ଲୋପ ପାଇବାକୁ ବସିଲେଣି ବାଇ ଚଢ଼େଇ

ପୋଲସରା,୨୮ା୫: ଦିନ ଥିଲା ଗଞ୍ଜାମ ଜିଲା ପୋଲସରା ବ୍ଲକର ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ବାଇ ଚଢ଼େଇର ବସା ଦେଖିବାକୁ ମିଳୁଥିଲା। ଏବେ କିନ୍ତୁ ଖୁବ୍‌ କମ୍‌ ସଂଖ୍ୟାରେ ଦେଖାଯାଉଛନ୍ତି। ଟିକି ବାଇ ଚଢ଼େଇ ବର୍ତ୍ତମାନ ବହୁ ସଂଖ୍ୟାରେ ଲୋପ ପାଇବାକୁ ବସିଲେଣି। ଗୋଟିଏ ମାଈ ଚଢ଼େଇ ବର୍ଷକୁ ଦୁଇଟି ଅଣ୍ଡା ଦେଇଥାଏ। ଏହି ଅଣ୍ଡାକୁ ଫୁଟେଇ ଶାବକ ଜନ୍ମ ପରେ ସେ ମୁକ୍ତ ଆକାଶକୁ ଛାଡ଼ି ଦେଇଥାଏ। ତାଳ ଗଛ ଓ ଖଜୁରୀ ଗଛରେ ସେ ସୁନ୍ଦର ବସା ନିର୍ମାଣ କରିଥାଏ। ବାଇ ଚଢ଼େଇ ଏକ କ୍ଷୁଦ୍ର ପକ୍ଷୀ ହେଲେ ମଧ୍ୟ ଏହାର ବସା ଅତି ଶକ୍ତିଶାଳୀ ହୋଇଥାଏ। ଅତ୍ୟଧିକ ମାତ୍ରାରେ ପବନ ବୋହିଲେ ମଧ୍ୟ ସହଜରେ ବାଇ ଚଢ଼େଇ ବସା ତଳକୁ ଖସି ନଥାଏ। ବର୍ଷା, କୁଆ ପଥର ମାଡରୁ ଅତି ସହଜରେ ଏହି କୁନି ପକ୍ଷୀ ରକ୍ଷା ପାଇଯାଇଥାଏ। ପ୍ରତି ବର୍ଷ ବାଇ ଚଢ଼େଇ ନିଜର ବସାକୁ ନୂଆ କରି ତିଆରି କରିଥାଏ। ମୌସୁମୀ ଆଗମନର କିଛିଦିନ ପୂର୍ବରୁ ସେ ବସା ବାନ୍ଧିବା ଦେଖିବାକୁ ମିଳିଥାଏ। ବାଇ ଚଢ଼େଇ ବସା ବାନ୍ଧିଲେ ଚାଷୀ ହୋଇଥାଏ ଖୁସି। ଅର୍ଥାତ ସେ ନିଜର ଖରିଫ ଚାଷ ଆରମ୍ଭ କରିବାକୁ ପ୍ରସ୍ତୁତି ସହ ମୌସୁମୀ ଆସିଗଲା ବୋଲି ଭାବୁଥାଏ। ବାଇ ଚଢ଼େଇ ବସା ବାନ୍ଧିଲେ ଭଲ ବର୍ଷା ହେବ ବୋଲି ଚାଷୀ ଭାବି ଖୁସି ହୋଇଥାଏ। ଅତୀତରେ ଚାଳ ଛପର ଘରେ ରହୁଥିବା ଲୋକ ନିଜ ଚାଳ ଛପର ଯେମିତି କରିଥାନ୍ତି ପରିବେଶ ତଥା କୃଷକମାନଙ୍କ ପାଇଁ ବାଇ ଚଢ଼େଇ ବନ୍ଧୁ ଭାବେ ଜଣାଶୁଣା। ଚାଷ ଜମିରେ ପଶି ଅନିଷ୍ଟକାରୀ ପୋକ ଯୋକ ସେ ଖାଇଥାଏ। ପ୍ରତିବର୍ଷ ସେ ଅଣ୍ଡା ଦେବା ସ୍ଥାନ ପରିବର୍ତ୍ତନ କରିଥାଏ। ବର୍ତ୍ତମାନର ଆଧୁନିକତାର ଯୁଗରେ ଦ୍ରୁତ ଜନସଂଖ୍ୟା ବୃଦ୍ଧି, ମୋବାଇଲ ରେଡିଏସନ୍‌, ବ୍ୟାପକ କୋଠାବାଡ଼ି ନିର୍ମାଣ, ଯାନ ବାହନ ସଂଖ୍ୟା ବୃଦ୍ଧି ସାଙ୍ଗକୁ ଜଙ୍ଗଲ ଧ୍ୱଂସ କାରଣରୁ ପ୍ରକୃତିର ଅନନ୍ୟ ଅବଦାନ ବାଇ ଚଢ଼େଇ ଓ ତାର ବସା ଦେଖିବାକୁ ମିଳୁନାହିଁ। ଗ୍ରାମାଞ୍ଚଳର ଗଛ ମାନଙ୍କରେ ମନଲୋଭା ବସା କରି ରହୁଥିବା ବାଇ ଚଢ଼େଇ ତାର ସ୍ବରରେ ବେଶ ଆନନ୍ଦ ଦେଉଥିଲା। ସାମ୍ପ୍ରତିକ ପରିସ୍ଥିତିରେ ଏହି ବାଇ ଚଢ଼େଇ ପକ୍ଷୀଙ୍କ ବସା ଦିନକୁ ଦିନ ଲୋପ ପାଇବାକୁ ବସିଲାଣି। ଏହାକୁ ନେଇ ଗାଁ ଗାଁ ବୁଲି ‘ବାଇ ଚଢ଼େଇରେ ବାଇ ଚଢ଼େଇ ମୋ ଘରକୁ ଆ, ମୋ ପିଲା ଦେଖି ଭାତ ଖାଇବ ତୁ ମୋ ଘରକୁ ଆ’ ଗୀତ ଗାଇ ନିଜକୁ ବାଇ ଚଢ଼େଇ ବସା ବେଶରେ ଲୋକଙ୍କୁ ସଚେତନତା କରୁଛନ୍ତି କବିସୂର୍ଯ୍ୟନଗର ଅଞ୍ଚଳର ପ୍ରକୃତି ବନ୍ଧୁ ତଥା ଦେବଦୂତ ପୁରସ୍କାରପ୍ରାପ୍ତ ଏବଂ ସାମାଜିକ କର୍ମୀ ଏ. ବ୍ରହ୍ମାନନ୍ଦ ଆଚାରୀ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri