ଦୂରହେଉନାହିଁ ଆବାସ ଦ୍ୱନ୍ଦ୍ୱ

ରସୁଲପୁର,୨୫।୬(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅଧୀନ ୨୮ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦ୍ୱନ୍ଦ୍ୱ ଦୂର ହୋଇପାରୁନାହିଁ। ହିତାଧିକାରୀଙ୍କୁ ଯୋଡ଼ିବା ଓ ବାଦ୍‌ ଦେବା ପ୍ରକ୍ରିୟା ଜାରି ରହିଛି। ଏହାରି ଭିତରେ କେତେଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ସହ ପ୍ରଥମ କିସ୍ତି ପୈଠ କରି ପ୍ରଶାସନ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ପ୍ରୟାସ କରୁଛି। ମାତ୍ର ଏବେ ବି ବ୍ଲକ୍‌ର ୧୦୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଓ ପ୍ରଥମକିସ୍ତି ମିଳିନାହିଁ।
ରାଜ୍ୟ ସରକାରଙ୍କ ଗ୍ରାମୀଣ ଆବାସ(ଆର୍‌ଏଚ୍‌) ଓ୍ବେବ୍‌ସାଇଟ୍‌ ଓ କେନ୍ଦ୍ର ସରକାରଙ୍କ ଆବାସ ପ୍ଲସ୍‌(ଏଡବ୍ଲ୍ୟୁଏସ୍‌ ପ୍ଲସ) ଓ୍ବେବ୍‌ସାଇଟରେ ହିତାଧିକାରୀଙ୍କ ସଂଖ୍ୟାରେ ତାଳମେଳ ରହୁନାହିଁ। ତେଣେ ଚୂଡ଼ାନ୍ତ ତାଲିକାରେ ଥିବା ତ୍ରୁଟି ସୁଧାରିବାକୁ ପ୍ରୟାସ କରାଯାଉଛି। ଉକ୍ତ ବ୍ଲକରେ ଆବାସ ଟାର୍ଗେଟ ସଂଖ୍ୟା ୨୫୦୭ ହୋଇଥିବାବେଳେ ଆବାସ ପ୍ଲସ ଓ୍ବେବ୍‌ସାଇଟ୍‌ରେ ହିତାଧିକାରୀଙ୍କ ସଂଖ୍ୟା ୨୫୯୮ ଥିବା ସୂଚନା ମିଳିଛି। ଏଥିମଧ୍ୟରେ ୧୫୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମିଳିସାରିଛି। ବାକି ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଓ ପ୍ରଥମିକିସ୍ତି ମିଳିବାରେ ବିଳମ୍ବ ଘଟୁଛି। ତେବେ ତଦନ୍ତ ଅଧିକାରୀ ଓ ଜନପ୍ରତିନିଧିଙ୍କ ମଧ୍ୟରେ ସହମତି ହୋଇପାରୁ ନ ଥିବାରୁ ନିର୍ଭୁଲ୍‌ ତାଲିକା ପ୍ରସ୍ତୁତ ହେଉନାହିଁ। ଏହାରି ଭିତରେ ମାମଲାକୁ ନେଇ ଅସନ୍ତୋଷ ବଢୁଛି। ତେଣୁ ଯୋଜନାରୁ ବାଦ୍‌ ପଡ଼ିଥିବା କେତେ ଜଣ ବ୍ୟକ୍ତି ଆଇନର ଆଶ୍ରୟ ନେବେ ବୋଲି ସୂଚନା ମିଳିଛି।
୨୦୧୭-୧୮ରୁ ଗ୍ରାମୀଣ ଆବାସ ପାଇଁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ହେଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ପକ୍କାଘର ଯୋଜନା ବନ୍ଦ ହେବାପରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସରୁ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ଯୋଗାଇ ଦିଆଯିବା ନିଶ୍ଚିତ ହୋଇସାରିଛି। ପଞ୍ଚାୟତସ୍ତରରେ ହିତାଧିକାରୀଙ୍କ ସଂଖ୍ୟା ଟାର୍ଗେଟଠାରୁ ଅଧିକ ରହିଯାଇଛି। ସେଥିମଧ୍ୟରୁ ଅଯୋଗ୍ୟଙ୍କୁ ବାଦ୍‌ଦେବାକୁ ଡିସେମ୍ବର ୨୦୨୨ରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବ୍ଲକ ପକ୍ଷରୁ ପଞ୍ଚାୟତର ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ଗ୍ରାମ ରୋଜଗାର ସେବକଙ୍କୁ ନେଇ ୩ଜଣିଆ କମିଟି ଗଠନ ହୋଇଥିଲା। ଚଳିତ ବର୍ଷ ଜାନୁୟାରୀରେ କମିଟି ପକ୍ଷରୁ ପ୍ରଦତ୍ତ ରିପୋର୍ଟ ଆଧାରରେ ପଞ୍ଚାୟତ କାର୍ଯ୍ୟାଳୟରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଝୁଲାଯାଇଥିଲା। ଉକ୍ତ ତାଲିକାରେ ଥିବା ତ୍ରୁଟିବିଚ୍ୟୁତିକୁ ନେଇ ଜନସାଧାରଣଙ୍କଠାରୁ ଅଭିଯୋଗ ଆହ୍ବାନ କରାଯାଇଥିଲା। ଅଭିଯୋଗ ଆଧାରରେ ପୁନଃ ତଦନ୍ତ କରାଯାଇ ବ୍ଲକକୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ପରେ ଉକ୍ତ ରିପୋର୍ଟକୁ ଗ୍ରାମସଭା ମାଧ୍ୟମରେ ନିୟମିତ କରିବାକୁ ପ୍ରୟାସ କରାଯାଇଥିଲା। ଏହି ଆଧାରରେ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହୋଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି। ହେଲେ ଏଯାଏ ଆବାସ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥିବା ସମସ୍ତ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମିଳିପାରିନାହିଁ।
ସମସ୍ତ ପର୍ଯ୍ୟାୟ ଶେଷ ହେବା ପରେ ବି ତାଲିକାକୁ ନେଇ ନାନା ଅଭିଯୋଗ ଉଠୁଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଚାପ ଯୋଗୁ ଚଳିତ ମାସ ଶେଷ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ ଶେଷ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ମାତ୍ର ଚୂଡ଼ାନ୍ତ ତାଲିକାରେ ତ୍ରୁଟିଥିବାରୁ ପ୍ରକ୍ରିୟା ସମ୍ପନ୍ନ ହେବାରେ ଅଡୁଆ ପରିସ୍ଥିତି ଉପୁଜିଛି। ତ୍ରୁଟିଗୁଡ଼ିକ ହେଲା କେତେଜଣ ହିତାଧିକାରୀଙ୍କ ନାମ ପ୍ରକାଶନ ତାଲିକାରେ ନ ଥାଇ ବି ଚୂଡ଼ାନ୍ତ ତାଲିକାରେ ରହିଛି। ଆଉ କେତେଜଣଙ୍କ ନାମ ପ୍ରକାଶନ ତାଲିକାରେ ରହିଛି, ମାତ୍ର ତଦନ୍ତ ରିପୋର୍ଟରେ ଅଯୋଗ୍ୟ ନ ହୋଇ ଥାଇ ବି ସେମାନଙ୍କ ନାମ ଚୂଡାନ୍ତ ତାଲିକାରୁ ବାଦ୍‌ ପଡିଛି। କେତେଜଣ ହିତାଧିକାରୀଙ୍କ ପାଇଁ ବ୍ଲକ ପକ୍ଷରୁ କେସ୍‌ ରେକର୍ଡ ଖୋଲାଯାଇଛି। ମାତ୍ର କାର୍ଯ୍ୟାଦେଶ ପ୍ରଦାନ ପୂର୍ବରୁ ଘର କରିବା ସ୍ଥାନରେ ଜିଓ ଟ୍ୟାଗକରି ଫଟୋ ଉଠାଗଲାବେଳକୁ ତାହା ମୋବାଇଲରେ ପ୍ରଦର୍ଶିତ ହେଉ ନ ଥିବାରୁ ଫଟୋ ଉଠାଯାଇ ପାରୁନାହିଁ। ସେହି ବର୍ଗଙ୍କୁ କାର୍ଯ୍ୟାଦେଶ ଓ ପ୍ରଥମ କିସ୍ତି ପ୍ରଦାନରେ ବାଧା ସୃଷ୍ଟି ହେଉଛି। କାର୍ଯ୍ୟାଦେଶ ପ୍ରଦାନରେ ବିଳମ୍ବ ହେଉଥିବାରୁ ନିର୍ଦ୍ଧାରିତ ସମୟରେ ଘର ଶେଷ ହେବାରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏବେ ବର୍ଷା ଆରମ୍ଭ ହୋଇଯାଇଥିବାରୁ ହିତାଧିକାରୀଙ୍କୁ ସାମଗ୍ରୀ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଛି। ଏହାବାଦ୍‌ ବର୍ଷାଦିନ ଆରମ୍ଭରୁ କାର୍ଯ୍ୟାଦେଶ ମିଳିଯିବା ସମ୍ଭାବନା ଥିବା ଜାଣି କେତେଜଣ ହିତାଧିକାରୀ ଚାଳଛପର ଛାଆଣି କରିନାହାନ୍ତି। ତେଣୁ ଏବେ ସେମାନେ ଦୁର୍ବଳ ଚାଳଛପର ତଳେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି। ଏଭଳି ନାନା ତ୍ରୁଟିବିଚ୍ୟୁତିକୁ ନେଇ ଆବାସ ଯୋଜନାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏ ସମ୍ପର୍କରେ ବିଡିଓ ଅବନିକାନ୍ତ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ବୈଷୟିକ କାରଣରୁ ଚୂଡ଼ାନ୍ତ ତାଲିକାରେ କିଛିଟା ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହୋଇଥିବା ଲକ୍ଷ୍ୟ କରାଯାଉଛି। ଏହାର ସମାଧାନ ପାଇଁ ଜିଲା ପ୍ରଶାସନ ସହ ଯୋଗାଯୋଗ କରାଯାଉଛି। ପର୍ଯ୍ୟାୟକ୍ରମେ ସମସ୍ତ ସମସ୍ୟା ଦୂର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri