ପୁଣି ଫାଷ୍ଟ କମ୍‌, ଫାଷ୍ଟ ଲୋଡ୍‌ ଆଇନ ଉଲ୍ଲଂଘନ

ଯାଜପୁର, ୧୫।୬(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲା ସୁକିନ୍ଦା ବ୍ଲକ କାଳିଆପାଣି ଖଣି ଅଞ୍ଚଳରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡ଼ ଆଇନ ଭୁଶୁଡି ପଡିଛି। ଖଣି ଖାଦାନ ନିକଟରେ ଥିବା ୩ ରୁ ୪ଟି ପଞ୍ଚାୟତର ଟ୍ରକ ମାଲିକମାନଙ୍କୁ ଖଣି ପରିବହନରେ ଅଧିକ ସହଯୋଗ କରାଯାଉଛି। ବାକି ଜିଲାର ସମସ୍ତ ଟ୍ରକ ମାଲିକମାନେ ଦାଣ୍ଡର ଭିକାରୀ ହୋଇ ସାରିଛନ୍ତି। ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଏଭଳି ଭାବେ କ୍ରୋମ ପରିବହନରେ ପକ୍ଷପାତିତା କରୁଥିବା ଅଭିଯୋଗ ହେଉଛି। ଏହିକ୍ରମରେ ପ୍ରଭାବିତ ଟ୍ରକ ମାଲିକମାନେ ମନ୍ତ୍ରୀ ଘଡେଇଙ୍କୁ ଅସହଯୋଗ କରିବେ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି। ମଙ୍ଗଳବାର ଡୁବୁରି କପିଳେଶ୍ୱର ମନ୍ଦିରଠାରେ ଏକ ଜରୁରୀ କାଳୀନ ବୈଠକରେ ଟ୍ରକ ମାଲିକମାନେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏହାବାଦ୍‌ ଯାଜପୁର ରୋଡ ଟ୍ରକ ମାଲିକ ସଂଘର କର୍ମକର୍ତ୍ତାମାନେ ମଧ୍ୟ ଫାଷ୍ଟ କମ୍‌ ଫାଷ୍ଟ ଲୋଡ୍‌ ଆଇନ ଉପରେ ତୁରନ୍ତ ସୁଧାର ନ ଆଣିଲେ ପରିବହନ କ୍ଷେତ୍ରରେ ଅସହଯୋଗ କରିବେ ବୋଲି ଜିଲାପାଳଙ୍କୁ ଦେଇଥିବା ସ୍ମାରକପତ୍ରରେ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ଯାଜପୁରରୋଡ ଡେପୁଟି ଡାଇରେକ୍ଟର ଅଫ୍‌ ମାଇନ୍ସ(ଡିଡିଏମ୍‌) ତାଙ୍କ ପତ୍ରସଂଖ୍ୟା ୧୩୭୨/୫ା୯ା୨୦୧୯ରେ ଖଣି ଲିଜ୍‌ଧାରୀ ଓ ପରିବହନକାରୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡ୍‌ ଆଇନକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ ା ପ୍ରଶାସନ ଓ ମିନୋରାଲ ଟ୍ରକ ସଂଘ ହାଇକୋର୍ଟଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବାରୁ ଗତ ୧୮ା୮ା୨୦୦୯ରେ ସୁକିନ୍ଦା ଟ୍ରକ ମାଲିକ ସଂଘ ପୁଣି ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡିଥିଲେ। ଏହାପରେ ହାଇକୋର୍ଟଙ୍କ ପକ୍ଷରୁ ୧୪୬୪୨/୨୦୧୫ ନମ୍ବରରେ ଜିଲାପାଳଙ୍କୁ ସିଧାସଳଖ ଫାଷ୍ଟ କମ୍‌ ଫାଷ୍ଟ ଲୋଡ୍‌ ନିୟମ ଲାଗୁ କରିବାକୁ ନିର୍ଦେଶ ପ୍ରଦାନ କରିଥିଲେ। ଫଳରେ ତକତ୍ାଳୀନ ଜିିଲାପାଳ ସତ୍ୟ କୁମାର ମଲ୍ଲିକ ୨୦୧୬ ଏପ୍ରିଲ ୨୬ରେ ଲେବର ବ୍ୟାଚ ଉଛେଦ ଓ ଫାଷ୍ଟ କମ୍‌ ଫାଷ୍ଟ ଲୋଡ୍‌ ବ୍ୟବସ୍ଥା ଲାଗୁ କରିବାକୁ କଡା ପଦକ୍ଷେପ ଗ୍ରହଣ କରିଥିଲେ। ଲେବର ବ୍ୟାଚ ଉଛେଦ ହୋଇଥିଲେ ମଧ୍ୟ ଫାଷ୍ଟ କମ୍‌ ଫାଷ୍ଟ ଲୋଡ୍‌ ବ୍ୟବସ୍ଥା କେବଳ ୬ ଚକିଆ ଟ୍ରକ କ୍ଷେତ୍ରରେ ସୀମିତ ହୋଇ ରହିଥିଲା। ଫଳରେ ସେମାନେ ବାଧ୍ୟ ହୋଇ ପୁର୍ନବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ଉପରେ ବିଚାର କରି ଗତ ୨୦୧୯ ଅଗଷ୍ଟ ୨ ତାରିଖ ଦିନ ହାଇକୋର୍ଟଙ୍କ ପକ୍ଷରୁ ଜିଲାପାଳଙ୍କୁ ଖଣି ଅଞ୍ଚଳରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡ ନିୟମ ଲାଗୁ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ତତ୍କାଳୀନ ଜିଲାପାଳ ରଞ୍ଜନ କୁମାର ଦାସ ହାଇକୋର୍ଟର ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରିବାକୁ ପଦକ୍ଷେପ ଗ୍ରହଣ କରିଥିଲେ ା
ଗତ କିଛି ଦିନ ହେଲା ଫାଷ୍ଟ କମ୍‌ ଫାଷ୍ଟ ଲୋଡ୍‌ ବ୍ୟବସ୍ଥାରେ ପୁଣି ବିଭ୍ରାଟ ଦେଖାଦେଇଛି। ମନ୍ତ୍ରୀଙ୍କ କେତେକ ପାଖ ଲୋକ ଆଇନକୁ ଭ୍ରୁକ୍ଷେପ ନ କରି ଦାଦାଗିରି ଚଳାଇଛନ୍ତି। ଫଳରେ ଜିଲାର ଟମକା, ଡୁବୁରୀ, ବାରଗାଡିଆ, ଦାନଗଦି, ନଡିଆଭଙ୍ଗା, ଯଖପୁରା, ଯାଜପୁର ରୋଡ, ଚଣ୍ଡିଖୋଲ ପ୍ରଭୃତି ଅଞ୍ଚଳର ଟ୍ରକ ମାଲିକମାନେ ବହୁ କ୍ଷତି ସହୁଛନ୍ତି। ୨୦୨୨ ଅଗଷ୍ଟରୁ ପ୍ରଶାସନ ପକ୍ଷରୁ କ୍ରମିକ ଲେଖା ବ୍ୟବସ୍ଥାକୁ ବନ୍ଦ କରି ଦିଆଯିବା ପରେ ଏଭଳି ପରିସ୍ଥିତି ଦେଖା ଦେଇଛି। ପ୍ରଶାସନ ପକ୍ଷରୁ ସେଣ୍ଟ୍ରାଲ ପାର୍କିଂ ବ୍ୟବସ୍ଥା ନ କରି ପୋଲିସ ଉପସ୍ଥିତିରେ ସ୍ଥାନୀୟ ଗାଡିଗୁଡିକୁ ଜୋର ଜବରଦସ୍ତି ଖଣିରେ ପୁରାଇ ଲୋଡିଂର ସୁବିଧା ନେଉଛନ୍ତି ବୋଲି ଯାଜପୁର ରୋଡ ଟ୍ରକ ମାଲିକ ସଂଘ ପକ୍ଷରୁ ମଧ୍ୟ ଅଭିଯୋଗ ହୋଇଛି। ଏହାବାଦ୍‌ ଯେଉଁମାନେ ଏହାର ପ୍ରତିବାଦ କରୁଛନ୍ତି ସେମାନଙ୍କ ଗାଡିଗୁଡିକୁ ବ୍ଲାକ ଲିଷ୍ଟ କରାଯାଉଛି। ଏହିସ୍ଥିତିରେ ଟ୍ରକ ମାଲିକମାନେ ମନ୍ତ୍ରୀ ଘଡେଇଙ୍କ ଉପରେ ସିଧାସଳଖ ଦୋଷ ଲଦିଛନ୍ତି। ପ୍ରଭାବିତ ଗାଡି ମାଲିକ ଏସ.କେ. ସୌକତ, ଏସ.କେ. ନାଜିର, ପିନାକି ପଟ୍ଟନାୟକ, ରଶ୍ମିରଞ୍ଜନ ରାଜ, ସଞ୍ଜୀବ କୁମାର ରାଉତ, ବିଜୟ କୁମାର ଦାସ ପ୍ରମୁଖଙ୍କ କହିଛନ୍ତି ଯେ, ମନ୍ତ୍ରୀ ଘଡେଇ ସେମାନଙ୍କ ଦୁଃଖ ଆଉ ବୁଝୁ ନାହାନ୍ତି। ବର୍ତ୍ତମାନ ଗାଡି ଖଣ୍ଡିଏ ଲେଖାଏଁ କିଣି ଋଣଭାରରେ ବୁଡି ରହିଛନ୍ତି। ଖଣି ଖାଦାନର ନିକଟସ୍ଥ ଗାଡି ମାଲିକମାନେ ମନ୍ତ୍ରୀଙ୍କୁ ହାତ କରି ପୁଣି ଏକଚାଟିଆ ନୀତି ଅବଲମ୍ବନ କରୁଛନ୍ତି। ତେଣୁ ଏହାର ସମାଧାନ ନ ହେଲେ ପରିସ୍ଥିତି ଭିନ୍ନ ହୋଇପାରେ ବୋଲି ସେମାନେ ବିଷୋଦ୍‌ଗାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri