ବାହାନଗା ଟ୍ରେନ ଦୁର୍ଘଟଣା: ଷ୍ଟେଶନମାଷ୍ଟରଙ୍କ ସମେତ ୩ଜଣଙ୍କୁ ଉଠାଇନେଲା ସିବିଆଇ

ବାହାନଗା/ବାଲେଶ୍ୱର ଅଫିସ,(ଡି.ଏନ.ଏ.)/ଭୁବନେଶ୍ୱର, ୧୨ା୬ (ବ୍ୟୁରୋ): ଟ୍ରେନ ଦୁର୍ଘଟଣାର ୧୦ଦିନ ପରେ ରବିବାର ବାହାନଗା ଷ୍ଟେଶନମାଷ୍ଟରଙ୍କ ସମେତ ଆସିଷ୍ଟାଣ୍ଟ ଷ୍ଟେଶନମାଷ୍ଟର ଓ ଟେକ୍ନିସିଆନଙ୍କୁ ଉଠାଇ ନେଇଛି ସିବିଆଇ। ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରିବା ସହ ସେମାନଙ୍କ ସିଡିଆର୍‌ ଯାଞ୍ଚ କରୁଥିବା ସୂଚନା ମିଳିଛି।
ଗତ ୨ତାରିଖ ସନ୍ଧ୍ୟାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାରେ ୨୮୮ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଏବେ ବି ଶତାଧିକ ଯାତ୍ରୀ ଚିକିତ୍ସାଧୀନ ଅଛନ୍ତି। ସିଗ୍‌ନାଲ ତ୍ରୁଟିଜନିତ କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଥିବାବେଳେ ଏହାର ସତ୍ୟାସତ୍ୟ ସମ୍ପର୍କରେ ସିବିଆଇ ତଦନ୍ତ କରୁଛି ା ତେବେ ସିବିଆଇ ଯାଞ୍ଚବେଳେ ବଡ଼ ତଥ୍ୟ ସାମ୍ନାକୁ ଆସିଛି।
୨ ତାରିଖ ସକାଳେ ଆସିଷ୍ଟାଣ୍ଟ ଷ୍ଟେଶନମାଷ୍ଟରଙ୍କୁ ଏହି ତ୍ରୁଟି ବିଷୟରେ କର୍ମଚାରୀମାନେ ଅବଗତ କରାଇଥିଲେ। ଟେକ୍ନିସିଆନଙ୍କୁ ଡକାଯାଇଥିଲେ ମଧ୍ୟ ସେ ଆସିବାରେ ବିଳମ୍ବ ହେବାରୁ ତାଙ୍କୁ ଷ୍ଟେଶନମାଷ୍ଟର ବାରମ୍ବାର ଫୋନ୍‌ କରିଥିଲେ। ଏପରିକି ଟ୍ରେନ୍‌ ଯିବ ବୋଲି ଅସ୍ଥାୟୀ ଭାବେ ଠିକ୍‌ କରିବାକୁ କହିଥିଲେ। ଟେକ୍ନିସିଆନ ପୂର୍ବାହ୍ନ ୧୧ଟାବେଳେ ସିଗ୍‌ନାଲ ସିଷ୍ଟମକୁ ଅସ୍ଥାୟୀ ଭାବେ ଠିକ୍‌ କରିଦେଇଥିଲେ। ତେବେ ଉକ୍ତ ସିଗ୍‌ନାଲ ଠିକ୍‌ ଭାବେ କାମ କରୁଛି କି ନାହିଁ ସେ ନେଇ ଷ୍ଟେଶନମାଷ୍ଟର ଯାଞ୍ଚ କରି ନ ଥିଲେ। ଫଳରେ ସନ୍ଧ୍ୟା ସମୟରେ ସେଥିରେ ପୁନର୍ବାର ଗଡବଡ ଦେଖାଦେଇଥିଲା, ଯେଉଁଥିପାଇଁ ଦୁର୍ଘଟଣା ଘଟିଲା ବୋଲି ସିବିଆଇ ଜାଣିବାକୁ ପାଇଥିବା ସୂଚନା ମିଳିଛି।
ଏନେଇ ଦକ୍ଷିଣ-ପୂର୍ବ ରେଳପଥର ସିପିଆର୍‌ଓ ଆଦିତ୍ୟ ଚୌଧୁରୀ କହିଛନ୍ତି, ଲାଗାତାର ଭାବେ ସିବିଆଇର ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ତଥ୍ୟ ସଂଗ୍ରହ କରୁଛନ୍ତି। ଦାୟିତ୍ୱରେ ଥିବା ଅଧିକାରୀ, କର୍ମଚାରୀଙ୍କୁ ପଚରାଉଚରା କରୁଛି। ଖୁବ୍‌ଶୀଘ୍ର ଦୁର୍ଘଟଣା ପଛରେ କାହାର ଷଡଯନ୍ତ୍ର ଥିଲା କି ଟେକ୍ନିକାଲ ସିଷ୍ଟମ୍‌ରେ ଭୁଲ୍‌ ଥିଲା ତାହାର ପ୍ରମାଣ ସିବିଆଇ ପାଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri