ଅଚଳ ପଡ଼ିଛି ୨ ପାନୀୟ ଜଳ ପ୍ରକଳ୍ପ

ନବରଙ୍ଗପୁର,୧୬।୫(ବି.ପ୍ର.): ଜଳ ହିଁ ଜୀବନ। ପ୍ରତି ଗାଁକୁ ଲୋକଙ୍କ ପାଇଁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇବାକୁ ରାଜ୍ୟ ଓ କେନ୍ଦ୍ର ସରକାର ବ୍ୟାପକ ଅନୁଦାନ ଯୋଗାଉଛନ୍ତି । ଏନେଇ ଅନେକ ଯୋଜନା ମଧ୍ୟ ରହିଛି। ତେବେ ବୈଷୟିକ ତ୍ରୁଟି ଓ ଲାଭଖୋର ଠିକା କାମ ଯୋଗୁ ଯୋଜନା ଫେଲ୍‌ ମାରୁଛି। ଲୋକେ ପାଇପ୍‌ ପାଣି ଟୋପାଏ ପାଇ ପାରୁନାହାନ୍ତି। ଏଭଳି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ସଦର ବ୍ଲକ ପୂଜାରୀଗୁଡା ପଞ୍ଚାୟତ ଅଧୀନ ବାଙ୍ଗାପାଲି ରାଜସ୍ବ ଗାଁରେ।
ବାଙ୍ଗାପାଲି ଗାଁ ପଞ୍ଚାୟତର ୮ ନମ୍ବର ୱାର୍ଡ। ଏଠାରେ ଘରସଂଖ୍ୟା ୨୦୦ ଓ ଜନସଂଖ୍ୟା ୭୦୦ରୁ ଅଧିକ ହେବ। ଗାଁରେ ୪ଟି ନଳକୂପ ରହିଛି। ସେଥିମଧ୍ୟରୁ ଗୋଟିଏ ନଳକୂପ ପାଣି ପିଇବା ଉପଯୋଗୀ ହୋଇ ପାରୁନାହିଁ। ଏନେଇ ତାହାକୁ ଢାଙ୍କୁଣୀ ଦେଇ ବନ୍ଦ କରିଦିଆଯାଇଛି। ଅନ୍ୟ ୩ ନଳକୂପ ପାଣି ସମସ୍ତଙ୍କ ପାଇଁ ଯଥେଷ୍ଟ ହେଉନାହିଁ। ଗାଁ ପାଖରେ ୩ଟି ପୋଖରୀ ରହିଛି। ସେଥିରୁ ଗୋଟିଏ ପୋଖରୀ ଶୁଖିଲା। ଗୃହପାଳିତ ପ୍ରାଣୀ ଓ ଗାଁ ଲୋକ ଗାଧୋଇବା ପାଇଁ ଉକ୍ତ ପୋଖରୀରେ ଗୋଟିଏ ତୁଠ। ୨ ବର୍ଷ ହେବ ଗାଁର ଉପର ମୁଣ୍ଡ ଓ ତଳମୁଣ୍ଡକୁ ଦୁଇଟି ସୋଲାର ପ୍ରକଳ୍ପ ମାଧ୍ୟମରେ ପାଇପ ପାଣି ଯୋଗାଇବା ପାଇଁ ୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଗୋଟିଏ ପ୍ରକଳ୍ପ ପଞ୍ଚାୟତ ପକ୍ଷରୁ କରାଯାଇଥିବାବେଳେ ଅନ୍ୟଟି ଗ୍ରାମ୍ୟ ଜଳଯୋଗାଣ ବିଭାଗ କରିଛି। ଗାଁରେ ସାହି ଗଳିକୁ ପାଇପ୍‌ ବିଛେଇ ଦିଆଯାଇଛି। ଜନସାଧାରଣ ପାଇପ୍‌ ପାଣି ନେବା ପାଇଁ ୨ଟି ପିଣ୍ଡିରେ ୪ଟି କନେକ୍‌ସନ ଦିଆଯାଇଛି, କିନ୍ତୁ ପିଣ୍ଡିକୁ ପାଣି ଆସୁନାହିଁ। ପ୍ରତି ଘରକୁ ପାଇପ୍‌ ପାଣି ସଂଯୋଗ ହୋଇ ପାରିନାହିଁ ବୋଲି ଗାଁର ଦୁଲାର ସିଂ ଭତରା ଓ କୈଳାସ ଭତରା କହିଛନ୍ତି। ପାଣି ସମସ୍ୟା ଉତ୍କଟ ହେବାବେଳେ ବିଭାଗୀୟ ଅଧିକାରୀଙ୍କ ପାଖରେ ଖବରଥାଇ ନୀରବଦ୍ରଷ୍ଟା। ଗ୍ରୀଷ୍ମଋତୁରେ ଜନସାଧାରଣଙ୍କ ପାଇଁ ପାନୀୟ ଜଳ ଅତ୍ୟାବଶ୍ୟକ ରହିଥିବାବେଳେ ଶେଷ ଆଡ଼କୁ ପ୍ରକଳ୍ପଗୁଡିକର ମରାମତି ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ତାହା ଆକଳନ କରାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବିଦ୍ୟୁତ ସଂଯୋଗ ପରିବର୍ତ୍ତେ ସୋଲାର ମାଧ୍ୟମରେ ପ୍ରକଳ୍ପରୁ ପାଣି ଉଠାଯାଇ ଯୋଗାଇବା ପ୍ରକଳ୍ପର ଲକ୍ଷ୍ୟ ଥିଲା। ତେବେ ଠିକାଦାର ସହ ବିଭାଗର ସମନ୍ବୟ ଅଭାବ ଲାଗି ସୋଲାର ପ୍ୟାନେଲଗୁଡିକ ଖଞ୍ଜିବାର ଗୋଟିଏ ମାସ ମଧ୍ୟରେ ଖରାପ ହୋଇଗଲା। ଏହାର ମରାମତି ୱାରେଣ୍ଟି ସମୟ ସୀମା ମଧ୍ୟରେ କରାଗଲା ନାହିଁ। ସୋଲାର ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଣ ପାଇଁ ସିଧାସଳଖ ରାଜ୍ୟସ୍ତରରୁ ଟେଣ୍ଡେର ହେଉଛି। ଘରୋଇ ଏଜେନ୍ସିମାନେ ନିମ୍ନମାନର ସୋଲାର ପ୍ୟାନେଲ ଖଞ୍ଜି ଦେଇ ଚାଲିଯାଉଛନ୍ତି। ସେମାନଙ୍କ ଉପରେ ଅଙ୍କୁଶ ନ ଥିବାରୁ ପ୍ରକଳ୍ପଗୁଡିକ ଅକାମୀ ହୋଇ ପଡ଼ିରହୁଛି। ଠିକାଦାର ଓ ଅଧିକାରୀଙ୍କ ମୂଲଚାଲରେ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପାଇପ୍‌ ଯୋଗେ ପାନୀୟ ଜଳଯୋଗାଣ ଫେଲ୍‌ ମାରୁଛି। ଏନେଇ ଗ୍ରାମୀଣ ପାନୀୟ ଜଳ ଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ହରିଶ୍ଚନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ ଗୋଟିଏ ପ୍ରକଳ୍ପ ପଞ୍ଚାୟତ ଓ ଅନ୍ୟଟି ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ କରାଯାଇଛି। ପ୍ରକଳ୍ପଗୁଡିକୁ ମରାମତି କରି ସକ୍ଷମ କରିବା ପାଇଁ ଜିଲା ପରିଷଦକୁ ଅନୁଦାନ ପାଇଁ ରିପୋର୍ଟ ପଠାଯାଇଛି। ଆସିଲେ କାମ ହେବ ବୋଲି କହିଛନ୍ତି। ସେହିଭଳି ସୋଲାର ପେନାଲଗୁଡିକ ୧ ବର୍ଷର ୱାରେଣ୍ଟି ରହୁଛି। ତାହା ଆଉ ମରାମତି ହୋଇ ପାରିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗଠାରୁ ଲାଞ୍ଚ ମାଗି ବଦଳିଲେ ଆର୍‌ଆଇ, ଚାକିରିରୁ ବିଦା ହେଲେ ପିଅନ

ବାସୁଦେବପୁର,୧୯ା୧୨(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଇରମ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ବେସରକାରୀ ଭାବେ କାର୍ଯ୍ୟରତ ପିଅନ କାଳିଆ ବେହେରା ଜଣେ ଦିବ୍ୟାଙ୍ଗଙ୍କଠାରୁ...

ଦ୍ୱିତୀୟ ସ୍ତ୍ରୀ ପାଇଁ ପ୍ରଥମ ସ୍ତ୍ରୀଙ୍କ ଭରଣପୋଷଣ ଅଣଦେଖା କରିପାରିବ ନାହିଁ: ହାଇକୋର୍ଟ

ଆହ୍ଲାବାଦ୍,୧୯ା୧୨: ସ୍ୱାମୀ ଯଦି ଦ୍ୱିତୀୟ ସ୍ତ୍ରୀଙ୍କୁ ଆର୍ଥିକ ସହାୟତା କରିବାରେ ସକ୍ଷମ, ତେବେ ଏହା ପ୍ରଥମ ସ୍ତ୍ରୀଙ୍କ ଭରଣପୋଷଣ ଦାବିକୁ ପ୍ରତ୍ୟାଖ୍ୟାନ କରିବାର କାରଣ ହୋଇପାରିବ...

ଆମେରିକାରେ ଲାଗିବ ନିଆଁ! ଟ୍ରମ୍ପଙ୍କ ମୁହଁ ଉପରେ ଏଭଳି ଚେତାବନୀ ଦେଲା ଚାଇନା, ବିଶ୍ୱରେ ଚହଳ

ବେଜିଂ,୧୯।୧୨: ଟ୍ରମ୍ପ ନିକଟରେ ଏକ ପଦକ୍ଷେପ ନେଇଛନ୍ତି ଯାହାକୁ ଶୁଣି ଚାଇନାର ନିଦ ହଜିଯାଇଛି। ହେଲେ ଏହାକୁ ନେଇ ଚୁପ୍‌ ବସିନି ଚାଇନା। ଏହାରି ଭିତରେ...

ବିଶ୍ୱର ଏକମାତ୍ର ବୁଲେଟ୍‌ ପ୍ରୁଫ୍‌ ପ୍ରାଣୀ, AK-47 ଗୁଳି ବି କରିବ ନାହିଁ ପ୍ରଭାବିତ, ଜାଣିଲେ…

ସାରା ବିଶ୍ୱରେ ଲକ୍ଷଲକ୍ଷ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳିଥାନ୍ତି। କିଛି ଜୀବ ଅନନ୍ୟ ଗଠନ ପାଇଁ ଜଣାଶୁଣା ଥିବାବେଳେ ଆଉ କିଛି ସେମାନଙ୍କର ଆକ୍ରମଣାତ୍ମକତା ପାଇଁ...

ଭାଙ୍ଗିପଡ଼ିଲେ ୟୁନୁସ: ଶୋକ ପ୍ରକାଶ କରି କହିଲେ…

ଢାକା,୧୯।୧୨: ଗତବର୍ଷ ବାଂଲାଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ହିଂସାତ୍ମକ ଆନ୍ଦୋଳନ ଆରମ୍ଭ କରିଥିବା ବିରୋଧୀ ନେତା ଉସମାନ ହାଦିଙ୍କ ସିଙ୍ଗାପୁରରେ ମୃତ୍ୟୁ ହୋଇଥିଲା।...

ଦେଶରେ ୨୦% ଖାଦ୍ୟ-ପାନୀୟ ଅପମିଶ୍ରିତ: ୫ ବର୍ଷରେ ଏତିକି ଲୋକଙ୍କୁ ମିଳିଲାନି ଦଣ୍ଡ, ୨୫୭ କୋଟି ଜରିମାନା

ଭୁବନେଶ୍ୱର,୧୯।୧୨: ଦେଶରେ ଖାଦ୍ୟ ଏବଂ ପାନୀୟ ସାମଗ୍ରୀରେ ଅପମିଶ୍ରଣର ମାତ୍ରା ଅତ୍ୟନ୍ତ ଚିନ୍ତାଜନକ ରହିଛି। ରାଜ୍ୟସଭାରେ ଉପସ୍ଥାପିତ ସରକାରୀ ତଥ୍ୟ ଅନୁଯାୟୀ, ଗତ ପାଞ୍ଚ ବର୍ଷ...

ଶନିଙ୍କ ରାଶିରେ ଗ୍ରହମାନଙ୍କର ମହାସଂଯୋଗ: ଜାନୁଆରୀରୁ ବଦଳିବ ଏହି ରାଶିଗୁଡ଼ିକର ଭାଗ୍ୟ

୨୦୨୬ ବର୍ଷର ଆରମ୍ଭ ଜ୍ୟୋତିଷ ଦୃଷ୍ଟିକୋଣରୁ ଅତ୍ୟନ୍ତ ସ୍ବତନ୍ତ୍ର ହେବାକୁ ଯାଉଛି। ଜାନୁଆରୀ ମାସ, ଏହାର ଦ୍ରୁତ ଗ୍ରହ ଗତି ଏବଂ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ସହିତ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri