୯ ବର୍ଷରେ ୨୬ ହରିଣ ମୃତ

ଜଗତ୍‌ସିଂହପୁର,୩ା୭(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ସହରରୁ ମାତ୍ର ୧୫ କିଲୋମିଟର ଦୂରରେ ରହିଛି ଧଳତଙ୍ଗଗଡ଼ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ (ପିଆର୍‌ଏଫ୍‌)। ଏହା ଭିତରେ ରହୁଛନ୍ତି ପାଖାପାଖି ୩୦୦ଟି ହରିଣ (ସ୍ପଟେଡ୍‌ ଡିୟର) । ଏହି ହରିଣମାନଙ୍କ ଯୋଗୁ ପ୍ରତିବର୍ଷ ଶୀତଦିନେ ଧଳତଙ୍ଗଗଡ଼କୁ ପର୍ଯ୍ୟଟକଙ୍କ ବହୁ ସଂଖ୍ୟାରେ ଆଗମନ ହୋଇଥାଏ । କିନ୍ତୁ ଦୁଃଖର କଥା ହେଲା ସେମାନଙ୍କ ପ୍ରତି ଦିନକୁ ଦିନ ବିପଦ ବଢିବାରେ ଲାଗିଛି । ଶିକାରୀ କୁକୁରଙ୍କ ଆକ୍ରମଣ ସାଙ୍ଗକୁ ଟ୍ରେନ୍‌ ଧକ୍କାରେ ପ୍ରତିବର୍ଷ ହରିଣଙ୍କ ମୃତ୍ୟୁ ଘଟୁଛି। ସମ୍ପ୍ରତି କେବଳ ଧଳତଙ୍ଗଗଡ଼ ନୁହେଁ, ସାରା ଦେଶରେ ହରିଣଙ୍କ ସଂଖ୍ୟା କମି ଚାଲିଛି। ଏନେଇ ସେମାନଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକଟ କରାଯାଉଛି। ସରକାରୀ ତଥ୍ୟ ଅନୁଯାୟୀ ଧଳତଙ୍ଗଗଡ଼ ପିଆର୍‌ଏଫ୍‌ରେ ୨୦୧୫ରୁ ଏଥିମଧ୍ୟରେ ଅର୍ଥାତ୍‌ ୯ ବର୍ଷରେ ୨୬ଟି ହରିଣଙ୍କ ମୃତ୍ୟୁ ଘଟିଛି । ବାସ୍ତବ କ୍ଷେତ୍ରରେ କିନ୍ତୁ ଏହି ସଂଖ୍ୟା ଯଥେଷ୍ଟ ଅଧିକ ହେବ ବୋଲି କୁହାଯାଉଛି। ତେଣୁ ବନ ବିଭାଗ ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇବା ପାଇଁ ଏବେଠାରୁ ପଦକ୍ଷେପ ଗ୍ରହଣ ନ କଲେ ଦିନ ଆସିବ ଧଳତଙ୍ଗଗଡ଼ ହରିଣ ଶୂନ ହୋଇଯିବ ବୋଲି ପ୍ରାଣୀ ପ୍ରେମୀମାନେ ଆଶଙ୍କାବ୍ୟକ୍ତ କରିଛନ୍ତି ।
ସୂଚନା ଅନୁଯାୟୀ ୨୦୧୫ରେ ୨, ୨୦୧୭ରେ ୧, ୨୦୧୮ରେ ୨, ୨୦୧୯ରେ ୮, ୨୦୨୦ରେ ୧, ୨୦୨୧ରେ ୮, ୨୦୨୨ରେ ୨ ଓ ୨୦୨୩ ଏପ୍ରିଲ ସୁଦ୍ଧା ୨ଟି ଲେଖାଏ ହରିଣଙ୍କ ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ୨୮ା୧୨ା୧୭ରେ ହରିଣକୁ ମୃତ୍ୟୁକୁ ସେତେବେଳେ ଆଲୋଚନା ଜୋର ଧରିଥିଲା। କାରଣ ଏହି ହରିଣକୁ ହଂସୁଆ ନଦୀ ପାଖ ଏରଡ଼ଙ୍ଗ ପଞ୍ଚାୟତ ବାଙ୍କିଆବାଟିଠାରେ ମାରି ଦିଆଯାଇଥିଲା। ବନ ବିଭାଗ ଘଟଣାସ୍ଥଳରୁ କିଛି ସାମଗ୍ରୀ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲା। ଏହାପରେ କିନ୍ତୁ କେହି ହରିଣ ମାରି ନ ଥିବା ସରକାରୀ ଭାବେ ଦର୍ଶାଯାଉଥିଲେ ସୁଦ୍ଧା ଏହା ଉପରେ ଅନୁଧ୍ୟାନ କଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି କୁହାଯାଉଛି। ଅନ୍ୟପଟେ ୨୦୧୯ରୁ ୨୦୨୩ ଏପ୍ରିଲ ସୁଦ୍ଧା ଟ୍ରେନ୍‌ ଦୁର୍ଘଟଣାରେ ୧୦ରୁ ଅଧିକ ହରିଣଙ୍କ ମୃତ୍ୟୁ ହୋଇଛି। ଚିକିତ୍ସା ଅଭାବ ଓ କୁକୁର କାମୁଡା କାରଣରୁ ମଧ୍ୟ ଅନେକଙ୍କ ମୃତ୍ୟୁ ହୋଇଛି । ଏସବୁର କାରଣ ଯାହା କିଛି ଥାଉନା କାହିଁକି ବନ ବିଭାଗର ଆନ୍ତରିକତା ଅଭାବରୁ ହରିଣମାନଙ୍କ ଜୀବନ ବିପଦଗାମୀ ହେଉଥିବା ଅଭିଯୋଗ ହେଉଛି ।
ଏ ସମ୍ପର୍କରେ ଅରଣ୍ୟ ଅଭିଯାନ କାର୍ଯ୍ୟ ନିର୍ବାହୀ ସନ୍ତୋଷ କୁମାର ପ୍ରଧାନ, ପରିବେଶବିତ୍‌ ଚୈତନ୍ୟ ଚରଣ ଦାଶ, ମୁରଲୀଧର ସ୍ବାଇଁ ପ୍ରମୁଖ କହିଛନ୍ତି, ଜୁଲାଇ୧ରୁ ୭ ତାରିଖ ପର୍ଯ୍ୟନ୍ତ ବନ ମହୋତ୍ସବ ସପ୍ତାହ ପାଳନ କରାଯାଉଛି। କିନ୍ତୁ ଏହା କେବଳ ଔପଚାରିକତା ପାଇଁ କରାଯାଉଥିବା ଅନୁଭବ ହେଉଛି। ଧଳତଙ୍ଗଗଡ଼ରେ ବହୁ ସଂଖ୍ୟକ କଣ୍ଟା ବାଉଁଶ ଗଛ ରହିଛି। ସେଥିମଧ୍ୟରୁ ଅନେକ ବୁଦା ମରି ସେଥିରେ ଲତା ମାଡି ଗଲାଣି। ଏଗୁଡିକୁ ଉଠାଯାଇ ଫଳନ୍ତି ଗଛ ଲଗାଇବା ଆବଶ୍ୟକ । କାରଣ ଧଳତଙ୍ଗଗଡ଼ରୁ ଆମ୍ବ, ପଣସ, କୋଚିଳା, କରଞ୍ଜ ଆଦି ଫଳନ୍ତି ଗଛ ସଂଖ୍ୟା କମି ଚାଲିଛି । ପୋଲିସ ବ୍ୟବହାର କରୁଥିବା ଲାଠି ବେତରୁ ତିଆରି ହେଉଛି । ଏହି ପ୍ରକାର ବେତ ସଂଖ୍ୟା ଧଳତଙ୍ଗଗଡ଼ରେ ପ୍ରଚୁର ଥିଲା । କିନ୍ତୁ ଏହାକୁ କାଟି ବିକ୍ରି କରି କିଛି ଅସାଧୁ ଲୋକ ଭଲ ଅର୍ଥ ରୋଜଗାର କରୁଛନ୍ତି । ଜାତୀୟ ରାଜପଥ ଓ ଅନ୍ୟ ରାସ୍ତା ସମ୍ପ୍ରସାରଣ ପାଇଁ ବହୁ ପୁରାତନ ଗଛ କାଟି ଦିଆଯାଇଛି। ଧଳତଙ୍ଗଗଡ଼ ଜଙ୍ଗଲରୁ ମଧ୍ୟ ମୂଲ୍ୟବାନ ଗଛ ଚୋରି ହେଉଛି। ଏଥିଯୋଗୁ ବନ୍ୟପ୍ରାଣୀ, ପକ୍ଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ବିଶେଷକରି ଖାଦ୍ୟାଭାବ କାରଣରୁ ହରିଣମାନେ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ଯାଇ ବିପଦଗାମୀ ହେଉଛନ୍ତି। ଯେହେତୁ ଧଳତଙ୍ଗଗଡ଼ ନିକଟରେ ରେଳ ଧାରଣା ଯାଇଛି ତେଣୁ ଏହା ଅତିକ୍ରମ କଲାବେଳେ ଅନେକ ସମୟରେ ଏହି ନିରୀହ ପ୍ରାଣୀ ମୃତାହତ ହେଉଛନ୍ତି। ଏ ପରିସ୍ଥିତିରେ ବନ ବିଭାଗ ଜଙ୍ଗଲ ଚାରିପଟେ ପାଚେରୀ ସହ ଏହି ପରିସରରେ ପର୍ଯ୍ୟାପ୍ତ ଘାସ ଓ ଲତା ଆଦି ଲଗାଇବା ଜରୁରୀ। ଜଙ୍ଗଲ ଭିତରେ ଥିବା ପୋଖରୀଗୁଡିକ ଶୁଖିଯାଉଥିବାରୁ ସେଗୁଡିକୁ ଗଭୀର କିମ୍ବା ବୋରିଂ ମାଧ୍ୟମରେ ଜଳପୂର୍ଣ୍ଣ କରାଯିବା ଉଚିତ୍‌ ଆବଶ୍ୟକ ସଂଖ୍ୟକ ବନ କର୍ମଚାରୀ ନିୟୋଜିତ ସହ ସେମାନେ ନିଷ୍ଠାର ସହ କାମ କରିବା ଦରକାର ବୋଲି ଏହି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି । ଏହା ଉପରେ ଧଳତଙ୍ଗଗଡ଼ ରେଞ୍ଜ ଅଫିସର ରବୀନ୍ଦ୍ର ନାଥ ମହାନ୍ତିଙ୍କୁ ପଚାରିବାରୁ ଖାଦ୍ୟାଭାବ ଯୋଗୁ ଅନେକ ସମୟରେ ହରିଣମାନେ ଜଙ୍ଗଲ ବାହାରକୁ ଚାଲିଯାଉଥିବାରୁ ମୃତ୍ୟୁ ମୁଖରେ ପଡୁଛନ୍ତି। ଏହାର ପ୍ରତିକାର ସହ ଅନ୍ୟାନ୍ୟ ପ୍ରସଙ୍ଗରେ ଉଚ୍ଚ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri