ରାତିରେ ମନା ଏହି ଖାଦ୍ୟ

ଖାଦ୍ୟ ସମସ୍ତଙ୍କ ଜୀବନର ଆଧାର। ହେଲେ ଜାଣନ୍ତି କି, ଯେକୌଣସି ଖାଦ୍ୟ ପ୍ରତ୍ୟେକ ସମୟରେ ଖାଇବା ସ୍ବାସ୍ଥ୍ୟପକ୍ଷେ ହିତକର ନୁହେଁ। କାରଣ ଏମିତି କିଛି ଖାଦ୍ୟ ରହିଛି, ଯାହାକୁ ରାତିରେ ଖାଇଲେ ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ। ଜାଣିବା ରାତିରେ କ’ଣ ନ ଖାଇବା ଆବଶ୍ୟକ…
ତେଲ ମସଲାଯୁକ୍ତ ଖାଦ୍ୟ: ରାତ୍ର ଭୋଜନରେ ଏଭଳି ଖାଦ୍ୟକୁ ସାମିଲ କରିବା ଦ୍ୱାରା ସହଜରେ ଖାଦ୍ୟ ହଜମ ନ ହୋଇପାରି ଏସିଡିଟି, ଗ୍ୟାସ୍‌ ଏବଂ ଛାତି ଜଳିବା ଭଳି ସମସ୍ୟା ଉପୁଜିଥାଏ। ଏଣୁ ନିଦ୍ରାରେ ବାଧା ସୃଷ୍ଟି ହୋଇଥାଏ। ତେଣୁ ଏଭଳି ଖାଦ୍ୟ ରାତିରେ ଆଦୌ ଖାଆନ୍ତୁ ନାହିଁ ଏବଂ ଅନ୍ୟ ସମୟରେ ମଧ୍ୟ କମ୍‌ ଖାଆନ୍ତୁ। ଏହା ବଦଳରେ ଆପଣ ଅଳ୍ପ ତେଲ ମସଲାଯୁକ୍ତ ସୁଷମ ଖାଦ୍ୟ ଖାଇଲେ ସ୍ବାସ୍ଥ୍ୟ ପ୍ରତି ହିତକର।
ଫଳ: କାହାକୁ ବା ପସନ୍ଦ ନୁହେଁ ଫଳ! ତେବେ ଫଳ ମଧ୍ୟରେ ବର୍ଷର ସବୁ ସମୟରେ ସହଜରେ ମିଳୁଥିବା କଦଳି ଖାଇବାକୁ ପ୍ରାୟ ସମସ୍ତେ ଭଲପାଆନ୍ତି। ଏଥିରେ ଅନେକ ପୋଷକତତ୍ତ୍ୱ ମଧ୍ୟ ଭରି ରହିଛି। ହେଲେ ଏହାକୁ ରାତିରେ ଖାଇଲେ ହଜମ ହେବାରେ କଷ୍ଟ ହୋଇଥାଏ। ତା’ଛଡ଼ା ଏହାଦ୍ୱାରା ଛାତିରେ କଫ ଜମା ହେବାର ବି ଆଶଙ୍କା ଥାଏ।
ଚା କିମ୍ବା କଫି: ଅନେକଙ୍କର ସକାଳୁ ଉଠିଲେ ଏବଂ ଶୋଇବା ପୂର୍ବରୁ ଚା କିମ୍ବା କଫି ପିଇବାର ଅଭ୍ୟାସ ରହିଛି। ହେଲେ ଆପଣ ଜାଣନ୍ତି କି ଏକ ରିସର୍ଚ୍ଚ ରିପୋର୍ଟ ମୁତାବକ ରାତିରେ ଏକ କପ୍‌ ଷ୍ଟ୍ରଙ୍ଗ୍‌ କଫି ପିଇବା ଦ୍ୱାରା ଏଥିରେ ଥିବା କ୍ୟାଫିନ୍‌ ଯୋଗୁ ୨ ଘଣ୍ଟାର ନିଦ୍ରା ନଷ୍ଟ ହୋଇଥାଏ। ତେଣୁ ଭଲ ନିଦ୍ରା ପାଇଁ ରାତିରେ ଏସବୁ ପିଇବା ଆଦୌ ହିତକର ନୁହେଁ।
ଚକୋଲେଟ୍‌: ଖାଇ ସାରିବା ପରେ କିଛି ମିଠା କିମ୍ବା ଚକୋଲେଟ୍‌ ଖାଇବାକୁ ଅନେକେ ପସନ୍ଦ କରନ୍ତି। ହେଲେ ରାତିରେ ଚକୋଲେଟ୍‌ ଖାଇଲେ ଏଥିରେ ଥିବା କ୍ୟାଫିନ୍‌ ନିଦ୍ରାହୀନତାର କାରଣ ସାଜିଥାଏ। ଏହା ବ୍ୟତୀତ ଏଥିରେ ଅଧିକ ମାତ୍ରାରେ ଥିବା ଚିନି ବା ସୁଗାର ମଣିଷଠାରେ ମେଦବହୁଳତା ସମସ୍ୟା ସୃଷ୍ଟି କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri