ଯାଜପୁର ଗ୍ରାମ୍ୟ ନିର୍ମାଣ ବିଭାଜନ: ୧୧୭ କୋଟି ଖର୍ଚ୍ଚ ସତ୍ତ୍ୱେ ବଦଳୁନି ରାସ୍ତା ଅବସ୍ଥା

ଯାଜପୁର ଅଫିସ,୨|୮- ଯାଜପୁର ଜିଲାର ମୋଟ ୧୭୮୧ରୁ ୧୩୩ଟି ଗ୍ରାମକୁ ଅଦ୍ୟାବଧି ସଡ଼କ ସଂଯୋଗ ହୋଇପାରି ନାହିଁ। ଚଳିତ ବିଧାନସଭାର ତାରକା ଚିହ୍ନିତ ପ୍ରଶ୍ନସଂଖ୍ୟା ୧୯୬ର ଉତ୍ତରରେ ଯାଜପୁର ଗ୍ରାମ୍ୟ ନିର୍ମାଣ ବିଭାଜନର ନିର୍ବାହୀ ଯନ୍ତ୍ରୀ ଏହି ଉତ୍ତର ରଖିଥିଲେ। ଏବେ ପୁଣି ଆଉ ଏକ ଚିତ୍ର ସାମ୍ନାକୁ ଆସିଛି। ଗତ ୨୦୧୩-୧୪ରୁ ଏପର୍ଯ୍ୟନ୍ତ ୬ ବର୍ଷ ମଧ୍ୟରେ ସ୍ବତନ୍ତ୍ର ଓ ରକ୍ଷଣାବେକ୍ଷଣ ମରାମତି ନାମରେ ୧୧୭୬୧.୯୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ତେବେ ମରାମତି ହୋଇଥିବା ରାସ୍ତାଗୁଡିକର ଅବସ୍ଥା ଦେଖିଲେ କିଭଳି ଅନୁଦାନ ଅର୍ଥ ବିନିଯୋଗ ହୋଇଛି ତାହା ସହଜେ ଅନୁମେୟ। ଏହି ଅର୍ଥର ସିଂହଭାଗ ବାଟମାରଣା ହୋଇଥିବା ସ୍ପଷ୍ଟ ହେଉଛି। ଜିଲାରୁ ପ୍ରତିନିଧିତ୍ୱ କରୁଥିବା ଲୋକ ପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ହିଁ ଏହାର ମୁଖ୍ୟକାରଣ ବୋଲି କୁହାଯାଉଛି। ରାସ୍ତାଘାଟ ନିର୍ମାଣ ଓ ମରାମତି ପାଇଁ ବର୍ଷକୁ ବର୍ଷ ଏଭଳି କୋଟିକୋଟି ଟଙ୍କା ଆସୁଥିବାବେଳେ ଦୁର୍ବଳ ନେତୃତ୍ୱ ତଥା ଠିକାଦାରୀ ରାଜନୀତି ବିକାଶର ଧାରାକୁ ପଛରେ ପକାଇ ଦେଇଥିବା ଆଲୋଚନା ହେଉଛି।
ଚଳିତ ବିଧାନସଭାରେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉତ୍‌ଥାପିତ ବିଧାନସଭା ପ୍ରଶ୍ନ ସଂଖ୍ୟା ୧୬୯୯(ତାରକା ବିହୀନ)ର ଉତ୍ତରରେ ଯାଜପୁର ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ଦର୍ଶାଯାଇଛି ଯେ, ବିଭାଜନ ଅଧୀନରେ ୭୦୨.୩୮ କି.ମି ଆରଡି ଓ ୧୯୩.୯୭୫ କି.ମି. ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରହିଛି। ଏଥିପାଇଁ ୨୦୧୩-୧୪ ବର୍ଷରୁ ସ୍ବତନ୍ତ୍ର ମରାମତି ବାବଦକୁ ୫୨୮୦.୧୯ ଲକ୍ଷ ଟଙ୍କା ଏବଂ ରକ୍ଷଣାବେକ୍ଷଣ ମରାମତି ବାବଦକୁ ୬୪୮୧.୭୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହି ଖର୍ଚ୍ଚ ପରିମାଣକୁ ଅବଲୋକନ କଲେ ବାର୍ଷିକ ହାରାହାରି ୧୯ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏହି ଖର୍ଚ୍ଚ ଅନୁପାତକୁ ହିସାବକୁ ନେଲେ ରାସ୍ତା ମରାମତି ନାମରେ ସିଂହଭାଗ ଅର୍ଥ ବାଟମାରଣା ହେଉଥିବା ସନ୍ଦେହ କରାଯାଉଛି। ସୁକିନ୍ଦା ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳର ରାସ୍ତାଘାଟ ସବୁବେଳେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। କେବଳ ସୁକିନ୍ଦା ନୁହେଁ କୋରେଇ, ଦାନଗଦୀ, ଯାଜପୁର, ଦଶରଥପୁର ଓ ବିଞ୍ଝାରପୁର ବ୍ଲକର ଶତାଧିକ କି.ମି. ରାସ୍ତା ଅବସ୍ଥା ଏବେ ବି ଉପଯୁକ୍ତ ଭାବେ ଗମନାଗମନ ଅନୁପଯୋଗୀ ହୋଇରହିଛି ା ଅନ୍ୟପକ୍ଷେ ବିଧାନସଭା ପ୍ରଶ୍ନର ଉତ୍ତର ଅନୁଯାୟୀ, କେଉଁ ମାପଦଣ୍ଡ ଆଧାରରେ ଖର୍ଚ୍ଚ ନିର୍ଦ୍ଧାରଣ ହୋଇଛି ତାର ଉତ୍ତର ବିଭାଗ ଦେଇପାରି ନାହିଁ ା ଗତ ଜୁଲାଇ ୨ରେ ଧରିତ୍ରୀରେ ଯାଜପୁର ଜିଲାର ୧୩୩ ଗ୍ରାମକୁ ସଡ଼କ ସଂଯୋଗ ହୋଇପାରି ନ ଥିବା ଖବର ପ୍ରକାଶ ପାଇଥିଲା। ଯାହାକି ସାଧାରଣ ଜନତାଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇବା ସହିତ ସରକାରଙ୍କ ଉପରେ ନକରାମତ୍କ ଭାବନା ସୃଷ୍ଟି କରିଥିଲା। ଏହି ଅସଂଯୋଜିତ ଗ୍ରାମଗୁଡିକୁ ୨୦୧୯-୨୦ ସୁଦ୍ଧା ସଂଯୋଗୀକରଣ କରାଯିବାର ଯୋଜନା ରହିଛି ଏବଂ ଏଥିପାଇଁ ୪୮୮୨.୭୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି ବୋଲି ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ମହାରଣା ତାଙ୍କ ଉତ୍ତରରେ ଉଲ୍ଲେଖ କରିଥିଲେ ା ଏବେ ଏ ସଂକ୍ରାନ୍ତରେ ନିର୍ବାହୀ ଯନ୍ତ୍ରୀ ମହାରଣାଙ୍କୁ ପଚାରିବାରୁ, ମରାମତି କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ ହେଉଛି ା ସମସ୍ତ ଗ୍ରାମକୁ ସଡକ ସଂଯୋଗ କରିବାକୁ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଛି ା ଚଳିତ ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri