ସପ୍ତାହେ ନ ପୂରୁଣୁ ରାସ୍ତାରୁ ଉଠିଲାଣି ପିଚୁ

ଚନ୍ଦାହାଣ୍ଡି, ୭ା୫ (ଡି.ଏନ୍‌.ଏ.) ଗ୍ରାମାଞ୍ଚଳରେ ଯାତାୟାତକୁ ସୁଗମ କରିବା ଲକ୍ଷ୍ୟରେ ନବରଙ୍ଗପୁର ଜିଲା ଚନ୍ଦହାଣ୍ଡି ବ୍ଲକ ଭତାଝରରୁ ଧୁରୁଆପଡ଼ା ରାସ୍ତାକୁ ଏସ୍‌ଆର ଫଣ୍ଡରେ ସଡ଼କ ଯୋଜନାରେ ସାମିଲ କରି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପକ୍କା ସଡକ ତିଆରି ହେଲା। ଟଙ୍କା ପାଣି ପରି ଖର୍ଚ୍ଚ ହେଉ ଥିବାବେଳେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଅସାଧୁ ମେଣ୍ଟ ଯୋଗୁ ଏହି ଯୋଜନା ବିଫଳ ହେବାକୁ ବସିଛି। ରାସ୍ତା ନିର୍ମାଣର ସପ୍ତାହକ ମଧ୍ୟରେ ଏଥିରୁ ପିଚୁ ଉଠୁଛି। ଶନିବାର ଉକ୍ତ ରାସ୍ତା ପରିଦର୍ଶନରେ ପୂର୍ବତନ ଏମ୍‌ପି ତଥା ରାଜ୍ୟ ଭାଜପା ଉପ ସଭାପତି ବଳଭଦ୍ର ମାଝି ଯାଇଥିଲେ। ସେ ରାସ୍ତା ଦେଖି କ୍ଷୋଭ ପ୍ରକାଶ ସହ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅନ୍ତୋନୀ କିଷାନଙ୍କୁ ଏ ସମ୍ପର୍କରେ ପଚାରି ବୁଝିଥିଲେ। ତୁରନ୍ତ ମରାମତି କରିବାକୁ ତାଙ୍କୁ ତାଗିଦ କରାଯାଇଛି।
ଭତାଝରରୁ ଧୁରୁଆପଡ଼ା ୬.୪୫୦ କି.ମି. ରାସ୍ତା ପାଇଁ ପ୍ରଥମ ପର୍ଯ୍ୟାୟରେ ୧ କୋଟି ୫୮ ଲକ୍ଷ ଟଙ୍କା କେବଳ ମେଟାଲ ମୋରମ ପାଇଁ ବ୍ୟୟ କରାଯାଇଛି । କିନ୍ତୁ ରାସ୍ତାରେ ନିମ୍ନମାନର ଓଭର ସାଇଜର ମେଟାଲ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟର ଠିକାଦାରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉକ୍ତ ରାସ୍ତା ଉପରେ୨ କି.ମି.କୁ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ପିଚୁ କରାଯାଇଛି। ଉକ୍ତ କାର୍ଯ୍ୟର ବୋର୍ଡ ମଧ୍ୟ ଲଗାଯାଇ ନାହିଁ। ଏହି କାମ ନୂଆପଡ଼ା ଜିଲାର ଜଣେ ଠିକାଦାରଙ୍କ ନାମରେ ଥିବାବେଳେ ତାହକୁ ଚନ୍ଦାହାଣ୍ଡିର ଜଣେ ପେଟି କଣ୍ଟ୍ରାକ୍ଟର କରୁଛନ୍ତି। ଏହି ରାସ୍ତାରେ ଏତେ ନିମ୍ନମାନର କାମ କରାଯାଇଛି ଯେ ହାତରେ ଘଷିଦେଲେ ସେଥିରୁ ପିଚୁ ଛାଡ଼ିଯାଉଛି। ସପ୍ତାହେ ନ ପୂରୁଣୁ ରାସ୍ତା ଉପରେ ଘାସ ଉଠିବା ସହ ତାହା ଖରାପ ହୋଇଗଲାଣି । ପିଚୁ ହେବା ପୂର୍ବରୁ ପ୍ରତି ୧ କି.ମି. ଟ୍ରାକକୋଟରେ ୭ ଡ୍ରମ ଆମ୍ଲୋସିନ ଅଏଲ ପକାଇବା ନିୟମ ଥିବାବେଳେ ଉକ୍ତ ରାସ୍ତାରେ ମାତ୍ର ୧ ଡ୍ରମ ଆମ୍ଲୋସିନ ଅଏଲ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ନିର୍ବାହୀ ଯନ୍ତ୍ରୀ ଅନ୍ତୋନୀ କିଷାନଙ୍କୁ ପଚାରିବାରୁ ଉକ୍ତ ରାସ୍ତା ଖରାପ ହୋଇଥିବା ସେ ସ୍ବୀକାର କରିଛନ୍ତି। ଶୀଘ୍ର ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ରାସ୍ତା କାମ କରୁଥିବା ଠିକାଦାରଙ୍କ ବିଭାଗୀୟ ଅଧିକାରୀ ହାତବାରିଶି ସାଜିଛନ୍ତି। ଚନ୍ଦାହାଣ୍ଡି ବ୍ଲକରେ ବିଭିନ୍ନ ନିର୍ମାଣ କାମରେ ଦୁର୍ନୀତି ସୀମା ଟପିଯାଇଥିବା ବେଳେ ଏଠି ଲୋକ ପ୍ରତିନିଧିମାନେ ହାତ ବାନ୍ଧି ବସିଛନ୍ତି ବୋଲି ବୁଦ୍ଧିଜୀବୀ କହିଛନ୍ତି। ଏହା ଏମ୍‌ପି ରମେଶ ମାଝି ଓ ବିଧାୟକ ପ୍ରକାଶ ମାଝିଙ୍କ ନିଜ ବ୍ଲକ। ନିଜେ ଜିଲା ଭିଜିଲାନ୍ସ ମନିଟରିଂ କମିଟିର ଅଛନ୍ତି। ନିମ୍ନମାନ କାମର ଭିଜିଲାନ୍ସ ତଦନ୍ତ କରାଇବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri