ମାଙ୍କଡ଼କୁ ଠାବ କରିବାରେ ବନ ବିଭାଗ ବିଫଳ

ରସୁଲପୁର,୧୯ା୬(ରଂଜିତ ରାଉତ): ରସୁଲପୁର ବ୍ଲକ ଭୋଟକା ପଞ୍ଚାୟତରେ ମାଙ୍କଡ଼ ଆତଙ୍କ ଦେଖାଦେଇଛି। ପଞ୍ଚାୟତ ଅଞ୍ଚଳରେ ଘୁରିବୁଲୁ ଥିବା ମାଙ୍କଡ଼ପଲଙ୍କ ମଧ୍ୟରେ ଗୋଟିଏ ପାଗଳା ମାଙ୍କଡ଼ ରହିଛି। ଉକ୍ତ ମାଙ୍କଡ଼ ଆକ୍ରମଣରେ ପଞ୍ଚାୟତର ୭ଜଣ ଆହତ ହେଲେଣି। ପାଗଳ ମାଙ୍କଡ଼କୁ କାବୁ କରିବା ପାଇଁ ବନ ବିଭାଗ ପକ୍ଷରୁ ୨ଦିନ ହେଲା ଅପରେସନ ଜାରି ରହିଛି। ହେଲେ ଏଯାଏ ମାଙ୍କଡ଼କୁ କାବୁ କରିବାରେ ବିଭାଗ ବିଫଳ ହୋଇଛି। ରବିବାର ଅପରାହ୍ନରେ ବନ ବିଭାଗ ଓ ମାଙ୍କଡ଼ ଧରାଳି ଉଭୟଙ୍କ ପକ୍ଷରୁ ଏକ ମାଙ୍କଡ଼କୁ କାବୁ କରାଯାଇଥିଲା। ଉକ୍ତ ମାଙ୍କଡ଼କୁ ପାଗଳା ମାଙ୍କଡ଼ ଦର୍ଶାଇ ବିଭାଗ ଖସିଯିବାକୁ ଚେଷ୍ଟା କରୁଥିଲା। ହେଲେ ଏହାକୁ ଲୋକେ ବିରୋଧ କରିବା ସହ ପାଗଳା ମାଙ୍କଡ଼କୁ କାବୁ କରିବାକୁ ଜିଦ୍‌ ଧରିଥିଲେ। ବିଭାଗୀୟ ଅଧିକାରୀ ମହମ୍ମଦ ଜାକିର ହୁସେନଙ୍କ ନେତୃତ୍ୱରେ ଆସିଥିବା ମାଙ୍କଡ଼ ଧରାଳି ପଞ୍ଚାୟତରେ ରାତ୍ରୀ ଯାପନ କରିଛନ୍ତି। ସୋମବାର ସକାଳୁ ପୁଣି ମାଙ୍କଡ଼ ଧରାଯିବାକୁ ପ୍ରୟାସ କରାଯିବା। ଏ ଦିଗରେ ବିଭାଗ ବିଫଳ ହେଲେ ଅନ୍ୟ ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ୱ ଦିଆଯିବ। ନଚେତ ଗାଁ ଗଣ୍ଡାରେ ଘୁରି ବୁଲୁଥିବା ମାଙ୍କଡ଼ଙ୍କୁ ଅନ୍ୟତ୍ର ଘଉଡ଼ାଇ ଦିଆଯିବା ନେଇ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।
ପାଗଳା ମାଙ୍କଡ଼କୁ ଧରିବା ପାଇଁ ବସାଯାଇଥିବା ଫାସରେ ପଡ଼ିଥିବା ଏକ ମାଙ୍କଡ଼କୁ ଶାରଳା ଛକ ନିକଟରେ ଥିବା ଏକ କୋଠଘରେ ରଖାଯାଇଛି। ତା’କୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏବେ ବି ପାଗଳା ମାଙ୍କଡ଼ର ଭୟ ଜନସାଧାରଣଙ୍କୁ ଘାରିଛି। ଏକ ନିର୍ଦ୍ଦିଷ୍ଟ ମାଙ୍କଡ଼ ଆକ୍ରମଣ କରୁଛି ନାଁ ଏକାଧିକ ମାଙ୍କଡ଼ ସାମିଲ ଅଛନ୍ତି ସେ ଦ୍ୱନ୍ଦ୍ୱ ଏଯାଏଁ ଦୂର ହୋଇପାରୁନାହିଁ। ଆକ୍ରମଣ କରୁଥିବା ମାଙ୍କଡ଼କୁ ଚିହ୍ନଟ କରିବା ସହଜ ହେଉ ନ ଥିବାରୁ ତା’କୁ କାବୁ କରାଯାଇ ପାରୁନାହିଁ ବୋଲି ବିଭାଗୀୟ ଅଧିକାରୀଙ୍କଠାରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ଅଣଦେଖା: ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଭବାନୀପାଟଣା,୯ା୫(ଉତ୍ତମ କୁମାର ଦାଶ): ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରଶାସନିକ ଅବହେଳା ଓ ଜନପ୍ରତିନିଧିମାନଙ୍କ...

୧୩ରେ ପ୍ରଥମ ମତଦାନ: ୭୦୩ କେନ୍ଦ୍ରର ହେବ ଓ୍ବେବ୍‌କାଷ୍ଟ

ଛତ୍ରପୁର,୯ା୫(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲାରେ ଆଉ ତିନି ଦିନ ପରେ ୧୩ ତାରିଖ ଦିନ ବ୍ରହ୍ମପୁର ଲୋକସଭା ଏବଂ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି...

ଖର୍ଚ୍ଚ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ଆସିଲେ ତୁରନ୍ତ ଜଣାଅ

ଭଦ୍ରକ,୯।୫ (ସନାତନ ରାଉତ)-ଭଦ୍ରକ ଲୋକ ସଭା ଓ ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି।...

ବିଧାୟକ, ଏମ୍‌ପି ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରୁଛନ୍ତି କେସିଙ୍ଗା ନଗରପାଳ

କେସିଙ୍ଗା,୯ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ଓ୍ବାର୍ଡ ନମ୍ବର ୬ରେ ନଗରପାଳ ନୃପରାଜ ଯାଦବ ପ୍ରଚଣ୍ଡ ଟାଣଖରାକୁ ଖାତିର ନ କରି ଓ୍ବାର୍ଡ ନଂ...

ଚିଲିକାରେ ବ୍ରିଜ୍‌ ନିର୍ମାଣ ହେବ: ଓଡ଼ିଶା ପାଇଁ ଏହି ସବୁ ଘୋଷଣା କଲେ ନୀତିନ ଗଡ଼କରୀ

ପୁରୀ,୯।୫: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର କୃଷ୍ଣପ୍ରସାଦରେ ନିଜର ଅଭିଭାଷଣ ରଖିଛନ୍ତି। ଏହି ସମୟରେ ଗଡ଼କରୀ ଓଡ଼ିଶା ପାଇଁ ଅନେକ ଘୋଷଣା କରିଛନ୍ତି।...

୨ ଶହ କୋଟି ଟଙ୍କାରେ ନିର୍ମାଣ ହେବ ପାରାଦୀପ ଏୟାରପୋର୍ଟ: ଗଡ଼କାରୀ

ପୁରୀ,୯।୫: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର ପୁରୀରେ ପହଞ୍ଚି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଏହା ପରେ କୃଷ୍ଣପ୍ରସାଦରେ ବିରାଟ ଜନସଭାରେ ଉଦ୍‌ବୋଧନ...

୧୧ରେ ବରଗଡ଼ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବରଗଡ଼,୯ା୫(ପ୍ରେମାନନ୍ଦ ଖମାରୀ): ଆସନ୍ତା ୧୧ତାରିଖ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ମିଳିଥିବା ସୂଚନାନୁଯାୟୀ, ମୋଦି ସେହିଦିନ ବରଗଡ଼ ସହର...

ନାମାଙ୍କନ କଲେ କୋରେଇ ବିଜେଡି ବିଧାୟିକା ପ୍ରାର୍ଥିନୀ ସଂଧ୍ୟାରାଣୀ ଦାସ

ଯାଜପୁର, ୯।୫: କୋରେଇ ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥିନୀ ସଂଧ୍ୟାରାଣୀ ଦାସ ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି। ପ୍ରଥମେ ପାଣିକୋଇଲି ତାରିଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri