ଡାବୁଗାଁ, ୨।୫ (ଡି.ଏନ୍.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବଡଓଲମା ଗ୍ରାମରେ ଚାଲିଥିବା ବାଲିଯାତ୍ରା ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି। ଏହି ବାଲିଯାତ୍ରା ୧୨ ବର୍ଷରେ ଥରେ ହୁଏ। ଚଳିତ ବର୍ଷ ୨୪ ଜାନୁଯାୟୀରୁ ଆରମ୍ଭ ହୋଇ ଦୀର୍ଘ ୩ ମାସ ୫ ଦିନ ଏହି ଯାତ୍ରା ଚାଲିଥିଲା। ଏହି ବାଲିଯାତ୍ରାରେ ଗ୍ରାମର ସମସ୍ତ ଦେବଦେବୀଙ୍କ ପ୍ରତୀକ ଲାଠିକୁର୍ଚିଙ୍କୁ ଉକଟ ମଣ୍ଡପରେ ପୂଜାର୍ଚ୍ଚନା କରାଯାଇଥାଏ। ଏଥିରେ ମାଁ ସୁନଦେଇ ଠାକୁରାଣୀଙ୍କ ପୂଜାରୀ ଧନ ପୂଜାରୀ, ମାଟି ପୂଜାରୀ, ଚନ୍ଦ୍ର ପୂଜାରୀ, କାମିନୀ ପୂଜାରୀ, ରନୁ ପୂଜାରୀ ପ୍ରମୁଖ ବାଦ୍ୟର ତାଳେତାଳେ ପୂଜାର୍ଚ୍ଚନା କରିଥିଲେ। ଏପ୍ରିଲ ୧୬ରୁ ଗ୍ରାମପାଖ ନଦୀରୁ ବାଲି ଆଣି ବାଲିଯାତ୍ରା ମଣ୍ଡପରେ ରଖାଯାଇଥିଲା। ୯ଦିନ ପରେ ଅକ୍ଷୟ ତୃତୀୟା ଦିନ ବିଭିନ୍ନ ପ୍ରକାରର ଶଷ୍ୟ ବୁଣାଯାଇ ଦେବଦେବୀଙ୍କ ପାଖରେ ପୂଜାର୍ଚ୍ଚନା କରାଯାଇ ଆଗାମୀ ବର୍ଷରେ ଗ୍ରାମରେ ଭଲ ଫସଲ ହେବା ପାଇଁ ପ୍ରାର୍ଥନା କରାଯାଇଛି। ଶେଷଦିନ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଡାବୁଗାଁ ବ୍ଲକ ଜିଲା ପରିଷଦ ସଭ୍ୟ ଜୋନ-୧ ଧନସିଂ ଭତ୍ରା, ଜୋନ୍-୨ ଗୁପ୍ତ ବିଷୋୟୀ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର, ପୂର୍ବତନ ଏମ୍ପି ପର୍ଶୁରାମ ମାଝି, ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝି, ପାପଡ଼ାହାଣ୍ଡି ଜିଲା ପରିଷଦ ସଭ୍ୟା ଲିପିକା ମାଝି, ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ, ପ୍ରକାଶ ଚନ୍ଦ୍ର ପଣ୍ଡା, ମୋହନ ମାଝି ପ୍ରମୁଖ ଯୋଗ ଦେଇଥିଲେ। ବାଲିଯାତ୍ରା ପଡିଆରେ ବିଧାୟକ ପାଣ୍ଠିରୁ ନିର୍ମିତ ହୋଇଥିବା ବାଲିଯାତ୍ରା ମଣ୍ଡପକୁ ବିଧାୟକ ମନୋହର ରନ୍ଧାରୀ ଉଦ୍ଘାଟନ କରିଥିଲେ । ଗ୍ରାମରେ ଥିବା ବାଲିଯାତ୍ରା ମଣ୍ଡପରୁ ଗ୍ରାମର ଦେବଦେବୀଙ୍କୁ ପଟୁଆର ସହିତ ବାଲିଯାତ୍ରା ପଡିଆକୁ ପ୍ରତ୍ୟାବର୍ତ୍ତନ କରିବା ପରେ ସେଠାରେ ଭୀମା ଓ କନ୍ଦନୀ ପ୍ରତିମୂର୍ତ୍ତି ସ୍ତମ୍ଭ ସ୍ଥାପନ କରାଯାଇଥିଲା। ରାତିରେ ଭୀମା ଦେବତା ଓ କନ୍ଦନୀ ଦେବୀଙ୍କର ବିବାହ କରାଯାଇଥିଲା। ଭକ୍ତଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ବାଲିଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ବାଲିଯାତ୍ରା ପୂଜା କମିଟିର ସୁବାସ ଚନ୍ଦ୍ର ବିଷୋୟୀ, ରାଜେନ୍ଦ୍ର ବିଷୋୟୀ, ଉପେନ୍ଦ୍ର ବିଷୋୟୀ, ଘାଷିରାମ ବିଷୋୟୀ, ଜଗଦୀଶ ଭତ୍ରା, ନିଳେନ୍ଦ୍ର ଭତ୍ରା, ପୀତାମ୍ବର ପୂଜାରୀ ଦଇନୁ ପୂଜାରୀ, ପଦମ ପୂଜାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Posted inHome Left, ଆମ ଜିଲା ଖବର, ନବରଙ୍ଗପୁର View All
ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା
ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...
ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି
ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...
ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ
ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...
ବାଇକ୍ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ
ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...
ଟ୍ରକ୍କୁ ସାଇଡ୍ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍, ଚାଲିଗଲା ଜଣଙ୍କ ଜୀବନ
ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...
ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ
ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...
ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...
ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ
ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...
Archives


