ପାଣି ପାଇପ ମିସ୍ତ୍ରିଙ୍କ ଚିହ୍ନଟ ଜରୁରୀ

କେନ୍ଦ୍ରାପଡ଼ା,୨୨ା୬ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାର ଲକ୍ଷେରୁ ଊର୍ଦ୍ଧ୍ୱ କୁଶଳୀ ପାଣି ପାଇପ ମିସ୍ତ୍ରି ଦେଶ ବିଦେଶରେ ରହି କାମ କରୁଛନ୍ତି। ଦି ଇଣ୍ଡିଆନ ପ୍ଲମ୍ବିଂ ସ୍କିଲ୍‌ କାଉନସିଲର ସର୍ଭେ ଅନୁଯାୟୀ ଦେଶରେ କାର୍ଯ୍ୟରତ ପାଣି ପାଇପ ମିସ୍ତ୍ରିଙ୍କ ମଧ୍ୟରୁ ଓଡ଼ିଆ ଭାଷାଭାଷୀ ୭୦ ଭାଗ। ଏଥିମଧ୍ୟରୁ ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ସର୍ବାଧିକ ଅଛନ୍ତି। ଏହି କୁଶଳୀ କାରିଗରଙ୍କ ତଥ୍ୟ ଜିଲା ପ୍ରଶାସନ ନିକଟରେ ନାହିଁ। ଦେଶ ବିଦେଶରେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଉଦ୍ଧାର ଅଥବା ସହଯୋଗ ପାଇଁ ଜିଲା ପ୍ରଶାସନ ନାଚାର ଅବସ୍ଥା ଦେଖାଉଛି। ଏମାନଙ୍କ ଡାଟାବେସ୍‌ ପ୍ରସ୍ତୁତି ସହ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ଟୋଲ ଫ୍ରି ନମ୍ବର ଦିଆଗଲେ ଜିଲାବାସୀ ଉପକୃତ ହୋଇପାରିବେ। ଏଥିପାଇଁ ଏମାନଙ୍କ ଚିହ୍ନଟ ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଏ ସମ୍ପର୍କରେ ଆଇନଜୀବୀ ବିଧୂ ଭୂଷଣ ମହାପାତ୍ର କହିଛନ୍ତି ଯେ ୧୯୪୭ ମସିହାରେ କୋଲକାତା ହାଇକୋର୍ଟରେ ଦିନେଶ ଚନ୍ଦ୍ର ଗୁହା ନାମକ ଜଣେ ବ୍ୟକ୍ତି ଏକ ମକଦ୍ଦମା ଦାଏର କରିଥିଲେ। ଏଥିରେ କୋଲକାତା ମ୍ୟୁନିସିପାଲିଟିର ଲାଇସେନ୍ସପ୍ରାପ୍ତ ପାଣି ପାଇପ ମିସ୍ତ୍ରି ନିଯୁକ୍ତ ହୋଇ ନ ଥିବା ଦର୍ଶାଇ ଓଡ଼ିଶାର ପାଣି ପାଇପ ମିସ୍ତ୍ରିଙ୍କୁ ବିରୋଧ କରିଥିଲେ। ତତ୍କାଳୀନ ସମୟରେ ପଟ୍ଟାମୁଣ୍ଡାଇର ଏହି କର୍ମକୁଶଳୀ ମିସ୍ତ୍ରିଙ୍କ ଅନୁଭବ ଆଗରେ ପାଠପଢ଼ା ଡିଗ୍ରୀଧାରୀ ହାର ମାନିଥିଲେ। ବାସ୍ତବରେ ୧୯୩୦ ମସିହାରେ କେତେଜଣ ଯୁବକ ବ୍ରିଟିଶ କମ୍ପାନୀରେ ରହି କାର୍ଯ୍ୟ କରୁଥିଲେ। ଦେଶ ବିଭାଜନ ପରେ ଏହି କମ୍ପାନୀରେ ଥିବା ମୁସଲମାନ ସମ୍ପ୍ରଦାୟ ଲୋକ ପୂର୍ବ ପାକିସ୍ତାନକୁ ପଳାଇ ଯିବା ପରେ କୋଲକାତାରେ ଓଡ଼ିଆ ମିସ୍ତ୍ରିଙ୍କ ଆଧିପତ୍ୟ ବଢ଼ିଥିଲା। ଏପରିକି ୧୯୭୦ ମସିହାରୁ ଅଦ୍ୟାବଧି ଜିଲାର ପାଣି ପାଇପ କୁଶଳୀ କାରିଗର ଆରବ, କୁଏଟ୍‌ ଆଦି ଦେଶରେ ସର୍ବାଧିକ ଗ୍ରହଣୀୟ ହୋଇଛନ୍ତି। ୨୦୧୦ ମସିହାରୁ ପଟ୍ଟାମୁଣ୍ଡାଇଠାରେ ଷ୍ଟେଟ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ ପ୍ଲମ୍ବିଂ ଟେକ୍ନୋଲୋଜି (ଏସ୍‌ଆଇପିଟି) ଆରମ୍ଭ ପରେ କୁଶଳୀ ପାଣିପାଇପ ମିସ୍ତ୍ରିଙ୍କ ସଂଖ୍ୟା ଅଧିକ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି। ଜିଲାର ଏକ ବେସରକାରୀ ସଂସ୍ଥାର ଆକଳନ ଅନୁଯାୟୀ, ୨୦୧୧ ଜନଗଣନା ଅନୁସାରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ସହିତ ଆଳି, ରାଜନଗର, ରାଜକନିକା ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ୫,୩୬,୦୨୬ ଜଣଙ୍କ ମଧ୍ୟରୁ ୫୧ ପ୍ରତିଶତ ଜିଲା ବାହାରେ କାର୍ଯ୍ୟରତ ଅଛନ୍ତି।
ଏମାନଙ୍କ ମଧ୍ୟରୁ ୬୭ ଭାଗ ପାଣି ପାଇପ ମିସ୍ତ୍ରି ଭାବେ କାର୍ଯ୍ୟ କରୁଛନ୍ତି। ତେବେ ଏହି କୁଶଳୀ ଶ୍ରମିକଙ୍କ ଡାଟାବେସ୍‌ ନ ଥିବାରୁ ସରକାରୀ ପ୍ରୋତ୍ସାହନ ମିଳିପାରୁନାହିଁ। ପଟ୍ଟାମୁଣ୍ଡାଇର ନରେନ୍ଦ୍ର ରାଉତ କହିଛନ୍ତି, ଏଠାକାର କୁଶଳୀ କାରିଗରମାନେ ଦେଶ ବିଦେଶରେ ମଧ୍ୟସ୍ଥ, ଠିକାଦାର, ବିଲ୍‌ଡରଙ୍କ ଜରିଆରେ ପାଣି ପାଇପ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ବହୁ ସମୟରେ ଏହି ଶ୍ରମିକଙ୍କ ନିର୍ଯାତନା ଖବର ଆସିଥାଏ। ସେହିପରି ଭିଜା, ପାସ୍‌ପୋର୍ଟ ଆଦି ସମସ୍ୟା ରହିଛି। ଏହି ସମୟରେ ପ୍ରଶାସନ ପକ୍ଷରୁ ସାହାଯ୍ୟର ଆବଶ୍ୟକତା ଥିବାବେଳେ ପରିଚୟ ଓ କାର୍ଯ୍ୟସ୍ଥଳର ତଥ୍ୟ ଅଭାବରୁ ଯୋଗାଯୋଗ ସମ୍ଭବ ହେଉନାହିଁ। ଏଥିସହ ଶ୍ରମ ବିଭାଗ ପକ୍ଷରୁ ଡାଟାବେସ୍‌ ପ୍ରସ୍ତୁତ କରାଯାଇ ଏକ ଟୋଲ ଫ୍ରି ନମ୍ବର ଦିଆଗଲେ ଜିଲା ବାହାରେ ରହୁଥିବା ଶ୍ରମିକଙ୍କ ସମସ୍ୟା କିଛି ଲାଘବ ହୋଇପାରିବ। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ୨୦୧୯ ମସିହାରେ ଡାଟାବେସ୍‌ ପ୍ରସ୍ତୁତି ପାଇଁ ପଦକ୍ଷେପ ନିଆଯାଇଛି। ପାଣିପାଇପ ମିସ୍ତ୍ରି ଅଥବା ଶ୍ରମିକ ଜିଲା ବାହାରକୁ ଯାଉଥିବା ସମୟରେ ଶ୍ରମ ବିଭାଗ କାର୍ଯ୍ୟାଳୟରେ ନିଜର ନାମ ପଞ୍ଜୀକୃତ କରାଇବା ବ୍ୟବସ୍ଥା ହୋଇଛି। ଏଥିସହ ପଟ୍ଟାମୁଣ୍ଡାଇ ବ୍ଲକ ଚାହାପଡ଼ାସ୍ଥିତ ଏସ୍‌ଆଇପିଟିରୁ ପୁରାତନ ଓ ନୂତନ ଶିକ୍ଷାର୍ଥୀଙ୍କ ପରିଚୟ ମଗା ଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri