Posted inଜାତୀୟ

ମହାରାଷ୍ଟ୍ର ପଲିଟିକ୍ସରେ ପାୱାରପ୍ଲେ: ଏଥର ଶୁଭେଚ୍ଛା ଜଣାଇଲେନି ମୋଦି-ଶାହ, କ’ଣ ସ୍କ୍ରିପ୍ଟରେ ଏବେବି ବାକି ଅଛି ସିନ୍‌

ମୁମ୍ବାଇ,୪।୭: ମହାରାଷ୍ଟ୍ର ରାଜନୀତିରେ ମହାନାଟକ। ରାଜ୍ୟ ରାଜନୀତିରେ ଘଡିକେ ଘୋଡ଼ା ଛୁଟୁଛି। ଯାହା ଜାତୀୟ ରାଜନୀତିରେ ଗୁରୁତର ପ୍ରଭାବ ପକାଇଛି। ଏମିତିକି ୨୪ ରଣାଙ୍ଗନ ପାଇଁ ବିରୋଧୀ ମହାମେଣ୍ଟକୁ ବଡ ଝଟକା ଲାଗିଛି। ଏବେ ପୁଣି ଭାଜପା ଏବଂ ଶିନ୍ଦେ ଶିବିରକୁ ଏଣ୍ଟ୍ରି ମାରିଛନ୍ତି ଛୋଟା ପାଓ୍ବର। ଏକାଥରକେ ହାତେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପଦ। ଏହାପରଠୁ ବିରୋଧୀଙ୍କ ଭିତରେ ଛନକା ପଶିଛି। ସେପଟେ ବଡ଼ ପାଓ୍ବରଙ୍କ ନିଦ ଭାଙ୍ଗିଛି।

ଏନସିସି ମୁଖିଆ ଶରଦ ପାୱର କହିଛନ୍ତି, ‘ମୁଁ ଦିନକୁ ପଛେ ଓଳିଏ ଖାଇବି କିନ୍ତୁ ମୋ ପାର୍ଟିକୁ ପୁଣି ଥରେ ଛିଡା କରାଇବି’। ଏହାରି ଭିତରେ ଶୁଭେଚ୍ଛା ବାର୍ତ୍ତାକୁ ନେଇ ଜାତୀୟ ରାଜନୀତିରେ ଖୋରାକ ଯୋଗାଇଛି। ଏଥର କିନ୍ତୁ କିଛି ବ୍ୟତିକ୍ରମ ଦେଖାଦେଇଛି। ଭାଜପା-ସିନ୍ଦେ(ଶିବସେନା) ସରକାରରେ ଅଜିତ ଉପ- ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି କିମ୍ବା ଅମିତ ଶାହ ଶୁଭେଚ୍ଛା ଜଣାଇ ନାହାନ୍ତି। ଯେତେବେଳେ କି ୨୦୧୯ରେ ଅଜିତ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ସେତେବେଳେ ଏହି ଦୁଇ ଶୀର୍ଷ ଭାଜପା ନେତା ଟ୍ବିଟ କରି ଶୁଭେଚ୍ଛା ଜଣାଇଥିଲେ। ଯାହାକୁ ରାଜନୈତିକ ସମୀକ୍ଷକମାନେ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ମହାରାଷ୍ଟ୍ର ମହାନାଟକର ସ୍କ୍ରିପ୍ଟରେ ଆହୁରି ସିନ୍‌ ବାକି ଅଛି ବୋଲି ଅନେକେ ଅନୁମାନ କରୁଛନ୍ତି।

ସୂଚନାଯୋଗ୍ୟ, ଅଜିତ ପାୱାର ଡେପୁଟି ସିଏମ ଭାବରେ ଶପଥ ଗ୍ରହଣ କରିବା ଦିନଠାରୁ ମହାରାଷ୍ଟ୍ର ରାଜନୀତିରେ ଅଶାନ୍ତି ଦେଖାଦେଇଛି। ୨୦୧୯ରେ, ଯେତେବେଳେ ତତ୍କାଳୀନ ରାଜ୍ୟପାଳ  ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଅଜିତ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ, ସେତେବେଳେ ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଶପଥ ଗ୍ରହଣ କରିବାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଫିସିଆଲ ଟ୍ବିିଟର ଆକାଉଣ୍ଟରେ ଟ୍ବିଟ୍‌ କରି କହିଥିଲେ, ଦେବେନ୍ଦ୍ର ଫଡନାଭିସ ଏବଂ ଅଜିତ ପାୱାରଙ୍କୁ ଯଥାକ୍ରମେ ମହାରାଷ୍ଟ୍ରର ସିଏମ ଏବଂ ଡେପୁଟି ସିଏମ ଭାବରେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ। ମୁଁ ନିଶ୍ଚିତ ଯେ ସେମାନେ ମହାରାଷ୍ଟ୍ରର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଯତ୍ନବାନ ହେବେ। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜେପି ନଡ୍ଡା, ରାଜନାଥ ସିଂହ, ନିତିନ ଗଡକରୀ, ନିର୍ମଳା ସୀତାରମଣ ଏବଂ ପୀୟୁଷ ଗୋୟଲଙ୍କ ସମେତ ବରିଷ୍ଠ ଭାଜପା ନେତା ଉଭୟଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏହି ଟ୍ବିଟର ରିପ୍ଲାଏରେ ଅଜିତ ପାୱାର ମଧ୍ୟ ତାଙ୍କ ଟ୍ବିଟ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ମୋଦିଙ୍କୁ ଧନ୍ୟବାଦ ଜଣାଇ କହିଥିଲେ, ଆମେ ମହାରାଷ୍ଟ୍ରରେ ସ୍ଥିର ସରକାର କରିବୁ। ଯାହା ମହାରାଷ୍ଟ୍ରର ବିକାଶ ପାଇଁ କଠିନ ପରିଶ୍ରମ କରିବ। ଏଥିସହ ସେ ସମସ୍ତ ଶୁଭେଚ୍ଛା ବାର୍ତ୍ତାକୁ ଧନ୍ୟବାଦ ଜଣାଇଥିଲେ। ସେତେବେଳେ ଏନସିପି ସଭାପତି ଶରଦ ପାୱାର ତାଙ୍କ ପୁତୁରା ଅଜିତ ପାୱାରଙ୍କ ସେହି ପଦକ୍ଷେପକୁ ନେଇ ଗଣମାଧ୍ୟମରେ ନିଜକୁ ଦୂରେଇ ରଖିଥିଲେ। ଭାଜପାକୁ ସମର୍ଥନ କରିବା ଅଜିତ ପାୱାରଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ଏଥିରେ ଏନସିପିର କୌଣସି ଭୂମିକା ନାହିଁ ବୋଲି ସେ ସମୟରେ ବୟାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri