ଶୁଖୁଛି ନାଗାବଳୀ, କମୁଛି ପାଣି

ରାୟଗଡ଼ା, ୭ା୫(ସ୍ବ.ପ୍ର.) ରାୟଗଡ଼ା ଜିଲାର ଜଳ ପାଇଁ ଜୀବନରେଖା ହେଉଛି ଚିରସ୍ରୋତା ନାଗାବଳୀ। ଏହାର ଉପତ୍ତ୍ତି ନିୟମଗିରି ପାହାଡ଼ରୁ ହୋଇଥିଲେ ହେଁ ଅନାଦି କାଳରୁ ଜିଲାବାସୀଙ୍କ ଜୀବନର ଆଧାର ପାଲଟିଛି। କୃଷି କ୍ଷେତ୍ରରୁ ଆରମ୍ଭ କରି ଜନସାଧାରଣଙ୍କ ଶୋଷ ମେଣ୍ଟାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ନାଗାବଳୀ। ହେଲେ ଏବେ ନାଗାବଳୀ ବିପଦ ଆଡ଼କୁ ଗତିକରୁଛି। କିଛି ବର୍ଷ ପୂର୍ବେ ଏଥିରେ ଖରାଦିନରେ ମଧ୍ୟ ୩ ଫୁଟରୁ ଅଧିକା ପାଣି ରହୁଥିଲା। ହେଲେ ଏବେ ଫୁଟେ ପାଣି ମଧ୍ୟ ରହୁନାହିଁ। ନିୟମଗିରି ପାହାଡ଼ରୁ ଉପତ୍ତ୍ତି ହୋଇଥିବା ଏହି ନାଗାବଳୀ ନଦୀ ସୁଦୂର ଆନ୍ଧ୍ରପ୍ରଦେଶ ରାଜ୍ୟର ମଛଲିପଟନମ୍‌ ପର୍ଯ୍ୟନ୍ତ ବର୍ତ୍ତମାନ ଶୁଖିଲା ପଡ଼ିଥିବା ଦେଖିବାକୁ ମିଳୁଛି। ଦୂରକୁ ଦୂରକୁ କେବଳ ବାଲୁକା ଶଯ୍ୟା ଦେଖାଯାଉଛି। ଯଦି ଏଭଳି ସ୍ଥିତି ଲାଗି ରହେ, ତେବେ ଆଗାମୀ ଦିନରେ ଚାଷ ତ ଦୂରର କଥା, ପିଇବା ପାଇଁ ଟୋପାଏ ପାଣି ମଧ୍ୟ ମିଳିବନାହିଁ। ସଚେତନତା ଅଭାବ, ବିଭିନ୍ନ ସରକାରୀ ପ୍ରକଳ୍ପ ନାଁରେ ନଦୀର ଗତିପଥ ପରିବର୍ତ୍ତନ ଏବଂ ଆନ୍ଧ୍ରକୁ ବେଆଇନଭାବେ ନଦୀରୁ ବାଲି ଓ ପଥର ଚାଲାଣ ଏହି ସମସ୍ୟାର ମୁଖ୍ୟ କାରଣ।
ନାଗାବଳୀ ନଦୀ କଲ୍ୟାଣସିଂହପୁର, କୋଲନରା ଓ ରାୟଗଡ଼ା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳ ଓ ରାୟଗଡ଼ା ସହରକୁ ପିଇବା ପାଣି ଯୋଗାଉଛି। ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳବାସୀ ମଧ୍ୟ ପାନୀୟ ଜଳ ପାଇଁ ଏହା ଉପରେ ନିର୍ଭର କରନ୍ତି। ନଦୀରୁ ବେଆଇନ ଭାବେ ମେଶିନ ଲଗାଇ ବାଲି ଓ ପଥର ଉତ୍ତୋଳନ କରାଯାଉଛି। ବିଶେଷତଃ କୁମୁଟିପେଣ୍ଠ, କୋତାପେଟା, ମାଲିଗାଁ, ଜେକେପୁର, ରାୟଗଡ଼ା ସହର, ପାରତାପୁର, ଶେଷଖାଲ, କେରେଡ଼ା ଆଦି ସ୍ଥାନରେ ବେଆଇନ ବାଲି ଚାଲାଣ ଚାଲିଛି। କେବଳ ଆଖି ଦେଖାଣିଆ ପାଇଁ ବିଭାଗୀୟ ଅଧିକାରୀମାନେ ବେଳେବେଳେ କେତେକ ଟ୍ରାକ୍ଟରକୁ ଅଟକାଇ ଜରିମାନା କାଟିଥାଆନ୍ତି। ହେଲେ ପରବର୍ତ୍ତୀ ସମୟରେ ପୁଣି ସେହି ଅବସ୍ଥା। ଆନ୍ଧ୍ରପ୍ରଦେଶରେ ନିର୍ମାଣ ପାଇଁ ମେଶିନ ଲଗାଇ ଟ୍ରକ ଯୋଗେ ବାଲି ଚାଲାଣ କରୁଛି। ଆନ୍ଧ୍ରପ୍ରଦେଶରେ ନଦୀର ତଳମୁଣ୍ଡରେ ମନଇଚ୍ଛା ଦୁଇଟି ବୃହତ୍‌ ଜଳସେଚନ ପ୍ରକଳ୍ପ ନିର୍ମାଣ ହେଉଛି। ତେବେ ଆନ୍ଧ୍ରପ୍ରଦେଶସ୍ଥିତ ତୋଟାପଲି ପ୍ରକଳ୍ପ ନାଗାବଳୀର ସର୍ବାଧିକ ପାଣି ବ୍ୟବହାର କରୁଛି। ବର୍ଷା ଓ ଶୀତଋତୁରେ ପ୍ରବାହିତ ଜଳକୁ ସଂରକ୍ଷଣ କରାଯାଇ ଖରାଦିନେ ଏହା ଚାଷ ପାଇଁ ଆନ୍ଧ୍ର ସରକାର ବ୍ୟବହାର କରୁଛନ୍ତି। ଏତଦ୍‌ବ୍ୟତୀତ ଅନେକ ଛୋଟ ପ୍ରକଳ୍ପ ମଧ୍ୟ ଆନ୍ଧ୍ର ସରକାର ଏହି ନଦୀରେ ନିର୍ମାଣ କରିଛନ୍ତି। ଫଳରେ ଏହା ଶୁଖିବାରେ ଲାଗିଛି, ଗତିପଥ ମଧ୍ୟ ବଦଳୁଛି। ବେଆଇନ ବାଲି ଚାଲାଣକୁ ରୋକିବାକୁ କେହି ତପତ୍ରତା ଦେଖାଉ ନାହାନ୍ତି। ନଦୀରେ ଜଳ ସଂରକ୍ଷଣ ହେଉନି। ବର୍ଷାଋତୁରେ ଭୂସ୍ଖଳନ ଘଟି ନଦୀର ଓସାର ବଢ଼ି ବଢ଼ି ଚାଲିଛି। ଏଥିଯୋଗୁ ପାଣି ସ୍ଥିର ନ ରହି ଦିଗ ପରିବର୍ତ୍ତନ କରୁଛି।
ଚଳିତବର୍ଷ ନଦୀ ଶୁଖିଯିବା କାରଣରୁ ରବିଋତୁରେ କୃଷି ପ୍ରଭାବିତ ହୋଇଛି। ନଦୀରେ ପାଣି ନଥିବା ଯୋଗୁ ଉଠାଜଳସେଚନ ପଏଣ୍ଟଗୁଡ଼ିକ କାର୍ଯ୍ୟରେ ଲାଗୁନି। ନଦୀକୂଳରେ ଥିବା ଚାଷ ଜମିଗୁଡ଼ିକରୁ ୯୦% ଜଳବିହୀନ ପଡ଼ିଛି। ଅନେକ ନଦୀକୂଳିଆ ଗାଁରେ ମଧ୍ୟ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଏଭଳିକି ରାୟଗଡ଼ା ସହର ପାଇଁ ନାଗାବଳୀ ନଦୀରୁ ଯେଉଁ ପାଣି ଯୋଗାଣ ହେଉଥିଲା ସେଥିରେ ବି ଅନ୍ତରାୟ ସୃଷ୍ଟି ହୋଇଛି। ନାଗାବଳୀକୁ ଯଦି ଏବେଠାରୁ ରକ୍ଷା କରାନଯାଏ, ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ଉପୁଜିବ। ଜଳ କମିବା ନେଇ ପରିବେଶବିତ୍‌ ନୀହାର ରଞ୍ଜନଙ୍କୁ ପଚାରିବାରୁ ନଦୀରୁ ବେଆଇନ ବାଲି ଓ ପଥର ଚାଲାଣ ବନ୍ଦ କରିବାକୁ ପଡ଼ିବ। ଆବଶ୍ୟକତାଠାରୁ ଅଧିକା ବାଲିଚାଲାଣ ଆନ୍ଧ୍ରପ୍ରଦେଶକୁ ହେଉଛି। ଫଳରେ ଏଭଳି ପରିସ୍ଥିତି ହେଉଛି ବୋଲି ସେ କହିଛନ୍ତି। ବର୍ଦ୍ଧିତ ଜନସଂଖ୍ୟା ହେତୁ ଘର କରିବାକୁ ଲୋକେ ନଦୀକୂଳରେ ଥିବା ଗଛ କାଟୁଛନ୍ତି। ଫଳରେ ନଦୀକୂଳ ଲଙ୍ଘୁଛି। ସମୟକ୍ରମେ ଓସାରିଆ ହେବାରେ ଲାଗିଛି। ଖରାଦିନେ ସେତିକି ମାତ୍ରାରେ ପାଣି ନଦୀରେ ରହୁନି। ଓସାରିଆ ନଦୀରେ ପାଣି କମ୍‌ ରହୁଥିବାରୁ ଖରା ପ୍ରଭାବରେ ସେଗୁଡ଼ିକ ଶୁଖିଯାଉଛି। ଲୋକେ ଏବଂ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ନଈକୂଳରେ ଚାରାରୋପଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri