Odisha Elections 2024

ଦୁଇ ରାଜ୍ୟ ମଧ୍ୟରେ ବାନ୍ଧିଛି ସମ୍ପର୍କର ସେତୁ

ଭୋଗରାଇ, ୨୩l ୫ (ଡି. ଏନ. ଏ. ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ମାନକୁଣ୍ଡା ହାଟ ଖେଳପଡିଆରେ ଓଡିଶା ଓ ପଶ୍ଚିମବଙ୍ଗ ମୈତ୍ରୀ ଉତ୍ସବ କମିଟି ପକ୍ଷରୁ  ମୈତ୍ରୀ ଉତ୍ସବ ଉଦ୍‌ଘାଟିତ ହୋଇଛି। ଏହି ଉତ୍ସବକୁ ରାଜସ୍ବ ବିଭାଗର ଏଡିଏମ ସୁଚାରୁ ବଳ ଉଦ୍‌ଘାଟନ କରିଥିଲେ। ଉତ୍ସବ କମିଟି ସଭାପତି ତଥାଗତ ମିଶ୍ରଙ୍କ ସଭାପତିତ୍ୱରେ ପରିଚାଳିତ ଉତ୍ସବରେ ଛାତ୍ରୀଛାତ୍ରଙ୍କ ପକ୍ଷରୁ ସଙ୍ଗୀତ ଗାନ ପରେ ପଣ୍ଡିତ ଅମର ପଣ୍ଡା ମଙ୍ଗଳାଚରଣ କରିଥିଲେ। ଉତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ କମିଟି ସଦସ୍ୟ ହରିପଦ ସାହୁ ଓ ପ୍ରଦୀପ କୁମାର ସେଠୀ। ମୁଖ୍ୟଅତିଥି ଭାବେ କାଁଥି ମ୍ୟୁନିସିପାଲିଟି ଚେୟାରମ୍ୟାନ ସୁପ୍ରକାଶ ଗିରି, ମୁଖ୍ୟବକ୍ତା ରିତ୍ତିକ କେଦାର ନାଥ ମହାନ୍ତି, ସମ୍ମାନନୀୟ ଅତିଥି ଭାବେ ପଶ୍ଚିମବଙ୍ଗର ଖାଲେଦ କାଜି, ଜିଲା ପରିଷଦ ସଦସ୍ୟ ସନ୍ତୋଷ କୁମାର ଜେନା, ରାମନଗରର ପୂର୍ବତନ ବ୍ଲକ ଚେୟାରମ୍ୟାନ ବିଦ୍ୟୁତ ଚୌଧୁରୀ, ସମିତିସଦସ୍ୟା ଅଞ୍ଜଳି ପାଢ଼ୀ, ସରପଞ୍ଚ ସଙ୍ଗୀତା ରାଣୀ ମହାନ୍ତି ପ୍ରମୁଖ ଓଡିଶା ସୀମାନ୍ତରେ ମୈତ୍ରୀ ଉତ୍ସବ ଦୁଇ ରାଜ୍ୟର ସମ୍ପର୍କ ସେତୁ ଅତୁଟ ଥିଲା, ରହିଛି ଓ ରହିଥିବ ବୋଲି ପ୍ରକାଶ କରିଥିଲେ। କମିଟି ସମ୍ପାଦକ ତପନ ପାଢ଼ୀ ଧନ୍ୟବାଦ ଦେବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ସାଲୁଗାଙ୍କ ପାଇଁ ପ୍ରଚାର କଲେ ସବ୍ୟ-ଅର୍ଚ୍ଚିତା

ରାଇକିଆ,୧୬ା୫(ପ୍ରଦୀପ ବେହେରା): ଆସନ୍ତା ୨୦ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପାଇଁ କନ୍ଧମାଳ ଜିଲା ରାଇକିଆଠାରେ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଜୋର୍‌ ଧରିଛି। ଗୁରୁବାର...

ଧାରଣାସ୍ଥଳରେ ପୋଲିସର ଲାଠିଚାର୍ଜ, ଛତ୍ରଭଙ୍ଗ ଦେଲେ ଲୋକେ

ଖଲ୍ଲିକୋଟ,୧୬ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଖଲ୍ଲିକୋଟ ଥାନା ଆଗରେ ସକାଳ ୯ଟାରୁ ଭାଜପା ସମର୍ଥକଙ୍କ ଧାରଣା ଜାରି ରହିଥିଲା। ୧.୩୦ ସମୟରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ...

ଖଲ୍ଲିକୋଟ ପରେ ପୋଲସରାରେ ରାଜନୈତିକ ହିଂସା: ଫୁଟିଲା ଗୁଳି, ଜଣେ ଗୁରୁତର

ପୋଲସରା,୧୬।୫: ନିର୍ବାଚନ ଭିତରେ ତେଜୁଛି ନିର୍ବାଚନୀ ହିଂସା। ଖଲ୍ଲିକୋଟ ଭଳି ପୋଲସରାରେ ବି ଦେଖିବାକୁ ମିଳିଛି ରାଜନୈତିକ ହିଂସା । ପୋଲସରାରେ ବି ଫୁଟିଛି ଗୁଳି...

ଖଲ୍ଲିକୋଟ ହିଂସାକାଣ୍ଡ: ପୋଲିସକୁ ପଥର ମାଡ଼ କଲେ ଉତ୍ତ୍ୟକ୍ତ ଲୋକ, ଲାଠି ଚାର୍ଜ କଲା ପୋଲିସ

ଖଲ୍ଲିକୋଟ,୧୬।୫: ଗଞ୍ଜାମ ଖଲ୍ଲିକୋଟ ହିଂସାକାଣ୍ଡକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଘଟଣାରେ ପୋଲିସ ୮ଜଣଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତଙ୍କୁ ଥାନାରୁ ନେବା ବେଳେ...

ଘରକୁ ଘର ବୁଲି ପ୍ରାର୍ଥୀଙ୍କ ପ୍ରଚାର

ହାଟଡିହୀ,୧୬ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ହାଟଡିହୀ ବ୍ଲକର ୩୭ନଂ ଜୋନ୍‌ରେ ଭାଜପା କାର୍ଯ୍ୟକର୍ତ୍ତା ଏବଂ କର୍ମୀମାନେ ବିଭିନ୍ନ ପଞ୍ଚାୟତ ଗସ୍ତକରି ପ୍ରଚାର...

୧ ନଂ ଜୋନ୍‌ରେ ଜମୁଛି ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର

ହାଟଡିହୀ,୧୬ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ବୁଧବାର ୧ ନଂ ଜୋନ୍‌ରେ ନିର୍ବାଚନୀ ପ୍ରଚାରକୁ ଜୋର୍‌ଦାର କରିଛି। ପ୍ରଥମେ କର୍ମୀମାନେ ଗହଲମୁଣ୍ଡା...

ଭାଜପା ସମର୍ଥକଙ୍କୁ ହତ୍ୟା: ଟାୟାର ଜାଳି ରାସ୍ତାରୋକୋ କଲେ ଲୋକେ

ଖଲ୍ଲିକୋଟ,୧୬ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲୋଙ୍ଘର ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ବୁଧବାର ରାତିରେ ପୋଷ୍ଟର ମାରିବାକୁ ନେଇ ଭାଜପା ଓ...

ଖଲ୍ଲିକୋଟ ନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା, ସୋସିଆଲ ମିଡିଆରେ ଲେଖିଲେ ଏମିତି

ଗଞ୍ଜାମ,୧୬ା୫: ଗଞ୍ଜାମ ଖଲ୍ଲିକୋଟରେ ହୋଇଥିବା ନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିନ୍ଦା କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଖଲ୍ଲିକୋଟ ଅଞ୍ଚଳରେ ଘଟିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri