Odisha Elections 2024

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ: ଉମେଶ ପାଣିଗ୍ରାହୀ ଜିଲା ଟପ୍ପର

ମାଲକାନଗିରି,୩୧ା୫(ଡି.ଏନ୍‌.ଏ.): ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ମାଲକାନଗିରି ସଦରମହକୁମାର ତିନୋଟି ଆବାସିକ ବିଦ୍ୟାଳୟର ଫଳାଫଳ ଶତ ପ୍ରତିଶତ ହୋଇଛି। ସେହିପରି ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ମଧ୍ୟ ମୋଟ୍‌ ୧୬୦ ଜଣ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୬୯ ଜଣ ପାସ୍‌ କରିଛନ୍ତି। ଉମେଶ କୁମାର ପାଣିଗ୍ରାହୀ ୫୨୨ ମାର୍କ (୮୭ ପ୍ରତିଶତ) ରଖି ଜିଲା ଟପ୍ପର ହୋଇଛନ୍ତି। ଘଡ଼ାଇ ଆବାସିକ ବିଜ୍ଞାନ ମହାବିଦ୍ୟାଳୟରେ ମୋଟ୍‌ ୧୯୯ ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପାସ୍‌ ହୋଇଛନ୍ତି। ସେଥିମଧ୍ୟରୁ ୧୨୬ ଜଣ ପ୍ରଥମ, ୬୦ ଜଣ ଦ୍ୱିତୀୟ, ୧୩ ଜଣ ତୃତୀୟ ସ୍ଥାନରେ ପାସ୍‌ ହୋଇଛନ୍ତି। ତେବେ ୧୨୬ ଜଣ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ୧୧ ଜଣ ପିଲା ୮୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି।

ଘଡ଼ାଇ ବିଜ୍ଞାନ ମହାବିଦ୍ୟାଳୟର ସୁଭଶ୍ରୀ ପାଲ୍‌ ୫୧୪ ମାର୍କ ରଖି ୮୫.୬ ପ୍ରତିଶତରେ ଟପ୍ପର ହୋଇଛନ୍ତି। ସେହିପରି ଓଁ ଭୂର୍ଭୁବ ସ୍ବଃ ମହାବିଦ୍ୟାଳୟର ମୋଟ୍‌ ୫୫ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ଉକ୍ତ ବିଦ୍ୟାଳୟରେ ମଧ୍ୟ ଶତ ପ୍ରତିଶତ ପାସ୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫ ଜଣ ପ୍ରଥମ ସ୍ଥାନ, ୨୨ ଜଣ ଦ୍ୱିତୀୟ ସ୍ଥାନ ଓ ୮ ଜଣ ତୃତୀୟ ସ୍ଥାନରେ ପାସ୍‌ ହୋଇଛନ୍ତି। ୨ ଜଣ ୮୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି। ଏହି ମହାବିଦ୍ୟାଳୟର ଭାନୁପ୍ରସାଦ ପାତ୍ର ୫୧୮ ମାର୍କ ସହ ୮୬.୩ ପ୍ରତିଶତ ନମ୍ବର ରଖି ମହାବିଦ୍ୟାଳୟରେ ଟପ୍ପର ହୋଇଛନ୍ତି। ସେହିପରି ସତ୍ୟନାରାୟଣ ମହାବିଦ୍ୟାଳୟରେ ମୋଟ୍‌ ୧୦୮ ଜଣ ପରୀକ୍ଷା ଦେଇଥିବା ବେଳେ ଏହି ମହାବିଦ୍ୟାଳୟରେ ମଧ୍ୟ ଶତ ପ୍ରତିଶତ ପାସ୍‌ ହୋଇଛନ୍ତି। ସେଥିମଧ୍ୟରୁ ୪୯ ଜଣ ପ୍ରଥମ, ୫୧ ଜଣ ଦ୍ୱିତୀୟ ଓ ୮ ଜଣ ତୃତୀୟ ସ୍ଥାନରେ ପାସ୍‌ ହୋଇଛନ୍ତି। ଏହି ମହାବିଦ୍ୟାଳୟର ଆଲୋକ ପଦ୍ଦାର ୮୧.୬୬ ପ୍ରତିଶତ ୪୯୦ ମାର୍କ ରଖି ମହାବିଦ୍ୟାଳୟରେ ଟପ୍ପର ହୋଇଛନ୍ତି। ସେହିପରି କାଲିମେଳା ସତ୍ୟନାରାୟଣ ମହାବିଦ୍ୟାଳୟର ମୋଟ୍‌ ୨୮ ଜଣ ପରୀକ୍ଷା ଦେଇଥିବା ବେଳେ ଏହି ମହାବିଦ୍ୟାଳୟରେ ମଧ୍ୟ ଶତ ପ୍ରତିଶତ ପାସ୍‌ ହୋଇଛନ୍ତି। ସେଥିମଧ୍ୟରୁ ବାବୁଲୁ ମଣ୍ଡଳ ୪୯୩ ମାର୍କ ରଖି ମହାବିଦ୍ୟାଳୟରେ ଟପ୍ପର ହୋଇଛନ୍ତି। ଏହି ମହାବିଦ୍ୟାଳୟରେ ୯ ଜଣ ପ୍ରଥମ ସ୍ଥାନ, ୧୨ ଜଣ ଦ୍ୱିତୀୟ ସ୍ଥାନ ଓ ୭ ଜଣ ତୃତୀୟ ସ୍ଥାନରେ ପାସ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣା ପରେ ହେଲପରଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ପଳାସପଙ୍ଗା ଓଭରବ୍ରିଜ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣା...

ଗାଁ ଗାଁ ବୁଲି ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହୀ ବ୍ଲକର ଢେଙ୍କା, ଓରାଳି ଏବଂ ସମଣା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଜେଡି ବିଧାୟକ...

‘୧୮ ମାସରେ ଚିଟ୍‌ଫଣ୍ଡ ଦୋଷୀଙ୍କୁ ଜେଲ୍‌ରେ ପୂରାଇବୁ’

ସମ୍ବଲପୁର,୨୧।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମ୍ବଲପୁର ସଭାରେ ଆସୁ ଆସୁ ବର୍ଷିଛନ୍ତି। ଶାହା କହିଛନ୍ତି, ଭାଜପା ସରକାର ଆସିଲେ ମେଡିକାଲ ସାଇନ୍ସ ଓଡ଼ିଆରେ...

ଓଡ଼ିଶାକୁ ଶାସନ କିଏ କରିବ, କହିଦେଲେ ଅମିତ ଶାହା

ସମ୍ବଲପୁର,୨୧।୫: ସମ୍ବଲପୁର ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିରାଟ ଜନସଭାକୁ ସମ୍ବୋଧିତ କରୁଛନ୍ତି। ଏହି ସମୟରେ ଶାହା ବିଜେଡି ଉପରେ...

ଶତାଧିକ କଂଗ୍ରେସ, ଭାଜପା କର୍ମୀ ବିଜେଡିରେ ସାମିଲ

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର କାଠକଟା ପଞ୍ଚାୟତର ଶତାଧିକ କଂଗ୍ରେସ ଏବଂ ଭାଜପା କର୍ମୀ ସୁବ୍ରତ ସାମଲଙ୍କ ତତ୍ୱାବଧାନରେ ବିଜେଡିରେ ସାମିଲ ହୋଇଛନ୍ତି...

ନିର୍ବାଚନ ପାଇଁ ଜମି, ଛେଳି ବିକିଲେ ବିଧାୟକ ପ୍ରାର୍ଥୀ

କେନ୍ଦୁଝର, ୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ରର ବିକାଶ ପାଇଁ ଏଥର ପ୍ରାର୍ଥୀ ହୋଇଛନ୍ତି ଦିବ୍ୟାଙ୍ଗ ଦତ ମୁଣ୍ଡା (୫୩)। ତେବେ...

ଇଲେକ୍ସନ ଡ୍ୟୁଟି ସାରି ଫେରୁଥିବା ପୋଲିସ କର୍ମଚାରୀ ଗାଡି ଦୁର୍ଘଟଣାଗ୍ରସ୍ତ

ଛତ୍ରପୁର,୨୧।୫ (ଦିଲ୍ଲୀପ ସାମଲ): ଇଲେକ୍ସନ ଡ୍ୟୁଟି ସାରି ଭଞ୍ଜନଗରରୁ ଏକ ବସ ପୋଲିସ କର୍ମଚାରୀଙ୍କୁ ଧରି ଛତ୍ରପୁର ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଛତ୍ରପୁର ଡିଆରଡିଏ ଛକ...

ବାରିଗାଁରେ ପିଇବା ପାଣି ପାଇଁ ହାହାକାର

କେନ୍ଦୁଝର,୨୧।୫(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଠବାରୀ ପଞ୍ଚାୟତ ବାରିଗାଁରେ ପିଇବା ପାଣି ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଗାଁରେ ବସୁଧା ଯୋଜନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri