍ରତି ମାସରେ ମୋ ହାତରେ ଦିଆଯାଉ ବୋଲି ସୁରେଖା ଅନୁରୋଧ କରିଛନ୍ତି। ଅନ୍ୟପଟେ ସାହୁ କହିଛନ୍ତି, ଏହା କେବଳ ସୁରେଖାଙ୍କ କ୍ଷେତ୍ରରେ ନୁହେଁ। ଜିଲାର ବିଭିନ୍ନ ପଞ୍ଚାୟତ, ଏସ୍ଏମ୍ସିର ହିତାଧିକାରୀ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କମଚାରୀ ଓ ଅଧିକାରୀ ସୁବିଧାରେ ପହଞ୍ଚାଇବା ବ୍ୟବସ୍ଥା କଲେ ହିତାଧିକାରୀ ଉପକୃତ ହୋଇପାରିବେ ବୋଲି ସେ କହିଥିଲେ।
Posted inHome, Home Left, ଆମ ଜିଲା ଖବର, ସମ୍ବଲପୁର View All
ଟ୍ରକ୍ରେ ପିଟି ହୋଇ ଦୁଇ ବାଇକ୍ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର
ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...
ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ
ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...
ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର
ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...
ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…
ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...
ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…
ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...
ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ
ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...
ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା
ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...
ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି
ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...
Archives


