ନିଯୁକ୍ତିରେ ଜାଲିଆତି, ତଦନ୍ତ ନିର୍ଦ୍ଦେଶ

ଯାଜପୁର ଅଫିସ,୧୩ା୫: ରାଜ୍ୟରେ ନକଲି ବିଏଡ୍‌/ସିଟି ଡିଗ୍ରୀଧାରୀ ଏବଂ ଜାତିଗତ ପ୍ରମାଣପତ୍ର ଜାଲିଆତି କରି ଶିକ୍ଷୟିତ୍ରୀଶିକ୍ଷକ ନିଯୁକ୍ତି ପାଇବା ଏବେ ସାଧାରଣ କଥା ହୋଇଛି। ଏନେଇ ଶିକ୍ଷା ବିଭାଗ ପକ୍ଷରୁ ବାରମ୍ବାର ସମ୍ପୃକ୍ତ ଜିଲା ଶିକ୍ଷାଧିକାରୀଙ୍କୁ ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ହୋଇ ଆସୁଥିଲେ ହେଁ ସେତେଟା ସଫଳତା ମିଳିପାରୁନାହିଁ। ଏବେ ପୁଣି ସ୍ନାତକୋତ୍ତର (ପିଜି/ଏମ୍‌ଏ) ମାର୍କଶିଟକୁ ଚଞ୍ଚକତା କରି ଅଧ୍ୟାପକ ସାଜିଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲା ବାଲିଚନ୍ଦ୍ରପୁର ପଲ୍ଲିଶ୍ରୀ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲରେ ୩ ଜଣ ଅଧ୍ୟାପିକା, ଅଧ୍ୟାପକ ଚଞ୍ଚକତା କରି ବ୍ଲକ ଗ୍ରାଣ୍ଟ ପାଉଥିବା ଅଭିଯୋଗ ଉପରେ ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ(ଡିଏଚ୍‌ଏସ୍‌ଇ) ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଜାରି ହୋଇଛି। ବିଭାଗୀୟ ଡେପୁଟି ଡାଇରେକ୍ଟର ୧୦ା୫ା୨୦୨୩ରେ ଉଭୟ ଅଭିଯୋଗକାରୀ ଏବଂ ଅଭିଯୁକ୍ତଙ୍କୁ ନେଇ ତୁରନ୍ତ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।
ଆରଟିଆଇ(ସୂଚନା ଅଧିକାର ଆଇନ) ତଥ୍ୟ ବଳରେ ଯାଜପୁର ଜିଲା ବାଲିଚନ୍ଦ୍ରପୁର ପଲ୍ଲିଶ୍ରୀ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲର ୩ ଜଣ ଅଧ୍ୟାପକ ଚଞ୍ଚକତା କରି ନିଯୁକ୍ତି ପାଇଥିବା ଜଣାପଡ଼ିଥିଲା। ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ବସନ୍ତ କୁମାର ବିଶ୍ୱାଳ ଉଚ୍ଚ ମାଧ୍ୟମିକ ଶିକ୍ଷା(ଏଚ୍‌ଏସ୍‌ଇ) ନିର୍ଦ୍ଦେଶକଙ୍କୁ ୨୫ା୧୧ା୨୦୨୨ରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ରାଜନୀତି ବିଜ୍ଞାନ ଅଧ୍ୟାପିକା ମାମି ବଳୱନ୍ତ ରାୟ ୧୯୯୮ରେ ପିଜି(ପୋଷ୍ଟ ଗ୍ରାଜୁଏଟ) ଶିକ୍ଷା ସମ୍ପୂର୍ଣ୍ଣ କରିଥିଲେ। କିନ୍ତୁ ସେ ପଲ୍ଲିଶ୍ରୀ ମହିଳା କଲେଜରେ ପିଜି ଶିକ୍ଷା ପାଇବାର ଦୁଇବର୍ଷ ପୂର୍ବରୁ ୨୦ା୧୨ା୧୯୯୬ରେ ଅଧ୍ୟାପିକା ଭାବେ ଯୋଗଦେଇଥିଲେ। ଏହାସହ ଅଧ୍ୟାପିକା ପଦବୀ ପାଇଁ ଅନୂ୍ୟନ ୫୫% ମାର୍କର ଆବଶ୍ୟକତା ରହିଥିବାବେଳେ ସେ ପିଜି ପରୀକ୍ଷାରେ ୫୪.୩୭% ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ତେଣୁ ବିଭାଗୀୟ ଯାଞ୍ଚରେ ସେ କିପରି ନିଯୁକ୍ତି ପାଇଛନ୍ତି ବୋଲି ଅଭିଯୋଗକାରୀ ପ୍ରଶ୍ନ କରିଛନ୍ତି। ଇଂଲିଶ ଅଧ୍ୟାପକ ଭାବଗ୍ରାହୀ ମହାରଣାଙ୍କ ନିଯୁକ୍ତିକୁ ନେଇ କଲେଜର ପରିଚାଳନା କମିଟିର ସମ୍ପାଦକ ୨୦୦୯ରେ ‘ଏ ଫର୍ମ’ରେ ସୁପାରିସ କରି ନ ଥିଲେ। ଅନ୍ୟଜଣେ ଇଂଲିଶ ଅଧ୍ୟାପକ ତାଙ୍କ ନାମକୁ ‘ଏ ଫର୍ମ’ରେ ସୁପାରିସ କରିଥିବା ଆରଟିଆଇ ତଥ୍ୟରେ ଜଣାପଡ଼ିଥିଲା। ଏହାସହ ଅଧ୍ୟାପକ ମହାରଣା ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ଗଙ୍ଗପଡ଼ା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି ଇଞ୍ଜିନିୟରିଂ କଲେଜରେ ଇଂଲିଶ ବିଭାଗ ମୁଖ୍ୟ ଭାବେ ଚାକିରି କରୁଥିଲେ। କିନ୍ତୁ ଏହି କଲେଜରେ ତାଙ୍କୁ ୨୦୦୯ରେ କିପରି ନିଯୁକ୍ତି ମିଳିଲା ବୋଲି ପ୍ରଶ୍ନ ହୋଇଛି। ଏହାସହ ମହାରଣା ପିଜି ପରୀକ୍ଷାରେ ଆବଶ୍ୟକଠାରୁ ବହୁତ କମ୍‌ (୫୧%) ମାର୍କ ପାଇଛନ୍ତି। ଇତିହାସ ବିଭାଗର ଅଧ୍ୟାପିକା ନିରୁପମା ରାଉତଙ୍କ ନାମ ଏ ଫର୍ମରେ ସୁପାରିସ କରାଯାଇନାହିଁ। ଏହିମର୍ମରେ ଅନ୍ୟ ଜଣେ ଅଧ୍ୟାପିକା ସୁଚିତ୍ରା ମହାପାତ୍ର ଏଚ୍‌ଏସ୍‌ଇ ନିର୍ଦ୍ଦେଶକଙ୍କୁ ୫ା୮ା୨୦୨୨ ଓ ୨୪ା୯ା୨୦୨୨ରେ ଅଭିଯୋଗ କରିଛନ୍ତି। ୧ା୫ା୨୦୨୩ରେ ରାଜ୍ୟ ସରକାରଙ୍କ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଡେପୁଟି ସେକ୍ରେଟାରି କୈଳାସ ଚନ୍ଦ୍ର ବସ୍କେ ଅଞ୍ଚଳବାସୀଙ୍କ ଉକ୍ତ ଅଭିଯୋଗ ଉପରେ ଆବଶ୍ୟକ ତଦନ୍ତ କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରିଛନ୍ତି।
ରାଜ୍ୟରେ ଏଭଳି ଅନେକ ଜାଲିଆତି ନିଯୁକ୍ତି ସମ୍ପର୍କରେ ଅଭିଯୋଗ ହେଉଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ସରକାରୀସ୍ତରରେ କାର୍ଯ୍ୟ କରୁଥିବା ବିଭାଗୀୟ ଅଧିକାରୀମାନେ ନକଲି ଶିକ୍ଷକ ଓ ଅଧ୍ୟାପକମାନଙ୍କ ସହ ଅସାଧୁ ମେଣ୍ଟ କରି ଦୁର୍ନୀତିକୁ ଘଣ୍ଟ ଘୋଡାଉଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri