ଅସାବଧାନତାରୁ ଯାଉଛି ଜୀବନ

ବାଲେଶ୍ୱର ଅଫିସ,୨୨ା୫: ଦିନକୁ ଦିନ ବଢୁଛି ରେଳ ଲାଇନ୍‌ ଉପରେ ଦୁର୍ଘଟଣା। ରେଳ ବିଭାଗ ତରଫରୁ ନିଆଯାଇଥିବା ନିୟମ କାନୁନ୍‌କୁ ମାନୁନାହାନ୍ତି ଲୋକମାନେ। ରେଳ ଫାଟକ ପଡ଼ିଥିବାବେଳେ କାନରେ ମୋବାଇଲ୍‌ ଲଗାଇ ପାର୍‌ ହେବା ଏବଂ ରେଳ ଲାଇନ ଡେଇଁ ପ୍ଲାଟଫର୍ମ ପାର ହେଉଥିବା ବେଳେ ବାଲେଶ୍ୱର ଜିଲାରେ ୨ଦିନରେ ୨ଟି ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ପୂର୍ବାହ୍ନରେ ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ଜଳେଶ୍ୱର ନିକଟସ୍ଥ ରାଜଘାଟ ରେଳ ଷ୍ଟେଶନରେ ଜଣେ ୬୦ ବର୍ଷୀୟ ଲୋକ ରେଳ ଧାରଣାରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍‌ ତଳ ଦେଇ ଷ୍ଟେଶନ ଆଡ଼କୁ ଆସୁଥିବାବେଳେ ଅପ୍‌ଲାଇନରେ ଜଳେଶ୍ୱର ପୁରୀ ମେମୋ ଟ୍ରେନ୍‌ରେ ବାଡ଼େଇ ହୋଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ଜୀବନ ଯାଇଥିଲା। ବାଲେଶ୍ୱର ଜିଆର୍‌ପି ଥାନା ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା (ନଂ. ୪୫/୨୩) ରୁଜୁ କରି ତଦନ୍ତ ଜାରି ରଖିଛି। ଅଦ୍ୟାବଧି ମୃତକଙ୍କ ପରିଚୟ ମିଳିପାରିନାହଁି। ସେହିପରି ଶନିବାର ଅପରାହ୍ନ ପ୍ରାୟ ୩ଟାରେ ଟାଉନ୍‌ ଥାନା ଅଧୀନ ସୁନହଟ୍‌ ଗ୍ରାମର ସମିମା ବିବି (୫୦) ନାମ୍ନୀ ମହିଳା ସାଇକେଲ ଧରି ବାଲେଶ୍ୱର ସହର ଅଙ୍ଗାରଗଡ଼ିଆସ୍ଥିତ ରେଳ ଫାଟକ ନିକଟରେ ପହଞ୍ଚତ୍ଥିଲେ। ଫାଟକ ପଡ଼ିଥିବା ବେଳେ ଅପେକ୍ଷା ନ କରି ବେପରୁଆ ଭାବେ ପାର ହେଉଥିଲେ। ଏହି ସମୟରେ ନିୟୁ ଜଲପାଇଗୁଡ଼ି ଏକ୍ସପ୍ରେସ୍‌ ଟ୍ରେନ୍‌ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବାଲେଶ୍ୱର ଜିଆର୍‌ପି ଥାନାରେ ମାମଲା (ନଂ. ୪୪।୨୩) ରୁଜୁ କରାଯାଇଛି। ଏହିଭଳି ପ୍ରାୟ ପ୍ରତିମାସ ୧୦ରୁ ଅଧିକ ଜୀବନ ଯାଉଛି।
ଏନେଇ ବାଲେଶ୍ୱର ଜିଆର୍‌ପି ଥାନା ଅଧିକାରୀ ପପୁ କୁମାର ନାୟକ କହନ୍ତି, ସର୍ବଦା ରେଳ ଫାଟକ ପଡ଼ିଥିବା ବେଳେ ରେଳଲାଇନ୍‌ ପାର ନ ହେବା କିମ୍ବା ଷ୍ଟେଶନରେ ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ଏକ ପ୍ଲାଟଫର୍ମକୁ ଯିବା ପାଇଁ ଶିଡ଼ି ବ୍ୟବହାର କରିବା ସହିତ ପ୍ରତ୍ୟେକ ସମୟରେ ରେଳ କର୍ମଚାରୀଙ୍କ ଦ୍ୱାରା ଡାକବାଜି ଯନ୍ତ୍ର ଯୋଗେ ଘୋଷଣା କରାଯାଉଥିବା ନିୟମକୁ ମାନିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି। କିନ୍ତୁ କେତେକ ଲୋକ ବିଭିନ୍ନ କାରଣବଶତଃ ଏହାକୁ ଅବମାନନା କରିବା ଫଳରେ ଅକାଳରେ ଜୀବନ ଯାଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହା ବିଧାନସଭା ଆସନ: ୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ

ଲୋଇସିଂହା,୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଯାଞ୍ଚ ପ୍ରକ୍ରିୟା ପରେ ୭ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

ସଞ୍ଜୟଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ଇନ୍‌ଚାର୍ଜ କଲା ବିଜେଡି

ସମ୍ବଲପୁର,୫ା୫(ପ୍ରମୋଦ ବହିଦାର): ଚଳିତ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନ ସଂଯୋଜକ ଓ ନିର୍ବାଚନ ଇନ୍‌ଚାର୍ଜ ନିଯୁକ୍ତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ

ବାଲିଗୁଡା,୫।୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri