ଜିମ୍ବାଓ୍ବେ ସବୁଠୁ ଦୁଃଖୀ

ଓ୍ବାଶିଂଟନ୍‌,୨୫ା୫: ବିଶ୍ୱର ସବୁଠୁ ଦୁଃଖୀ ରାଷ୍ଟ୍ରଗୁଡ଼ିକୁ ନେଇ ହାଙ୍କେସ୍‌ ଆନୁଆଲ ମିଜରି ଇଣ୍ଡେକ୍ସ (ଏଚ୍‌ଏଏମ୍‌ଆଇ)୨୦୨୨ ତାଲିକା ପ୍ରକାଶ ପାଇଛି। ଉକ୍ତ ସୂଚକାଙ୍କ ଅନୁସାରେ ଜିମ୍ବାଓ୍ବେ ହେଉଛି ସବୁଠୁ ଦୁର୍ଦ୍ଦଶାପୂର୍ଣ୍ଣ ରାଷ୍ଟ୍ର। ୧୫୭ଟି ଦେଶ ସମ୍ପର୍କରେ ବିଶ୍ଳେଷଣ କରାଯାଇ ଏହି ମିଜରି ଇଣ୍ଡେକ୍ସ ପ୍ରସ୍ତୁତ କରାଯାଇଛି।

ଏକ ନିର୍ଦ୍ଦିଷ୍ଟ ବର୍ଷରେ ଦେଶର ବେରୋଜଗାରି, ମୁଦ୍ରାସ୍ଫୀତି ଏବଂ ଋଣ ବୋଝରୁ ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ବାର୍ଷିକ ପରିବର୍ତ୍ତନକୁ ଆଧାରକରି ବିଶିଷ୍ଟ ଅର୍ଥନୀତିଜ୍ଞ ଷ୍ଟିଭ୍‌ ହାଙ୍କେ ଏହି ସୂଚକାଙ୍କ ପ୍ରସ୍ତୁତ କରିଛନ୍ତି। ତାଲିକାର ଶୀର୍ଷରେ ଜିମ୍ବାଓ୍ବେ ପରେ ଭେନିଜୁଏଲା, ସିରିଆ, ଲେବାନନ୍‌, ସୁଦାନ ଭଳି ରାଷ୍ଟ୍ର ରହିଛନ୍ତି।

ଟପ୍‌ ୧୫ ଦୁଃଖୀ ରାଷ୍ଟ୍ର ମଧ୍ୟରେ ଆର୍ଜେଣ୍ଟିନା, ୟେମେନ, ୟୁକ୍ରେନ୍‌, କ୍ୟୁବା, ତୁର୍କୀ, ଶ୍ରୀଲଙ୍କା, ହାଇତି, ଆଙ୍ଗୋଲା, ଟୋଙ୍ଗାଓ ଘାନାକୁ ସ୍ଥାନ ମିଳିଛି। ସୂଚକାଙ୍କ ଅନୁସାରେ ଜିମ୍ବାଓ୍ବେରେ ପୂର୍ବତନ ରାଷ୍ଟ୍ରପତି ଏମର୍ସନ ନାନ୍‌ଗଓ୍ବା ଏବଂ ତାଙ୍କ ନେତୃତ୍ୱାଧୀନ ଜେଡ୍‌ଏଏନ୍‌ୟୁ-ପିଏଫ୍‌ ଏକ ରାଜନୈତିକ ଦଳ ପରିବର୍ତ୍ତେ ପଲିଟିକାଲ ମାଫିଆ ଭାବେ କାର୍ଯ୍ୟ କରିଥାଏ। ଏହାର ନୀତିଗୁଡ଼ିକ ଦେଶ ପାଇଁ ବହୁ ଦୁର୍ଦ୍ଦଶା ଆଣିଦେଇଛି।

ଗତବର୍ଷ ଜିମ୍ବାଓ୍ବେରେ ବାର୍ଷିକ ମୁଦ୍ରାସ୍ଫୀତି ୨୪୩.୮% ଏବଂ ଲ୍ୟାଣ୍ଡିଂ ରେଟ୍‌ ୧୩୧.୮% ରହିଥିଲା। ଏହି ତାଲିକାର ୧୦୩ତମ ସ୍ଥାନରେ ଭାରତ ରହିଛି। ଭାରତରେ ବେକାରି ସମସ୍ୟାକୁ ଏଥିପାଇଁ ଦାୟୀ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଶ୍ୱର ସବୁଠୁ ସୁଖୀ ଦେଶ ଫିନ୍‌ଲାଣ୍ଡକୁ ମିଜରେବଲ ରାଷ୍ଟ୍ର ତାଲିକାରେ ୧୦୯ତମ ସ୍ଥାନ ମିଳିଛି। ସମ୍ପ୍ରତି ଆର୍ଥିକ ଓ ରାଜନୈତିକ ଅସ୍ଥିରତା ଦେଇ ଗତି କରୁଥିବା ପାକିସ୍ତାନ ବିଶ୍ୱର ୩୫ତମ ଦୁଃଖୀ ରାଷ୍ଟ୍ର ବୋଲି ଏଥିରେ ଦର୍ଶାଯାଇଛି। ସବା ତଳେ ଅର୍ଥାତ୍‌ ୧୫୭ତମ ସ୍ଥାନରେ ସୁଇଜରଲାଣ୍ଡ ରହିଛି।

ଅନ୍ୟ କମ୍‌ ଦୁଃଖୀ ଦେଶଗୁଡ଼ିକ ହେଲା କୁଏଟ୍‌(୧୫୬), ଆୟର୍ଲାଣ୍ଡ (୧୫୫), ଜାପାନ(୧୫୪), ମାଲେସିଆ(୧୫୩), ତାଇଓ୍ବାନ୍‌ (୧୫୨) ଓ ଥାଇଲାଣ୍ଡ (୧୫୧)। ଆମେରିକା ୧୩୪ ତମ ସ୍ଥାନରେ ଥିବାବେଳେ ଋଷିଆ (୭୬), ଭାରତର ପଡ଼ୋଶୀ ଦେଶ ବାଂଲାଦେଶ (୧୧୫), ଶ୍ରୀଲଙ୍କା (୧୧), ମ୍ୟାନ୍‌ମାର (୩୯), ନେପାଳ (୬୩) ଏବଂ ଚାଇନା ୧୪୨ ତମ ସ୍ଥାନରେ ରହିଛି।

 

ଭାରତର ଦୁଃଖ ବେରୋଜଗାରି

ଭାରତରେ ହୁ ହୁ ବଢ଼ିବାରେ ଲାଗିଛି ବେକାରି ସମସ୍ୟା। ବଜାରରେ ଆଶାୟୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ଅନ୍ୟାନ୍ୟ ଦକ୍ଷତା ଅନୁସାରେ ନିଯୁକ୍ତି ସୁଯୋଗ ଉପଲବ୍ଧ ନ ଥିବାରୁ ବେରୋଜଗାରଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ୨୦୨୩ ମାର୍ଚ୍ଚରେ ଦେଶର ବେକାରି ହାର ୭.୮% ଥିବାବେଳେ ଏପ୍ରିଲ ବେଳକୁ ଏହା ୮.୧୧%କୁ ଛୁଇଁଥିଲା, ଯାହାକି ଗତ ଡିସେମ୍ବର ପରଠୁ ସର୍ବାଧିକ। କେନ୍ଦ୍ର ସରକାର ପ୍ରତିଶ୍ରୁତି ମୁତାବକ ଶିକ୍ଷିତ ଯୁବତୀଯୁବକଙ୍କୁ କର୍ମନିଯୁକ୍ତି ଯୋଗାଇବାରେ ବିଫଳ ହୋଇଥିବାରୁ ଏହି ସମସ୍ୟା ଉତ୍କଟ ରୂପ ଧାରଣ କଲାଣି। ଅବସ୍ଥା ଏପରି ହେଲାଣି ଯେ, ପାଠଶାଠ ପଢ଼ି ଚାକିରି ପାଇଁ ନୟାନ୍ତ ହେବା ପରେ ଆଶାୟୀମାନେ ଏବେ ଆଶାଶୂନ୍ୟ ହୋଇପଡ଼ିଛନ୍ତି। ସେମାନେ ଚାକିରି ଖୋଜିବା ବନ୍ଦ କରିଦେଇଥିବା ସେଣ୍ଟର୍‌ ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି (ସିଏମ୍‌ଆଇଇ) ଏକ ରିପୋର୍ଟରେ ଉଲ୍ଲେଖ କରିଛି। ଏହା କେବଳ ତୃତୀୟ ଥର କ୍ଷମତା ଆଶାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ୨୦୨୪ ସାଧାରଣ ନିର୍ବାଚନ ବେଳେ ଚ୍ୟାଲେଞ୍ଜ ସୃଷ୍ଟି କରିବ ତାହା ନୁହେଁ, ଭାରତର ବେକାରି ସମସ୍ୟା ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଦୃଷ୍ଟି ଆକର୍ଷଣ କଲାଣି। ଏଥିଲାଗି ବିଶ୍ୱର ସବୁଠୁ ଦୁଃଖୀ ରାଷ୍ଟ୍ରଗୁଡ଼ିକର ତାଲିକାରେ ଭାରତ ସ୍ଥାନ ପାଇଛି। ବିଶିଷ୍ଟ ଅର୍ଥନୀତିଜ୍ଞ ଷ୍ଟିଭ୍‌ ହାଙ୍କେ ୧୫୭ଟି ଦେଶକୁ ନେଇ ବିଭିନ୍ନ ମାପଦଣ୍ଡ ଆଧାରରେ ପ୍ରସ୍ତୁତ କରିଥିବା ଆନୁଆଲ ମିଜରି ଇଣ୍ଡେକ୍ସରେ ଭାରତ ୧୦୩ତମ ସ୍ଥାନରେ ରହିବା ସରକାରଙ୍କ ନୀତି ପ୍ରଣୟନର ଉଦ୍ଦେଶ୍ୟ ଏବଂ କାର୍ଯ୍ୟାନ୍ବୟନ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri