ଓଡ଼ିଶା ସରକାରଙ୍କ ଜମିପଟ୍ଟାକୁ ଗ୍ରାମବାସୀଙ୍କଠାରୁ ନେଇଯାଇଛି ଆନ୍ଧ୍ର

ନନ୍ଦପୁର,୨।୭ (ଶଙ୍କର ପୂଜାରୀ)କୋରାପୁଟ ଜିଲା ନନ୍ଦପୁର ବ୍ଲକ ସୀମାନ୍ତ ଗ୍ରାମରେ ଆନ୍ଧ୍ର ପ୍ରଦେଶର ଅନୁପ୍ରବେଶ ଯାଞ୍ଚ ପରେ ସ୍ପଷ୍ଟ ହୋଇଛି। ଆନ୍ଧ୍ର ତା’ର ସୀମା ଡେଇଁ ଓଡ଼ିଶା ସୀମାର ପ୍ରାୟ ଦେଢ଼ କି.ମି.ରୁ ଊର୍ଦ୍ଧ୍ୱ ଅଞ୍ଚଳରେ ଅନୁପ୍ରବେଶ କରିଛି। ଆନ୍ଧ୍ର ପ୍ରଶାସନ ଓଡ଼ିଶା ଜଙ୍ଗଲ ଜମିକୁ ନିଜର କହି ରାଇପାହାଡ ଗ୍ରାମର ୧୫ ପରିବାରକୁ ଜଙ୍ଗଲ ଜମିପଟ୍ଟା ବଣ୍ଟନ କରିଥିବା ଜଣାପଡ଼ିଛି। ଏହି ଜଙ୍ଗଲ ଜମି ପଟ୍ଟାଧାରୀଙ୍କୁ ହିତାଧିକାରୀ ଦର୍ଶାଇ ପରିବାରର ସମସ୍ତ ସଦସ୍ୟଙ୍କୁ ଆନ୍ଧ୍ର ତା’ର ବିଭିନ୍ନ ଯୋଜନାରେ ସାମିଲ କରିବାକୁ ପ୍ରଲୋଭନ ଦେଖାଇ ସୀମାନ୍ତ ଅଞ୍ଚଳରେ ଅନୁପ୍ରବେଶ ଜାରି ରଖିଛି। ତେବେ ରାଇପାହାଡ ଗ୍ରାମବାସୀଙ୍କଠାରୁ ଆନ୍ଧ୍ର କୌଶଳକ୍ରମେ ଓଡ଼ିଶା ସରକାରଙ୍କ ପ୍ରଦତ୍ତ ଜମି ପଟ୍ଟା ନେଇଯାଇଛି।
ତେବେ ସୀମାନ୍ତ ଅଞ୍ଚଳର କେତେକ ଗ୍ରାମରେ ଆନ୍ଧ୍ର ଅନୁପ୍ରବେଶ କରିବା ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପରେ ଜିଲା ଓ ରାଜ୍ୟ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। କୋରାପୁଟ ଜିଲାପାଳ ଆନ୍ଧ୍ରର ଆଲୁରି ସିଥାରମନ ଜିଲାର ଜିଲାପାଳଙ୍କୁ ୨୭ା୬ା୨୩ରେ ଚିଠି ଲେଖି ତୁରନ୍ତ ଏହି ଅନୁପ୍ରବେଶ ବନ୍ଦ କରିବା ଏବଂ ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସୀମା ନିର୍ଦ୍ଧାରଣ କରିବାକୁ ପରାମର୍ଶ ଦେଇଥିଲେ। ଏହା ପୂର୍ବରୁ ଜିଲାପାଳଙ୍କ ନିର୍ଦ୍ଦେଶରେ ଶୁକ୍ରବାର ଓ ଶନିବାର ସୀମାନ୍ତ ଅଞ୍ଚଳ ଯାଞ୍ଚ କରିବାକୁ ନନ୍ଦପୁର ବ୍ଲକ ପ୍ରଶାସର ଏକ ଟିମ୍‌ ଯାଇଥିଲା। ଏଥିରେ ତହସିଲଦାର ନରସିଂହ ଗାଦବା, ପାଡୁଆ ରାଜସ୍ବ ନିରୀକ୍ଷକ ଅକ୍ଷୟ କ୍ଷତ୍ରୀ, ଅମିନ ଶଙ୍କର ବାବୁ, ବାଲଡା ବନାଞ୍ଚଳ ଅଧିକାରୀ ବାଦଲ ମହାନ୍ତି ଓ ପାଡୁଆ ବନପାଳ ସାମିଲ ହୋଇଥିଲେ। ଯାଞ୍ଚ ବେଳେ ଏହି ଟିମ୍‌ ହାତରେ ଆନ୍ଧ୍ର ପ୍ରଦତ୍ତ ଜଙ୍ଗଲ ଜମି ପଟ୍ଟା ଏବଂ ଆନ୍ଧ୍ର ଦ୍ୱାରା ହୋଇଥିବା ବିଭିନ୍ନ ପ୍ରକଳ୍ପର ପ୍ରମାଣ ଲାଗିଛି। ଓଡ଼ିଶା ସରକାରଙ୍କ ପ୍ରଦତ୍ତ ଜମି ପଟ୍ଟାଗୁଡ଼ିକୁ ଆନ୍ଧ୍ର ଅଧିକାରୀମାନେ ରାଇପାହାଡ ଗ୍ରାମବାସୀଙ୍କଠାରୁ ବିଭିନ୍ନ କାମ ବାହାନାରେ ନେଇଯାଇଥିବା ଯାଞ୍ଚ ବେଳେ ଏହି ଟିମ୍‌ ଗ୍ରାମବାସୀଙ୍କଠାରୁ ଜାଣିବାକୁ ପାଇଛି। ତହସିଲଦାର ରାଇପାହାଡ ଗ୍ରାମବାସୀଙ୍କୁ ନନ୍ଦପୁର ତହସିଲ ପକ୍ଷରୁ ପ୍ରଦତ୍ତ ଜମିପଟ୍ଟା ମାଗିବାରୁ ଗ୍ରାମବାସୀ ନିଜ ନିଜର ଆନ୍ଧ୍ର ପ୍ରଦତ୍ତ ଜଙ୍ଗଲ ଜମିପଟ୍ଟା ଦେଖାଇଥିଲେ। ଓଡ଼ିଶା ଜମି ପଟ୍ଟା ଗ୍ରାମକୁ ଆସୁଥିବା ଆନ୍ଧ୍ର କର୍ମଚାରୀ ନେଇ ଯାଇଥିବା ଗ୍ରାମବାସୀ କହିଥିଲେ। ଫଳରେ ଆନ୍ଧ୍ର ପ୍ରଶାସନ ଆଗାମୀ ଦିନରେ ଓଡ଼ିଶାର ଏହି ଜମିର ପଟ୍ଟାକୁ ନେଇ କିଛି ବଡ ଧରଣର ଯୋଜନା କରୁଥିବା ଆଶଙ୍କା ପ୍ରକାଶ ପାଇଛି। ଏହି ଟିମ୍‌ ଯାଞ୍ଚ ସମୟରେ ଆନ୍ଧ୍ର ଓଡ଼ିଶାର ସୀମାସୂଚକ ପଥର ଡେଇଁ ଅନୁପ୍ରବେଶ କରୁଥିବା ଜଣାପଡିଛି। ରାଜସ୍ବ ଜମିରେ ଏଯାଏ ଆନ୍ଧ୍ର କୌଣସି ନିର୍ମାଣ କରିନାହିଁ। ତେବେ ଜଙ୍ଗଲ ଜମିକୁ ଅକ୍ତିଆର କରିବାକୁ ଆନ୍ଧ୍ର ସବୁପ୍ରକାର ଉଦ୍ୟମ କରୁଥିବା ତହସିଲଦାର ଗାଦବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri