ବିସ୍ଥାପନକୁ ନେଇ ଆନ୍ଦୋଳନ ତେଜୁଛି

ଯାଜପୁର,୨୨ା୬(ହର୍ଷବର୍ଦ୍ଧନ ବେହେରା)ଶିଳ୍ପାୟନ ପ୍ରକ୍ରିୟାରେ ଅଞ୍ଚଳରେ ଦେଖାଯାଇଥିବା ପ୍ରଦୂଷଣ ସମସ୍ୟା ଓ ଏହାର ନିୟନ୍ତ୍ରଣ ଦିଗରେ ସରକାରଙ୍କ ବିଫଳତା ଲୋକଙ୍କୁ ଏଭଳି ହତାଶ କରିଛି ଯେ ଆର୍ଥତ୍କ ଅଭିବୃଦ୍ଧିର ସ୍ବାଦ ଚାଖିବେ କ’ଣ ନିଜ ଗଁା ମାଟି ଛାଡି ବିସ୍ଥାପିତ କରିବାକୁ ଦାବି କରୁଛନ୍ତି। କିନ୍ତୁ ଲୋକଙ୍କ ଏଭଳି ଅସହାୟତାର ସୁଯୋଗ ନେଇ ପ୍ରଶାସନ ଜଙ୍ଗଲ ଜମିର ଦ୍ୱାହି ଦେଇ ଶାଗମାଛ ଦରରେ କ୍ଷତିପୂରଣ ଚୂଡାନ୍ତ କରିଛନ୍ତି। ଏହାସହ ବିସ୍ଥାପନ ଓ ପୁନର୍ବାସ ନୀତି-୨୦୦୫ ଲାଗୁ ପରେ ଯେଉଁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ନୂତନ ପରିବାର ଗଢ଼ିଛନ୍ତି, ସେମାନଙ୍କୁ ବିସ୍ଥାପନରୁ ବାଦ୍‌ ଦେଇ ପ୍ରଶାସନ ନିଜର ଦାୟିତ୍ୱ ସମ୍ପାଦନ କରୁଥିବା ଅଭିଯୋଗ ହେଉଛି। ଏଭଳିସ୍ଥିତିରେ ବର୍ତ୍ତମାନ ଚାଲିଥିବା ବିସ୍ଥାପନ ପ୍ରକ୍ରିୟାକୁ କଳିଙ୍ଗନଗର ଶିଳ୍ପାଞ୍ଚଳର କୁଡୁମୀସାହି, ଅରାସାହି, ଟାଙ୍ଗରସାହି ଓ କଚେରୀଗାଁର ପ୍ରଭାବିତ ୧୧୫ ଆଦିବାସୀ ପରିବାର ଲୋକେ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ତେଣୁ ପ୍ରଶାସନ ଏହି ସମସ୍ୟାର ତ୍ୱରିତ ସମାଧାନ ନ କଲେ ଆଗକୁ କଳିଙ୍ଗନଗର ଗୁଳିକାଣ୍ଡ ଭଳି ପରିସ୍ଥିତିର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଚର୍ଚ୍ଚା ଜୋର ଧରିଛି।
କଳିଙ୍ଗନଗର ଅଞ୍ଚଳରେ ଥିବା ଏକାଧିକ ବୃହତ୍‌ କମ୍ପାନୀଗୁଡ଼ିକୁ ଲାଗି ଅନେକ ବସ୍ତି ଅଞ୍ଚଳ ରହିଛି। ଏହି କମ୍ପାନୀଗୁଡ଼ିକର ପ୍ରଦୂଷଣ ସମସ୍ୟା ସୁଧୁରିବ ବୋଲି ଅଞ୍ଚଳବାସୀ ବହୁ ଆଶା ରଖିଥିଲେ। ହେଲେ ସେହି ଆଶା ଏବେ କ୍ଷୀଣ ହେବାରେ ଲାଗିଛି। ତେଣୁ ସେମାନେ ବିସ୍ଥାପିତ ହେବାକୁ ପୂର୍ବରୁ ବହୁ ଦାବି କରି ଆସିଛନ୍ତି। ବର୍ଜ୍ୟବସ୍ତୁର ପରିଚାଳନା ପାଇଁ ପରିବେଶ ସୁରକ୍ଷା ଆଇନ ଅନୁସାରେ ଅଧିକାଂଶ କାରଖାନାଗୁଡ଼ିକର କୌଣସି ନିଜସ୍ବ ବ୍ୟବସ୍ଥା ନାହିଁ। ଏଥିଯୋଗୁ ଅଞ୍ଚଳବାସୀଙ୍କ କେବଳ ଜୀବନ ଜୀବିକାକୁ ନୁହେଁ, ଦୈନନ୍ଦିନ ପରିଚର୍ଯ୍ୟାକୁ ବିଶେଷ ଭାବେ ପ୍ରଭାବିତ କରିଛି। କାରଖାନାରୁ ନିର୍ଗତ କଳା ପାଉଁଶର ଆସ୍ତରଣ ସମଗ୍ର ଅଞ୍ଚଳକୁ ଆଚ୍ଛାଦିତ କରୁଛି। ଏହାବାଦ୍‌ କାରଖାନାରୁ ବର୍ଜ୍ୟଜଳ ଗ୍ରାମବାସୀଙ୍କ ପାଇଁ କାଳ ହୋଇଛି। ବର୍ଜ୍ୟଜଳ ମାଡି ଯାଇଥିବାରୁ ଆଉ କୌଣସି ଚାଷ ହୋଇପାରୁ ନ ଥିବା ମତପ୍ରକାଶ ପାଇଛି। ଜନବସତି ଆଉ ଜଳଉତ୍ସ ପାଉଁଶ ପ୍ରଭାବରେ ତୀବ୍ର ପ୍ରଦୂଷିତ ହେବା ସହ ବାୟୁ ପ୍ରଦୂଷଣ ଯୋଗୁ ସମଗ୍ର ଅଞ୍ଚଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଆଖପାଖର ଚାରଣ ଭୂମି ପାଉଁଶ ପ୍ରଭାବରେ ପ୍ରଦୂଷିତ ହୋଇ ଗୃହପାଳିତ ପଶୁଙ୍କ ପାଇଁ ମଧ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରୁଛି। ତେଣୁ ପ୍ରଭାବିତ ଗ୍ରାମବାସୀ ବିସ୍ଥାପନ ଦାବି କରୁଥିବାବେଳେ ପ୍ରଶାସନ ୧୮ ବର୍ଷରୁ ଊର୍ଦ୍ଧ୍ୱ ନୂତନ ପରିବାରଙ୍କୁ ଅଣଦେଖା କରି ଚାଲିଛି। ଏଭଳିସ୍ଥିତିରେ ବିସ୍ଥାପନ ହେଲେ ମଲେ ନ ହେଲେ ବି ମଲେ ବୋଲି କୁହାଯାଉଛି। କଳିଙ୍ଗନଗର ଶିଳ୍ପାଞ୍ଚଳର ଦାନଗଦି ବ୍ଲକ କଚେରୀଗାଁ, ଅରାସାହି, କୁଡୁମୀସାହି ଏବଂ ଟାଙ୍ଗରସାହି ଗ୍ରାମବାସୀ ଏବେ ଏହି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ପ୍ରଥମେ କ୍ଷତିପୂରଣ ପ୍ରଦାନ ଏବଂ କ୍ଷତିଗ୍ରସ୍ତ ପରିବାରର ଜଣଙ୍କୁ ନିଯୁକ୍ତି ସହ ୧୮ ବର୍ଷ ହେଉଥିବା ଯୁବକଙ୍କୁ ସ୍ବତନ୍ତ୍ର ପରିବାର ମାନ୍ୟତା ଆଦି ଦାବି କରି ଜମି ଅଧିଗ୍ରହଣକୁ ବିରୋଧ କରୁଛନ୍ତି। ଏଥିରେ କୁଡୁମୀସାହିର ୩୭, ଅରାସାହି ୨୪, ଟାଙ୍ଗରସାହି ୨୯ ଏବଂ କଚେରୀ ଗାଁର ୨୫ ପରିବାରକୁ ଗ୍ରାମବାସୀ ଚିହ୍ନଟ କରିଛନ୍ତି। କିନ୍ତୁ ଇଡ୍‌କୋ କର୍ତ୍ତୃପକ୍ଷ ପୋଲିସ ଫୋର୍ସ ମୁତୟନ କରି ବଳପୂର୍ବକ ଜମି ଅଧିଗ୍ରହଣ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଉପରୋକ୍ତ ମର୍ମରେ କ୍ଷତିଗ୍ରସ୍ତ ଲୋକେ ଜିଲାପାଳ ଏବଂ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ବହୁବାର ଅଭିଯୋଗ କରିଥିଲେ ହେଁ କିଛି ସୁଫଳ ମିଳୁନାହିଁ। ତେଣୁ ଜୀବନ ଦେବୁ ପଛେ ନିଜର ଭିଟାମାଟି ଛାଡ଼ିବୁନି ବୋଲି କ୍ଷତିଗ୍ରସ୍ତ ପରିବାର ଲୋକେ ଚେତାବନୀ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ ଉପରୋକ୍ତ ଗ୍ରାମଗୁଡ଼ିକରେ ଆଦିବାସୀ, ଦଳିତ, ପଛୁଆବର୍ଗ ସମ୍ପ୍ରଦାୟର ପ୍ରାୟ ୨୯୨ ପରିବାର ଦୀର୍ଘ ବର୍ଷ ହେଲା ବସବାସ କରୁଛନ୍ତି। କିନ୍ତୁ ଉକ୍ତ ଜାଗା ଉପରେ ଶିଳ୍ପ ସ୍ଥାପନ ପାଇଁ ସରକାର ଯୋଜନା କରିଛନ୍ତି। ହେଲେ ସେମାନଙ୍କୁ କୌଣସି ସୂଚନା ଦିଆ ନ ଯାଇ କିମ୍ବା ଜଣଶୁଣାଣି ନ କରି ଜମି ଅଧିଗ୍ରହଣ କରାଯାଉଛି। ନିକଟରେ ପ୍ରଶାସନ ପକ୍ଷରୁ ଘରଦ୍ୱାର ମାପଚୁପ କରାଯାଇଛି। ତେଣୁ ପ୍ରଭାବିତ ଲୋକେ ଆଶଙ୍କାରେ ଜୀବନ ଅତିବାହିତ କରୁଛନ୍ତି। ପ୍ରଭାବିତ ବାସିନ୍ଦା ବିଜୟ କୁମାର ଦାସ, ଈଶ୍ୱର ଦାସ, ପାଣ୍ଡବ ବଦରା, ରାମରାୟ ଲାଗୁରି, ସୁରେଶ କୁରଲି ପ୍ରମୁଖ କହିଛନ୍ତି, ପ୍ରଶାସନ ବେଆଇନ ଭାବେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆମର କୌଣସି ଅଭିଯୋଗକୁ ଶୁଣୁନାହାନ୍ତି। ତେଣୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ପରିବାରଙ୍କୁ ସ୍ବତନ୍ତ୍ର ଭାବେ କ୍ଷତିପୂରଣ ପ୍ରଦାନ ନ କଲେ ଆନ୍ଦୋଳନ ଆହୁରି ତୀବ୍ର ହେବ। ଅନ୍ୟପକ୍ଷେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର କହୁଛନ୍ତି ୨୦୦୫ ବିସ୍ଥାପନ ଆଇନ ଅନୁସାରେ ପ୍ରକ୍ରିୟା ଚାଲିଛି। ସ୍ବତନ୍ତ୍ର ପରିବାର ଦାବି ଉପରେ ଏଯାଏ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ଏହି ସମୟରେ ଦେଖିବେ ଧନୁଯାତ୍ରା ମହୋତ୍ସବ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା ମହୋତ୍ସବରେ ମଥୁରାନଗରୀ ଉଠୁଛି ଓ ପଡୁଛି। କଂସ ମହାରାଜଙ୍କ ଅତ୍ୟାଚାରରେ ସମଗ୍ର ମଥୁରା ନଗରୀ ଥରହର...

ଥାନାରେ ପହଞ୍ଚି ନିଶା ବେପାରୀଙ୍କୁ ଦଣ୍ଡ ଦେଲେ କଂସ ମହାରାଜ: କାନ ଧରି ଉଠ ବସ ହେଲେ…

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

PEOଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ହାଟଡିହୀ/ବଞ୍ଚୋ,୩୦।୧୨(ଶୁଭକାନ୍ତ ନାୟକ/ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବଞ୍ଚୋ ପିଇଓ ଜିତେନ୍ଦ୍ର ଜେନାଙ୍କ ବସନ୍ତିଆସ୍ଥିତ ଘର ଓ ପତ୍ନୀଙ୍କ ନାମରେ ଥିବା...

ବଡ଼ ଭବିଷ୍ୟବାଣୀ କଲେ ଶାହା: ‘୨୦୨୬ରେ ପଶ୍ଚିମବଙ୍ଗରେ ବିପୁଳ ବହୁମତ ସହିତ ସରକାର ଗଢିବ ଭାଜପା’

ନୂଆଦିଲ୍ଲୀ,୩୦।୧୨: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୋଲକାତାରେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏହି ସମୟରେସେ କହିଛନ୍ତି ଯେ ଏହି ଦିନଟି ସମସ୍ତ ଭାରତୀୟଙ୍କ...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ଜିରୋ ନାଇଟ୍‌ ସେଲିବ୍ରେଶନ୍‌: ରାତି ୧୨ଟା ପରେ ମ୍ୟୁଜିକ ମନା

ଭୁବନେଶ୍ୱର,୩୦।୧୨: ନୂଆବର୍ଷ ପାଳନ ପାଇଁ ପୋଲିସ ପକ୍ଷରୁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୧୮ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ...

ପେଟ୍ରୋଲ ପମ୍ପ ସ୍ଥାନରେ ଧାନ ଚାଷ: ସାଟେଲାଇଟ ସର୍ଭେରେ ଧରାପଡିଲା ଗୁମର

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ପେଟ୍ରୋଲ ପମ୍ପ ଅଛି, କିନ୍ତୁ ଧାନ ଚାଷ ହୋଇଥିବା ନେଇ ଚାଷୀ କରିଛି ପଞ୍ଜିକରଣ। ଶେଷରେ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ କମ୍ପ୍ୟୁଟର...

ବ୍ୟାଗରେ ଆଣୁଥିଲେ ୪ କୋଟିର ଗଞ୍ଜେଇ, ଭୁବନେଶ୍ବର ବିମାନ ବନ୍ଦରରେ ଜବତ କଲା କଷ୍ଟମ୍ ବିଭାଗ

ଭୁବନେଶ୍ବର,୩୦।୧୨:  ଭୁବନେଶ୍ବରରୁ ବିମାନ ବନ୍ଦରରୁ ଜବତ ହେଲା ଗଞ୍ଜେଇ । ୪ କୋଟିର ଗଞ୍ଜେଇ ଜବତ । ଜଣେ ଯାତ୍ରୀଙ୍କ ବ୍ୟାଗରୁ ଏହି ଗଞ୍ଜେଇ ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri