ଆବାସ ଘର ଅପେକ୍ଷାରେ ୩ ଶହ ପରିବାର

ନବରଙ୍ଗପୁର,୨୫ା୫(ବି.ପ୍ର.): ନବରଙ୍ଗପୁର ସହରର ବିଭିନ୍ନ ପୋଖରୀ ହୁଡ଼ାରେ ଲୋକେ ଭୂମିହୀନ ଭାବେ ଝୁମ୍ପୁଡି କରି ରହିଛନ୍ତି। ଏହା ସମେତ ଅନେକ ଗରିବ ପରିବାର ଚାଳଚପର ଓ କଚ୍ଚାଘରେ ରହୁଛନ୍ତି। ଅନେକ ଥିଲାବାଲା ଆବାସ ଘର ହାତେଇ ନେଇଗଲେ। ପ୍ରକୃତ ଯୋଗ୍ୟ ହିତାଧିକାରୀ ଆବେଦନ ପରେ ମଧ୍ୟ ଘର ଖଣ୍ଡେ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ୨ ବର୍ଷ ହେବ ଆବାସ ଯୋଜନାରେ ନୂଆ ଟାର୍ଗେଟ ଆସୁନାହିଁ। ନବରଙ୍ଗପୁର ସହରରେ ଆବାସ ଘର ଖଣ୍ଡେ ପାଇବା ପାଇଁ ଆବେଦନ କରି ଅପେକ୍ଷାରେ ରହିଛନ୍ତି ପ୍ରାୟ ୩ଶହ ପରିବାର।
ଯୋଜନାରେ ୨୦୧୭ରୁ ୨୦୨୨ ମଧ୍ୟରେ ପ୍ରାୟ ୧୯୯୦ ହିତାଧିକାରୀ ଥିବାବେଳେ ୧୨ଶହ ହିତାଧିକାରୀ ଘର କାମ ଶେଷ କରିଛନ୍ତି। ବଳକା ପ୍ରାୟ ୭ଶହ ପରିବାର ଘର ସମ୍ପୂର୍ଣ୍ଣ କରିପାରିନାହାନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହରାଞ୍ଚଳରେ ଘର କରିବାକୁ ୨ ଲକ୍ଷ ଟଙ୍କା ଦେଉଛନ୍ତି। ୪ ମାସରେ ଘର ସମ୍ପୂର୍ଣ୍ଣ କଲେ ଅତିରିକ୍ତ ୨୦ ହଜାର ଟଙ୍କା ଓ ୬ ମାସରେ ଘର ସମ୍ପୂର୍ଣ୍ଣ କଲେ ଅତିରିକ୍ତ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେବାର ବ୍ୟବସ୍ଥା ରହିଛି। ତେବେ ହିତାଧିକାରୀମାନେ ଅର୍ଥାଭାବରୁ ଘର ନିଜେ ନ କରି ଠିକାଦାରଙ୍କୁ କାମ କରିବାକୁ ଦେଉଥିବାରୁ ତାହା ସରିପାରୁ ନ ଥିବା ଜଣାପଡ଼ିଛି। ଫଳରେ ଏବେ ବି ସହରରେ ପ୍ରାୟ ୭ ଶହରୁ ଊର୍ଦ୍ଧ୍ୱ ଆବାସ ଘର ଅଧାପନ୍ତରିଆ ହୋଇ ରହିଛି। ୨ ବର୍ଷ ହେବ ନବରଙ୍ଗପୁର ସହରକୁ ଆବାସ ଯୋଜନାରେ କୌଣସି ଟାର୍ଗେଟ ଆସୁ ନ ଥିବାରୁ ଆବେଦନକାରୀଙ୍କ ସଂଖ୍ୟା ବଢ଼ିଚାଲିଛି। ଏବେ ବି ପ୍ରାୟ ୩ଶହ ପରିବାର ଆବେଦନକରି ଘର ଖଣ୍ଡେ ପାଇବା ପାଇଁ ଅପେକ୍ଷା କରିଛନ୍ତି। ସୂଚନାନୁଯାୟୀ ନବରଙ୍ଗପୁର ସହରକୁ ୨୦୧୬-୧୭ରେ ୨୩୦ଟି ଆବାସ ପାଇଁ ଟାର୍ଗେଟ ଆସିଥିଲା। ସେଥିରୁ ୧୯୭ ଜଣ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ୨୦୧୭-୧୮ରେ ପ୍ରଥମ ଓ ୨ୟ ପର୍ଯ୍ୟାୟରେ ପ୍ରାୟ ୩୫୦ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଟାର୍ଗେଟ ଆସିଥିଲା। ୨୦୧୭-୧୮ ଓ ୨୦୧୬-୧୭ରେ କାର୍ଯ୍ୟାଦେଶ ଦିଆଯାଇଥିବା ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ଘର ସମ୍ପୂର୍ଣ୍ଣ କରିଥିଲେ। ତେବେ ୨୦୧୮-୧୯ରେ ୪ଟି ପର୍ଯ୍ୟାୟରେ ୭୯୧, ୨୦୧୯-୨୦ରେ ୩୪ ଟି, ୨୦୨୦-୨୧ରେ ୩ଟି ପର୍ଯ୍ୟାୟରେ ୩୮୫ଟି ଏପରି ଭାବେ ପ୍ରାୟ ୧୯୯୦ ହିତାଧିକାରୀଙ୍କୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ଦିଆଯାଇଥିଲା। ପ୍ରାୟ ୧୨ଶହ ଘର ସମ୍ପୂର୍ଣ୍ଣ ହୋଇଥିବାବେଳେ ୭ଶହ ଘର ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଘର କାମ ସାରିବାକୁ ବାରମ୍ବାର ପୌର ପରିଷଦ ପକ୍ଷରୁ ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ନୋଟିସ ଦିଆଯାଉଥିଲେ ମଧ୍ୟ କାମ ସରିପାରୁନାହିଁ।
ଅନ୍ୟ ଦିଗରେ ନବରଙ୍ଗପୁର ସହରରେ ଜାଗା ମିଶନରେ ଜାଗା ସର୍ଭେ କରିବାକୁ ଆସିଥିବା ଟିମ୍‌ ୨୭ଟି ବସ୍ତିର ମୋଟ ପରିବାର ମଧ୍ୟରୁ ୧୫୪୭ ପରିବାରର ଜାଗା ଚିହ୍ନଟ କରିଥିଲେ। ତେବେ ସରକାରୀ ଜାଗାରେ ରହିଥିବା ୧୫ଟି ବସ୍ତିର ୧୧୭୬ ପରିବାରକୁ ଜାଗା ମିଶନରେ ଜମି ପଟ୍ଟା ପ୍ରଦାନ କରାଯାଇ ପ୍ରାୟ ଅଧିକାଂଶ ପରିବାରଙ୍କୁ ଆବାସ ପାଇଁ କାର୍ଯ୍ୟାଦେଶ ଦିଆସରିଛି। ବର୍ତ୍ତମାନ ଘରୋଇ ଓ ପୋଖରୀ ହିଡ଼ରେ ରହୁଥିବା ୧୨ ଟି ବସ୍ତିର ୪ଶହରୁ ଊର୍ଦ୍ଧ୍ୱ ପରିବାର ଜମି ପଟ୍ଟା ନ ଥିବାରୁ ଆବାସ ଯୋଜନାରେ ସାମିଲ ହୋଇପାରୁନାହାନ୍ତି। ସ୍ଥାନାନ୍ତରିତ ହେବାବେଳେ ପୁଣି ଆବାସ ଯୋଜନା ଆବଶ୍ୟକ ପଡିବ ବୋଲି ଉକ୍ତ ୪ଶହ ପରିବାର ପକ୍ଷରୁ କୁହାଯାଇଛି। ତେବେ ପୁଣି ଥରେ କେବେ ଆବାସ ଯୋଜନାରେ ନବରଙ୍ଗପୁର ସହରକୁ ଟାର୍ଗେଟ ଆସିବ ଆବେଦନକାରୀ ଆବାସ ପାଇବେ ତାହା ପ୍ରଶ୍ନ ସୃଷ୍ଟି କରୁଛି। ଏନେଇ ପୌରସଂସ୍ଥା ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠଙ୍କୁ ପଚାରିବାରୁ ୨ ବର୍ଷ ହେବ ଆବାସ ଯୋଜନାରେ ଘର ଆସିନାହିଁ। ୩ ଶହ ଆବାସ ପାଇଁ ପ୍ରସ୍ତାବ ଯାଇଛି। ଜିଲାକୁ ଟାର୍ଗେଟ ଆସିଲେ ସେଥିରୁ ନବରଙ୍ଗପୁର ପୌରସଂସ୍ଥାକୁ କେତେ ଟାର୍ଗେଟ ଦିଆଯିବ ତାହା ଜଣା ପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri