ଅଦୃଶ୍ୟ ଠକ ଆତଙ୍କ

ଢେଙ୍କାନାଳ ଅଫିସ,୨୨।୫: ଢେଙ୍କାନାଳରେ ସାଇବର କ୍ରାଇମ୍‌ ବଢ଼ିବାରେ ଲାଗିଛି। ଜିଲାରେ ଗତ ଦେଢ଼ବର୍ଷ ମଧ୍ୟରେ ଏଭଳି ୭୦ଟି ମାମଲା ରୁଜୁ ହୋଇଥିବାବେଳେ ମାତ୍ର ୮ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଠକମାନେ ଅତି ଚତୁରତାର ସହ ଆକାଉଣ୍ଟ ଖାଲି କରିଦେଉଥିବାବେଳେ ଠକେଇର ଶିକାର ହୋଇଥିବା ବ୍ୟକ୍ତି ଅର୍ଥ ଫେରିପାଇବା ପାଇଁ ଥାନାକୁ ଦୌଡୁଛନ୍ତି।
ଢେଙ୍କାନାଳ ଜିଲାରେ ୨୦୨୨ ଜାନୁୟାରୀରୁ ଡିସେମ୍ବର ମଧ୍ୟରେ ୪୮ଟି ସାଇବର ମାମଲା ଦାଏର ହୋଇଛି। ତନ୍ମଧ୍ୟରେ ଟାଉନ ଥାନାରେ ୨୨, ସଦର ଥାନାରେ ୫, ମୋଟଙ୍ଗା ଥାନାରେ ୧, ଗଁଦିଆ ଥାନାରେ ୩, ନିହଲପ୍ରସାଦ ଥାନାରେ ୨, କାମାକ୍ଷାନଗର ଥାନାରେ ୫, ପରଜଙ୍ଗ ଥାନାରେ ୪, ଭୁବନ ଥାନାରେ ୨, ତୁମୁସିଙ୍ଗା ଥାନାରେ ୧, ରାସୋଳ ଥାନାରେ ୧, ବାଲିମୀ ଥାନାରେ ୨ଟି ମାମଲା ରୁଜୁ କରାଯାଇଛି। ସେହିପରି ୨୦୨୩ ଜାନୁୟାରୀରୁ ଏପ୍ରିଲ ମଧ୍ୟରେ ରୁଜୁ ହୋଇଛି ୨୨ ମାମଲା। ସେଥିମଧ୍ୟରୁ ଟାଉନ ଥାନାରେ ୧୩, ସଦର ଥାନାରେ ୨, ବାଲିମୀ ଥାନାରେ ୨ ଏବଂ ଗଁଦିଆ, କାମାକ୍ଷାନଗର, କଙ୍କଡ଼ାହାଡ଼, ଭୁବନ, ରାସୋଳ ଥାନାରେ ଗୋଟିଏ ଲେଖାଏ ମାମଲା ରହିଛି। ଏହି ଦେଢ଼ବର୍ଷ ମଧ୍ୟରେ କେବଳ ଢେଙ୍କାନାଳ ଟାଉନ ଥାନାରେ ୩୫ଟି ସାଇବର ଅପରାଧଜନିତ ମାମଲା ରୁଜୁ ହୋଇଛି। ଏହାକୁ ଦେଖିଲେ ସହରାଞ୍ଚଳବାସୀ ଅଧିକ ଠକେଇର ଶିକାର ହୋଇଥିବା ସ୍ପଷ୍ଟ ହୋଇଛି। ଅନ୍ୟପଟେ ଏସବୁ ମାମଲାରେ ଟାଉନ ଥାନା ପୋଲିସ ମାତ୍ର ୨ଜଣଙ୍କୁ ବାନ୍ଧିଛି। ସେହିପରି ଗଁଦିଆ, ଭୁବନ, କାମାକ୍ଷାନଗର, ରାସୋଳ, ସଦର, ପରଜଙ୍ଗ ଥାନା ପୋଲିସ ଜଣେ ଲେଖାଏ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ଠକମାନେ ଆକାଉଣ୍ଟ ଖାଲି କରିବାକୁ ବିଭିନ୍ନ ଫନ୍ଦିଫିକର କରୁଛନ୍ତି। ମିଛ ଅଧିକାରୀ ସାଜି କେତେବେଳେ ଆଧାରକାର୍ଡ ଅପ୍‌ଟେଡ୍‌ କରିବାକୁ କହୁଛନ୍ତି ତ ଆଉ କେବେ ନୂଆ ଏଟିଏମ୍‌ କାର୍ଡ ଆସିଥିବା କରୁଛନ୍ତି। ସେହିପରି ଏଟିଏମ୍‌ କାର୍ଡ ବ୍ଲକ ହୋଇଯାଇଥିବା ମଧ୍ୟ କହୁଛନ୍ତି। ଏପରି କି ବିଭିନ୍ନ ଲୋଭନୀୟ ଅଫର ମଧ୍ୟ ଦେଉଛନ୍ତି। ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ତଥ୍ୟ ଏବଂ ଏଟିଏମ୍‌ ପାସ୍‌ଓ୍ବାର୍ଡ ଦେଲେ ସମସ୍ୟା ସମାଧାନ କରିଦେବାକୁ କହି ଭରସା ଜିତୁଛନ୍ତି। ଥରେ ଓଟିପି ନମ୍ବର କିମ୍ବା ପାସ୍‌ଓ୍ବାର୍ଡ ହାତେଇ ନେବାପରେ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟ ଖାଲି କରିଦେଉଛନ୍ତି। ଠକେଇର ଶିକାର ବ୍ୟକ୍ତି ତୁରନ୍ତ ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ କଲେ ପୋଲିସ ସହାୟତାରେ ଆକାଉଣ୍ଟ ବ୍ଲକ କରିଦିଆଯାଇପାରୁଛି। କେତେକ କ୍ଷେତ୍ରରେ ଟଙ୍କା ମଧ୍ୟ ବାହୁଡ଼ି ଅଣାଯାଇପାରୁଛି। ହେଲେ ଜିଲା ପୋଲିସ ପକ୍ଷରୁ କୌଣସି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉ ନ ଥିବାରୁ ଲୋକେ ଏ ବିଷୟରେ ଜାଣିପାରୁନାହାନ୍ତି। ତେଣୁ ସାଇବର ଠକେଇ ବଢ଼ିବାରେ ଲାଗିଥିବା ଅଭିଯୋଗ ହେଉଛି।
ଏ ସମ୍ପର୍କରେ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କୁହନ୍ତି, ଜିଲାର ସମସ୍ତ ଥାନାରେ ସାଇବର ମାମଲାଗୁଡ଼ିକୁ ଅନୁଧ୍ୟାନ କରିବା ଲାଗି ତାଲିମପ୍ରାପ୍ତ ଅଧିକାରୀ ଅଛନ୍ତି, ସେମାନେ ଅଭିଯୋଗକୁ ପ୍ରଥମେ ଅନୁଧ୍ୟାନ କରିଥାଆନ୍ତି। ଏହାପରେ ମାମଲାକୁ ସାଇବର ସେଲ୍‌କୁ ପଠାଇ ଦିଆଯାଉଛି। କେତେକ ମାମଲାରେ ଠକେଇର ଶିକାର ଲୋକେ ଟଙ୍କା ଫେରିପାଇଛନ୍ତି। ଏହାକୁ ରୋକିବା ଲାଗି ଲୋକଙ୍କୁ ଅଧିକ ସଚେତନ ହେବାକୁ ପଡ଼ିବ। ପୋଲିସ ପକ୍ଷରୁ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି।

ଭୁବନେଶ୍ୱର ଉପରେ ନିର୍ଭର

ସାଇବର ଠକେଇ ରୋକିବା ଲାଗି ଢେଙ୍କାନାଳ ଜିଲାରେ ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ। ଏଥିଲାଗି ଭୁବନେଶ୍ୱର ଉପରେ ନିର୍ଭର କରିବାକୁ ପଡୁଛି। ଏ ସମ୍ପର୍କିତ ଅଭିଯୋଗ ଆସିଲେ ପୋଲିସ ତଦନ୍ତ ପାଇଁ ଭୁବନେଶ୍ୱର ସାଇବର ସେଲ୍‌କୁ ପଠାଇ ଦେଉଛି। ମାମଲାର ଛାନ୍‌ଭିନ୍‌ ଆରମ୍ଭ ହେବା ବେଳକୁ ବିଳମ୍ବ ହେଉଛି। ଅଭିଯୁକ୍ତଙ୍କ ପାଖରେ ପହଞ୍ଚତ୍ବା କଷ୍ଟକର ହୋଇପଡୁଛି। ତେଣୁ ଢେଙ୍କାନାଳରେ ଏକ ସାଇବର ଥାନା ପ୍ରତିଷ୍ଠା ହେଲେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ବିତ ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri