୧୫,୮୨୭ ମାମଲା ଫଇସଲା

କଟକ ଅଫିସ, ୧୪।୫: ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ (ଓଏସ୍‌ଏଲ୍‌ଏସ୍‌ଏ) ପକ୍ଷରୁ ରାଜ୍ୟର ପ୍ରତ୍ୟେକ ଜିଲା ଏବଂ ତାଲୁକ୍‌ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ତଥା ଓଏସ୍‌ଏଲ୍‌ଏସ୍‌ଏ ମୁଖ୍ୟ ପୃଷ୍ଠପୋଷକ ଏସ୍‌. ମୁରଲୀଧର ଏବଂ ଓଏସ୍‌ଏଲ୍‌ଏସ୍‌ଏ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ବିଚାରପତି ଶୁଭାଶିଷ ତାଳପତ୍ରଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ଏହି ଲୋକ ଅଦାଲତରେ ମୋଟ ୧୫,୮୨୭ ମାମଲା ଫଇସଲା କରାଯାଇଥିଲା। ଏଥିରେ ଜିଲା ଏବଂ ତାଲୁକ୍‌ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ସମେତ ଅନ୍ୟ ଟ୍ରିବ୍ୟୁନାଲ/କଞ୍ଜ୍ୟୁମର କୋର୍ଟର ବିଚାରାଧୀନ ୧୧,୮୬୫ ମାମଲା ରହିଥିଲା। ଏଥିସହ ୩,୯୬୨ ପ୍ରାକ୍‌ ମକଦ୍ଦମାସ୍ତରୀୟ ବିବାଦ ଥିଲା। ଏହାପରେ ପ୍ରାକ୍‌ ମକଦ୍ଦମାସ୍ତରୀୟ ବିବାଦ ଓ ବିଚାରାଧୀନ ମାମଲାର ଫଇସଲା ବାବଦରେ ୯୮ କୋଟି ୨୮ ଲକ୍ଷ ୧୮ହଜାର ୬୯୮ ଟଙ୍କା ଆଦାୟ କରାଯାଇଥିଲା। ବିଚାରାଧୀନ ମାମଲାଗୁଡ଼ିକ ମଧ୍ୟରେ ଫୌଜଦାରି ସାଲିସ୍‌ଯୋଗ୍ୟ ମାମଲା ୨୯୯, ଚେକ୍‌ ବାଉନ୍ସ ୧୦୨୭, ବ୍ୟାଙ୍କଋଣ ୬୨୦, ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ ୭୫୫, ବୈବାହିକ ବିବାଦ ୫୩୧, ଭୂମି ଅଧିଗ୍ରହଣ ୪୪, ବିଦ୍ୟୁତ୍‌ ଓ ଜଳ ସମ୍ବନ୍ଧୀୟ ୨୧, ଶ୍ରମ ବିବାଦ ୫୬, ଚାକିରି ସମ୍ବନ୍ଧୀୟ ୭, ଉପଭୋକ୍ତା ସମ୍ବନ୍ଧୀୟ ୧୪୩, ଡିଆର୍‌ଟି ମାମଲା ୧୫, ଷ୍ଟେଟ୍‌ ଏଜୁକେଶନାଲ ଟ୍ରିବ୍ୟୁନାଲ୍‌ ମାମଲା ୬, ଇଣ୍ଡଷ୍ଟ୍ରିଆଲ ଟ୍ରିବ୍ୟୁନାଲ ମାମଲା ୧, ଅନ୍ୟାନ୍ୟ ଦେୱାନି ମାମଲା ୧୫୫୫ ଓ ଅନ୍ୟାନ୍ୟ ଫୌଜଦାରି ମାମଲା ୬୭୮୫ ରହିଥିଲା। ସୂଚନାଯୋଗ୍ୟ, ଜାତୀୟ ଆଇନସେବା ପ୍ରାଧିକରଣ(ଏନ୍‌ଏଲ୍‌ଏସ୍‌ଏ)ର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଥିଲା। ଏହି ଅଦାଲତରେ ବିଭିନ୍ନ ବିବାଦ କିମ୍ବା ମକଦ୍ଦମାର ସହଜ ଏବଂ ଆପୋଷ ସହମତିରେ ସମାଧାନ କରାଯାଇଥିଲା। ବିଚାରାଧୀନ ମକଦ୍ଦମା ସହ ପ୍ରାକ୍‌ ମକଦ୍ଦମାସ୍ତରୀୟ ମାମଲା ମଧ୍ୟ ସମାଧାନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri