ଯାଜପୁର ରୋଡ, ୨।୮(ନି.ପ୍ର.): ୨୦୧୫ ମସିହାରେ ଯାଜପୁର ରୋଡ ଥାନା ଅନ୍ତର୍ଗତ ଦାନଗଦି ନୂଆଗାଁ ଗ୍ରାମର କୁନା ସିଂ ସ୍ତ୍ରୀ ରଜନୀ ମୁଣ୍ଡାଙ୍କୁ ବାଡେଇ ହତ୍ୟା କରିଥିଲେ। ଏ ନେଇ ପୋଲିସ କେସ (ନଂ ୩୧୮/୧୫)ରେ ଏକ ହତ୍ୟା ମାମଲା ରୁଜୁକରିବା ସହ ଅଭିଯୁକ୍ତ କୁନାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁରକରି ରଗଡିସ୍ଥିତ ଉପକାରାଗାରକୁ ପଠାଯାଇଥିଲା। ଶୁକ୍ରବାର ଯାଜପୁର ରୋଡ ଅତିରିକ୍ତ ଜିଲା ଦୌରା ଜଜ ଦେବଦତ୍ତ ଦାସ ମହାପାତ୍ର ଏହି ମକଦ୍ଦମାକୁ ବିଚାରକରି ସମସ୍ତ ସାକ୍ଷ୍ୟ ପ୍ରମାଣନେଇ ଅଭିଯୁକ୍ତ କୁନାଙ୍କୁ ଦୋଷୀ ସାବ୍ୟସ୍ତକରି ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା କରିଥିଲେ। ଟଙ୍କା ଅନାଦାୟ ହେଲେ ଅତିରିକ୍ତ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟ ପ୍ରକାଶ ପାଇଛି। ସରକାରୀ ଓକିଲ ରଜତ କୁମାର ରାଉତ ମକଦ୍ଦମା ପରିଚାଳନା କରିଥିଲେ।


