ବିଭାଗୀୟ ତଦନ୍ତ ଆରମ୍ଭ

ଯାଜପୁର ଅଫିସ,୯ା୬: ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନ ନିକଟରେ ବୁଧବାର ଅପରାହ୍ନରେ ମାଲବାହୀ ବଗିରେ କଟି ୬ ଜଣଙ୍କ ମୃତ୍ୟୁ ଓ ୨ ଜଣ ଗୁରୁତର ଆହତ ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଖୋର୍ଦ୍ଧା ପୂର୍ବତଟ ରେଳ ଡିଭିଜନ ସୁରକ୍ଷା ବିଭାଗର ଏକ ୪ ଜଣିଆ ଟିମ୍‌ ଗୁରୁବାର ଘଟଣାସ୍ଥଳକୁ ଏକାଧିକ ଥର ଯାଇ ତଦନ୍ତ କରି ଫେରିଛନ୍ତି। ତେବେ ଏହି ଘଟଣାକୁ ଡିଆର୍‌ଏମ୍‌ ସିଙ୍କେଶ ରୟ ଅତି ହାଲୁକା ଭାବେ ନେଇ କେହି ଜଣେ ହ୍ୟାଣ୍ଡିଲ ପୂର୍ବରୁ ଖୋଲି ଦେଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଲା ବୋଲି କହିଛନ୍ତି। ଯଦି ଏହା ସତ୍ୟ, ତେବେ ସୁରକ୍ଷା ବିଭାଗ କର୍ମଚାରୀମାନେ କାହିଁକି ନିୟମିତ ଭାବେ ତଦାରଖ କରୁ ନ ଥିଲେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ତେବେ ଅଚଳ ଲାଇନର ଶେଷ ଭାଗରେ ଥିବା ପାଚେରିକୁ ଲାଗି ଅନ୍ୟ ଏକ ଭଙ୍ଗା ବଗି ଚକରେ ପବନରେ ଗଡି ଯାଇଥିବା ମାଲବାହୀ ବଗିଗୁଡିକ ପିଟି ହେବା ଫଳରେ ସମ୍ମୁଖ ବଗି ସାମାନ୍ୟ ଲାଇନଚ୍ୟୁତ ହୋଇ ଡାହାଣକୁ ବଙ୍କି ଯାଇଛି। ଯଦି ନିକଟସ୍ଥ ରେଳଲାଇନରେ ଉକ୍ତ ବଗି ପଡି ଯାଇଥାନ୍ତା, ତେବେ ପୁଣି ଏକ ବଡ଼ ରେଳ ଦୁର୍ଘଟଣା ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ପାରି ନ ଥାଆନ୍ତା ବୋଲି ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ମୃତକଙ୍କ ପରିବାରବର୍ଗଙ୍କୁ ରାଜ୍ୟ ସରକାର ୫ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଥିବାବେଳେ ଏଯାଏ କେନ୍ଦ୍ର ସରକାର ନୀରବ ରହିଥିବା ଘଟଣାକୁ ଜିଲାବାସୀ ସହଜେ ଗ୍ରହଣ କରି ପାରିନାହାନ୍ତି। ତେଣୁ ବିଭିନ୍ନ ସାମାଜିକ ସଙ୍ଗଠନ ମୃତକଙ୍କ ପରିବାରବର୍ଗଙ୍କୁ ସହାୟତା ଘୋଷଣା କରିବାକୁ ଦାବି କରିଛନ୍ତି। ନଚେତ୍‌ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ା ବାହାନଗା ଟ୍ରେନ ଦୁର୍ଘଟଣାରେ ୨ ଜଣ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହି ପରିଚାଳନା କରିଥିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। କିନ୍ତୁ ଯାଜପୁର ଜିଲାର ୬ ଜଣ ଶ୍ରମିକ ବଗି ଚକରେ କଟି ମୃତ୍ୟୁ ହୋଇଥିଲେ ମଧ୍ୟ କାହିଁକି ନୀରବ ରହିଛନ୍ତି ତାହା ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଘଟଣାରେ ସମସ୍ତ ମୃତକ ଯାଜପୁର ଜିଲାର । ଏଥିରେ ଗୋଟିଏ ପରିବାରର ୩ ଜଣ ରହିଛନ୍ତି। ସେମାନେ ହେଲେ କୋରେଇ ବ୍ଲକ ବାଲିଆପାଳ ଗ୍ରାମର ସୁଶାନ୍ତ କୁମାର ଜେନା, ପ୍ରଶାନ୍ତ କୁମାର ଜେନା ଓ ଭୀମସେନ ଜେନା। ସେହିପରି ଗମ୍ଭାରିଆ ଗ୍ରାମର ମାନସ ସାମଲ, ଗୌତମ ସାମଲ, ମୁକୁନ୍ଦପୁର ଗ୍ରାମର ଦୋଳଗୋବିନ୍ଦ ପ୍ରଧାନ ଅନ୍ତର୍ଭୁକ୍ତ । ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ବାହାପୁର ଗ୍ରାମର ନବଘନ ବାରିକ ଓ ଗମ୍ଭାରିଆ ଗ୍ରାମର ଅମର କୁମାର ସାହୁ ଗୁରୁତର ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri