ଜଙ୍ଗଲ ଜମି ମାଲଗୋଡ଼ାରୁ ଚାଲିଛି କଳାପଥର ଲୁଟ୍‌

ଯାଜପୁର ଅଫିସ,୧୪।୫: ଯାଜପୁର ଜିଲା ଧର୍ମଶାଳା ତହସିଲର କଳାପଥର ଖାଦାନ କେଳେଙ୍କାରୀକୁ ନେଇ ଏବେ ପ୍ରଶାସନ ଦୋମୁହଁା ନୀତି ଅବଲମ୍ବନ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଗୋଟିଏ ପଟେ ପ୍ରଶାସନିକ ଅନୁମତିଠାରୁ ବହୁ ଗୁଣରେ ଅଧିକ କଳାପଥର ଉତ୍ତୋଳନ କରୁଥିବା ସାଟେଲାଇଟ୍‌ ମାପଚୁପରେ ଜଣାପଡ଼ିବା ପରେ ସମ୍ପୃକ୍ତ ଲିଜ୍‌ଧାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ ସହ ଜରିମାନା ଆଦାୟ ପାଇଁ ନୋଟିସ ଜାରି କରିଛି। ଅନ୍ୟ ପଟେ ସେହି ଖାଦାନଗୁଡିକରୁ ପୁଣି ବେଆଇନ ଉତ୍ତୋଳନ କରିବାକୁ ପରଦା ପଛରେ ରହି ସହାୟତା କରୁଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଧର୍ମଶାଳା ତହସିଲଦାରଙ୍କ ହ୍ବାଟ୍ସଆପ୍‌କୁ କେତେଜଣ ସଚେତନ ନାଗରିକ ନିୟମିତ ଭାବେ ଜିପିଏସ୍‌ ରିଡିଂ ଥିବା ଭିଡିଓ ଏବଂ ଫଟୋ ପଠାଇ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରୁଥିଲେ ହେଁ କିଛି ବି ସୁଫଳ ମିଳୁନାହିଁ।
ଯାଜପୁର ଜିଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସହ ଶିଳ୍ପାଞ୍ଚଳରେ ନୂତନ ନିର୍ମାଣ ସମ୍ପ୍ରସାରଣ କ୍ଷେତ୍ରରେ କଳାପଥରର ଚାହିଦା ବଢ଼ିଛି। ଏହିକ୍ରମରେ ପ୍ରଶାସନ ଅଧିକ କଳାପଥର ଖାଦାନଗୁଡିକୁ ଲିଜ୍‌ ଦେଇ ଚାହିଦା ପୂରଣ କରିବାରେ ବିଫଳ ହୋଇଛି। ପାଖାପାଖି ୮୫ ଖାଦାନ ମଧ୍ୟରୁ ମାତ୍ର ୩୭ ଖାଦାନକୁୁ ଉତ୍ତୋଳନ ପାଇଁ ସରକାରୀ ସ୍ବୀକୃତି ମିଳିଛି। ଏହାବାଦ ଗୋଚର, ଅନାବାଦି ଓ ଜଙ୍ଗଲ କିସମ ଜମିରେ ପ୍ରାୟ ୧୫୦ ଖାଦାନ ରହିଛି। ଏହି ସୁଯୋଗରେ ଲିଜ୍‌ଧାରୀମାନେ ଜଙ୍ଗଲ କିସମ ଜମିକୁ ବି ଛାଡୁ ନାହାନ୍ତି। ଏଠାରେ ଜଙ୍ଗଲ କିସମ ଜମିରେ ଥିବା ମାଳଗୋଡ଼ା ପଥର ଖାଦାନକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ଖାଦାନରୁ ଜଣେ ବ୍ୟକ୍ତି ଏବଂ ତାଙ୍କ ସହଯୋଗୀମାନେ ପ୍ରାୟ ୨୦ ମିଟର ଗର୍ତ୍ତ ଖୋଳି କଳାପଥର ଉତ୍ତୋଳନ ଜାରି ରଖିଛନ୍ତି। ବହୁ ବର୍ଷ ହେଲା ଏଠାରେ ଏଭଳି ଲୁଟ ଚାଲିଥିଲେ ହେଁ ପ୍ରଭାବଶାଳୀଙ୍କ ସମ୍ପୃକ୍ତି ଥିବାରୁ ତହସିଲ ପ୍ରଶାସନ ହାତ ମାରିବାକୁ ସାହସ ଜୁଟାଇ ପାରୁନାହିଁ। ଏହାବାଦ ନିକଟରେ ଆରୁହା କଳାପଥର ଖାଦାନରେ ଅଧିକ ଉତ୍ତୋଳନ କରିଥିବା ଅଭିଯୋଗରେ ମନୋଜ କୁମାର ସାମଲଙ୍କୁ ୮ କୋଟି ୬୩ ଲକ୍ଷ ୩୩ ହଜାର ୯୧୯ ଟଙ୍କାର ଜରିମାନା କରାଯାଇଛି। ସେହିପରି ସାହାଣିଡିହ ଖାଦାନର ଲିଜ୍‌ଧାରୀ ସଂସ୍ଥା ପିଆର୍‌ପିଏଲ୍‌କୁ ୪ କୋଟି ୭୬ ଲକ୍ଷ ୯୬ ହଜାର ୯୨୬ ଟଙ୍କା ଜରିମାନା ହୋଇଛି। ଏଯାଏ ଏହାକୁ ମିଶାଇ ବିଭିନ୍ନ ପର୍ଯ୍ୟାୟରେ ୨୨ ଜଣ ଲିଜ୍‌ଧାରୀଙ୍କୁ ୩୨୦ କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ହୋଇଛି। ସେଥିରୁ କେତେଜଣ ଲିଜ୍‌ଧାରୀ ଏହି ଜରିମାନା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ତେଣୁ ଏଯାଏ ଟଙ୍କାଟିଏ ବି ଅସୁଲି ହୋଇ ନାହିଁ। ତେବେ ଆହୁରି ଠିକ୍‌ ଭାବେ ମାପଚୁପ ହୋଇଥିଲେ ୧୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜରିମାନା ହୋଇ ପାରିଥାନ୍ତା ବୋଲି ମତପ୍ରକାଶ ପାଇଛି। ବର୍ଷ ବର୍ଷ ଧରି ସରକାରଙ୍କ ଏହି ବିପୁଳ ପରିମାଣର ରାଜସ୍ବ ଲୁଟ୍‌ କାରବାରରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ, ତହସିଲଦାର, ଜଙ୍ଗଲ ବିଭାଗ କର୍ମଚାରୀ ଓ ଅଧିକାରୀ ପ୍ରମୁଖଙ୍କ ସମ୍ପୃକ୍ତି ରହୁଥିବା ପୂର୍ବରୁ ଅଭିଯୋଗ ହୋଇଆସୁଛି। ହେଲେ ସେମାନଙ୍କୁ ପ୍ରଶାସନିକ ସୁରକ୍ଷା ଦିଆଯାଉଥିବାରୁ କେବଳ ଲିଜ୍‌ଧାରୀମାନେ ଏଥିରେ ବଳି ପଡୁଛନ୍ତି ବୋଲି ଅଭିଯୋଗ ଉଠିଛି।
ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି (ଏସିଡିସି) ବୈଠକରେ ଲଘୁ ଖଣିଜ ଲୁଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯେଉଁ ଦୃଢୋକ୍ତି ପ୍ରକାଶ ପାଇଥିଲା ତାହା ବି ଫସର ଫାଟିଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତି ସିଂହ ରାଠୋରଙ୍କୁ ପଚାରିବାରେ ସେ କହିଛନ୍ତି, କଳାପଥର ଖାଦାନ ଲୁଟ୍‌ ଅଭିଯୋଗକୁ ନେଇ କେହି ସାମ୍ନାକୁ ଆସୁନାହାନ୍ତି। ଫଳରେ ଲିଜ୍‌ଧାରୀ କିମ୍ବା କଳାପଥର ବେଆଇନ କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ଏଫ୍‌ଆଇଆର୍‌ ରୁଜୁ ହୋଇପାରୁନାହିଁ। କଳାପଥର ଲୁଟ୍‌ କାରବାରକୁ ରୋକିବାକୁ ହେଲେ ଅଞ୍ଚଳବାସୀଙ୍କ ସହଯୋଗ ଆବଶ୍ୟକ। ନିକଟରେ ଯେଉଁମାନେ ଧାରଣାରେ ବସିଥିଲେ ସେମାନଙ୍କ ମଧ୍ୟରୁ କେହି ବି ଲିଖିତ ଅଭିଯୋଗ କଲେ ନାହିଁ। ତଥାପି ପ୍ରଶାସନ ପକ୍ଷରୁ ୧୦୦ରୁ ଊର୍ଦ୍ଧ୍ୱ ମାମଲା ରୁଜୁ ହୋଇଛି। ବିପୁଳ ସଂଖ୍ୟାରେ ବେଆଇନ କଳାପଥର ବୋଝେଇ ଗାଡ଼ି ଜବତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri