ଏଣିକି ମାଗଣାରେ ଅନ୍‌ଲାଇନ୍‌ ସାର୍ଟିଫାଏଡ୍‌ କପି

କଟକ ଅଫିସ,୧୫ା୫: ଓଡ଼ିଶା ହାଇକୋର୍ଟ ପକ୍ଷରୁ ଡିଜିଟାଲ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ପାଇଁ ଆଉ ପାଦେ ଆଗକୁ ଯାଇଛି ପେପରଲେସ୍‌ କୋର୍ଟ। ହାଇକୋର୍ଟରେ ଫଇସଲା ହେଉଥିବା ମାମଲାଗୁଡ଼ିକର ରାୟ ଓ ନିର୍ଦ୍ଦେଶନାମା ଡିଜିଟାଲ୍‌ ସାଇନ୍‌ ହୋଇ ହାଇକୋର୍ଟ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ହୋଇଛି। ଲୋକମାନେ ଏହି ରେକର୍ଡଗୁଡ଼ିକୁ ମାଗଣାରେ ଡାଉନ୍‌ଲୋଡ୍‌ କରିପାରିବେ। ଏହା ସେମାନଙ୍କ ପାଇଁ ଉପଯୋଗୀ ହେବ ବୋଲି ରବିବାର ହାଇକୋର୍ଟ ପକ୍ଷରୁ ପ୍ରେସ୍‌ ଇସ୍ତାହାରରେ ସୂଚନା ଦିଆଯାଇଛି।
୨୦୨୧ରୁ ହାଇକୋର୍ଟରେ ପେପରଲେସ୍‌ କୋର୍ଟ ସହ ରେକର୍ଡ ଡିଜିଟାଇଜେଶନ୍‌ ଓ ମାମଲା ଇ-ଫାଇଲିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ବିଚାରାଧୀନ ପୁରୁଣା ମାମଲା ସହ ନୂଆ ମାମଲାଗୁଡ଼ିକୁ ମଧ୍ୟ ଡିଜିଟାଇଜ୍‌ କରାଯାଉଛି। ଏଥିପାଇଁ ଆଇନଜୀବୀ ଓ ସେମାନଙ୍କ କାର୍ଯ୍ୟାଳୟର ସହାୟକମାନଙ୍କୁ ତାଲିମ ଦିଆଯାଇ ନୂଆ ମାମଲା ଇ-ଫାଇଲିଂକୁ ପ୍ରୋତ୍ସାହିତ କରାଯାଉଛି। ମାଗଣାରେ ଅନ୍‌ଲାଇନ୍‌ ସାର୍ଟିଫାଏଡ୍‌ କପି ମିଳିବା ବ୍ୟବସ୍ଥାକୁ ରେକର୍ଡ ଡିଜିଟାଇଜେଶନ ବହୁ ଭାବେ ସହାୟକ ହୋଇଛି। ଅନ୍‌ଲାଇନ୍‌ରେ ଏକ ଡିଜିଟାଲ୍‌ ପ୍ଲାଟଫର୍ମ ତିଆରି କରାଯାଇଛି। ଯଦ୍ଦ୍ବାରା ଲୋକେ ଅଦାଲତକୁ ନ ଆସି ଅନ୍‌ଲାଇନ୍‌ ମାଧ୍ୟମରେ ସେମାନଙ୍କ ମାମଲାର ସାର୍ଟିଫାଏଡ୍‌ କପି ପାଇଁ ସ୍ବଳ୍ପ ସମୟରେ ଆବେଦନ କରିପାରିବେ। ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ସାର୍ଟିଫାଏଡ୍‌ କପି ପ୍ରଦାନ ପାଇଁ ରହିଥିବା ନିୟମରେ ହାଇକୋର୍ଟ ଗତ ୧ ତାରିଖରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ସେହିଦିନଠାରୁ ହାଇକୋର୍ଟର ସମସ୍ତ ରାୟ ଓ ନିର୍ଦ୍ଦେଶନାମାର ନକଲ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ କରାଯାଇଆସୁଛି। ଏହି ରେକର୍ଡଗୁଡ଼ିକୁ ବୈଧ କରିବା ପାଇଁ ଅପଲୋଡ୍‌ ପୂର୍ବରୁ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଡିଜିଟାଲ୍‌ ସାଇନ କରାଯାଉଛି। ଏଥିରେ ଅଧିକାରୀଙ୍କ ଦସ୍ତଖତ ସହିତ ତାରିଖ ଓ ନିର୍ଦ୍ଦିଷ୍ଟ ସମୟ ରହୁଛି। ତେଣୁ ଆଇନଜୀବୀ, ପକ୍ଷ ବା କୌଣସି ଅଧିକାରୀଙ୍କ ନିକଟରେ ପ୍ରଦାନ କରାଯାଇଥିବା କାଗଜାତଗୁଡ଼ିକର ବୈଧତାକୁ ଅନ୍‌ଲାଇନ୍‌ରେ ଉପଲବ୍ଧ ସାର୍ଟିଫାଏଡ୍‌ କପି ସହ ପରଖିବା ସହଜ ହୋଇପାରିବ। ଏହି ପରଖିବା ପ୍ରଣାଳୀର କ୍ଷୁଦ୍ର ଭିଡିଓ ଖୁବ୍‌ଶୀଘ୍ର ହାଇକୋର୍ଟ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯିବ। ସାର୍ଟିଫାଏଡ୍‌ କପି ପ୍ରଦାନର ନୂଆ ବ୍ୟବସ୍ଥା ସହ ଫିଜିକାଲ କପି ପ୍ରଦାନର ପୁରୁଣା ବ୍ୟବସ୍ଥା ମଧ୍ୟ ପ୍ରଚଳିତ ରହିଛି। ତେବେ ଏହାକୁ ସୁଗମ କରିବା ପାଇଁ ବ୍ୟକ୍ତିଗତ କ୍ଷେତ୍ରରେ ପକ୍ଷଙ୍କ ପାଇଁ ଇଚ୍ଛାଧୀନ ରଖାଯାଇଛି। ମାତ୍ର କେନ୍ଦ୍ର ସରକାର, ରାଜ୍ୟ ସରକାର, ପବ୍ଲିକ ସେକ୍ଟର ଅଣ୍ଡରଟେକିଂ, ଅର୍ବାନ ଓ ରୁରାଲ ଲୋକାଲ ବଡିଗୁଡ଼ିକ ପାଇଁ ଅନ୍‌ଲାଇନ୍‌ ଆବେଦନ ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ଆଇନଜୀବୀ ଓ ପକ୍ଷମାନେ ବହୁ ଭାବେ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri