ନିରାଶ ହେଲେ ତେନ୍ତୁଳିଖୁଣ୍ଟିବାସୀ

ତେନ୍ତୁଳିଖୁଣ୍ଟ,୨୭ା୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲାର ତେନ୍ତୁଳିଖୁଣ୍ଟି, ପାପଡ଼ାହାଣ୍ଡି ଓ କୋଷାଗୁମୁଡ଼ା ବ୍ୟତୀତ ଅନ୍ୟ ୭ ବ୍ଲକରେ ଯୁକ୍ତ ୩ ମହାବିଦ୍ୟାଳୟ (ସରକାରୀ, ଅନୁଦାନପ୍ରାପ୍ତ ନ ହେଲେ ଘରୋଇ) ରହିଛି। ପାପଡ଼ାହାଣ୍ଡି ଓ କୋଷାଗୁମୁଡ଼ା ବ୍ଲକରେ ଯୁକ୍ତ ୩ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସବୁଜ ସଙ୍କେତ ମିଳିଥିବା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରୀ ତଥା ଡାବୁଗାଁ ବିଧାୟକ କହିଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକରେ ଉଚ୍ଚ ଶିକ୍ଷା ପାଇଁ ଯୁକ୍ତ୨ ମାଧ୍ୟମିକ ବିଦ୍ୟାଳୟ ବ୍ୟତୀତ କିଛି ନାହିଁ। ଯୁକ୍ତ ୩ ପଢ଼ିବାକୁ ହେଲେ ୪୦ କି.ମି. ଦୂର ନବରଙ୍ଗପୁର ବିନୋଦ ବିହାରୀ ମହାବିଦ୍ୟାଳୟ, ନବରଙ୍ଗପୁର ଡିଗ୍ରୀ କଲେଜ ଅବା ମହିଳା ମହାବିଦ୍ୟାଳୟରେ ନାମ ଲେଖାଇବାକୁ ପିଲାମାନେ ବାଧ୍ୟ। ଗରିବ ଶ୍ରେଣୀର ଛାତ୍ରୀଛାତ୍ର ଯୁକ୍ତ ୨ ପରେ ଦୂରରେ ଯାଇ ପଢିବାକୁ ସକ୍ଷମ ହେଉ ନ ଥିବାରୁ ବାଧ୍ୟହୋଇ ତାଙ୍କ ପାଠପଢ଼ାରେ ଡୋରି ବନ୍ଧାହେଉଛି। ଆଇଟିଆଇ କଲେଜଟିଏ ମଧ୍ୟ ଏଠାରେ ନାହିଁ। କୌଶଳ ବୃଦ୍ଧି ତାଲିମ କେନ୍ଦ୍ର ପାଇଁ ତତ୍କାଳୀନ ଜିଲାପାଳ ଶିବବ୍ରତ ଦାସ ପୁରୁଣା ନବୋଦୟ କୋଠାର ଶୁଭ ଦେଇଥିଲେ। ତାହା ଇନ୍ଦ୍ରାବତୀ କେନାଲ ତଳମୁଣ୍ଡକୁ ଜଳ ସଚନ ସୁବିଧା ଯୋଗାଇବା ଭଳି ଫଳକରେ ହିଁ ରହିଗଲା।
ତେନ୍ତୁଳିଖୁଣ୍ଟି ବ୍ଲକରେ ୨୦ଟି ଉଚ୍ଚ ବିଦ୍ୟାଳୟ ଥିବାବେଳେ କେବଳ ଗୋଟିଏ ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ଏଠି କଳାରେ ୨୫୬ ଓ ବିଜ୍ଞାନରେ ୧୨୮ ସିଟ ଅଛି। ବ୍ଲକରେ ଗୋଟିଏ ଘରୋଇ ଅରବିନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନ ୬୪ ସିଟ ରହିଛି। ଜିଲା ସାକ୍ଷରତା ହାର ତେନ୍ତୁଳିଖୁଣ୍ଟି ବ୍ଲକରେ ସର୍ବାଧିକ। ତଥାପି ଏଠାରେ ଯୁକ୍ତ ୩ ଓ ବୈଷୟିକ ଶିକ୍ଷାନୁଷ୍ଠାନ ପାଇଁ ଉଦ୍ୟମ ନ ହେବା ଉଦ୍‌ବେଗଜନକ। ପଡୋଶୀ କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକରେ ଯୁକ୍ତ ୩ ମହାବିଦ୍ୟାଳୟ ପାଇଁ ମଧ୍ୟ ସବୁଜ ସଙ୍କେତ ମିଳିଛି। ତେନ୍ତୁଳିଖୁଣ୍ଟି ବ୍ଲକରେ ଅଧିକାଂଶ ଛାତ୍ରୀଛାତ୍ର ତଫସିଲଭୁକ୍ତ ଜାତି ଓ ଜନଜାତି ବର୍ଗର। ରାଜ୍ୟରେ ଯୁକ୍ତ ୩ କଲେଜ ନ ଥିବା ହାତଗଣତି ବ୍ଲକ ମଧ୍ୟରେ ତେନ୍ତୁଳିଖୁଣ୍ଟି ଅନ୍ୟତମ ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ବିଧାନସଭାରେ କହିବା ପରେ ବ୍ଲକ ବାସୀଙ୍କୁ ବେଶ୍‌ ଆଘାତ ଲାଗିଛି। ସ୍ଥାନୀୟ ଜନ ପ୍ରତିନିଧିଙ୍କ ଦୁର୍ବଳତା ନେଇ ଚର୍ଚ୍ଚା ହେଉଛି। ଏହା ମଧ୍ୟରେ ବର୍ତ୍ତମାନ କୋଷାଗୁମୁଡ଼ା ଓ ପାପଡାହାଣ୍ଡି ବ୍ଲକ ପାଇଁ ସବୁଜ ସଙ୍କେତ ମିଳିଛି। ଏହା କାହା ଅପାରଗତା ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଏ ନେଇ ବିଧାୟକ ସଦାଶିବ ପ୍ରଧାନୀଙ୍କୁ ପଚାରିବାରୁ କହିଲେ, ତେନ୍ତୁଳିଖୁଣ୍ଟି ବ୍ଲକରେ ଆଗାମୀ ଦିନରେ ଯୁକ୍ତ ୩ ମହାବିଦ୍ୟାଳୟ ଖୋଲିବ। କିନ୍ତୁ ଚଳିତ ଶିକ୍ଷା ବର୍ଷରେ କି ଆସନ୍ତା ଶିକ୍ଷା ବର୍ଷରେ ସେ ତାହା ସ୍ପଷ୍ଟ କଲେନାହିଁ। ସୂଚନା ଥାଉକି ବର୍ତ୍ତମାନ ଯେଉଁ ବ୍ଲକରେ ଯୁକ୍ତ ୩ କଲେଜ ନାହିଁ ସେଠାରେ ନୂତନ କଲେଜ ଖୋଲିବା ନେଇ କୌଣସି ଯୋଜନା ନ ଥିବା ବିଧାନସଭାରେ ମନ୍ତ୍ରୀ କହିଥିଲେ। କିନ୍ତୁ ଡାବୁଗାଁ ବିଧାୟକଙ୍କ ନିର୍ବାଚନୀମଣ୍ଡଳୀର ଦୁଇ ବ୍ଲକରେ ନୂତନ କଲେଜ ଖୋଲିବା ପାଇଁ ସବୁଜ ସଙ୍କେତ ମିଳିଛି। ତେନ୍ତୁଳିଖୁଣ୍ଟି ବ୍ଲକ ଏବେ ଏଥିରୁ ବଞ୍ଚତ୍ତ। ଏ ନେଇ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରୀଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି। ଏମ୍‌ପି ରମେଶ ମାଝିଙ୍କୁ ଯୋଗାଯୋଗ କରିବାରୁ ଆମର ଏକ କମିଟି ଗଠନ ହୋଇଛି। ଜିଲାରେ ଉଚ୍ଚଶିକ୍ଷାର ବିକାଶ ପାଇଁ ଖୁବ୍‌ଶୀଘ୍ର ଭଲ ଖବର ମିଳିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri