ସ୍ବାସ୍ଥ୍ୟ ପାଇଁ ମହୌଷଧି ହସ

ମୁହଁରେ ହସ ଏକ ପ୍ରଫୁଲ୍ଲ ମନର ପରିପ୍ରକାଶ, ଯାହାକି ମଣିଷ ସ୍ବାସ୍ଥ୍ୟର ପରମ ଶତ୍ରୁ ବିଷାଦ, ମାନସିକ ଚିନ୍ତା, କ୍ରୋଧ ଆଦିକୁ ଦୂର କରେ। ଏହା ଏମିତି ଏକ ମହୌଷଧି, ଯାହା ରୋଗ ବିନାଶକାରୀ ଔଷଧଠାରୁ ବି ଅଧିକ ଉପକାରୀ…

ହସର କୌଣସି ଭାଷା ନାହିଁ। ଧନୀଠୁ ଗରିବ, ପିଲାଠୁ ବୃଦ୍ଧ ସମସ୍ତଙ୍କ ପାଇଁ ଏହା ସମାନ। ତେବେ ଏହା କେବଳ ମନର ଖୁସିକୁ ପରିପ୍ରକାଶ କରିବାର ଏକ ମାଧ୍ୟମ ନୁହେଁ, ଏହା ହେଉଛି ଏମିତି ଏକ ପ୍ରାକୃତିକ ବ୍ୟାୟାମ, ଯାହା ମଣିଷକୁ ସୁସ୍ଥ ରଖିବାରେ ବେଶ୍‌ ସାହାଯ୍ୟ କରେ। ତେବେ ବର୍ତ୍ତମାନ ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଖୁସି ବଦଳରେ ଚିନ୍ତା ଏବଂ ଅବସାଦରେ ଅନେକ ରହୁଥିବା ଦେଖିବାକୁ ମିଳୁଛି। ଫଳରେ ବିଭିନ୍ନ ରୋଗ ମଧ୍ୟ ବୃଦ୍ଧି ପାଉଛି, ଯାହାକୁ ଦୂର କରିବା ଲାଗି ହସ କେତେ ଉପକାରୀ ସେ ଦିଗରେ ଜନସାଧାରଣଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ପ୍ରଥମ ରବିବାରକୁ ବିଶ୍ୱ ହାସ୍ୟ ଦିବସ ଭାବେ ପାଳନ କରାଯାଉଛି। ସର୍ବପ୍ରଥମେ ୧୯୯୮ ମସିହାରେ ଭାରତର ମୁମ୍ବାଇଠାରେ ଡା. ମଦନ କାତାରିଆଙ୍କ ତତ୍ତ୍ୱାବଧାନରେ ମେ ୧୦ ତାରିଖ ଦିନ ଏହି ଦିବସ ପାଳନ କରାଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ସମଗ୍ର ପୃଥିବୀର ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ଦେଶରେ ଏହି ଦିବସ ପାଳନ କରାଯାଇଆସୁଅଛି। ଚଳିତବର୍ଷ ଏହି ଦିବସ ଅବସରରେ ଥିମ୍‌ ରହିଛି ‘ହସ ଏବଂ ଖୁସିରେ ସମଗ୍ର ପୃଥିବୀକୁ ବଦଳାଇବାର ଶକ୍ତି ରହିଛି’।
– ପୌର୍ଣ୍ଣମାସୀ

ହୃତ୍‌ପିଣ୍ଡକୁ ସୁସ୍ଥ ରଖେ ହସ
ବର୍ତ୍ତମାନ ବିଷାଦ, ମାନସିକ ଚିନ୍ତା, କ୍ରୋଧ ଆଦି ମଣିଷ ସ୍ବାସ୍ଥ୍ୟର ପରମ ଶତ୍ରୁ ପାଲଟିଛି। ଆଉ ଏଥିପାଇଁ ସାରା ପୃଥିବୀରେ ହୃଦ୍‌ରୋଗ ଓ ହୃଦ୍‌ଘାତ ସବୁଠୁ ବଡ଼ ଘାତକ ବ୍ୟାଧି ପାଲଟିଛି ଏବଂ ଏଥିରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି। ହେଲେ ଯେଉଁମାନେ ସର୍ବଦା ପ୍ରଫୁଲ୍ଲ ରହିଥା’ନ୍ତି, ସେମାନଙ୍କୁ ଚିନ୍ତା ଓ ଦୁଃଖ ଗ୍ରାସ କରେନାହିଁ। ସେମାନଙ୍କ ହୃତ୍‌ପିଣ୍ଡ ଠିକ୍‌ ରହିଥାଏ। କାରଣ ହୃତ୍‌ପିଣ୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଣିଷର ମନ ଓ ଭାବପ୍ରବଣତା ସହ ଓତପ୍ରୋତ ଭାବେ ଜଡ଼ିତ ହୋଇଥିବାରୁ ମଣିଷ ବିଷାଦରେ ବା’ ଦୁଃଖରେ ରହିଲେ ମଧ୍ୟ ତା’ର ସମଗ୍ର ଦେହ ଭାରାକ୍ରାନ୍ତ ହୋଇଥାଏ। ଏହି ପ୍ରକ୍ରିୟାରେ ହୃତ୍‌ପିଣ୍ଡରୁ ଏବଂ ହୃତ୍‌ପିଣ୍ଡକୁ ରକ୍ତ ନେବାଆଣିବା କରୁଥିବା ରକ୍ତନଳୀ ଏବଂ ରକ୍ତନଳୀର ଆଭ୍ୟନ୍ତରୀଣ ଝିଲ୍ଲୀ ମଧ୍ୟ ଆକ୍ରାନ୍ତ ହୋଇଥା’ନ୍ତି। ଭୟ, ବିଷାଦରେ ହୃତ୍‌ପିଣ୍ଡ ପ୍ରକ୍ରିୟା ବଢ଼ିବା ସହିତ ରକ୍ତନଳୀଗୁଡ଼ିକ ସଂକୁଚିତ ହୋଇଯା’ନ୍ତି ଏବଂ ରକ୍ତପ୍ରବାହରେ ବାଧା ସୃଷ୍ଟି ହୋଇଥାଏ। ଫଳରେ ମସ୍ତିଷ୍କ, ବୃକ୍‌କ ଆଦି ମୁଖ୍ୟ ଅଙ୍ଗଗୁଡ଼ିକ ଆବଶ୍ୟକ ପରିମାଣରେ ରକ୍ତ ପାଇପାରନ୍ତି ନାହିଁ। ଫଳରେ ହୃଦ୍‌ଘାତ ଆଶଙ୍କା ବୃଦ୍ଧିପାଏ। ହେଲେ ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଯେଉଁମାନେ ହସିହସି ଜୀବନ ବିତାଇଥା’ନ୍ତି, ସେମାନଙ୍କଠାରେ ହୃତ୍‌ପିଣ୍ଡଜନିତ ରୋଗ, ମାନସିକ ରୋଗ କମିଯାଏ। ଯଦି ଜଣେ ଲୋକ ଦିନକୁ ୧୦-୧୫ ମିନିଟ୍‌ ଯାଏ ହସେ, ତେବେ ୪୦ କ୍ୟାଲୋରି ଖର୍ଚ୍ଚ ହୋଇଯାଏ। ଏହା ନିୟମିତ ଭାବରେ କଲେ ମେଦବହୁଳତା ବି ହ୍ରାସ ହୁଏ। ଥରେ ହସିଲେ ହାରାହାରି ୩୫ ମିନିଟ୍‌ଯାଏ ଦେହ ହାଲୁକା ହୋଇଯାଇଥାଏ। ଏହାଛଡ଼ା ମଣିଷର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ। ହସିଲେ ‘ଏଣ୍ଡୋର୍‌ଫିନ୍‌’ ନାମକ ହର୍‌ମୋନ୍‌ ଶରୀରରୁ ନିର୍ଗତ କରାଇଥାଏ, ଯାହା ମାନସିକ ଅବସାଦକୁ ଦୂରେଇ ଦେଇଥାଏ ଏବଂ ଷ୍ଟ୍ରେସ୍‌ ହରମୋନ୍‌ କମାଇଦିଏ। ହସ ରକ୍ତଚାପ କମାଏ ଏବଂ ଶରୀରକୁ ବିଶୁଦ୍ଧ ରକ୍ତ ସଂଚାଳିତ ହୋଇଥାଏ। ଫଳରେ ହୃଦ୍‌ଘାତ ଆଶଙ୍କା କମିିଥାଏ। ଏଇ ଚମକତ୍ାରିତା କିଛି ମିନିଟ୍‌ ପାଇଁ ହୋଇଥାଏ ସତ ହେଲେ ଏହାର ସୁପ୍ରଭାବ ଘଣ୍ଟା ଘଣ୍ଟା ଧରି ରହିଥାଏ। ଏମିତିକି ଗୋଟିଏ ଘଣ୍ଟାର ହାସ୍ୟ ରସାମତ୍କ ଚଳଚ୍ଚିତ୍ରର ଭଲ ପ୍ରଭାବ ପ୍ରାୟ ୧୨ରୁ ୨୪ ଘଣ୍ଟା ଯାଏ ରହିଥାଏ। ତେଣୁ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଔଷଧ ଖାଇବା ବଦଳରେ କିଛି ସମୟ ହୃଦୟ ଖୋଲି ହସିଲେ ମଣିଷ ସୁସ୍ଥ ରହିବ ସେଥିରେ ସନ୍ଦେହ ନାହିଁ।
– ଡା. ରମାରମଣ ଷଡ଼ଙ୍ଗୀ
ହୃଦ୍‌ବକ୍ଷ ଶଲ୍ୟ ବିଶେଷଜ୍ଞ, କଟକ

ଅନ୍ୟକୁ ହସାଇବାରେ ମିଳେ ଆତ୍ମସନ୍ତୋଷ
ଆଶିଷ କୁମାର ଦାସ (ହାସ୍ୟ ଅଭିନେତା)- ହସରେ ଏମିତି ଏକ ଯାଦୁ ରହିଛି, ଯାହା ଭାରାକ୍ରାନ୍ତ ମନକୁ ତତ୍‌କ୍ଷଣାତ୍‌ ରିଲାକ୍ସ କରିଦିଏ। ଏହା ଅଙ୍ଗେନିଭା ଅନୁଭୂତିରୁ କହିପାରୁଛି। ତେବେ ନିଜେ ହସିଲେ ଯେତିକି ଖୁସି ନ ଲାଗେ, ଅନ୍ୟ କାହାର ହସିବାର କାରଣ ସାଜିପାରିଲେ ତା’ଠୁ ଢେର୍‌ ଅଧିକ ଆତ୍ମସନ୍ତୋଷ ମିଳେ। ପିଲାବେଳୁ ହିଁ ସାଙ୍ଗସାଥୀଙ୍କଠୁ ଆରମ୍ଭ କରି ପରିବାର ସଦସ୍ୟଙ୍କ ପର୍ଯ୍ୟନ୍ତ ସଭିଙ୍କୁ ହସାଏ, ହେଲେ ଏହା ଯେ କେବେ ମୋର ପ୍ରଫେସନ୍‌ ପାଲଟିଯିବ ଭାବି ନ ଥିଲି। ୟୁଟ୍ୟୁବ୍‌ରେ ମିଷ୍ଟର ଗୁଲୁଆ ଭାବେ ମୋର କମେଡି ଭିଡିଓ ଦେଖି ଯେବେ ଦର୍ଶକ ହସନ୍ତି, ମୋତେ କମେଣ୍ଟ କରନ୍ତି ଅବା ଦେଖା ହେଲେ ପ୍ରଶଂସା କରନ୍ତି ଶ୍ରମ ସାର୍ଥକ ହୋଇଗଲା ଭଳି ମନେହୁଏ। ନିଜର କିଛି ସମୟ ଅଭିନୟରେ କାହାକୁ ହସାଇବା ଓ କାହା ମନରେ ଖୁସି ଆଣିଦେବାର ଆନନ୍ଦ ଅବର୍ଣ୍ଣନୀୟ। ଦର୍ଶକଙ୍କ ଭଲପାଇବା ହିଁ ମୋ ପାଇଁ ସବୁଠୁ ବଡ଼ ପୁରସ୍କାର। ମୋ ମତରେ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ଲାଗି ହସିବା ନିହାତି ଦରକାର। ତେଣୁ ଆଜି ବିଶ୍ୱ ହାସ୍ୟ ଦିବସରେ ସଭିଙ୍କୁ ଏହି ବାର୍ତ୍ତା ଦେବାକୁ ଚାହିଁବି ଯେ- ନିଜ ହସନ୍ତୁ, ଅନ୍ୟକୁ ହସାଇବାର କାରଣ ସାଜନ୍ତୁ ଏବଂ ସୁସ୍ଥ ରୁହନ୍ତୁ।

ହସ ସବୁଠୁ ଭଲ ବ୍ୟାୟାମ
ମାନସ ସାହୁ(ଆନ୍ତର୍ଜାତିକ ବାଲୁକା ଶିଳ୍ପୀ, ପୁରୀ)- କର୍ମମୟ ଜଞ୍ଜାଳ ମଧ୍ୟରେ ଆମେ ଯେମିତି ହସିବା ଭୁଲିଗଲୁଣି। ଏହା ଏକ ଉତ୍ତମ ବ୍ୟାୟାମ। ହସିବା ସମୟରେ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଚଳପ୍ରଚଳ ହୋଇ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ। ଏହାଦ୍ବାରା ଶରୀର ସୁସ୍ଥ ରହିବା ସହ ମନ ପ୍ରଫୁଲ୍ଲିତ ରହିଥାଏ। ବିଶ୍ବ ହାସ୍ୟ ଦିବସ ଅବସରରେ ସମସ୍ତଙ୍କୁ ଅନୁରୋଧ ପ୍ରତିଦିନ କିଛି ସମୟ ପାଇଁ ମନ ଖୋଲି ହସନ୍ତୁ। ଜଣେ ସ୍ୟାଣ୍ଡ ଆର୍ଟିଷ୍ଟ ଭାବେ ବାଲୁକା କଳାରେ ଲୋକମାନଙ୍କର କିପରି ମନୋରଞ୍ଜନ ହେବ ସେଥିପ୍ରତି ଗୁରୁତ୍ୱ ଦେଇଥାଏ। ବେଳେ ବେଳେ ନିଜ କଳାକୃତି ମାଧ୍ୟମରେ ଅନ୍ୟକୁ ହସାଇବାର ପ୍ରୟାସ କରେ। ଅନେକ ସ୍ଥାନରେ ଫନି ଥିମ୍‌ ନେଇ ସ୍ୟାଣ୍ଡ ଆର୍ଟ କରେ, ବେଳେ ବେଳେ ପୁରୀ ବେଳାଭୂମିରେ ମଧ୍ୟ ମଜାଳିଆ ବାଲୁକା କାର୍ଟୁନ କରେ। ଆଉ ଯେତେବେଳେ ପର୍ଯ୍ୟଟକ ବୁଲିବା ସମୟରେ ଏହାର ମଜା ନିଅନ୍ତି, ସେଠାରେ କିଛି ସମୟ ଠିଆ ହୋଇ ହସନ୍ତି, ଏହାର ଫଟୋ ଉଠାନ୍ତି ଏବଂ ସୋସିଆଲ୍‌ ମିଡିଆରେ ଶେୟାର କରନ୍ତି ବହୁତ ଖୁସି ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri