Posted inକଟକ

ଅଭିଯୋଗ ପରେ ଲାଗିଲା ଫଳକ

ବାଙ୍କୀ,୨ା୬(ସ୍ବ.ପ୍ର.): ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ରଗଡ଼ି ପଞ୍ଚାୟତର ସିଟି ସ୍କୁଲଠାରୁ ମହିଳା କଲେଜ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇଛି। ଏଥିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହେବାପରେ ସୂଚନା ଫଳକ ଲଗାଯାଇଥିଲା। ମାତ୍ର ୨୪ ଘଣ୍ଟା ନ ପୂରୁଣୁ ସୂଚନା ଫଳକ ଭଙ୍ଗା ଯାଇଥିବା ଦେଖିବାକୁ ମିଳିଛି।
ରାସ୍ତାପାଇଁ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ୨ଟି ଯୋଜନାରେ ବ୍ୟୟବରାଦ ହୋଇଛି। ମାତ୍ର କାମଟି ୮ ଇଞ୍ଚର ସ୍ଥାନରେ ୪ ଇଞ୍ଚର ହୋଇଥିବା ଅଭିଯୋଗ ଆସିଥିଲା। ଏଥିସହିତ ରାସ୍ତା ନିର୍ମାଣସ୍ଥଳରେ ୫ ଲକ୍ଷର ସୂଚନା ଫଳକ ଲଗାଯାଇଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଗତ ମାସ ୨୯ ତାରିଖରେ ଡମପଡ଼ା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲାପାଳଙ୍କ ଜନଶୁଣାଣିରେ ଗ୍ରାମର ଆଶିଷ ମହାପାତ୍ରଙ୍କ ସହିତ ଅନ୍ୟକେତେଜଣ ଯୁବକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗରେ ବିଭାଗୀୟ ଯନ୍ତ୍ରୀ ନିମ୍ନମାନର କାର୍ଯ୍ୟକରି ଅର୍ଥ ହଡ଼ପ କରିଥିବା ଉଲ୍ଲେଖ ଥିଲା। ଏଥିସହିତ ୭ ଲକ୍ଷ ଟଙ୍କା ବଦଳରେ ୫ ଲକ୍ଷର ସୂଚନା ଫଳକ କେଉଁଥି ପାଇଁ ଲଗାଗଲା ବୋଲି ଦାବିପତ୍ରରେ ପ୍ରଶ୍ନ କରାଯାଇଥିଲା। ମାତ୍ର ଅଭିଯୋଗର ପରଦିନ ଅର୍ଥାତ ଗତ ମାସ ୩୦ ତାରିଖରେ ହଠାତ୍‌ ତରବରିଆ ଭାବେ ରାତିଅଧିଆ ଫଳକ ଲେଖାଯାଇଥିବା ଦେଖିବାକୁ ମିଳିଥିଲା। ଯେଉଁଥିରେ ଅଟକଳ ମୂଲ୍ୟ ୨, ୦୨, ୩୫୨ ଟଙ୍କା ବୋଲି ଉଲ୍ଲେଖ କରାଯିବା ସହ ବିଭାଗୀୟ ଅଧିକାରୀ କାର୍ଯ୍ୟ କରିଥିବା ଦର୍ଶାଯାଇଥିଲା। ଏ ସମ୍ପର୍କରେ ଖବର ପାଇ ଅଭିଯୋଗକାରୀ ଫଟୋ ଉତ୍ତୋଳନ କରିଥିଲେ। ଏହାପରେ ୩୧ ତାରିଖ ସକାଳୁ ସୂଚନା ଫଳକ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଥିଲା, ଯାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୁର୍ନୀତି ହୋଇଥିବାରୁ ଦୋଷ ଲୁଚାଇବା ପାଇଁ ତରବରିଆ ଭାବେ ସୂଚନା ଫଳକ ଲଗାଯାଇଥିଲା। ପରବର୍ତ୍ତୀ ସମୟରେ ତଦନ୍ତକୁ ବାଟବଣା କରିବା ପାଇଁ ଫଳକ ଭଙ୍ଗାଯାଇଛି ବୋଲି ଅଭିଯୋଗକାରୀ ଦର୍ଶାଇଛନ୍ତି। ତେଣୁ ଦୁର୍ନୀତିରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମର ସଚେତନ ଯୁବକମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

କଟକରେ ଶାହାଙ୍କ ରୋଡ୍‌ ଶୋ’

କଟକ,୧୫ା୫: ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା...

ମାହାଙ୍ଗା ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ଅଙ୍କିତ

ଭୁବନେଶ୍ୱର,୧୪।୫: ମାହାଙ୍ଗା ବିଧାନସଭା ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ବେଳେ ବାପା ପ୍ରତାପ...

ମେ ୧୫ରେ କଟକରେ ଅମିତ ଶାହାଙ୍କ ମେଗା ରୋଡ ଶୋ’

କଟକ,୧୪।୫: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମେ ୧୫ରେ କଟକରେ ଏକ ମେଗା ରୋଡ ଶୋ’ କରିବେ। ଏହି ରୋଡ ଶୋ’ ଅପରାହ୍ନ ୪ଟାରୁ...

ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କଲେନି ପ୍ରତାପ ଜେନାଙ୍କ ପୁଅ

କଟକ,୧୪ା୫(ଶିଳ୍ପା ପ୍ରିୟଦର୍ଶିନୀ):ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ସୋମବାର ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାର ପ୍ରାୟ ୧ ଘଣ୍ଟା...

ଗିରଫ ହୋଇପାରନ୍ତି ଅନୁଭବ ମହାନ୍ତି

କଟକ,୧୩ା୫: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା(ଏନ୍‌ବିଡ୍ଲ୍ୟୁ) ଜାରି ହୋଇଛି। କଟକ ଜେଏମ୍‌ଏଫ୍‌ସି (ଏମ୍‌ପି, ଏମ୍‌ଏଲ୍‌) କୋର୍ଟ ପକ୍ଷରୁ ଏନ୍‌ବିଡବ୍ଲ୍ୟୁ...

ଏସ୍‌ସିବିରେ ରୋଗୀ ସେବା ବିପର୍ଯ୍ୟସ୍ତ

କଟକ,୧୨ା୫(ଶିଳ୍ପା ପ୍ରିୟଦର୍ଶିନୀ)ଏସ୍‌ସିବି ମେଡିକାଲକୁ ଏମ୍ସ ପ୍ଲସ୍‌ରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ମେଡିକାଲର ଭିତ୍ତିଭୂମୀକୁ ସୁଦୃଢ କରାଯାଉଛି। ହେଲେ...

ନିର୍ବାଚନ ପାଇଁ ଜିଲାର ସମସ୍ତ ସରକାରୀ ଅଧିକାରୀ, କର୍ମଚାରୀଙ୍କ ଛୁଟି ବାତିଲ

କଟକ,୧୧।୫ (କାର୍ତ୍ତିକ ସାହୁ): ଚଳିତ ନିର୍ବାଚନ ପାଇଁ ଶନିବାର ଓ ରବିବାର ସମେତ ସମସ୍ତ ସାଧାରଣ ଛୁଟିକୁ ବାତିଲ କରାଯାଇଛି। ଫଳରେ ଶନିବାର ଓ ରବିବାର...

ଏଥର ହ୍ବାଟ୍ସଆପ୍‌ରେ ମିଳିବ ମାଟ୍ରିକ୍‌ ପରୀକ୍ଷାଫଳ

କଟକ,୧୦ା୫ (କାର୍ତ୍ତିକ ସାହୁ)- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାଫଳ ଆସନ୍ତା ୨୦ ତାରିଖ ପରେ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri