Posted inଖେଳ

ଆଜିଠୁ ସିନିୟର ଆନ୍ତଃ ରାଜ୍ୟ ଆଥ୍‌ଲେଟିକ୍ସ

ଭୁବନେଶ୍ୱର, ୧୫ା୬(ସରୋଜ ଜେନା): କଳିଙ୍ଗ ଷ୍ଟାଡିୟମରେ ଗୁରୁବାରଠାରୁ ଅନୁଷ୍ଠିତ ହେବ ୬୨ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌। ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଓ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଉଦ୍ୟମରେ ଏହି ସମ୍ମାନଜନକ ପ୍ରତିଯୋଗିତା ଚଳିତ ମାସ ୧୫ରୁ ୧୯ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଏଏଫ୍‌ଆଇ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଆଥ୍‌ଲେଟିକ୍ସ ଟିମ୍‌ର ମୁଖ୍ୟ କୋଚ୍‌ ରାଧାକ୍ରିଷ୍ଣନ ନାୟାରଙ୍କ ସମେତ ସ୍ପ୍ରିଣ୍ଟର ଅମିୟ ମଲିକ୍‌, ଜ୍ୟୋତି ୟାରାଜୀ ଓ ଷ୍ଟିପଲଚେଜର ପାରୁଲ ଚୌଧାରୀ ଏଥିରେ ଯୋଗ ଦେଇଥିଲେ। ରାଜ୍ୟରେ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ ଭଳି ଏକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଚାଲିଥିବା ସମୟରେ ରାଜ୍ୟ ସରକାର ଯେଉଁଭଳି ଭାବରେ ତତ୍ପରତା ଦେଖାଇ ଏହି ଟୁର୍ନାମେଣ୍ଟ ଆୟୋଜନ କରିଛନ୍ତି ତାକୁ ବେଶ୍‌ ପ୍ରଶଂସା କରିଥିଲେ ନାୟାର। ଚଳିତ ଆନ୍ତଃରାଜ୍ୟ ସିନିୟର ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ର ପ୍ରଦର୍ଶନ ଆଧାରରେ ହିଁ ଏସିଆନ୍‌ ଚାମ୍ପିୟନଶିପ୍‌ ଓ ଏସିଆନ୍‌ ଗେମ୍ସ ପାଇଁ ଆସନ୍ତା ୨୦ ତାରିଖରେ ଆଥ୍‌ଲେଟିକ୍ସ ଦଳ ଚୟନ କରାଯିବ ବୋଲି କହିଥିଲେ କୋଚ୍‌। ଏହି ଟୁର୍ନାମେଣ୍ଟରେ ନୀରଜ ଚୋପ୍ରା ଓ ଅବିନାଶ ସାବ୍‌ଲେ ଅଂଶଗ୍ରହଣ କରୁ ନ ଥିବା ବେଳେ ଆହତ କାରଣରୁ ଷ୍ଟାର ସ୍ପ୍ରିଣ୍ଟର ହିମା ଦାସ ଅଂଶଗ୍ରହଣ କରିବେ ନାହିଁ। ଉଭୟ ନୀରଜ ଓ ଅବିନାଶ ବର୍ତ୍ତମାନ ବିଦେଶରେ ପ୍ରଶିକ୍ଷଣ ନେବା ସହିତ ଡାଇମଣ୍ଡ ଲିଗ୍‌ରେ ଅଂଶଗ୍ରହଣ କରୁଛନ୍ତି। ଉଭୟ ଖେଳାଳିଙ୍କ ବିଶ୍ୱ ଚାମ୍ପିୟନଶିପ୍‌ ଅଂଶଗ୍ରହଣକୁ ପ୍ରାଥମିକତା ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ଭିଜା ସମସ୍ୟା ପାଇଁ ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ମହିଳା ଜାଭେଲିନ୍‌ ଥ୍ରୋୟର ଅନୁ ରାଣୀ ମଧ୍ୟ ଅଂଶଗ୍ରହଣ କରିବେ ବୋଲି କୋଚ୍‌ ମତ ଦେଇଥିଲେ। ଓଡ଼ିଶାର ପରିବେଶ ସାଧାରଣତଃ ଆର୍ଦ୍ର ରହୁଥିଲେ ମଧ୍ୟ ଏହା ଖେଳାଳିଙ୍କ ପ୍ରଦର୍ଶନକୁ ଏତେଟା ପ୍ରଭାବିତ କରିବ ନାହିଁ ବୋଲି କୋଚ୍‌ କହିଛନ୍ତି। ଜାତୀୟ ରେକର୍ଡଧାରୀ ଧାବି ଜ୍ୟୋତି ୟାରାଜି ବିଦେଶରେ ଅଭ୍ୟାସ ଦ୍ୱାରା ତାଙ୍କ ପ୍ରଦର୍ଶନରେ ସ୍ଥିରତା ଆସିଛି ଏବଂ ଚଳିତ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରିବା ନେଇ ଆଶା ପ୍ରକାଶ କରିଥିଲେ। ସେହିପରି ୨୦୨୩ରେ ଉଭୟ ୩୦୦୦ ଓ ୫୦୦୦ ମିଟର ଷ୍ଟିପଲଚେଜରେ ଜାତୀୟ ରେକର୍ଡ କରିଥିବା ପାରୁଲ ଚୌଧାରୀ ମଧ୍ୟ ଭଲ ପ୍ରଦର୍ଶନ ନେଇ ଆଶାବାଦୀ ଅଛନ୍ତି।

ଟାଇମିଂରେ ଉନ୍ନତି ପାଇଁ ପ୍ରୟାସ କରିବି: ପାରୁଲ

ଚଳିତ ବର୍ଷ ମୋର ପ୍ରଦର୍ଶନରେ ଢେର ଉନ୍ନତି ଆସିଛି। ଉଭୟ ୩୦୦୦ ଓ ୫୦୦୦ ମିଟର ଷ୍ଟିପଲଚେଜରେ ଜାତୀୟ ରେକର୍ଡ କରିଥିବା ବେଳେ କଳିଙ୍ଗ ଷ୍ଟାଡିୟମରେ ମୋ ଟାଇମିଂରେ ଉନ୍ନତି କରିବାକୁ ପ୍ରୟାସ କରିବି ବୋଲି କହିଛନ୍ତି ପାରୁଲ ଚୌଧାରୀ। ବିଦେଶର ପରିବେଶ ଏବଂ ଏଠିକାର ପରିବେଶ ମଧ୍ୟରେ ବିଶେଷ ଫରକ ରହିଛି। ତେବେ ମୁଁ ଏଠାରେ ପୂର୍ବରୁ ଖେଳି ସାରିଛି ଓ ଏଠିକାର ପରିବେଶ ସହିତ ଅଭ୍ୟସ୍ତ। ତେଣୁ ଭଲ ପ୍ରଦର୍ଶନ ନେଇ ଆଶା ରହିଛି। ଓଡ଼ିଶାରେ ସର୍ବଦା ଉନ୍ନତ ସୁବିଧା ସୁଯୋଗ ମିଳିଥାଏ। ଏହା ସହିତ ଏଠିକୁ ଆସିବା ପୂର୍ବରୁ ମୋର ପ୍ରସ୍ତୁତି ବେଶ୍‌ ଭଲ ରହିଛି। ଆର୍ଦ୍ରତା ଓ ଗରମକୁ ଦେଖି ଅଭ୍ୟାସ ଆରମ୍ଭ କରିବି।

ଘରୋଇ ପରିବେଶରେ ପ୍ରଦର୍ଶନ ପାଇଁ ଉତ୍ସାହିତ: ଅମିୟ

ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳିବାକୁ ନେଇ ବେଶ୍‌ ଉତ୍ସାହିତ ରହିଛି। ଏହା ସହିତ ଏସିଆନ୍‌ ଚାମ୍ପିୟନଶିପ ଓ ଏସିଆନ୍‌ ଗେମ୍ସ ପାଇଁ ଅନ୍ତିମ ଟ୍ରାଏଲ୍ସ ରହିଥିବାରୁ ଏକ ଚମତ୍କାର ଟାଇମିଂ ଆଶା କରୁଛି। ୟୁରୋପରେ ଅଭ୍ୟାସ କାରଣରୁ ମୋ ଟାଇମିଂ ଓ ପ୍ରଦର୍ଶନରେ ବେଶ୍‌ ଉନ୍ନତି ଆସିଛି। ମୋ ଟେକ୍‌ନିକ୍‌ ଓ ପ୍ରଦର୍ଶନ ଉପରେ ଦୃଢ ବିଶ୍ୱାସ ରହିଛି ବୋଲି କହିଥିଲେ ଅମିୟ। ଓଡ଼ିଶାରେ ବର୍ତ୍ତମାନ ପ୍ରବଳ ଖରା ହେଉଥିଲେ ହେଁ ଏହା କେବଳ ମଧ୍ୟମ ଓ ଦୂରଗାମୀ ଧାବକଙ୍କୁ ପ୍ରଭାବିତ କରିବ, ସ୍ପ୍ରିଣ୍ଟ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri