Odisha Elections 2024

ଅନିଶ୍ଚିତତା ମଧ୍ୟରେ ଦୀପକ ଫର୍ଟିଲାଇଜର

ପାରାଦୀପ, ୪ା୫ (ସ୍ବ.ପ୍ର.): ପୂର୍ବ ଭାରତର ବିକାଶ ପଥ ପାରାଦୀପକୁ କୁହାଯାଉଛି। ୨୦୧୬ ଫେବୃୟାରୀ ୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରାଦୀପ ଗସ୍ତ ବେଳେ ଏଭଳି ଘୋଷଣା କରିଥିଲେ। ପାରାଦୀପରେ ଲକ୍ଷେ କୋଟି ଟଙ୍କା ପୁଞ୍ଜି ନିବେଶ ହେବ ବୋଲି କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସେହି ଘୋଷଣା ମଧ୍ୟରେ ଅନ୍ୟତମ ଶିଳ୍ପ ଥିଲା ଦୀପକ ଫର୍ଟିଲାଇଜର ଏବଂ ପେଟ୍ରୋ କେମିକାଲ୍ସ କର୍ପୋରେଶନ ଲିମିଟେଡ୍‌। ଜଗତ୍‌ସିଂହପୁର ଜିଲା ପାରାଦୀପର ରଙ୍ଗିଆଗଡ଼ ଚଉକିମଥା ବଗଦିଆ ସୀମାନ୍ତ ମଧ୍ୟରେ ଏହି କାରଖାନା ହେବ ବୋଲି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ ଥିଲା। ୮୩.୨୬ ଏକର ଜମି ଅଧିଗ୍ରହଣ ସରିଛି। କମ୍ପାନୀ ପାଇଁ ପାଚେରି କାମ ସରିଥିଲା। କମ୍ପାନୀର ନିର୍ମାଣ ସାମଗ୍ରୀ ମଧ୍ୟ ବିଦେଶରୁ ଆମଦାନୀ ସରିଥିଲା। ୨୦୧୭ ସେପ୍ଟେମ୍ବର ୧୫ରେ ପରିବେଶୀୟ ଜନଶୁଣାଣି ମଧ୍ୟ ସରିଥିଲା। ସେତେବେଳେ କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ ନିର୍ମାଣ ୩୬ ମାସ ମଧ୍ୟରେ ଶେଷହେବ। ୨୦୨୦ରୁ ନାଇଟ୍ରିକ୍‌ ଏସିଡ୍‌, ଆମୋନିୟମ ନାଇଟ୍ରେଟ୍‌ ସଲ୍ୟୁଶନ, ଟେକ୍ନିକାଲ ପ୍ରିଲ୍‌, ମେଲେଟ୍‌ ଓ ଆମୋନିଆ ଉତ୍ପାଦନ କରିବ। ବାର୍ଷିକ ୩୦୪୦ ମେଟ୍ରିକ୍‌ ଟନ୍‌ କେମିକାଲ ଉତ୍ପାଦନ କରିବାର ଘୋଷଣା କରାଯାଇଥିଲା। ଏହି କମ୍ପାନୀରେ ପ୍ରତ୍ୟକ୍ଷ, ପରୋକ୍ଷ ଭାବେ ୧୯୦୦ ବେକାର ଯୁବତୀଯୁବକଙ୍କୁ ନିଯୁକ୍ତି ମିଳିବ ବୋଲି କୁହାଯାଇଥିଲା। ଏହି ଜନଶୁଣାଣିକୁ ଏଥିମଧ୍ୟରେ ୬ ବର୍ଷ ବିତିଗଲାଣି। କମ୍ପାନୀ ପାଇଁ ଯୋଗା ଯାଇଥିବା ଜମି ଏବେ ଫାଙ୍କା ପଡ଼ିଛି। କୌଣସି କାମ ହେଉନାହିଁ। ସେତେବେଳେ କମ୍ପାନୀର ଯେଉଁ ୩ ଜଣ ପ୍ରମୁଖ ଅଧିକାରୀ ଥିଲେ ସେମାନଙ୍କୁ ଯୋଗାଯୋଗ କରିବାରେ କହିଥିଲେ, ସେମାନେ ୨ବର୍ଷ ତଳୁ କମ୍ପାନୀ ଛାଡ଼ି ସାରିଛନ୍ତି। ଏବେକାର କୌଣସି କର୍ମଚାରୀ ପାରାଦୀପରେ ନାହାନ୍ତି। ଦୋଛକି ପାଖରେ ଥିବା ଅଫିସ ୨ବର୍ଷ ହେଲା ବନ୍ଦ ହୋଇଛି ବୋଲି ସେଠାରେ ଚାକିରି କରୁଥିବା ରଞ୍ଜନ ବେହେରା ନାମକ ବ୍ୟକ୍ତି କହିଥିଲେ। କମ୍ପାନୀ ଯିବା ପରେ ଏବେ ସେ କଟକ-ପାରାଦୀପ ରାସ୍ତା ନୂଆଗଡ଼ ଛକରେ ଏକ ଖିଲିପାନ ଦୋକାନ କରିଛନ୍ତି। ଯେଉଁ ପ୍ରୋଜେକ୍ଟ କାର୍ଗୋ ଆସିଥିଲା ଦୋଛକି ପାଖରେ ଥିବା ଏକ ଶେଡ୍‌ରେ ପଡ଼ି ଖତ ଖାଉଛି। କହିବାକୁ ଗଲେ ଏବେ କମ୍ପାନୀର କୌଣସି ଚିହ୍ନ ନାହିଁ। କମ୍ପାନୀର ମୁଖ୍ୟାଳୟ ମୁମ୍ବାଇ ସହ ଯୋଗାଯୋଗ କରିବାରେ କୌଣସି ପ୍ରତିକ୍ରିୟା ମିଳି ନ ଥିଲା। ସୂଚନାଯୋଗ୍ୟ, ଏହି କମ୍ପାନୀ ଓଡ଼ିଶାର ଗୋପାଳପୁରଠାରେ ଏକ ସମାନ ଧରଣର ପ୍ଲାଣ୍ଟ କରିବ ବୋଲି ଜଣାପଡିଛି, ଯାହା ୨୦୨୧ରେ ଘୋଷଣା ହୋଇଥିଲା। କମ୍ପାନୀକୁ ଜମି ଯୋଗାଇଥିବା ଇଡ୍‌କୋର ଭୂଅର୍ଜନ ଅଧିକାରୀ କେ.ସି. ଦାସଙ୍କୁ ପଚାରିବାରେ ଆମେ ଜାଗା ଦେଇଥିଲୁ। କମ୍ପାନୀ କାହିଁକି ହୋଇନାହିଁ ସେ ଖବର ଆମ ପାଖରେ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଟି ଅତଡ଼ା ଧସି ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

କୋରାପୁଟ,୧୯ା୫(ଅମିତାଭ ବେହେରା): କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକର ଲାଠିଗୁଡ଼ା ଗ୍ରାମ ନିକଟରେ ଏକ ପାହାଡ଼ରୁ ମାଟି ଅତଡ଼ା ଧସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ...

ଆନନ୍ଦପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଏସବୁ ପ୍ରତିଶ୍ରୁତି, କହିଲେ ବିଜେଡି ଆସିଲେ…

ହାଟଡିହୀ,୧୯ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ଛେନାପଦୀଠାରେ ନିର୍ବାଚନୀ ପ୍ରଚାର ଏବଂ ବୈଠକରେ ଯୋଗ ଦେଇ ବିଜେଡିକୁ ଆଶୀର୍ବାଦ କରିବାକୁ...

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି,୧୯ା୫(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁରାଣ୍ଡି ଥାନା ଅନ୍ତର୍ଗତ ସରଦାପୁର ବ୍ରିଜ୍‌ ପାଖରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାଁ ପ୍ରଶାନ୍ତ ଜେନା(୨୩)।...

ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ମୋରଡ଼ା ଭାଜପା, ଏଥିରେ ରହିଛି ୧୫ ବଡ଼ ପ୍ରତିଶ୍ରୁତି…

ମୋରଡ଼ା,୧୯ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ଆସନ୍ତା ଜୁନ୍‌ ୧ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ଭାଜପା ସଜବାଜ ହେବା...

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଠକେଇ ମାମଲାର ନୂଆ ମୋଡ଼, ମାମଲା ପ୍ରତ୍ୟାହାର ପାଇଁ କୋର୍ଟରେ ଏତଲାକାରୀଙ୍କ ସତ୍ୟପାଠ

ବ୍ରହ୍ମପୁର,୧୯।୫(ସୁବାସ ଚନ୍ଦ୍ର ପାଢ଼ୀ): ଭାଜପା ଲୋକସଭା ପ୍ରାର୍ଥୀ ଡ. ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟର୍ସ ନାଁରେ ଚାକିରି ଦେବାକୁ କହି ଅନେକ ଯୁବତୀ ଯୁବକଙ୍କଠାରୁ ଲକ୍ଷ...

ପିସି କାରବାରରୁ ଅଭାବୀ ବିକ୍ରି

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲାର ଜନସଂଖ୍ୟାରୁ ପ୍ରାୟ ୮୦ପ୍ରତିଶତ କୃଷକ ଏବଂ ଅଧିକାଂଶ ଧାନଚାଷ ଉପରେ ନିର୍ଭର କରନ୍ତି। କିନ୍ତୁ ଜିଲାରେ ଧାନ କିଣାବିକା ସମସ୍ୟା ସାଧାରଣରେ...

ବିଜେଡି-ଭାଜପା ମୁଦ୍ରାର ଉଭୟ ପାର୍ଶ୍ୱ : ସଚିନ୍‌

ବାଲେଶ୍ୱର(ମାନସ ବିଶ୍ୱାଳ)/ ଭୋଗରାଇ(ପ୍ରଦୀପ ଦାସ), ୧୯।୫: ‘ଲୋକେ ଜାଣିଗଲେଣି ବିଜେଡି ଓ ଭାଜପା ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ’, ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ତଥା...

ଭାଜପା ପ୍ରାର୍ଥୀଙ୍କର ୧୨ ଗାଡ଼ି, ୧୧୫୦ ଗ୍ରାମ୍‌ ସୁନା

ରାଜନଗର, ୧୯ା୫(ଭାସ୍କର ରାଉତରାୟ)ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ମଇଦାନରେ ୯ ପ୍ରାର୍ଥୀ ଅଛନ୍ତି। ଶାସକ ବିଜେଡିରୁ ଧ୍ରୁବ ଚରଣ ସାହୁ, କଂଗ୍ରେସରୁ ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri