Odisha Elections 2024

ରିପୋର୍ଟ ମାଗିଲେ ଲୋକାୟୁକ୍ତ

ଯାଜପୁର,୪ା୭(ହର୍ଷବର୍ଦ୍ଧନ ବେହେରା): ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବୀକୃତି ମିଳିଥିବା ନିର୍ଦ୍ଦିଷ୍ଟ ବ୍ରାଣ୍ଡେଡ୍‌ କମ୍ପାନୀ ବଦଳରେ ଅତି ନିମ୍ନମାନର କମ୍ପ୍ୟୁଟର ସେଟ୍‌ ଯୋଗାଣ ଯାଜପୁର ଜିଲା ସମଗ୍ର ଶିକ୍ଷା ଅଭିଯାନ ବିଭାଗକୁ ମହଙ୍ଗା ପଡ଼ିଛି। ଟେଣ୍ଡର ଫିକ୍ସିଂ କରି ଏକ ନିର୍ଦ୍ଦିଷ୍ଟ ଯୋଗାଣକାରୀ ସଂସ୍ଥାକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବା ଅଭିଯୋଗକୁ ନେଇ ଲୋକାୟୁକ୍ତରେ ୨୧୭/୨୦୨୩ ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ଏନେଇ ଲୋକାୟୁକ୍ତଙ୍କ ପକ୍ଷରୁ ଜୁଡିସିଆଲ ମେମ୍ବର ପରବର୍ତ୍ତୀ ଶୁଣାଣି ୨୨ା୮ା୨୦୨୩ ସୁଦ୍ଧା ସ୍କୁଲ ଓ ଗଣ ଶିକ୍ଷା ବିଭାଗ କମିଶନରଙ୍କ ସମେତ ଯାଜପୁର ଜିଲାପାଳ, ଜିଲା ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ, ଜିଲା ଶିକ୍ଷାଧିକାରୀ, ସିଲିକନ ଇନ୍‌ଫୋ କେୟାର(ଓପିସି)ର ପରିଚାଳନା ନିର୍ଦ୍ଦେଶକ, ସୁଶ୍ରୀ କମ୍ପ୍ୟୁଟର ଆଣ୍ଡ୍‌ କନସଲଟେନ୍ସି ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଜେଷ୍ଟ ଟେକ୍ନୋଲୋଜି ପରିଚାଳନା ନିର୍ଦ୍ଦେଶକଙ୍କୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି।
ସୂଚନା ଅଧିକାରୀ ଆଇନ ବଳରେ ମିଳିଥିବା ତଥ୍ୟକୁ ଆଧାରକରି ଲୋକାୟୁକ୍ତରେ ହୋଇଥିବା ଅଭିଯୋଗ ଅନୁସାରେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଭର୍ନମେଣ୍ଟ ଇ ମାର୍କେଟପ୍ଲେସ୍‌ (ଜିଇଏମ୍‌) ବିଡିଂ ମାଧ୍ୟମରେ ଜିଲାର ବିଭିନ୍ନ ବିଦ୍ୟାଳୟ ପାଇଁ ଡେସ୍କଟପ୍‌ କମ୍ପ୍ୟୁଟର ଯୋଗାଇ ଦିଆଯାଇଛି। ଖଣି ଲୁଟ୍‌ ଜରିମାନା ଅର୍ଥରେ ପ୍ରଣିତ ଓଡ଼ିଶା ଖଣିଜ ଧାରଣ ଅଞ୍ଚଳ ଉନ୍ନୟନ ନିଗମ(ଓଏମବିଏଡିସି) ପାଣ୍ଠିରୁ ଏଥିପାଇଁ ପ୍ରାୟ ୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେଥିରୁ ଅଧିକାଂଶ ପୁରୁଣା ସଂସ୍କରଣର ଡେସ୍କଟପ୍‌ କମ୍ପ୍ୟୁଟର ସହିତ ଆଣ୍ଟି ଭାଇରସ୍‌ ସଫ୍ଟୱେର ଓ ୟୁପିଏସ୍‌ ଚଢ଼ା ଦରରେ କ୍ରୟ କରାଯାଇ ବିପୁଳ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ରାଜ୍ୟ ସୂଚନା ଅଧିକାର ଆଇନର ଆବାହକ ପ୍ରଦୀପ ପ୍ରଧାନ ୪ା୫ା୨୦୨୩ରେ ଲୋକାୟୁକ୍ତରେ ମାମଲା ରୁଜୁ କରିବାକୁ ଆବେଦନ କରିଥିଲେ। ଆବେଦନର ସମସ୍ତ କାଗଜପତ୍ରକୁ ସମୀକ୍ଷା ପରେ ଲୋକାୟୁକ୍ତଙ୍କ ପକ୍ଷରୁ ମାମଲା ରୁଜୁ ହୋଇଛି।
ଅଭିଯୋଗରେ ଦର୍ଶାଯାଇଛି ଯେ, ସମ୍ପ୍ରତି ପ୍ରଚଳିତ ସର୍ବାଧୁନିକ ସଂସ୍କରଣ ପରିବର୍ତ୍ତେ ବହୁ ପୁରାତନ ସଂସ୍କରଣର ଡେସ୍କଟପ କମ୍ପ୍ୟୁଟର, ଅନାମଧ୍ୟେୟ ବ୍ରାଣ୍ଡ୍‌ର ୟୁପିଏସ୍‌ ସହିତ ଆଣ୍ଟି ଭାଇରସ୍‌ ସଫ୍ଟୱେର କିଣାଯାଇଛି। ଏହିସବୁ ପୁରୁଣା ସଂସ୍କରଣର ସାମଗ୍ରୀ ଅଳ୍ପ ସମୟ ମଧ୍ୟରେ ଖରାପ ହୋଇଯିବା ସହ ଖୁବ୍‌ଶୀଘ୍ର ସେସବୁ ପରିତ୍ୟକ୍ତ ହୋଇ ପଡ଼ିବା ଆଶଙ୍କା କରାଯାଇଥିଲା। ସବୁଠୁ ଆଶ୍ଚର୍ଯ୍ୟର କଥା ଜିଇଏମ୍‌ ବିଡିଂରେ ସାଧାରଣ ନିୟମ ଅନୁଯାୟୀ ପ୍ରାରମ୍ଭିକ ଭାବେ ତନଖି ନିମନ୍ତେ କୌଣସି ସାମଗ୍ରୀର ସାମ୍ପଲ ବିଡରମାନଙ୍କୁ ମଗାଯାଇ ନ ଥିଲା। ସାମଗ୍ରୀ ଉତ୍ପାଦନ କରୁଥିବା କମ୍ପାନୀଠାରୁ ଆବଶ୍ୟକ ପରିମାଣର ସାମଗ୍ରୀ ଯୋଗାଣ ନେଇ ମଧ୍ୟ ସ୍ବୀକୃତି ପତ୍ର ଆହ୍ବାନ କରା ନଯାଇ କେବଳ ବିଡରଙ୍କୁ ଏଥିନେଇ ନିଜର ଏକ ସ୍ବୀକୃତି ପତ୍ର ଦେବାକୁ କୁହାଯାଇଥିଲା। ଇତିମଧ୍ୟରେ ସମ୍ପୃକ୍ତ ଠିକା ସଂସ୍ଥା ତୁରନ୍ତ ଅର୍ଦ୍ଧାଧିକ ଡେସ୍କଟପ୍‌ କମ୍ପ୍ୟୁଟର ସହିତ ଆଣ୍ଟି ଭାଇରସ୍‌ ସଫ୍ଟୱେର ଓ ୟୁପିଏସ୍‌ ଯୋଗାଇ ଦେଇ ତାହା ବାବଦରେ ଅର୍ଥ ରାଶି ନେବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ବିଲ୍‌ ଦାଖଲ କରିଥିବା ଜଣାପଡ଼ିଛି। ତେବେ ଜିଇଏମ୍‌ ମାର୍ଗଦର୍ଶିକା ଅନୁସାରେ ବିଡିଂର ଅନୁମୋଦନ ସାମଗ୍ରୀ ଭିନ୍ନ ଅନ୍ୟ ସାମଗ୍ରୀ ଯୋଗାଣ ଆଦୌ ଗ୍ରହଣୀୟ ନୁହେଁ। ସମସ୍ତ ସାମଗ୍ରୀ ଯୋଗାଣ ପରେ ତନ୍ମଧ୍ୟରୁ କିଛି ସାମଗ୍ରୀର ଦକ୍ଷତା ଓ ମାନ ଏବଂ ବିଡିଂରେ ଧାର୍ଯ୍ୟ ଦକ୍ଷତା ଓ ମାନ ସହ ସମାନ କି ନାହିଁ ବୈଷୟିକ ଅଧିକାରୀଙ୍କ ଦ୍ୱାରା ତନଖି ହେବା କଥା। ଏହାପରେ ଯାଇ ବିଲ୍‌ ଉପରେ ଅର୍ଥରାଶି ପୈଠ ହେବା ନିୟମ ରହିଛି। କିନ୍ତୁ ନିଜ ସ୍ବାର୍ଥକୁ ଚରିତାର୍ଥ କରିବାକୁ ଯାଇ ଶିକ୍ଷା ବିଭାଗୀୟ ଅଧିକାରୀମାନେ ସମସ୍ତ ନୀତିନିୟମକୁ ଚାପି ଦେଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲା ଶିକ୍ଷାଧିକାରୀ ରଞ୍ଜନ ଗିରିଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ସୋମବାର ସନ୍ଧ୍ୟା ୬ଟା ୪୨ ମିନିଟ୍‌ରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ କଲ୍‌ ଗ୍ରହଣ କରି ନଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ସହ ଜାଳେଣି କାଠ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ସ୍ତ୍ରୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ଭାଇ

ଥୁଆମୂଳରାମପୁର,୧୮ା୫(ଦୁର୍ଗା କୀର୍ତ୍ତି): ଦିନକୁଦିନ ଯୌତୁକ ନିର୍ଯାତନା ଓ ହତ୍ୟା ଘଟଣା ବୃଦ୍ଧି ପାଉଥିବା ବେଳେ କିଛି ଅଞ୍ଚଳରୁ ହୃଦୟ ବିଦାରକ ଭଳି ଘଟଣା ସାମ୍ନାକୁ ଆସୁଛି...

ବିଜେଡି ନେତାଙ୍କ ବିରୋଧରେ ମାମଲା ରୁଜୁ

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପାରେ ଯୋଗଦେଇ ଥିବା ବିଜେଡି ନେତା ପୁଣି ବିଜେଡିକୁ ଫେରିବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି। ବାଂଶପାଳ ବ୍ଲକ ଶୁଆକାଟି...

Featured Video Play Icon

ଚକଖଡିରେ ମତଦାନ ପାଇଁ ନିବେଦନ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଏକକାଳୀନ ଲୋକସଭା ଓ ବିଧାନସଭା ପାଇଁ ମେ ୨୦ ରେ ମତଦାନ ହେବ। ନିର୍ବାଚନର ଏହି ମହାପର୍ବରେ ସାମିଲ ହେବା...

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

ଖୁଲମଖୁଲା ବୁଲୁଛନ୍ତି ଝିଅର ହତ୍ୟାକାରୀ, ଗିରଫ ଦାବିରେ ଅନଶନରେ ବସିଲେ ମା’

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ନିର୍ବାଚନ ସମୟରେ ସବୁ ଓ୍ବାରେଣ୍ଟ କାର୍ଯ୍ୟକାରୀ ହୁଏ ପୁରୁଣା କେସ୍‌ ଥିବା ଅପରାଧୀ ଧରା ହୁଅନ୍ତି। ତେବେ କେନ୍ଦୁଝରର ଲୋକପ୍ରିୟ ସମାଜସେବୀ...

ପାଣ୍ଡିଆନ୍‌ଙ୍କୁ ତାମିଲନାଡୁ ପଠାଇବାକୁ ଅପିଲ୍ କଲେ ହିମନ୍ତ ବିଶ୍ବଶର୍ମା, ଟିକେଟ୍ କାଟିଲା ଭାଜପା

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଜାରି ରହିଥିଲା ବେଳେ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ଏହାରି ମଧ୍ୟରେ ବିଜେଡି ବରିଷ୍ଠ...

ଯୁବକଙ୍କ ଜୀବନ ନେଲା ଅନ୍‌ଲାଇନ୍‌ ଗେମ୍‌

ବାଲିମେଳା,୧୮ା୫(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ଥିବା ୧ ନଂ ଓ୍ବାର୍ଡ ନୂଆସାହିରେ ଜଣେ ଯୁବକ ଅନ୍‌ଲାଇନ ଗେମ୍‌ ଖେଳରୁ ରଶି ଦେଇ ଆତ୍ମହତ୍ୟା...

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri