ସୌନ୍ଦର୍ଯ୍ୟକରଣ ପରେ ରକ୍ଷଣାବେକ୍ଷଣ ହେଉନି

ବ୍ରହ୍ମପୁର ଅଫିସ,୨୯ା୫: ପୂର୍ବରୁ ବ୍ରହ୍ମପୁର ସହରବାସୀ ପିଇବା ପାଣି ପାଇଁ ଜଳାଶୟ ଉପରେ ନିର୍ଭର କରୁଥିଲେ। ଜଳାଶୟ ଅନ୍ୟାନ୍ୟ ଆବଶ୍ୟକତା ମଧ୍ୟ ପୂରଣ କରୁଥିଲା। ସହର ଉପକଣ୍ଠସ୍ଥ ଚାଷୀମାନେ ଅନେକ ସମୟରେ ଚାଷ କାର୍ଯ୍ୟରେ ଜଳାଶୟ ପାଣି ବ୍ୟବହାର କରୁଥିଲେ। ତଦନୁଯାୟୀ ପ୍ରତ୍ୟେକ ସାହିରେ ଜଳାଶୟ ରହିଥିଲା। ଏପରିକି ବହୁ ବଦାନ୍ୟ ବ୍ୟକ୍ତି ପୋଖରୀ ଖୋଲିଥିବା ନଜିର ରହିଛି। ଜଳାଶୟଗୁଡିକର ଠିକ୍‌ ରକ୍ଷଣାବେକ୍ଷଣ କରାଯାଉଥିଲା। ଜଳାଶୟ ଯୋଗୁ ଭୂତଳ ଜଳସ୍ତର ସମାନ ସ୍ତରରେ ରହିବା ଲାଗି ସହାୟକ ହୋଇପାରୁଥିଲା। କାଳକ୍ରମେ ସହରରେ ଜନବସତି ବୃଦ୍ଧି ଓ ଆଧୁନିକତା ମଧ୍ୟରେ ଜଳାଶୟର ରକ୍ଷଣାବେକ୍ଷଣ ପ୍ରତି କାହାରି ଆନ୍ତରିକତା ରହିଲାନି। ଯାହାଦ୍ୱାରା ବହୁ ଜଳାଶୟ ପୋତି ହୋଇଯିବା ସହ ପାଣି ମଧ୍ୟ ଦୂଷିତ ହୋଇପଡିଲା। ଫଳରେ ଏହା ଜନ ସାଧାରଣ କିମ୍ବା ଗୃହପାଳିତ ପ୍ରାଣୀଙ୍କ ଲାଗି ବି ବ୍ୟବହାର୍ଯ୍ୟ ଉପଯୋଗୀ ହୋଇପାରିଲା ନାହିଁ। ଜଳାଶୟର ପୁନରୁଦ୍ଧାର ଓ ଉନ୍ନତିକରଣ ନେଇ ବିଭିନ୍ନ ମହଲରୁ ଦାବି ହେବା ପରେ ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବର୍ତ୍ତମାନ ଗଞ୍ଜାମ ଜିଲା ପ୍ରଶାସନ ଜିଲାରେ ରହିଥିବା ଜଳାଶୟଗୁଡିକର ପୁନରୁଦ୍ଧାର ନିମନ୍ତେ ଯୋଜନା ପ୍ରସ୍ତୁତ କରିଛନ୍ତି।
ବ୍ରହ୍ମପୁର ମହାନଗରରେ ପ୍ରାୟ ୪୨ଟି ପୋଖରୀ ରହିଛି। ବର୍ତ୍ତମାନ ନିଗମ ପକ୍ଷରୁ ବେଢାବନ୍ଧ, ଆଗୁଳା ବନ୍ଧ, ହରିଡାଖଣ୍ଡି ବନ୍ଧ ଓ ଆଇନା ବନ୍ଧ ପୋଖରୀର ପୁନରୁଦ୍ଧାର ଓ ଉନ୍ନତିକରଣ ଯୋଜନା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୯ କୋଟି ଟଙ୍କା ବ୍ୟୟରେ ବେଢା ବନ୍ଧ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ନିଗମ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ, ୨୦୨୨-୨୩ ଆର୍ଥିକ ବର୍ଷରେ ୬୪ ଲକ୍ଷ ୭୦ ହଜାର ଟଙ୍କା ବ୍ୟୟରେ ୮ଟି ଜଳାଶୟର ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି। ଯାହାଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କ ସମେତ ପଥଚାରୀମାନେ ଉପକୃତ ହୋଇପାରୁଛନ୍ତି। ତେବେ ଜଳାଶୟର ପୁନରୁଦ୍ଧାର ଓ ସାୈନ୍ଦର୍ଯ୍ୟକରଣ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ତାହାର ଠିକ୍‌ ରକ୍ଷଣାବେକ୍ଷଣ ହୋଇପାରୁନାହିଁ। ଫଳରେ ପୋଖରୀଗୁଡିକରେ ପୁଣି ଅଳିଆ ଆବର୍ଜନା ଜମି ରହିବା ସହ ପାଣି ମଧ୍ୟ ଦୂଷିତ ହେଉଛି। ଏଭଳି ଭାବେ ନିଗମର ୨୪ ନଂ ୱାର୍ଡ ଅନ୍ତର୍ଗତ ଗୁଡିବନ୍ଧ ଏବେ ସ୍ଥାନୀୟ ବାସିନ୍ଦାଙ୍କ ନିମନ୍ତେ ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ। ଏହି ପୋଖରୀକୁ ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟରେ ପୁନରୁଦ୍ଧାର ସହ ସାୈନ୍ଦର୍ଯ୍ୟକରଣ କରାଯାଇଥିଲା। ପୋଖରୀ ମଧ୍ୟରେ ପୂଜା ସାମଗ୍ରୀ ଓ ଅନ୍ୟାନ୍ୟ ଆବର୍ଜନା ପକାଇବାକୁ ବାରଣ କରାଯାଇଥିଲା। ଏହାଦ୍ୱାରା ପାଣି ସ୍ବଚ୍ଛ ରହୁଥିବାରୁ ସ୍ଥାନୀୟ ବାସିନ୍ଦା ଏହାକୁ ବ୍ୟବହାର କରୁଥିଲେ। ତେବେ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ପୋଖରୀରେ କୁଢ କୁଢ ଆବର୍ଜନା ଜମି ରହିଛି। ପୋଖରୀ ଠିକ ଭାବେ ସଫେଇ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ଥାନୀୟ କର୍ପୋରେଟର ପ୍ରଶାନ୍ତ କୁମାର ପଟ୍ଟନାୟକ କହିଛନ୍ତି ଯେ, ପୋଖରୀ ସଫେଇ ପାଇଁ ବିଇଏମସିର କାୈଣସି ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରୁନି। ସଫେଇ କର୍ମଚାରୀଙ୍କ ଦ୍ୱାରା ପୋଖରୀ ସଫା କରାଯାଉଛି। ଯାହାକି ସୁରକ୍ଷିତ ନୁହେଁ। ପୋଖରୀ ସଫେଇ ପାଇଁ ସ୍ବତନ୍ତ୍ର କର୍ମଚାରୀ ରଖିବାକୁ ସେ ଦାବି କରିଛନ୍ତି। ସେହିପରି ୨୩ ନଂ ୱାର୍ଡ ସ୍ଥିତ ପାୟଲ ସିନେମା ହଲ ସମ୍ମୁଖରେ ଥିବା ଗୋଲାପଲୀ ଜଳାଶୟର ମଧ୍ୟ ସମାନ ଅବସ୍ଥା। ଏହି ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ୨୦୧୮-୧୯ରେ ୯ ଲକ୍ଷ ୬୯ ହଜାର ୮୬୧ ଟଙ୍କା ବ୍ୟୟରେ ହୋଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ସେଠାରେ ବି କୁଢ କୁଢ ଆବର୍ଜନା। ତାହାକୁ ସଫେଇ ଦିଗରେ ନିଗମ ପକ୍ଷରୁ କାୈଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ଥାନୀୟ କର୍ପୋରେଟର ଆରତୀ ତନ୍ତି କହିଛନ୍ତି, ଏହି ପୋଖରୀର ପୁଣି ପୁନରୁଦ୍ଧାର ଓ ସାୈନ୍ଦର୍ଯ୍ୟକରଣ କରାଯିବ। ଏ ନେଇ ବିଇଏମସି ମେୟର ଓ କମିଶନରଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି। ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ସହରରେ ହେଉଥିବା ଜଳାଶୟର ସାୈନ୍ଦର୍ଯ୍ୟକରଣ ପରେ ଏହାର ଉଚିତ ରକ୍ଷଣାବେକ୍ଷଣ ପାଇଁ ବିଇଏମସି ପକ୍ଷରୁ ସ୍ବତନ୍ତ୍ର କର୍ମଚାରୀ ନିଯୁକ୍ତି ପାଇଁ ବହୁ କର୍ପୋରେଟର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri