ହୋଣ୍ଡା ନ୍ୟୁ ୟୁନିକର୍ଣ୍ଣର ବଜାର ପ୍ରବେଶ

ଭୁବନେଶ୍ୱର,୧୯।୬ (ଅଭୟ ଦାଶ): ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡା ନ୍ୟୁ ୟୁନିକର୍ଣ୍ଣର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଓବିଡି୨ ନିୟମ ପାଳନ କରୁଥିବା ୨୦୨୩ ୟୁନିକର୍ଣ୍ଣକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଥିଲା। ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ସଭାପତି, ସିଇଓ ଓ ପରିଚାଳନା ନିର୍ଦ୍ଦେଶକ ସୁସୁମୁ ଓଟାନି କହିଛନ୍ତି, ୟୁନିକର୍ଣ୍ଣ ବିଗତ ଦୁଇ ଦଶନ୍ଧିର ବ୍ୟାପକ ଅନୁଭୂତିରୁ ଭାରତୀୟ ମୋଟରସାଇକେଲ୍‌ ଚାଳକଙ୍କ ପସନ୍ଦ ହୋଇରହିଛି। ବିଶେଷ କରି ଶକ୍ତି, ଦକ୍ଷତା ଓ ଆରାମର ମିଶ୍ରଣ ଥିବା ମଡେଲ୍‌ ପ୍ରଦାନ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତାକୁ ଏହି ମଡେଲ୍‌ ସୁଦୃଢ଼ କରୁଥିବା ବେଳେ ଏହା ସଦ୍ୟତମ ନିର୍ଗମନ ନିୟମକୁ ମଧ୍ୟ ପାଳନ କରୁଛି। ଆମ ଉପରେ ଦୀର୍ଘଦିନରୁ ଭରସା ରଖିଥିବା ଗ୍ରାହକମାନଙ୍କୁ ଆମେ କୃତଜ୍ଞତା ଜଣାଉଛୁ। ସେହିଭଳି ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ-ବିକ୍ରି ଓ ମାର୍କେଟିଂ ଯୋଗେଶ ମାଥୁର କହିଛନ୍ତି, ଅତୁଳନୀୟ ଷ୍ଟାଇଲ, ଡିଜାଇନ, ଶକ୍ତି ଓ ଉନ୍ନତ ଏର୍ଗୋନୋମିକ୍‌କୁ ନେଇ ହୋଣ୍ଡା ୟୁନିକର୍ଣ୍ଣ କ୍ଷେତ୍ରରେ ନୂଆ ଧାରା ସୃଷ୍ଟି କରିଛି। ନୂଆ ଓବିଡି୨ ନିୟମ ପାଳନ କରୁଥିବା ପିଜିଏମ୍‌-ଏଫ୍‌ଆଇ ଇଞ୍ଜିନ ଏହାକୁ ଆହୁରି ଆଗକୁ ବଢ଼ାଇବା ସହ ତା’ର ଦକ୍ଷତା, ନିରବଚ୍ଛିନ୍ନ ଶକ୍ତି ପ୍ରଦାନରେ ମଧ୍ୟ ଉନ୍ନତି ଆଣିଥିବା ବେଳେ ସଦ୍ୟତମ ମାନକକୁ ମଧ୍ୟ ପୂରଣ କରୁଛି। ଉଲ୍ଲେଖଯୋଗ୍ୟ, ଓବିଡି୨ ନିୟମ ପାଳନ କରୁଥିବା ୨୦୨୩ ୟୁନିକର୍ଣ୍ଣରେ ୧୬୦ ସିସିର ପିଜିଏମ୍‌-ଏଫ୍‌ଆଇ ଇଞ୍ଜିନ ଯାହା ଉତ୍କୃଷ୍ଟ ପ୍ରଦର୍ଶନ ଓ ଦକ୍ଷତା ପ୍ରଦାନ କରୁଛି। ଏହା ସହିତ ଆରାମ ଓ ସୁବିଧା ପାଇଁ ଏଥିରେ ଆଣ୍ଟି ବ୍ରେକ୍‌ ସିଷ୍ଟମ, ଟ୍ୟୁବ୍‌ଲେସ୍‌ ଟାୟାର, ରିଅର ମନୋ ସକ୍‌, ଅଧିକ ଗ୍ରାଉଣ୍ଡ୍‌ କ୍ଲିୟରାନ୍ସ, ଲମ୍ବା ହ୍ବିଲ୍‌ ବେସ୍‌, ଲମ୍ବା ସିଟ୍‌, ସିଲ୍‌ ଚେନ୍‌ ଓ ଇଞ୍ଜିନ୍‌ ଷ୍ଟପ୍‌ ସ୍ବିଚ୍‌ ଆଦି ରହିଛି। ଏହାର ପାର୍ଶ୍ୱ କଭରରେ କ୍ରୋମ୍‌ ଷ୍ଟ୍ରୋକ୍‌ ଏବଂ ଟାଙ୍କିରେ ୩ଡି ହୋଣ୍ଡା ୱିଙ୍ଗ୍‌ ଚିହ୍ନ ବେଶ ଆକର୍ଷଣୀୟ ଦେଖାଯାଉଛି। ଏହା ଉପରେ ୧୦ବର୍ଷର ସ୍ବତନ୍ତ୍ର ୱାରେଣ୍ଟି (୩ ବର୍ଷ ସାଧାରଣ ସହିତ ୭ ବର୍ଷର ବର୍ଦ୍ଧିତ ୱାରେଣ୍ଟି ବିକଳ୍ପ) ପ୍ରଦାନ କରାଯାଉଛି। ଏପରିକି ପର୍ଲ ଇଗ୍ନିଅସ୍‌ ବ୍ଲାକ୍‌, ଇମ୍ପରିଆଲ୍‌ ରେଡ୍‌ ମେଟାଲିକ୍‌, ମ୍ୟାଟ୍‌ ଆକ୍ସିସ୍‌ ଗ୍ରେ ମେଟାଲିକ୍‌ ଓ ପର୍ଲ ସାଇରନ୍‌ ବ୍ଲୁ୍‌ ଭଳି ଚାରିଟି ରଙ୍ଗରେ ଏହା ଉପଲବ୍ଧ। ଏହାର ଏକ୍ସ ଶୋ’ରୁମ୍‌ ମୂଲ୍ୟ ୧,୦୯,୮୦୦ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri