ପାଇପ୍‌ଲାଇନ ତଳେ ଚାପିହୋଇ ଛାତ୍ରୀ ମୃତ

କଟକ ଅଫିସ,୩୧ା୫: କଟକରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ଯୋଗୁ ଯାତାୟାତ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିବାରୁ ସୋମବାର ତାଳଦଣ୍ଡା କେନାଲରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହାର ୨୪ଘଣ୍ଟା ନ ପୂରୁଣୁ ମଙ୍ଗଳବାର ଜଣେ ଯୁକ୍ତ୨ ଛାତ୍ରୀ ଘରକୁ ଯାଉଥିବାବେଳେ ବାଟରେ ବକ୍ସ ଡ୍ରେନ୍‌ ଓ ହ୍ୟୁମ୍‌ ପାଇପ୍‌ ମଝିରେ ଚାପି ହୋଇ ପ୍ରାଣ ହରାଇଛନ୍ତି। ମୃତ ଛାତ୍ରୀ ହେଉଛନ୍ତି ଗମାଣ୍ଡିଆ ଅଞ୍ଚଳର ଏନ୍‌. ମୋହିନି। ନିର୍ମାଣାଧୀନ କାର୍ଯ୍ୟଗୁଡ଼ିକ ଦୀର୍ଘଦିନ ଧରି ଅଧାପନ୍ତରିଆ ଭାବେ ପଡ଼ିରହିବା ଯୋଗୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ପ୍ରଶାସନିକ ଅବହେଳା ଏଥିପାଇଁ ଦାୟୀ ହୋଇଥିବାରୁ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ ଗମାଣ୍ଡିଆ ଅଞ୍ଚଳରେ ଦୀର୍ଘ ଦିନ ହେବ ଜାଇକା ବକ୍ସ ଡ୍ରେନ କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ଲୋକମାନେ ସାଧାରଣଭାବେ ସେଠାରେ ଥିବା ଲୁହା ପୋଲ ଦେଇ ଯାତାୟାତ କରିଥାନ୍ତି। ପୋଲ ଉପରେ ୨ଟି ବଡ଼ ମୋଟା ହ୍ୟୁମ୍‌ ପାଇପ୍‌ ଯାଇଛି। ପୂର୍ବାହ୍ନ ପ୍ରାୟ ୧୦ଟାରେ ମୋହିନି ବକ୍ସ ଡ୍ରେନ୍‌ ପାର୍ଶ୍ୱରେ ଥିବା ପାଇପ୍‌ ତଳେ ଗଳି ଲୁହା ପୋଲକୁ ବାହାରିବା ସମୟରେ ପାଇପ୍‌ଲାଇନ ତାଙ୍କ ଉପରେ ପଡ଼ି ଯାଇଥିଲା। ସେ ସେଠାରେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚତ୍ ମୋହିନିଙ୍କୁ ଉଦ୍ଧାର କରିବା ପାଇଁ ଲାଗିଥିଲେ। ହେଲେ ପାଇପ୍‌ଟି ଆକାରରେ ବଡ଼ ହୋଇଥିବାରୁ ମୋହିନିଙ୍କୁ ସେଠାରୁ ବାହାର କରାଯାଇ ପାରି ନ ଥିଲା। ପ୍ରାୟ ଦେଢ ଘଣ୍ଟା ମୋହିନି ପାଇପ ତଳେ ଚାପି ହୋଇରହିଥିଲେ। ପରେ ସ୍ଥାନୀୟ ଲୋକ ଲୁହା ପୋଲକୁ ଭାଙ୍ଗିବା ସହ ସେଠାରେ ଥିବା ଏକ ଜେସିବି ସାହାଯ୍ୟରେ ପାଇପ୍‌ଲାଇନକୁ ଉପରକୁ ଉଠାଇ ମୋହିନିଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ ଏସ୍‌ସିବି ମେଡିକାଲ ନିଆଯାଇଥିଲା, ହେଲେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତର ଅନ୍ୟତ୍ର ନେବାକୁ ପରାମର୍ଶ ଦେଇଥିଲେ। ପରେ ପରିବାର ଲୋକ ତାଙ୍କୁ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ଚିକିସତ୍ାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୋହିନିଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ସରକାର ଆର୍ଥତ୍କ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଅପରପକ୍ଷରେ ଛାତ୍ରୀ ମୃତ୍ୟୁ ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି ଓ୍ବାଟ୍‌କୋ ଡ୍ରେନେଜ ବିଭାଗ ଜେନେରାଲ ମ୍ୟାନେଜର ଅଚ୍ୟୁତ ବିଜୟାନନ୍ଦ କହିଛନ୍ତି। ଅନ୍ୟତ୍ର ଯାତାୟତ କରିବା ପାଇଁ ଲୋକଙ୍କୁ ଅଲଗା ରାସ୍ତା ଦିଆଯାଇଛି। ହେଲେ ଲୋକ ଏହା ନ ମାନି ସେହି ରାସ୍ତା ଦେଇ ଯାଉଛନ୍ତି। ପାଇପ୍‌ଲାନକୁ ଯଦି ରାସ୍ତାଉପରେ ବିଛା ଯାଇଥାନ୍ତା ତେବେ ରାସ୍ତା ବନ୍ଦ ହୋଇଯାଇଥାନ୍ତା। ଲୋକମାନଙ୍କ ଅସୁବିଧା ନ ହେବା ପାଇଁ ପାଇପକୁ ପୁରୁଣା ରାସ୍ତାରେ ବିଛା ଯାଇଛି। ମାତ୍ର ଲୋକମାନେ ବୁଝୁ ନାହାନ୍ତି। ପୁରୁଣା ରାସ୍ତାରେ ଯିବା ଆସିବା କରିବାରୁ ଏଭଳି ଘଟଣା ଘଟିଲା ବୋଲି ବିଜୟାନନ୍ଦ କହିଛନ୍ତି। ଲୋକଙ୍କ ସୁବିଧା ପାଇଁ ଆମେ ଦ୍ରୁତ ଗତିରେ କାର୍ଯ୍ୟ କରୁଛୁ। ଏଥିପାଇଁ ଲୋକମାନେ ମଧ୍ୟ ସହଯୋଗ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ସୂଚନା ଥାଉକି ସୋମବାର କନ୍ଦରପୁର ଥାନା ଅନ୍ତର୍ଗତ ସର୍ତ୍ତୋଳ ଅଞ୍ଚଳର ଜ୍ଞାନରଞ୍ଜନ ଓ ତାଙ୍କ ସ୍ତ୍ରୀ ଏବଂ କାର୍‌ ସମେତ ତାଳଦଣ୍ଡା କେନାଲରେ ପଡ଼ିଯାଇଥିଲେ। ଏଥିରେ ଜ୍ଞାନରଞ୍ଜନଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri