ହାଣ୍ଡିଶାଳରୁ ସ୍କୁଲ ହଣ୍ଡା ପର୍ଯ୍ୟନ୍ତ ମହଙ୍ଗା ମାଡ଼

କେନ୍ଦ୍ରାପଡ଼ା,୭ା୭ (ଜଗନ୍ନାଥ ଧଳ): ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ ସ୍ବାବଲମ୍ବୀ କରୁଛନ୍ତି। ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀକୁ ଅନୁଦାନ ଯୋଗାଇ ମିଶନ ଶକ୍ତି କାଫେ ଖୋଲାଇଛନ୍ତି। ଏହି କାଫେ ବଜାରର ମହଙ୍ଗା ମାଡ଼ରୁ ନିସ୍ତାର ନ ପାଇ ବନ୍ଦ ହେବାକୁ ବସିଛି। ଏହି କାଫେ ମଧ୍ୟରେ ମହଙ୍ଗା ମାଡ଼ ସୀମିତ ନୁହେଁ। ବଜାର ଦର ସମସ୍ତ ଘରୋଇ ଓ ସରକାରୀ ଯୋଜନା ଉପରେ ପ୍ରଭାବ ପକାଇଛି। ଘରେ ହାଣ୍ଡିଶାଳରୁ ସ୍କୁଲ, ଅଙ୍ଗନଓ୍ବାଡିର ଭୋଜନ କାର୍ଯ୍ୟକ୍ରମ ପରିଚାଳନାକୁ ନେଇ ଖାଉଟି ଏବେ ଚିନ୍ତାରେ ପଡିଛନ୍ତି। ଗୋଟିଏ ପାର୍ଶ୍ୱରେ ପ୍ରଶାସନିକ ଅଧିକାରୀ ବଜାର ଦର ଉପରେ ନିୟନ୍ତ୍ରଣ ରଖୁ ନ ଥିବା ବେଳେ କେନ୍ଦ୍ରାପଡ଼ା ପରି କୃଷିଭିତ୍ତିକ ଅର୍ଥନୀତିରେ ପରିଚାଳିତ ଜିଲାରେ ପରିବା ଉପତ୍ାଦନ ଓ ସଂରକ୍ଷଣକୁ ପ୍ରୋତ୍ସାହନ ନାହିଁ।
ଏ ସମ୍ପର୍କରେ ଡେରାବିଶର ଗାୟତ୍ରୀ ଦାସ କହିଛନ୍ତି, ମହଙ୍ଗା ମାଡ଼ ହାଣ୍ଡିଶାଳ ଉପରେ ପ୍ରଭାବ ପକାଇଛି। ଚାଉଳ, ଡାଲି, ପରିବା, ଚିନି ପରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ଆକାଶ ଛୁଅଁା ହୋଇଛି। ସାଧାରଣ ଉପାର୍ଜନ ମଧ୍ୟରେ ଘର ଖର୍ଚ୍ଚ ବଜେଟ ବଢ଼ିବାରୁ ଘର ଚଳାଇବା କଷ୍ଟକର ହେଉଛି। କିଛି ମାସ ମଧ୍ୟରେ ଡାଲି ୧୦୦ରୁ ୧୫୦ ଛୁଇଁ ଥିବା ବେଳେ ଅଟା ୨୮ରୁ ୪୫ ଟଙ୍କାକୁ ଛୁଇଁଛି। ଏପରି କି ଇତିମଧ୍ୟରେ ଲୁଣ କେଜି ପ୍ରତି ୧୦ଟଙ୍କା ବଢ଼ିଛି। ସେହିପରି ଗୋଟିଏ ଛୋଟିଆ ପରିବା ବ୍ୟାଗ ପୂରଣ ପାଇଁ ୫୦୦ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ଆବଶ୍ୟକ ହେଉଛି। ସହରର ସେକ୍‌ ଅମଜାନ କୁହନ୍ତି, ବଜାର ହାଟରେ ଏହି ଜିଲାର ସ୍ବଉପତ୍ାଦିତ ସାମଗ୍ରୀ ଦେଖିବାକୁ ମିଳୁନାହିଁ। ବାହାରୁ ଆସୁଥିବା ପରିବା ଦର ଅତ୍ୟଧିକ ରହିଛି। ଗତ ସପ୍ତାହରେ ଟମାଟୋ କେଜି ପ୍ରତି ୩୦ ଟଙ୍କା ଥିବା ବେଳେ ହଠାତ ଏହାର ଦର ୧୩୦ ଟଙ୍କା ଛୁଇଁଛି। ସେହିପରି ଅଦା ୩୦୦, ପୋଟଳ ୧୦୦, ଝୁଡଙ୍ଗ, ବରଗୁଡି, ବିନ୍ସ ଆଦି ୧୮୦ରୁ ୨୨୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ସାଧାରଣରେ କଖାରୁ, ଅମୃତଭଣ୍ଡା ୮ରୁ ୧୬ ଟଙ୍କା ବଜାର ଦର ଥିବା ବେଳେ ଏବେ ଏହାର ମୂଲ୍ୟ କେଜି ପ୍ରତି ୨୦ରୁ ୪୦ ଟଙ୍କାକୁ ଛୁଇଁଲାଣି। ଅନ୍ୟ ଜିଲାକୁ ବାଇଗଣ ଯୋଗାଣରେ କେନ୍ଦ୍ରାପଡ଼ା ଜିଲା ରାଜ୍ୟରେ ଏକଦା ପ୍ରଥମ ସ୍ଥାନ ଅଧିକାର କରିଥିଲା। ଏବେ ଚାଲାଣ ବାଇଗଣର ମୂଲ୍ୟ ୬୦ରେ ପହଞ୍ଚତ୍ଲାଣି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳର ଏସ୍‌ଏସ୍‌ଜି ସଦସ୍ୟା ମିନତି ପଣ୍ଡା କହିଛନ୍ତି, ଗ୍ରୁପ ପକ୍ଷରୁ ଅଙ୍ଗନୱାଡି ଓ ସ୍କୁଲର ମଧ୍ୟାହ୍ନଭୋଜନ ଦାୟିତ୍ୱ ନେଇଛୁ। ଏବେ ପରିବା ଓ ରୋଷେଇ ସାମଗ୍ରୀ ଦରର ଅହେତୁକ ଦରବୃଦ୍ଧି ଯୋଗୁ ଏହି ସରକାରୀ ଯୋଜନା ଅଚଳାବସ୍ଥାକୁ ଆସିଛି। ରୋଷେଇ ସିଲିଣ୍ଡରଠାରୁ ଆରମ୍ଭ କରି ଅଣ୍ଡା ଦର ବଢ଼ିଛି। ସରକାରଙ୍କ ମୁଣ୍ଡ ପିଛା ଖାଦ୍ୟ ଦର ବୃଦ୍ଧି ନ ହେଲେ ସ୍କୁଲ, ଅଙ୍ଗନଓ୍ବାଡି, ଆହାର କେନ୍ଦ୍ର, କାଫେ ଆଦିରେ ଏହାର କୁପ୍ରଭାବ ପଡ଼ିବ। ପରିବା ବ୍ୟବସାୟୀ ସେକ୍‌ ଅମାନୁତୁଲ୍ଲା କହିଛନ୍ତି, ଜିଲାରେ ପରିବା ଉତ୍ପାଦନ ନାହିଁ କହିଲେ ଚଳେ। ଏଥିପାଇଁ ଆମେ ପଡ଼ୋଶୀ ଜିଲା ଓ ରାଜ୍ୟ ଉପରେ ନିର୍ଭର କରୁଛୁ। ଫଳରେ ଦରବୃଦ୍ଧି ସ୍ବାଭାବିକ। ସାମଗ୍ରୀ କିଣା, ପରିବହନ, ଟୋଲ ଗେଟ ଆଦିର ହିସାବକୁ ଯୋଡ଼ାଗଲେ ଲାଭ ଅର୍ଥ ଯଥେଷ୍ଟ କମିଛି। ସାମାଜିକ କର୍ମୀ ବାନାମ୍ବର ସାହୁ କହିଛନ୍ତି, ଦରଦାମ ନିୟନ୍ତ୍ରଣରେ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଖାଉଟିଙ୍କ ଦୁଃଖକଷ୍ଟ ପ୍ରତି ସରକାରଙ୍କ ନିଘାନାହିଁ। ଏହାଦ୍ୱାରା ନିମ୍ନ ଓ ମଧ୍ୟବିତ୍ତ ପରିବାର ବେଶତ୍‌ି କ୍ଷତିଗ୍ରସ୍ତ ହୋଇଛନ୍ତି। ସେହିପରି ଜିଲାରେ ବଜାର ଦର ନିୟନ୍ତ୍ରଣ ପାଇଁ ପ୍ରଶାସନିକ ଅଧିକାରୀଙ୍କ କୌଣସି ତତ୍ପରତା ନାହିଁ। ମନଇଚ୍ଛା ଖାଉଟି ଶୋଷଣ ହେଉଛନ୍ତି। ଜିଲାରେ ଶୀତଳ ଭଣ୍ଡାର ବ୍ୟବସ୍ଥା ରାଜ୍ୟ ସରକାରଙ୍କ ଫାଇଲ ତଳେ ରହିଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଖାଉଟି ବଜାରର ସୁପରିଚାଳନା ପାଇଁ ଯୋଗାଣ ବିଭାଗ ଅଧୀନରେ ଏକ କମିଟି ଅଛି। ଏ ନେଇ ସେ ଆଲୋଚନା କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri