ଅଙ୍ଗନଓ୍ବାଡି ଗୃହ ନାହିଁ, ଓ୍ବାର୍ଡ ଅଫିସରେ ଚାଲିଛି ସର୍ଭେ

ପାରାଦୀପ,୮ା୫(ସ୍ବ.ପ୍ର.): ପାରାଦୀପ ପୌରାଞ୍ଚଳ ୧୯ ଟି ଯାକ ୱାର୍ଡରେ ଗତ ୨ ତାରିଖରୁ ପଛୁଆ ବର୍ଗ ଜାତି ସର୍ଭେ ଆରମ୍ଭ ହୋଇଛି। ଏହା ଚଳିତ ମାସ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ସରକାରୀ ନିୟମ ମୁତାବକ ପ୍ରତି ସର୍ଭେ ସେଣ୍ଟରରେ ୨୦୮ ଜାତିର ଲୋକମାନେ ସେମାନଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ତଥ୍ୟ ପ୍ରଦାନ କରିବେ। ଏହି ସର୍ଭେ ସେଣ୍ଟର ପ୍ରତି ଅଙ୍ଗନଓ୍ବାଡି କେନ୍ଦ୍ରରେ ଖୋଲାଯାଇଛି ବୋଲି ସରକାରୀ ଭାବେ ପ୍ରଚାର ପ୍ରସାର କରାଯାଉଛି। କିନ୍ତୁ ପାରାଦୀପରେ ଏହି ସର୍ଭେ ୱାର୍ଡ ଅଫିସ ଓ ଗୋଷ୍ଠୀକେନ୍ଦ୍ରରେ ଚାଲିଛି। ସରକାରୀ ଭାବେ ପାରାଦୀପରେ ୮୪ଟି ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଠାରେ ଅଙ୍ଗନଓ୍ବାଡି କର୍ମୀ, ପାଚିକା, ସହାୟିକା ନିଯୁକ୍ତି ପାଇଛନ୍ତି। ପ୍ରତି କେନ୍ଦ୍ରରେ ପିଲା ପାଠ ପଢିବା ସହିତ ଖେଳୁଛନ୍ତି, ଖାଉଛନ୍ତି ବୋଲି ଅର୍ଥ ମଧ୍ୟ ଖର୍ଚ୍ଚ ହେଉଛି। ମାତ୍ର କୌଣସି ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ନ ଥିବା ଜଣାପଡ଼ିଛି। ୨୦୧୧୍‌ରୁ ପାରାଦୀପରେ ୯୪ ଅଙ୍ଗନଓ୍ବାଡି କେନ୍ଦ୍ର ହେବ ବୋଲି ଘୋଷଣା ହୋଇଛି। ମାତ୍ର ଏପର୍ଯ୍ୟନ୍ତ କୌଣସି କେନ୍ଦ୍ରର ନିଜସ୍ବ ଗୃହ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିଯୋଗୁ ୱାର୍ଡ ଅଫିସରେ ଏହି ପଛୁଆ ବର୍ଗ ସର୍ଭେ କରାଯାଉଛି ବୋଲି ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ କହିଛନ୍ତି। ପାରାଦୀପ ବନ୍ଦରାଞ୍ଚଳରେ ଜାଗା ସମସ୍ୟା ଯୋଗୁ ଏହି କେନ୍ଦ୍ର ନିର୍ମାଣରେ ବାଧକ ହେଉଛି ବୋଲି ସେ ପ୍ରକାଶ କରିଛନ୍ତି। ଏହି ପଛୁଆ ବର୍ଗ ସର୍ଭେରେ ୨୦୮ ପ୍ରକାର ଜାତିର ଲୋକ ସେମାନଙ୍କ ତଥ୍ୟ ଦେବେ। ଏହି ଜାତିର ନାମ ସର୍ଭେ ସେଣ୍ଟରରେ ଉପଲବ୍ଧ ଅଛି। ଏଥିରେ ଅନୁସୂଚିତ ଜାତି ଓ ଜନଜାତି ଲୋକ ନାହାନ୍ତି। ଓଡ଼ିଶାରେ ସମୁଦାୟ ୧୨୫୫ ଜାତିର ଲୋକ ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରେ ସାଧାରଣ ବର୍ଗର ୧୩ ଜାତି, ଓବିସି ୪୦୭, ଜନଜାତି ୧୯୨,ଅନୁସୂଚିତ ଜାତି ୧୫୪,ପଛୁଆ ବର୍ଗ ୪୮୯ ଜାତି ରହିଛି ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି। ଏହି ସର୍ଭେ କେବଳ ଓଡିଶା ସରକାରଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri